ମାର୍ଚ୍ଚ ସୁଦ୍ଧା ଦଶପଲ୍ଲାକୁ ଗଡ଼ି ନ ପାରେ ଟ୍ରେନ୍‌

ନୟାଗଡ଼ ଅଫିସ,୮ା୨: ପୂର୍ବତଟ ରେଳପଥ ଅଧୀନରେ ଥିବା ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ରେଳପଥ ନିର୍ମାଣର କଚ୍ଛପ ଗତି ଯୋଗୁ କାମ ତ୍ୱରାନ୍ବିତ ହୋଇ ପାରୁନି ବୋଲି ଅଭିଯୋଗ ହୋଇ ଆସୁଛି। ଏଣୁ ମାର୍ଚ୍ଚ ଶେଷ ସୁଦ୍ଧା ଦଶପଲ୍ଲାକୁ ରେଳ ଚଳାଚଳ କରିପାରିବ ନାହିଁ ବୋଲିି ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ର ରେଳମନ୍ତ୍ରୀ ଘୋଷଣା କରିଥିଲେ ୨୦୨୩ ମାର୍ଚ୍ଚ ସୁଦ୍ଧା ଦଶପଲ୍ଲାକୁ ରେଳପଥ ନିର୍ମାଣ ହେବ। ତେବେ ବିଭାଗୀୟ ମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହୋଇ ପାରିବ ନାହିଁ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ରେଳପଥ ପାଇଁ ଅନୁଦାନ ବଢ଼ି ଚାଲିଛି। ରେଳପଥର କାମ ତ୍ୱରାନ୍ବିତ ହେଉ ନ ଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଲାଣି। ଅନ୍ୟପକ୍ଷେ ଉକ୍ତ ପ୍ରକଳ୍ପ ଅଧୀନ ୩୦୬.୨୫ କିମି ରେଳପଥ ମଧ୍ୟରୁ ୧୧୨ କିମି କାମ ଶେଷ ହୋଇଛି।
ସର୍ଭେ ହୋଇଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ୧୯୯୪-୯୫ରେ ଅର୍ଥ ମଞ୍ଜୁର ହୋଇଥିଲା।
୨୦୦୧ରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାଥମିକ ଭାବେ ଆକଳନ ହୋଇଥିଲା ୧ ହଜାର କୋଟି ଟଙ୍କା। ପରେ ଏହା ୨ ହଜାର କୋଟି ଟଙ୍କାରେ ପହଞ୍ଚିଛି। ବଜେଟରେ ଅନୁଦାନ କମ ଯୋଗୁ ରେଳପଥର କାମ ୨୦ ବର୍ଷ ଧରି କଚ୍ଛପ ଗତିରେ ଚାଲିଥିଲା। ୩୦୬.୨୫ କିମି ରେଳପଥ ମଧ୍ୟରୁ ୧୧୨ କିମି ରେଳପଥ ନିର୍ମାଣ ହୋଇ ସାରିଛି ବୋଲି କୁହାଯାଉଛି। ଖୋର୍ଦ୍ଧା ରୋଡ(ଜଟଣୀ) ଠାରୁ ନୟାଗଡ଼ ଜିଲାର ନୂଆଗଁା ପର୍ଯ୍ୟନ୍ତ ମାତ୍ର ୮୬ କିମି ରେଳପଥ ନିର୍ମାଣ ହୋଇ ରେଳ ଚଳାଚଳ କରୁଛି। ବଲାଙ୍ଗୀର ପାର୍ଶ୍ୱରୁ ୨୬ କିମି ଏବଂ ଖୋର୍ଦ୍ଧା ଜିଲାର ଖୋର୍ଦ୍ଧା ରୋଡ ଠାରୁ ନୟାଗଡ଼ ଜିଲାର ନୂଆଗଁା ପର୍ଯ୍ୟନ୍ତ ୮୬ କିମି ରେଳପଥ ନିର୍ମାଣ ହୋଇଛି। ମୋଟ ରେଳପଥରେ ଖୋର୍ଦ୍ଧା ରୋଡ, ଖୋର୍ଦ୍ଧା ଟାଉନ ଷ୍ଟେଶନ, ବେଗୁନିଆ ଷ୍ଟେଶନ, ରାଜସୁନାଖଳା ଷ୍ଟେଶନ, ବୋଲଗଡ ଟାଉନ ପାସେଞ୍ଜର ହଲ୍ଟ, ବୋଲଗଡ଼ ରୋଡ ଷ୍ଟେଶନ, ନୟାଗଡ଼ ଟାଉନ ଷ୍ଟେଶନ, ମହିପୁର ଷ୍ଟେଶନ, ନୂଆଗଁା ଷ୍ଟେଶନ,ଦଶପଲ୍ଲା ଷ୍ଟେଶନ, ବୁଗୁଡା ଷ୍ଟେଶନ, ବାଣିଗୋଛା ଷ୍ଟେଶନ, ଅଧୋନିଗଡ ଷ୍ଟେଶନ, ଚାରିଛକ ଷ୍ଟେଶନ,ପୁରୁଣାକଟକ ଷ୍ଟେଶନ,ଚମ୍ପାପୁର ଷ୍ଟେଶନ,ବୌଦ୍ଧ ଷ୍ଟେଶନ,ଝାରସମୁଣ୍ଡା ଷ୍ଟେଶନ,ସୋନପୁର ଷ୍ଟେଶନ, ଝାରର୍ତ୍ତରଭା ଷ୍ଟେଶନ,ବିଛୁପଲ୍ଲୀ ଷ୍ଟେଶନ, ବଲାଙ୍ଗୀର ଷ୍ଟେଶନ ପଡୁଛି। ୨୦୧୫ -୧୬ ରେଳ ବଜେଟରେ ୪୬୮୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ ଖୋର୍ଦ୍ଧା ରୋଡ ଠାରୁ ବେଗୁନିଆ ୩୬ କିମି ଓ ବେଗୁନିଆଠାରୁ ଦଶପଲ୍ଲା ୭୬ କିମି ରେଳପଥ ନିର୍ମାଣ କାମ ଚାଲିଥିଲା। ଜୁଲାଇ ୨୦୧୬ରେ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଖୋର୍ଦ୍ଧା ରୋଡ ଠାରୁୁ ବେଗୁନିଆକୁ ରେଳଚଳାଚଳର ଶୁଭାରମ୍ଭ କରିଥିଲେ। ୨୦୧୭ ସୁଦ୍ଧା ନୟାଗଡ଼ ପର୍ଯ୍ୟନ୍ତ ରେଳପଥ କାମ ଶେଷ ହୋଇଥିଲା। ୨୦ ମାର୍ଚ୍ଚ ୨୦୧୭ରେ ବୋଲଗଡ଼ ରେଳ ଷ୍ଟେଶନ, ୧୯ ଜୁନ ୨୦୧୭ରେ ନୟାଗଡ ଟାଉନ ରେଳ ଷ୍ଟେଶନ ଉଦ୍‌ଘାଟିତ ହୋଇଛି। ୧୫ ଜାନୁୟାରୀ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗୀରଠାରୁ ବିଛୁପଲ୍ଲୀ ଷ୍ଟେଶନ ପର୍ଯ୍ୟନ୍ତ ରେଳ ଚଳାଚଳ କରିବାର ଶୁଭାରମ୍ଭ କରିଥିଲେ। ୨୬ ଡିସେମ୍ବର ୨୦୧୯ରେ ମହିପୁର ରେଳ ଷ୍ଟେଶନ ଅନୁରୂପ ଭାବେ ଉଦ୍‌ଘାଟନ ହୋଇଛି। ୨୩ ମାର୍ଚ୍ଚ ୨୦୨୨ରେ ନୂଆଗଁାରେ ରେଳଷ୍ଟେଶନ ଉଦ୍‌ଘାଟିତ କରାଯାଇଛି। ଏହା ପରେ ନୂଆଗଁା ପର୍ଯ୍ୟନ୍ତ ରେଳ ଚଳାଚଳ କରିଛି। ତେବେ ଦଶପଲ୍ଲା ରେଳ ଷ୍ଟେଶନ ୨୦୨୩ ମାର୍ଚ୍ଚ ସୁଦ୍ଧା ଉଦ୍‌ଘାଟିତ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ। ତେବେ ଦଶପଲ୍ଲା ରେଳ ଷ୍ଟେଶନ ପୂର୍ବରୁ ଜାନିସାହି ରେଳପଥ କାମ ଚାଲୁ ରହିଛି। ପୁଣି ଗଣିଆ ମଧୁପୁର ରାସ୍ତାର ମଧୁପୁର ଓଭର ବ୍ରିଜର ସଂଯୋଗ ରାସ୍ତା ମାଟି ପୋତା ହୋଇନି। ପୁରୁଣା ଦଶପଲ୍ଲାରୁ ଦଶପଲ୍ଲା ଷ୍ଟେସନ କାମ ଚାଲୁ ରହିଛି। ମାଟି କାମ ଶେଷ ହୋଇ ନ ଥିବାବେଳେ ୧ମାସ ମଧ୍ୟରେ ରେଳ ଚଳାଚଳ ପାଇଁ ପରୀକ୍ଷଣ କାର୍ଯ୍ୟ କରିବା ଅସମ୍ଭବ ବୋଳି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri