୨୦୨୬ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ପାଲଟିବ

ଭୁବନେଶ୍ୱର,୧୭ା୫ (ଅନୁରାଧା ମହାରଣା): ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଭାରତ ୪ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ। ଏପରିକି ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ଜାପାନକୁ ପଛରେ ପକାଇ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଅତିକ୍ରମ କରିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ସଦସ୍ୟ ସଞ୍ଜୀବ ସାନ୍ୟାଲ ଗୁରୁବାର ଏକ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କିଛି ମତ ପ୍ରକାଶ କରିଛନ୍ତି।

ସେହିଭଳି ସାନ୍ୟାଲ କହିଛନ୍ତି, ଦେଶର ଦୁର୍ବଳ ରପ୍ତାନି ସମେତ ବିଭିନ୍ନ ପ୍ରତିବନ୍ଧକକୁ ବିଚାରକୁ ନେଇ ୭% ଅର୍ଥନୈତିକ ଅଭିବୃଦ୍ଧି ହାର ଭାରତ ପାଇଁ ଏକ ‘ବହୁତ ଭଲ’ ଅଭିବୃଦ୍ଧି ହେବ। ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଜାପାନ ବର୍ତ୍ତମାନ ୪.୧ ଟ୍ରିଲିୟନ ଡଲାର ସହ ଟିକେ ଆଗରେ ଅଛି। ତେଣୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ଭାରତ ଜାପାନକୁ ଅତିକ୍ରମକରି ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ତାଙ୍କ କହିବାନୁସାରେ, ଜର୍ମାନୀ ଅର୍ଥନୀତି ୪.୬ ଟ୍ରିଲିୟନ ଡଲାରରେ ସ୍ଥିର ରହିଛି। ଆପାତତଃ ୨ ବର୍ଷ ମଧ୍ୟରେ ଭାରତ ଜର୍ମାନୀ ଅର୍ଥନୀତିକୁ ମଧ୍ୟ ଅତିକ୍ରମ କରିପାରିବ। ତେଣୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିର ଭାରତ ନିକଟତର ଥିବା ସେ କହିଛନ୍ତି।

ସାନ୍ୟାଲ କହିଛନ୍ତି , ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବିକାଶର ମିଶ୍ରଣ କାରଣ ଏହା ନିଯୁକ୍ତି ଏବଂ ରାଜସ୍ବ ବୃଦ୍ଧି କରିବ। ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଏବଂ ଫିଚ୍‌ ରେଟିଂ ଭାରତର ଅଭିବୃଦ୍ଧି ହାରକୁ ୭ ପ୍ରତିଶତରେ ଆକଳନ କରିଥିବାବେଳେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌), ଏସ୍‌ ଆଣ୍ଡ ପି ଗ୍ଲୋବାଲ ରେଟିଂ ଏବଂ ମୋର୍ଗାନ ଷ୍ଟାନ୍‌ଲି ଆର୍ଥିକ ବର୍ଷ ୨୦୨୫ ପାଇଁ ୬.୮ ପ୍ରତିଶତ ଅଭିବୃଦ୍ଧି ହାର ଧାର୍ଯ୍ୟ କରିଛନ୍ତି । ସେ କହିଛନ୍ତି , ଯେକୌଣସି ନିର୍ଦ୍ଦିଷ୍ଟ ବର୍ଷରେ ବହୁ ଉଚ୍ଚ ଅଭିବୃଦ୍ଧି ହାର ହାସଲ କରିବାକୁ ଚେଷ୍ଟା କରିବା ଦିଗରେ ଭାବପ୍ରବଣ ହୋଇପଡ଼ିବା ଉଚିତ ନୁହେଁ। ସାନ୍ୟାଲ ଦର୍ଶାଇଛନ୍ତ, ଦକ୍ଷିଣ- ପୂର୍ବ ଏସିଆର ଇଣ୍ଡୋନେସିଆ, ଥାଇଲାଣ୍ଡ ଭଳି ଦେଶର ସ୍ଥିତି ୯୦ ଦଶକର ମଧ୍ୟଭାଗରେ ବହୁତ ଭଲ ଥିଲା। ମାତ୍ର ଏସୀୟ ସଙ୍କଟରେ ସମାପ୍ତ ହେଲା ବୋଲି ସେ କହିଛନ୍ତି। ସେ କହିଛନ୍ତି , ଦେଶର ଆର୍ଥିକ ବ୍ୟବସ୍ଥା, ମୁଦ୍ରା ବ୍ୟବସ୍ଥା, ସାମ୍ପ୍ରତିକ ଆକାଉଣ୍ଟ ସମ୍ପର୍କିତ ସମସ୍ୟା ସୃଷ୍ଟି ନ କରିବା ଭଲ। ଟଙ୍କାର ଅନ୍ତର୍ଜାତୀୟକରଣ ଉପରେ ଏକ ପ୍ରଶ୍ନର ଉତ୍ତରରେ ସାନ୍ୟାଲ କହିଛନ୍ତି, ଆଗାମୀ ୧ ଦଶନ୍ଧି ମଧ୍ୟରେ ଅନ୍ୟାନ୍ୟ ମୁଦ୍ରାର ସମକକ୍ଷ ହେବାକୁ ଚେଷ୍ଟା କରୁଛୁ, ମାତ୍ର ଆମେ ବିଶ୍ୱର ପ୍ରମୁଖ ମୁଦ୍ରା ହେବାକୁ ଚେଷ୍ଟା କରୁନାହୁଁ। ସାନ୍ୟାଲ କହିଛନ୍ତି, ଆସନ୍ତା ଦଶନ୍ଧି ମଧ୍ୟରେ ଭାରତର ଉଦ୍ଦେଶ୍ୟ ହେଉଛି ଏହାର ବ୍ୟାପକ ବ୍ୟବହାର। ବିଶେଷକରି ଦେଶର ନିଜସ୍ବ ବ୍ୟବସାୟ ଦୃଷ୍ଟିରୁ ଟଙ୍କାକୁ ଏକ ହାର୍ଡ କରେନ୍ସିରେ ପରିଣତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?