Posted inଖେଳ

ମାତ୍ର ୧ ରନ୍‌ ପାଇଁ ରେକର୍ଡରୁ ବଞ୍ଚିତ ହେଲେ ଏହି କ୍ରିକେଟର୍‌

ଲଣ୍ଡନ,୩।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଓଭାଲରେ ଖେଳାଯାଉଛି। ଇଂଲଣ୍ଡ ଟସ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। କିନ୍ତୁ ଲିଡ୍ସ ଭଳି ଭାରତୀୟ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଏଠାରେ ସ୍ବିଙ୍ଗ ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଥିଲା। ବିରାଟବାହିନୀ ୬୧.୩ ଓଭରରେ ୧୯୧ ରନ ସଂଗ୍ରହ କରି ଅଲଆଉଟ୍‌ ହୋଇଥିଲେ॥ କ୍ୟାପଟେନ ବିରାଟ କୋହଲି ଭାରତ ପାଇଁ ୫୦ରନର ଇନିଂସ ଖେଳିଥିଲେ। କିନ୍ତୁ ତାଙ୍କ ଅପେକ୍ଷା ଅଧିକ ରନ ଆଘାତ ପରେ ଦଳକୁ ଫେରିଥିବା ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର କରିଥିଲେ। ଶାର୍ଦ୍ଦୁଳ ମାତ୍ର ୩୬ ବଲରେ ୫୭ ରନ ସଂଗ୍ରହ କରିଥିଲେ। ସେ ୭ ଚୌକା ଓ ୩ ଛକା ମାରିଥିଲେ। ଅର୍ଥାତ୍‌ କେବଳ ଚୌକା, ଛକାରେ ୪୬ ରନ ସ୍କୋର କରାଯାଇଥିଲା। ରବିନ୍ସସନଙ୍କ ବଲରୁ ଛକା ମାରି ଶାର୍ଦୁଳ ନିଜର ୩୧ ବଲ୍‌ରେ ୫୦ ରନ ପୂରଣ କରିଥିଲେ। ଇଂଲଣ୍ଡରେ ଏହା ହେଉଛି ଦ୍ରୁତତମ ଟେଷ୍ଟ ପଚାଶ। ଶାର୍ଦ୍ଦୁଳଙ୍କ ପୂର୍ବରୁ ଏହି ରେକର୍ଡ ଇୟାନ ବୋଥାମଙ୍କ ନାମରେ ଥିଲ। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। କୌତୁହଳର ବିଷୟ ହେଉଛି ଉଭୟ ଅର୍ଦ୍ଧଶତକ ଓଭାଲରେ ଆସିଛନ୍ତି । ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଏହା ହେଉଛି ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ। ଟେଷ୍ଟରେ ଭାରତୀୟ ଦ୍ରୁତତମ ଅର୍ଦ୍ଧଶତକ ରେକର୍ଡ କପିଲ ଦେବଙ୍କ ନାମରେ ରହିଛି।
୧୯୮୨ ମସିହାରେ ପାକିସ୍ତାନ ବିପକ୍ଷରେ ୩୦ଟି ବଲରେ କପିଳ ଅର୍ଦ୍ଧଶତକ କରିଥିଲେ। ଏହାପୂର୍ବରୁ ୧୯୭୮ ମସିହାରେ କପିଳ ଟେଷ୍ଟରେ ପାକିସ୍ତାନ ବିପକ୍ଷରେ ୩୩ ଟି ବଲରେ ଅର୍ଦ୍ଧଶତକ ସ୍କୋର କରିଥିଲେ। ତାଙ୍କ ବ୍ୟତୀତ ବୀରେନ୍ଦ୍ର ସେହ୍ବାଗ ୨୦୦୮ ରେ ଇଂଲଣ୍ଡ ବିପକ୍ଷରେ ୩୨ ବଲରେ ୫୦ ରନ ପୂରଣ କରିଥିଲେ।
୧୫୮.୩୩ଷ୍ଟ୍ରାଇକ ହାରରେ ଶାର୍ଦ୍ଦୁଳ ୫୭ ରନ ସଂଗ୍ରହ କରିଥିଲେ। ଗୋଟିଏ ଟେଷ୍ଟ ଇନିଂସରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଏହା ହେଉଛି ଦ୍ୱିତୀୟ ଶ୍ରେଷ୍ଠ ଷ୍ଟ୍ରାଇକ ହାର। କପିଳ ଦେବ ପ୍ରଥମ ସ୍ଥାନରେ ଅଛନ୍ତି। ସେ ୧୯୮୨ ମସିହାରେ ଇଂଲଣ୍ଡ ବିପକ୍ଷରେ ୧୬୧.୮୧ ହାରରେ ଅର୍ଦ୍ଧଶତକ ହାସଲ କରିଥିଲେ। ହରଭଜନ ସିଂ ତୃତୀୟ ସ୍ଥାନରେ ଅଛନ୍ତି। ସେ ୨୦୦୨ରେ ଇଂଲଣ୍ଡ ବିପକ୍ଷରେ ୧୪୫.୯୪ ହାରରେ ନିଜର ପଚାଶଟି ପୂରଣ କରିଥିଲେ। ଏହି ତାଲିକାରେ ମହମ୍ମଦ ଆଜହରୁଦ୍ଦିନ (୧୪୧.୫୫), କପିଳ ଦେବ (୧୩୭.୭୩) ଚତୁର୍ଥ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

ସୋସିଆଲ ଅଡିଟ ସମୟରେ ଯୁକ୍ତିତର୍କ, ୨ ମହିଳା ଭିଆରପିଙ୍କୁ ଠେଲିଦେଲେ…

ହାଟଡିହୀ,୨୫l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଗ୍ରାମ ପଞ୍ଚାୟତ ସୋସିଆଲ ଅଡିଟ(ସାମାଜିକ ସମୀକ୍ଷା) କାର୍ଯ୍ୟରେ ନିୟୋଜିତ ଦୁଇ ମହିଳା ଭିଆରପି(ଭିଲେଜ ରିସୋର୍ସ ପର୍ସନ) ଏବଂ ସରପଞ୍ଚଙ୍କ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ, ପୁଅକୁ ହରାଇ ଝୁରୁଛି ବେସାହାରା ମା’

ମୋହନା,୨୫।୫( ମନ୍ମଥ ମିଶ୍ର ): ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ । ମୃତକ ହେଲେ ପୂର୍ଣ୍ଣ ମଲ୍ଲିକ ( ୨୫ )। ଏଭଳି ହୃଦୟ ବିଦାରକ ଦୃଶ୍ୟ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ମାଟ୍ରିକରେ ଫେଲ୍‌ ହୋଇଯିବା ପରେ ଭୟରେ ଆନ୍ଧ୍ର ପଳାଇଥିଲେ ନାବାଳକ, ଏବେ ଗାଁକୁ ଫେରିଲେ ଶବ ହୋଇ…

ପଟ୍ଟାଙ୍ଗି, ୨୫।୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଗାଙ୍ଗରାଜପୁର ପଞ୍ଚାୟତର ସେଟରାଇ ଗ୍ରାମର ନାବାଳକ କାମେଶ ମାରି ପଡୋଶୀ ଆନ୍ଧ୍ର ରାଜ୍ୟରେ ଦୁର୍ଘଟଣା…

ପଦାରେ ପଡିଲା ପ୍ରଧାନଶିକ୍ଷକଙ୍କ କଳା କାରନାମା: ଶାଳକାଠ ଚୋରାଚାଲାଣ ହେଉଥିବା ବେଳେ ଧରିଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୨୫।୫ (ଦୁର୍ଗା କୀର୍ତ୍ତି): ଜଣେ ଶିକ୍ଷିତ ବ୍ୟକ୍ତି ତଥା ସମାଜର ଗଠନକର୍ତ୍ତା କୁହାଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ କଳା କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri