ବ୍ୟସ୍ତ ବାହାନା

ବ୍ୟସ୍ତ ଗାଁ, ବ୍ୟସ୍ତ ସହର, ବ୍ୟସ୍ତ ଦୁନିଆର ବ୍ୟସ୍ତ ମଣିଷ। ଆଜିକାଲି ଶିଶୁଟିଏଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠଙ୍କ ପର୍ଯ୍ୟନ୍ତ ଯାହାକୁ ଦେଖିବ ସିଏ ବ୍ୟସ୍ତ। ତେବେ ଏହି ବ୍ୟସ୍ତତାର ବାହାନା ନେଇ ଅନେକେ ଲାଭ ଉଠାଇବାକୁ ପଛାଉନାହାନ୍ତି ଏକଥା କାହାରିକୁ ପଚାରିବାକୁ ପଡୁନି କି କହିବାକୁ ପଡୁନି। ବୁଝିହେଇଯାଉଛି, ଯଦି ନ ବୁଝି ପାରି କହିବା ତେବେ ସେ କଥା ବ୍ୟସ୍ତତାର ଅଡୁଆ ଜାଲରେ ଏମିତି ଛନ୍ଦି ହୋଇଯିବ ଯେ ସବୁ ଆଶା ଆଶଙ୍କାରେ ପରିଣତ ହେବ।
ଆସନ୍ତୁ ଏ ସମ୍ପର୍କରେ କେତୋଟି ଉଦାହରଣ ଦେବା। ଶ୍ୟାମବାବୁ ହେଉଛନ୍ତି ଜଣେ ମଧ୍ୟସ୍ଥ। ଅର୍ଥାତ୍‌ ଯୋଜନାର ସହାୟତା ପାଇଁ ହେଉ ବା ବାହାଘର ସବୁଠି ସେ ମଧ୍ୟସ୍ଥ । କିଛି ପୂରଣ ହେବା ଆଶାରେ ଆଶାୟୀ ଧାଇଁଯାଆନ୍ତି ଶ୍ୟାମବାବୁଙ୍କ ପାଖକୁ। ଶ୍ୟାମବାବୁଙ୍କ ସହ ଭେଟ ହେବା ଓ ତାଙ୍କ ସହ କଥାବାର୍ତ୍ତା ହେବା ଏତେ ସହଜ ବ୍ୟାପାର ନୁହେଁ। ନିଜର ଗୁରୁତ୍ୱ ବଢ଼ାଇବାକୁ ଶ୍ୟାମବାବୁ ଖଞ୍ଜିଦେଇଛନ୍ତି ଆଉ ଜଣେ ମଧ୍ୟସ୍ଥ। ସେ ଯାହାହେଉନା କାହିଁକି କଥାର ପଶାପାଲିରେ ସେ ଏମିତି ସର ପକେଇ ଦିଅନ୍ତି ଯେ, ଯିଏ ଥରେ ତାଙ୍କ ପାଖକୁ ଯାଇଛି ସେ ବୁଝିଯିବ ଯେ ଶ୍ୟାମବାବୁ ହିଁ ଏକା ପାରିବାରଲୋକ। ସେ କୁହନ୍ତି ନ ଲାଗିଲେ, ନ ଦୌଡ଼ିଲେ ହେବନ। କାହାର ଲକ୍ଷ୍ୟ ପୂରଣ ହେଉ ବା ନ ହେଉ ଉଭୟ ମଧ୍ୟସ୍ଥ ଏମିତି ବ୍ୟସ୍ତ ଥାଆନ୍ତି ଯେ ଅନ୍ୟର ଗୁରୁତ୍ୱପୂର୍ଣ୍ଣ ବିଷୟ ବି ଏଠି ଫିକା ପଡ଼ିଯିବ। ଏଠି ସୁଯୋଗ ଅପେକ୍ଷାରେ ଉଭୟପକ୍ଷ ଥାଆନ୍ତି। ଭତ୍ତାଠାରୁ ଖାତା ଖୋଲିବା ପର୍ଯ୍ୟନ୍ତ ଲକ୍ଷ୍ୟ ପୂରଣ ସବୁ ଯୋଗ୍ୟତା ଆଧାରରେ ତା’ର ସ୍ବପ୍ରକ୍ରିୟା ଦେଇ ଚାଲିଥାଏ କିନ୍ତୁ ଏଠି ବ୍ୟସ୍ତତା ଖାଲି ଏକ ବାହାନା। ଜଣେ ଲୋକ ଅଫିସରେ ବି ଚାରିଚାରିଟା ଦାୟିତ୍ୱରେ। ପଦବୀର ଗୁରୁତ୍ୱ ଅଛି ତ କାମ କରିବା ମୁସ୍କିଲ ନଚେତ ଏ ଦାୟିତ୍ୱ ବି କିଛି ବଡ଼କଥା ନୁହେଁ। ତା’ଛଡ଼ା କେହି କେହି କୁହନ୍ତି ମୁଁ ଅନେକ ସଂଗଠନରେ ବିଭିନ୍ନ ପଦପଦବୀରେ ଅଭିଷିକ୍ତ। ଏଣୁ ସବୁଠି ଯୋଗ ଦେଇହେଉ ନାହିଁ କି କାହାରି କାମକୁ ସମ୍ପୂର୍ଣ୍ଣ କରିପାରୁନାହିଁ। ଶେଷରେ ବ୍ୟସ୍ତ ହୋଇପଡି ଏଠି ବାହାନା ଖୋଜେ ମଣିଷ। କେତେକ କ୍ଷେତ୍ରରେ ଦୌଡ଼ି ଦୌଡ଼ି ହାଲିଆ କିନ୍ତୁ ଫଳ ଶୂନ। ବିନା ପ୍ଲାନିଂର କାମରେ ବି ଏମିତି ହୁଏ।
ତା’ଛଡ଼ା ଉପରିସ୍ଥ ଅଧିକାରୀଙ୍କ ଆଗରେ ବ୍ୟସ୍ତ ଆଚରଣ ବି କେଉଁଠି କେଉଁଠି ଏକ ବାହାନା।
ଆଉ କେହି କେହି କୁହନ୍ତି, ମରିବାକୁ ଟିକେ ତର ନାହିଁ। ସବୁ କାର୍ଯ୍ୟରୁ ଖସିବାର ଏକ ପ୍ରକୃଷ୍ଟ ଉପାୟ।
ଶୁଣୁଥିବା ଲୋକଟିର ଆଶା ପାଣିଫୋଟକା ପରି ମିଳେଇଯାଏ ଯେମିତ। ପ୍ରସ୍ତାବକ ବା ଆଶାୟୀଙ୍କୁ ନିଜଠାରୁ ଦୂରେଇ ରଖିବା କିମ୍ବା ସେ ଧନ୍ଦାଠାରୁ ନିଜକୁ ଦୂରେଇ ରଖିବାର ଏକ ଖଣ୍ଡବାକ୍ୟ। ଭଲ ବା ମନ୍ଦରେ ଏହାର ବ୍ୟବହାର ହୁଏ। ତେବେ ମନ୍ଦ କାମକୁ ବାଦ୍‌ ଦେଲେ ଭଲଠୁ ନିଜକୁ ଦୂରେଇରଖିବା ପାଇଁ ବ୍ୟସ୍ତ ବାହାନା ମଣିଷକୁ ମନ୍ଦ କରେ ନାହିଁ କି? ଏ ଆଚରଣ ବି ପିଲାମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଘରେ ବସି ଯେତେବେଳେ ପିଲାଟିଏ ଅନ୍‌ଲାଇନ କ୍ଲାସ କରୁଥିବ ଅଧିକାଂଶ କ୍ଷେତ୍ରରେ ତାକୁ ଜଣେ ଜଗିବାକୁ ପଡ଼େ। ସେଠାରୁ ଉଠିଆସିଲେ ପିଲାଟି ସେହି ମୋବାଇଲ କିମ୍ବା ଟାବ୍‌ଲେଟରେ କ୍ଲାସ ସହ ଫ୍ଲାସ, ମାନେ ୟୁଟ୍ୟୁବ୍‌, ଗେମ ଇତ୍ୟାଦି ବି ଖୋଲିଦେଇଥିବ। ଆଉ ମାଛକୁ ବଗ ଚାହିଁଲା ପରି ଚାହିଁ ରହିଥିବ। ପଚାରିଲେ କହିବ ‘ଅନ୍‌ଲାଇନ କ୍ଲାସ ଠୁ ଡିଫିକଲ୍ଟ, ଆଇ ଆମ୍‌ କ୍ୱାଇଟ୍‌ ବିଜି ନାଓ’। ଇଏ ବ୍ୟସ୍ତତା ପରିପ୍ରକାଶର ଏକ ନିଆରା ଢଙ୍ଗ। ବ୍ୟସ୍ତତାକୁ କିପରି ବାହାନାରେ ପରିଣତ କରାଯାଇପାରିବ ତାହା ପିଲାମାନେ ନିଜର ପରିବେଶ, ପରିବାରରୁ ହିଁ ଶିଖନ୍ତି ା ଏମିତି ନ ହେଉ ଯେ ପୁଅବୋହୂଙ୍କ ବ୍ୟସ୍ତ ବାହାନା ଦେଖି ମାତାପିତା କହିବେ ବୃଦ୍ଧାଶ୍ରମ ବି ଘରଠାରୁ ଭଲ ା କହିବେ କ’ଣ କହିଲେଣି ନା, କହିପକାଇଲେ କମଳା ମାଉସୀ ା ଏଇ ଦେଖୁନ ମାଧବବାବୁଙ୍କ ସ୍ତ୍ରୀ ା ଘରେ ରହିବନି ବୋଲି ସାରା ଫନ୍ଦିଫିକର। ଗୋଟିଏ ପ୍ରାଇଭେଟ ସଂସ୍ଥାରେ କାମ କରି ପିଲା ସମ୍ଭାଳି ରୋଷେଇ କରି ସ୍ବାମୀଙ୍କ ସେବା କରୁଛି। ହେଲେ ଶାଶୁଶ୍ୱଶୁରଙ୍କୁ ଚା ଜଳଖିଆ, ଖାଦ୍ୟ ପରଷିଲା ବେଳକୁ ଗରଗର। କେତେବେଳେ ମୁଁ କ’ଣ କରିବି? ଏମିତି ଘର ପୃଥିବୀରେ ନ ଥିବ ା ଏ ଘର ମୋ ପାଇଁ ନର୍କ। ସତେଯେମିତି ଶାଶୁଶ୍ୱଶୁରଙ୍କୁ ଛାଡ଼ିଦେଲେ ସେ ସବୁ ବ୍ୟସ୍ତତାରୁ ମୁକ୍ତ ହୋଇଯିବେ ା
କମଳା ମାଉସୀ କହୁ କହୁ କହିପକାଇଲେ, ଏଇ ଦେଖୁନ ଶାଶୁଶ୍ୱଶୁରଙ୍କଠାରୁ ନଣନ୍ଦ ଦିଅରର ଯୌଥପରିବାରକୁ ସମ୍ଭାଳି ପିଲାଛୁଆ ପାଠପଢ଼ା, ସ୍ବାମୀଙ୍କୁ ସାହାଯ୍ୟ, ଘରକାମ ସବୁ ମୁଁ କରୁଛି କେମିତି? ସମୟର ସୁପରିଚାଳନା ଓ ସକାରାତ୍ମକ ମନୋବୃତ୍ତି ନେଇ ନିଜର କର୍ତ୍ତବ୍ୟ କରିଚାଲିଲେ ଏହା ସମାଜ ଓ ଉତ୍ତରପିଢ଼ିଙ୍କ ଉପରେ ସୁପ୍ରଭାବ ପକାଇବ ଓ ଅନ୍ୟ ଉପରେ ନିର୍ଭରଶୀଳ ହେବା ନାହିଁ ା ନଚେତ ପିଲାଠାରୁ ବୟୋଜ୍ୟେଷ୍ଠଙ୍କ ପର୍ଯ୍ୟନ୍ତ ବ୍ୟସ୍ତବାହାନା ନେଇ ନିଜ ସ୍ବାର୍ଥ ସାଧନରେ ଅନ୍ଧ ହୋଇ ପରସ୍ପରକୁ ଠକିଚାଲିଥିବେ। ଏ ବ୍ୟସ୍ତ ବାହାନାର ସମାଜରେ ସଭିଏ ପର କେହି ନୁହେଁ କାହାର। ଏତିକିବେଳେ କମଳା ମାଉସୀଙ୍କ ଫୋନ୍‌ଟା ବାଜିଉଠିଲା ା ସେପଟୁ ଉତ୍ତର ଆସିଲା ଯେ ମୁଁ ତୁମ ପରାମର୍ଶ ଅନୁସାରେ ଫ୍ୟାମିଲି ପ୍ଲାନିଂ ଅପରେଶନ କରିଦେଇଛି। ଏତେ ବ୍ୟସ୍ତତା ଭିତରେ କମଳା ମାଉସୀ ଅନ୍ୟର ଅଧିକାର ଓ ସୁବିଧା ପାଇଁ ବି ବାଟ ବତାଇ ପାରିଛନ୍ତି। ଦୈନନ୍ଦିନର ଏ ବ୍ୟସ୍ତତା ବାହାନା ନ ହୋଇପାରେ କିନ୍ତୁ ଆନ୍ତରିକତାର ସହ ଛୋଟିଆ ସହଯୋଗ ସମାଜରେ ଏକ ବିରାଟ ପରିବର୍ତ୍ତନ ଆଣିଦେଇ ପାରେ। ସହରଠୁ ଗଁା ଧାଁ ଦଉଡ଼ର ଜୀବନ ଜିଉଛି ମଣିଷ। ତେବେ ସବୁବେଳେ ଅତ୍ୟଧିକ ବ୍ୟସ୍ତତାପୂର୍ଣ୍ଣ ଜୀବନ ଯେ ସ୍ବାସ୍ଥ୍ୟର ଚରମ ବିପର୍ଯ୍ୟୟ ନ ଘଟାଇବ ତାହା କହିହେବ ନାହିଁ। ବୁଦ୍ଧିମାନର ସହ ସୀମା ଭିତରେ ରହି ସୀମିତ ସମ୍ବଳ ଓ ସମୟ ମଧ୍ୟରେ ସବୁକାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିବାର ଦକ୍ଷତା କେବଳ ମଣିଷର ହିଁ ଅଛି ା ଏହାକୁ ଫଳପ୍ରସୂ କରିବାକୁ ହେଲେ ମନରୁ ବ୍ୟସ୍ତ ବାହାନାକୁ ଦୂରେଇଦେବା ଜରୁରୀ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ:୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri