୧୨୦ ଆସନ କହି ବ୍ୟବସାୟ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭାଜପା ରାଜ୍ୟରେ ୧୨୦ ବିଧାନସଭା ଆସନ ଦଖଲ କରିବ ବୋଲି ଦାବି କଲାଣି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮୮ତମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଏହି ଯୁକ୍ତି ରଖିଥିଲେ। ହେଲେ ସମୀରଙ୍କ ଏହି ବାକ୍ୟବାଣରେ ଦଳର ତୃଣମୂଳସ୍ତରର କର୍ମୀମାନେ ଆଉ ଆଗଭଳି ଉତ୍ସାହିତ ଥିବା ମନେହେଉନାହିଁ। କାରଣ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପାର ଚାଣକ୍ୟ ବୋଲି ପ୍ରଚାର କରାଯାଉଥିବା ତଥା ସେତେବେଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବାରମ୍ବାର ଓଡ଼ିଶା ଆସି ମିଶନ ୧୨୦ କଥା କହି ବୁଲିଲେ। ଶାହାଙ୍କ କଥା କେବେହେଲେ ଫେଲ୍‌ ହୁଏ ନାହିଁ ବୋଲି ନିର୍ବାଚନ ସମୟରେ ଗଣମାଧ୍ୟମରେ ବେଶ୍‌ ଜୋର୍‌ରେ ପ୍ରଚାର କରାଗଲା। ହେଲେ ଶାହାଙ୍କ କଥା ଭୁଲ୍‌ ପ୍ରମାଣିତ ହେବା ସହ ଫଳ ସମ୍ପୂର୍ଣ୍ଣ ଓଲଟା ଆସିଲା। ସେଥିପାଇଁ ତ୍ରୁଟି ଶାହାଙ୍କ ହିସାବ ନୁହେଁ। ଅମିତ ଶାହାଙ୍କ କଥାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ବ୍ୟକ୍ତି ଆରମ୍ଭରୁ ଭଙ୍ଗୁର କରିବାକୁ ଲାଗି ପଡ଼ିଥିଲେ। ବରିଷ୍ଠ ଖବରଦାତା ତଥା ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, ପଞ୍ଚାୟତ ଓ ପୌର ଫଳାଫଳ ଯାହା ହୋଇଛି ଏଥର ଭାଜପା ୧୨୦ ସ୍ଲୋଗାନ ଦେବାର କିଛି ଆଧାର ନାହିଁ। ରାଜ୍ୟରେ ଏବେ ଭାଜପାର ନେତୃତ୍ୱ ନାହିଁ ବୋଲି ସେମାନଙ୍କ ଦଳର ନେତା କହିଲେଣି।
ଅନ୍ୟପଟେ ୨୦୧୯ ନିର୍ବାଚନ ପୂର୍ବରୁ ଭାଜପାର ଯେପରି ଆଭିମୁଖ୍ୟ ଥିଲା ତାକୁ ଦେଖି ଓଡ଼ିଶାର ବହୁ କଂଗ୍ରେସ ନେତା, କର୍ମୀଙ୍କ ସମେତ ଅନେକ ଅସନ୍ତୁଷ୍ଟ ବିଜେଡି ନେତା, କର୍ମୀମାନେ କଲବଲ ହୋଇ ଏହି ଦଳରେ ମିଶିଗଲେ। ସେହି ନେତା ଓ କର୍ମୀଙ୍କ ମିଶ୍ରଣକୁ ଦଳୀୟ ନେତୃତ୍ୱ ନିଜର ଦକ୍ଷତା ଭାବେ ପ୍ରଦର୍ଶନ କଲେ। ହେଲେ ବର୍ତ୍ତମାନ ଭାଜପାରେ ଯୋଗଦେଇଥିବା ନେତାମାନେ ଆଉ ଦଳର ନେତୃତ୍ୱକୁ ଭରସା କରୁନାହାନ୍ତି। ନିକଟରେ ଭାଜପାରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ ଏହାର ବଡ ଉଦାହରଣ। ସାଧାରଣ ନିର୍ବାଚନରେ ଭାଜପାର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଚିତ୍ରଣ କରାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ ନିଜର କାର୍ଯ୍ୟ ଅନ୍ୟ ଦ୍ୱାରା କରାଇବାରେ ଲାଗିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟ ଭାଜପାର ପ୍ରତ୍ୟେକଟି କାର୍ଯ୍ୟକର୍ତ୍ତା ଧର୍ମେନ୍ଦ୍ରଙ୍କ ଗୋଷ୍ଠୀର ବୋଲି ଦଳର କେତେଜଣ ନେତୃବୃନ୍ଦ ମତ ପ୍ରକାଶ କରୁଛନ୍ତି। କେନ୍ଦ୍ରରେ ଥିବା ତାଙ୍କ ପତିଆରା ଦେଖି ରାଜ୍ୟର ବହୁ ନେତା ତାଙ୍କ ଅନୁଗତ ପାଲଟିଗଲେ। ଆଉ ଯେଉଁମାନେ ତାଙ୍କ କଥା ମାନିଲେ ସେହିଭଳି କେତେଜଣଙ୍କୁ ଦଳର ପଦ ପଦବୀରେ ଥଇଥାନ କରି ଦିଆଗଲା। ଏହାସହ ତାଙ୍କର ଆଉ କେତେଜଣ
୧୨୦ ଆସନ…
ଅନୁଗତଙ୍କୁ କେତେକ ଜାତୀୟ ସଂସ୍ଥାର ନିର୍ଦ୍ଦେଶକ ଭାବେ ଚୟନ କରି ସେ ବସାଇ ଦେଇଛନ୍ତି ବୋଲି ଦଳୀୟ ମହଲରେ ସମାଲୋଚନା ଚାଲିଛି।
କେନ୍ଦ୍ରରେ ୮ ବର୍ଷ ହେଲା ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଶାସନ କ୍ଷମତାରେ ରହି ବହୁ ରାଜ୍ୟରେ ନିଜର ସ୍ଥିତି ସୁଦୃଢ କରିପାରିଛି। ଓଡ଼ିଶାରେ ମଧ୍ୟ ଭାଜପା ଶୀର୍ଷ ନେତୃତ୍ୱ ଚାହିଁଲେ ବହୁ କିଛି କରିପାରନ୍ତେ। ହେଲେ ବ୍ୟବସାୟିକ ସ୍ବାର୍ଥ ଯୋଗୁ ଦଳର କର୍ମୀ ଏବଂ ଚିନ୍ତାଧାରା ବଳିପଡିଯାଇଛି। ଉଦାହରଣ ସ୍ବରୂପ, ପୁରୀରେ ହେବାକୁ ଥିବା ସରକାରୀ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାଲିକୁ ହଠାତ୍‌ ବାତିଲ କରି ଦିଆଯାଇଛି। ବିଧିବଦ୍ଧ ଭାବେ ଭାଜପାର ଏହି କାର୍ଯ୍ୟରେ ବହୁ ଜଗନ୍ନାଥ ଭକ୍ତ କର୍ମୀ ଯୋଗଦେବାକୁ ଇଚ୍ଛୁକ ଥିଲେ। କୁହାଯାଉଛି, ଜିଲାପାଳ ଏହି ରାଲିକୁ ବନ୍ଦ କରିଦେଇଛନ୍ତି। ସତେ ଯେମିତି ରାଜନୈତିକ ବିରୋଧ ପାଇଁ ଜିଲା ପ୍ରଶାସନର ଅନୁମତି ଲୋଡାଯାଇଥାଏ। ଏଥିରୁ ବୁଝିବାକୁ ହେବ ଜିଲାପାଳ ଏତେବଡ ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ମହଲରୁ ଅନୁମତି ପାଇଥିବେ। ରାଜ୍ୟ ସରକାର ମଧ୍ୟ ଏହିଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ରକୁ ସୂଚାଇଥିବେ। ରାଜ୍ୟବାସୀ ଭଲଭାବେ ଜାଣନ୍ତି ଓଡ଼ିଶା ମାମଲାରେ କେନ୍ଦ୍ରରୁ କିଏ ନିଷ୍ପତ୍ତି ଜଣାଇଥିବେ। ଏନେଇ ରବି ଦାସ ଆହୁରି କହିଛନ୍ତି, ଓଡ଼ିଶା ଭାଜପାରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଧର୍ମେନ୍ଦ୍ରଙ୍କ ଲୋକ। ହେଲେ ଓଡ଼ିଶାରେ କେବଳ ବିରୋଧୀ ଭୂମିକା ତୁଲାଇବା ଲାଗି ଲୋକଦେଖାଣିଆ ଭାବେ ଯାହା କରିବା କଥା ଭାଜପା ନେତାମାନେ ଚଲାଇଛନ୍ତି ବୋଲି ସେ କହିଛନ୍ତି।
ସେହିପରି ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଯେଉଁଭଳି ରାଜ୍ୟ ସରକାରଙ୍କୁ ବିରୋଧ କରୁଛି ତାହା ଗାଁ ଗହଳିରେ ଯେପରି ରାମାୟଣ ନାଟକ ଚାଲେ ସମ୍ପୂର୍ଣ୍ଣ ସେମିତି ହେଉଛି ଅର୍ଥାତ୍‌ ଗାଁର ରାମାୟଣ ନାଟକରେ ଯିଏ ରାବଣ ଅଭିନୟ କରୁଥାଆନ୍ତି ସେ ନିଜ ହାତରେ ଥିବା ମିଛିମିଛିକା ଖଣ୍ଡାକୁ ଧରି ବାରମ୍ବାର ମଞ୍ଚ ଉପରେ ବୁଲାଇ ଏପାଖରୁ ସେପାଖ ଦୁଇ ଚାରିଥର ବୁଲିଯାଆନ୍ତି। ହେଲେ ସେହି ଖଣ୍ଡା ଆକ୍ରମଣ ପାଇଁ ନୁହେଁ। ଭାଜପା ନେତା ଓଡ଼ିଶାରେ ସେଇଭଳି ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ ଚଳାଇଛନ୍ତି। ନିକଟରେ ଶେଷ ହୋଇଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନ ଫଳାଫଳରୁ ହିଁ ଏକଥା ସ୍ପଷ୍ଟ ହୋଇଯାଇଛି। ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ୨ଟି ଉପନିର୍ବାଚନଠାରୁ ହିଁ ଭାଜପା ଶୀର୍ଷ ନେତୃତ୍ୱଙ୍କ ପ୍ରକୃତ ଆଭିମୁଖ୍ୟ କ୍ରମଶଃ କର୍ମୀମାନେ ବୁଝିଲେଣିି। ପଞ୍ଚାୟତ ଓ ପୌର ନିର୍ବାଚନରେ ସେହି ନେତା ଥରୁଟିଏ ବି ଓଡ଼ିଶାରେ ପାଦ ପକାଇଲେ ନାହିଁ। କେବଳ ଭାଜପାର ଏହି ବଡ ନେତାମାନଙ୍କ ବ୍ୟବସାୟ ଲାଗି ଦଳର କର୍ମୀମାନଙ୍କୁ ବ୍ୟବହାର କରାଯାଉଥିବା ଆଲୋଚନା ହେଉଛି। ଯଦି କୌଣସିଠାରେ ବ୍ୟବସାୟରେ ଭାଜପା ଉପରିସ୍ଥ ନେତାଙ୍କୁ ଅସୁବିଧା ହୁଏ ତେବେ କିଛି ପ୍ରସଙ୍ଗ ଉଠାଇ ଭାଜପା କର୍ମୀମାନଙ୍କୁ ସରକାରଙ୍କ ବିରୋଧରେ ହୋହଲ୍ଲା କରିବାକୁ କହି ଦିଆଯାଉଛି। ଯେତେବେଳେ ନେତାଙ୍କ ସ୍ବାର୍ଥ ପୂରଣ ହେଉଛି ଆନ୍ଦୋଳନ, ପ୍ରତିବାଦ ଆପେ ବନ୍ଦ ହୋଇଯାଉଥିବା ଦଳର କେତେଜଣ ନେତା ଏବେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri