ଅସୁରକ୍ଷିତ ସ୍ଥାନରେ ବ୍ୟାସ ସରୋବର ମହୋତ୍ସବ

କଳିଙ୍ଗନଗର,୧୦ା୨(ଡି.ଏନ.ଏ.):ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚାରଣ ନିଗମ(ଓପିଟିସିଏଲ)ର ଉଚ୍ଚ ଶକ୍ତିସମ୍ପନ୍ନ ୧୩୨ କେଭି ବିଦ୍ୟୁତ୍‌ ଖୁଣ୍ଟ ନିକଟରେ ଚଳିତଥର ବ୍ୟାସସରୋବର ମହୋତ୍ସବ ଆୟୋଜିତ ହେବାକୁ ନେଇ ଅନେକ ସମାଲୋଚନା ଏବଂ ବିରୋଧାଭାସ ଦେଖିବାକୁ ମିଳିଛି। ଚଳିତଥର ବ୍ୟାସସରୋବର ମହୋତ୍ସବକୁ ଦୁଇ ଦୁଇଟି ବଡ଼ ବିପଦ ରହିଛି। ମାତ୍ର ପୌର ପ୍ରଶାସନର ଏଥିପ୍ରତି ନିଘାନାହିଁ। ଓପିଟିସିଏଲ ମଧ୍ୟ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଦାୟିତ୍ୱବାନ ନାହିଁ। ପ୍ରଶ୍ନ ଉଠୁଛି ଯେ କେଉଁ ଆଧାରରେ ଏବଂ ବିପଜ୍ଜନକ ଭାବେ ଏହି ସ୍ଥାନରେ ମହୋତ୍ସବ ନିମନ୍ତେ ଆବଶ୍ୟକୀୟ ଅନୁମତି ମିଳିଛି। ମହୋତ୍ସବ ଦେଖିବାକୁ ପରିବାର ନେଇ ଯାଇଥିବା କିଛି ଦର୍ଶକ ଏହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ସହିତ ପ୍ରଶାସନ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେତେ ଚିନ୍ତିତ ତାକୁ ନେଇ ପ୍ରଶ୍ନ କରିଛନ୍ତି। ଏପରି କି ଅସୁରକ୍ଷିତ ସ୍ଥାନରେ ବ୍ୟାସସରୋବର ମହୋତ୍ସବ ଆୟୋଜନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।
ମହୋତ୍ସବସ୍ଥଳଠାରୁ ମାତ୍ର ୧୦-୧୫ ମିଟର ଦୂରତାରେ ପୂର୍ବତଟ ରେଳବାଇର ରେଳଲାଇନ ଯାଇଥିବାବେଳ ପ୍ରତି ୫ ମିନିଟରେ ଏହି ବାଟ ଦେଇ ରେଳ ଆତଯାତ କରୁଛି। ଗୁରୁବାର ଯୋଡ଼ାବର ଗ୍ରାମର ଅଭିନ ସାମଲ(୫୮) ମେଳାକୁ ଆସୁଥିଲେ। ଏହି ସମୟରେ ୨ ଟ୍ରେନ ଯାଉଥିବା ବେଳେ ଅଭିନ୍ନ ଗୋଟିଏ ଟ୍ରେନ ଦେଖି ପାର ହେଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରେନ ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ତଳେ ଲୌହ ଦାନବ ଉପରେ ୧୩୨ କେଭିର ବିଦ୍ୟୁତ୍‌ ଗତିଶୀଳ ରହିଥିବାବେଳେ ମଝିରେ ଅତ୍ୟନ୍ତ ବିପଦଜନକଭାବେ ବ୍ୟାସ ସରୋବର ମହୋତ୍ସବ ଚାଲୁରହିଛି। ଏହାକୁ ନେଇ ଯଦି ଆହୁରି ଅଘଟଣ ଘଟେ ଏଥିପାଇଁ କିଏ ଦାୟି ରହିବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓପିଟିସିଏଲର ଏପରି ଖାମଖିଆଲ ନୀତି ପାଇଁ ହଜାର ହଜାର ଜୀବନ ବାଜିରେ ଲାଗିଛି। ଏନେଇ ଓପିଟିସିଏଲ ଯାଜପୁର ରୋଡର ସହକାରୀ ଯନ୍ତ୍ରୀ ରାଜୀବ ଲୋଚନ ସାହୁଙ୍କୁ ପଚାରିବାରୁ ମେଳାରେ ଦୋଳି ସ୍ଥାପନ ପାଇଁ କୌଣସି ଅନୁମତି ପ୍ରଦାନ କରାଯାଇନାହିଁ। ମହୋତ୍ସବସ୍ଥଳ କେନ୍ଦ୍ରାପଡ଼ା ଡିଭିଜନ ଅଧୀନରେ ରହିଥିବାରୁ ଏନେଇ ସେମାନଙ୍କ ସହିତ ଯୋଗାଯୋଗ କରି ବେଆଇନ ଭାବେ ବିଦ୍ୟୁତ ନିୟମ ଉଲଂଘନକାରୀଙ୍କ ବିରୋଧରେ ଥାନାରେ ମାମଲା ଦାୟର କରାଯିବ ବୋଲି କହିଛନ୍ତି। ଘଟଣା ସମ୍ପର୍କରେ ପୌର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri