Posted inଜାତୀୟ

୨୦୩୨ ସୁଦ୍ଧା ଭାରତୀୟ ସେନାର ଅଧା ହେବ ଅଗ୍ନିବୀରଙ୍କ ସଂଖ୍ୟା, ପ୍ରତିବର୍ଷ ଦେଢ଼ ଲକ୍ଷ ନିଯୁକ୍ତି …

ନୂଆଦିଲ୍ଲୀ, ୧୬।୬ : ଭାରତୀୟ ସେନାରେ ସମ୍ପ୍ରତି ୧୨ ଲକ୍ଷ ଯବାନ ଅଛନ୍ତି। ଅଗ୍ନିପଥ ଯୋଜନା ଅନୁସାରେ ୨୦୩୨ ସୁଦ୍ଧା ଅଗ୍ନିବୀରଙ୍କ ସଂଖ୍ୟା ଏହାର ଅଧା ସହିତ ସମାନ ହେବ। ଅର୍ଥାତ ଆଗାମୀ ୧୦ ବର୍ଷ ମଧ୍ୟରେ ଅଗ୍ନିପଥ ଯୋଜନା ଅଧୀନରେ ପ୍ରାୟ ୬ ଲକ୍ଷ ଯବାନ ଭାରତୀୟ ସେନାରେ ଯୋଗଦେବେ।

ପ୍ରଥମ ବ୍ୟାଚରେ ୪୬ ହଜାର ନିଯୁକ୍ତି ପ୍ରଦାନ କରାଯିବ। ଆଗାମୀ ୬ ରୁ ୭ ବର୍ଷ ମଧ୍ୟରେ ଏହି ସଂଖ୍ୟା ଦେଢ଼ ଲକ୍ଷକୁ ବୃଦ୍ଧି ପାଇବ। ଆଗାମୀ ୧୦ ବର୍ଷ ମଧ୍ୟରେ ଏହା ୧.୬ ଲକ୍ଷ ପାଖାପାଖି ହୋଇପାରେ ବୋଲି ଲ୍ୟୁଟନାଟ୍‌ ଜେନେରାଲ ବି.ଏସ ରାଜୁ ସୂଚନା ପ୍ରଦାନ କରିଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆକୁ ସୂଚନା ଦେଇ ସେନାର ଉପାଧ୍ୟକ୍ଷ କହିଛନ୍ତି, ଆମେ ଏହି ଯୋଜନା ଅନ୍ତର୍ଗତ ପ୍ରତିବର୍ଷ ନିଯୁକ୍ତି କରିବାକୁ ଯାଉଛୁ। ଚଳିତ ବର୍ଷ ପ୍ରାୟ୪୦ ହଜାର ନିଯୁକ୍ତି ହେବ। ସପ୍ତମ କିମ୍ବା ଅଷ୍ଟମ ବର୍ଷ ସୁଦ୍ଧା ଏହା ୧.୨ ଲକ୍ଷ ହେବ ଏବଂ ଦଶମ କିମ୍ବା ଏକାଦଶ ବର୍ଷ ସୁଦ୍ଧା ଏହା ୧.୬ ଲକ୍ଷ ଛୁଇଁବ। ସମସ୍ତ ନିଯୁକ୍ତି ଅଧିକାରୀଙ୍କ ବ୍ୟତୀତ କେବଳ ଅଗ୍ନିପଥ ଯୋଜନା ଅନ୍ତର୍ଗତ କରାଯିବ। ଦରମା ଏବଂ ପେନସନ ବିଲ ହ୍ରାସ କରିବା ଲକ୍ଷ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ସୈନିକ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରାଯାଇଛି।

ଭାରତୀୟ ବାୟୁସେନା ଏବଂ ନୌସେନା ଚଳିତ ବର୍ଷ ୩ ହଜାର ଅଗ୍ନିବୀର ନିଯୁକ୍ତ କରିବେ। ଆଗାମୀ ବର୍ଷରେ ସେମାନଙ୍କ ସଂଖ୍ୟା ଅନୁପାତରେ ବୃଦ୍ଧି ପାଇବ। ନିୟମିତ କ୍ୟାଡର ସୈନିକ ଭାବରେ ୧୫ ବର୍ଷ ସେବା ପାଇଁ ସେନାବାହିନୀର ପ୍ରତ୍ୟେକ ବ୍ୟାଚ ମଧ୍ୟରୁ କେବଳ ୨୫ ପ୍ରତିଶତ ସର୍ବୋତ୍ତମଙ୍କୁ ସେନାରେ ରଖାଯିବ। ଚାରି ବର୍ଷ ପରେ ବାକି ୭୫ ପ୍ରତିଶତଙ୍କୁ ଅପସାରଣ କରାଯିବ।

ଲ୍ୟୁଟନାଟ୍‌ ଜେନେରାଲ ବି.ଏସ ରାଜୁ କହିଛନ୍ତି, ନିୟମିତ କ୍ୟାଡର ସୈନିକଙ୍କ ସଂଖ୍ୟା (ପୂର୍ବତନ ସୈନିକ) ଏବଂ ଅଗ୍ନିବୀର (ଚାରି ବର୍ଷର କାର୍ଯ୍ୟକାଳ ସୈନିକ)ଙ୍କ ଅନୁପାତକୁ ୫୦-୫୦ରେ ପହଞ୍ଚାଇବା ହେଉଛି ଏହି ଯୋଜନାର ଲକ୍ଷ୍ୟ। ଛଅରୁ ସାତ ବର୍ଷ ମଧ୍ୟରେ ଭାରତୀୟ ସେନାରେ ସୈନିକମାନଙ୍କର ହାରାହାରି ବୟସ ୩୨ ରୁ ୨୪-୨୬କୁ ହ୍ରାସ ପାଇବ। ଏହା ଦ୍ୱାରା ଭାରତୀୟ ସେନାରେ ଅଧିକ ଯୁବବର୍ଗ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri