Posted inଜାତୀୟ

୨୦୫୦ ସୁଦ୍ଧା ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩ ଗୁଣା ହେବ

ନୂଆଦିଲ୍ଲୀ,୭।୧: ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଆସନ୍ତା ୨୦୫୦ ସୁଦ୍ଧା ୩ ଗୁଣା ହେବ। ୨୦୧୧ ଜନଗଣନା ଅନୁସାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ୧୦ କୋଟି ରହିଛି। ତେବେ ଆଉ ୩୦ ବର୍ଷ ପରେ ଏହି ସଂଖ୍ୟା ୩୧ କୋଟିରୁ ଅଧିକରେ ପହଞ୍ଚିବ। ବର୍ଷ ପିଛା ବରିଷ୍ଠ ନାଗରିକଙ୍କ ସଂଖ୍ୟା ୩ ପ୍ରତିଶତ ହାରରେ ବୃଦ୍ଧି ପାଇବ। କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେଣୁ ଉପଯୋଗୀ ସ୍ବାସ୍ଥ୍ୟ ନୀତି ପ୍ରଣୟନ କରାଯିବାର ଆବଶ୍ୟକତା ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଛନ୍ତି। କିଭଳି ଦେଶର ୬୦ ବର୍ଷ ବୟସ ଅବା ଏହାଠାରୁ ଅଧିକ ବୟସ୍କଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ସେନେଇ ଚିନ୍ତା କରିବା ଉଚିତ। ସମ୍ପ୍ରତି ଦେଶର ୫୫ ପ୍ରତିଶତ ଅର୍ଥାତ୍‌ ପ୍ରାୟ ୫ କୋଟି ବରିଷ୍ଠ ନାଗରିକ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଭୋଗୁଥିବା ରିପୋର୍ଟରେ ଦର୍ଶାଯାଇଛି। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତଙ୍କ ଚିକିତ୍ସା ଘରେ କରାଯାଇପାରିବ। ଅପରପକ୍ଷରେ ୧୦ ପ୍ରତିଶତଙ୍କ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯିବାର ଆବଶ୍ୟକତା ରହିଛି। ସେହିପରି ୪୦ ପ୍ରତିଶତ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଦିବ୍ୟାଙ୍ଗତା ରହିଥିବାବେଳେ ୨୦ ପ୍ରତିଶତ ମାନସିକ ସମସ୍ୟାଗ୍ରସ୍ତ ରହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ଭେ କରାଯାଇଥିଲା। ଏଥିରେ ୭୦ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ଘଣ୍ଟାରେ ଜେଲକୁ ଫେରିଲେ ଇମ୍ରାନ, ହସ୍ପିଟାଲରେ ହେଲା….

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ କମିବାର ନାଁ ନେଉନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଇସଲାମାବାଦର ଶିଫା…

ଯୁବତୀଙ୍କ ଉପରେ କାର ମାଡ଼ିଦେଲେ ସାଂସଦଙ୍କ ପୁଅ: ଆଉ ତା’ପରେ ଘଟିଲା…

ହାଇଦ୍ରାବାଦ,୨୧।୮:ହାଇଦ୍ରାବାଦରେ ଏକ ଆଷ୍ଟନ ମାର୍ଟିନ କାର ଧକ୍କା ଦେବାରୁ ଜଣେ ୨୬ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରାଜ୍ୟ ସଭା ସାଂସଦ ଲିଙ୍ଗାମନେନି ରମେଶଙ୍କ…

ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବାବେଳେ ଘରୁ ଶୁଭିଲା ଚିତ୍କାର: ଆଉ ତା’ପରେ ଘଟିଲା..

ଦେବଗଡ,୨୧୮(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନାଞ୍ଚଳ ଗୁରୁସଙ୍ଗ ଗ୍ରାମରେ ବାର୍‌ହା ଶିକାର ପାଇଁ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିବା…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ଆର୍‌ଏସ୍‌ଏସ୍‌ ବିରୋଧରେ ପ୍ରତିବନ୍ଧକ ଲଗାଅ: ଆମେରିକୀୟ ସଂସ୍ଥା

ଓ୍ବାଶିଂଟନ,୨୧।୮(ପି.ଟି.): ଆମେରିକାର ଏକ ଧାର୍ମିକ ସ୍ବାଧୀନ ପରାମର୍ଶଦାତା ସଂସ୍ଥାର ଅଧିକାରୀମାନେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଏଥିସହ ସେମାନେ…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଇମ୍ରାନ ଖାନଙ୍କୁ ନେଇ ବଡ଼ ଖବର, ରାତିଅଧରେ ହସ୍ପିଟାଲରେ ଭର୍ତ୍ତି

ଇସଲାମାବାଦ,୨୧।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦସ୍ଥିତ ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାତି ପ୍ରାୟ ୧ଟା ୫ ମିନିଟ୍‌ରେ ତାଙ୍କୁ ଅଦିଆଲା…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri