ପାନୀୟ ଜଳର ଶୁଦ୍ଧତା ନାମରେ ବ୍ୟବସାୟ

ପଟ୍ଟାମୁଣ୍ଡାଇ,୨୦ା୪(ସ୍ବ.ପ୍ର.): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିରୁ ନିସ୍ତାର ମିଳିପାରିନାହିଁ। ଉପକୂଳ ଓଡ଼ିଶାରେ ଆଜିବି ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି। ଅସହ୍ୟ ଗରମ ଯୋଗୁ ଲୋକେ ଯେତେ କାମ ଥିଲେ ବି ଅପରାହ୍ନରୁ ବାହାରକୁ ବାହାରିବାକୁ ପସନ୍ଦ କରୁନାହାନ୍ତି। ଏପରିସ୍ଥଳେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଶୋଷ ହେଲେ ପ୍ରାୟତଃ ଥଣ୍ଡା ପାଉଚ ଓ ବୋତଲ ପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି। ପାଉଚ ଓ ବୋତଲ ପାନୀୟ ଜଳର ଶୁଦ୍ଧତା ନାମରେ କୋଟି କୋଟି ଟଙ୍କାର ବ୍ୟବସାୟ ଚାଲିଛି। ଏ ବାବଦରେ କେହି ଅସନ୍ତୋଷ ପ୍ରକାଶ କରୁନାହାନ୍ତି। ଆମେ ଯେଉଁ ପାଉଚ ପାଣି ପିଉଛୁ, ତାହାର ଶୁଦ୍ଧତା ଓ ଗୁଣବତ୍ତା ଜାଣିବାକୁ ଲୋକଙ୍କ ପକ୍ଷେ କିମ୍ବା ପ୍ରଶାସନର ସମୟ ନାହିଁ। କେବେ ମଧ୍ୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଉନାହିଁ। ଏହାର ଫାଇଦା ନେଇ ବେପାରୀମାନେ ଖୋଲାଖୋଲି ବେଆଇନ ଭାବେ ପିଇବା ପାଣି ବିକ୍ରି କରୁଛନ୍ତି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ପିଇବା ପାଣି କାରବାର ବିପୁଳ ମାତ୍ରାରେ ବଢ଼ିବାରେ ଲାଗିଛି। ଲାଇସେନ୍ସ ନ ନେଇ ଲକ୍ଷାଧିକ ଟଙ୍କାର ପିଇବା ପାଣିର କାରବାର ଚାଲିଛି। ବିଲ୍‌ ମାଗିଲେ ବି ଲୋକଙ୍କୁ ଦିଆଯାଉନି। ପିଇବା ପାଣି ନଁାରେ ଲୋକଙ୍କୁ ଏଠି ଠକେଇ ଚାଲିଛି। ନାମୀଦାମୀ କମ୍ପାନୀ ନଁାରେ ନକଲି ପାଣି ବୋତଲ ବି ବଜାରରେ ଯାହାକୁ ଯେତେ ମିଳୁଛି। କେବେ ଓ କେଉଁ କମ୍ପାନୀର ପାଣି ବୋତଲ ବଜାରକୁ ଆସୁଛି, ତାହାର କିଛି ସୂଚନା ଲେଖା ଯାଉ ନ ଥିବା ଦେଖିବାକୁ ମିଳୁଛି। ଶୁଦ୍ଧ ପାନୀୟ ଜଳ (ବୋତଲରେ ବିକ୍ରି ହେଉଥିବା ପାଣି)ର ବ୍ୟବସାୟ କରୁଥିବା ଲୋକେ ଭୂତଳ ଜଳକୁ ଛାଣି ବା ଫିଲ୍‌ଟର କରି ବୋତଲ ଏବଂ ଜାର୍‌ରେ ଭର୍ତ୍ତି କରି ଦେଉଛନ୍ତି। ଫିଲ୍‌ଟର କରାଯାଉଥିବା ଏହି ପାଣିକୁ ହାଲୁକା ନୀଳ ରଙ୍ଗ କରିବାକୁ ସେଥିରେ କେମିକାଲ୍‌ ମିଶାଯାଉଛି। କମ୍ପାନୀଗୁଡ଼ିକ ଏହି ପାଣିର ବେପାର ଚଳାଇଛନ୍ତି। ଆଜି ଫ୍ରେଶ ନାମରେ ତ କାଲି ରିଫ୍ରେଶ ନାମରେ ବୋତଲ ଓ ଜରି ପ୍ୟାକେଟ୍‌ରେ ପାଣି ମଧ୍ୟ ବିକ୍ରି କରାଯାଉଛି। ଏହି ବୋତଲ ଓ ପାଉଚ୍‌ ପାଣି କମ୍ପାନୀର ସଂଖ୍ୟା କେତେ ସେ ବାବଦରେ କୌଣସି ସୂଚନା ପ୍ରଶାସନ ବା ସରକାରଙ୍କ ପାଖରେ ନାହିଁ।
ଅଧ୍ୟାପକ କ୍ଷିତୀଶ କୁମାର ସିଂ କହିଛନ୍ତି, କୀଟାଣୁନାଶକ ବା ଅନ୍ୟ ଅର୍ଥରେ ଶୁଦ୍ଧ ବୋଲି କହି ବୋତଲ ପାଣିର ବିକ୍ରି ଚାଲିଛି। ବୋତଲ ବା ପାଉଚରେ ବିକ୍ରି ହେଉଥିବା ପାଣି ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଉଥିଲେ ମଧ୍ୟ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଶୁଦ୍ଧ ବୋଲି କୁହାଯାଇ ବିକ୍ରି ହେଉଥିବା ବୋତଲ ପାଣିର ଶୁଦ୍ଧତାର ମାତ୍ରା କମ୍‌। ନାଚୁରାଲ୍‌ ରିସୋର୍ସେସ୍‌ ଡିଫେନ୍ସ କାଉନ୍‌ସିଲ୍‌ର ଅଧ୍ୟୟନରୁ ଜଣାପଡିଛି ଯେ, ବୋତଲ ପାଣି ଓ ସାଧାରଣ ପାଣି ପ୍ରାୟତଃ ସମାନ। ମିନେରାଲ୍‌ ୱାଟର ନାମରେ ବିକ୍ରି ହେଉଥିବା ବୋତଲ ପାଣି ପାଇଁ ବ୍ୟବହୃତ ହେଉଥିବା ବୋତଲର ପ୍ରସ୍ତୁତି ବେଳେ ଏକ ବିଶେଷ ରସାୟନ ପେଥଲେଟସ୍‌ର ବ୍ୟବହାର କରାଯାଏ। ଏହି ରସାୟନ ବୋତଲକୁ ମୁଲାୟମ ରଖିବାରେ ସାହାଯ୍ୟ କରିଥାଏ। ଏହି ରସାୟନ ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖେଳଣା ନିର୍ମାଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ସାଧାରଣ ତାପମାତ୍ରାଠାରୁ ଅଧିକ ତାପମାତ୍ରାରେ ଏହି ରସାୟନ ପାଣିରେ ମିଶିଯାଏ ଓ ଆମ ଶରୀରକୁ ଗଲେ ଅନେକ ପ୍ରକାର କୁପ୍ରଭାବ ଦେଖାଇଥାଏ। ଆଣ୍ଟିମନି ନାମକ ରସାୟନରୁ ପ୍ରସ୍ତୁତ ବୋତଲରେ ପାଣି ରଖାଗଲେ ପାଣି ଯେତିକି ପୁରୁଣା ହେବ ଆଣ୍ଟିମନିର ମାତ୍ରା ସେତିକି ବଢ଼ିବ। ଏଣୁ ଏହାର ବ୍ୟବହାର ଶରୀର ପାଇଁ କ୍ଷତିକାରକ। ସାମାଜିକ କର୍ମୀ ମନୋଜ ଦାସ କହିଛନ୍ତି, ବୋତଲ ଓ ପାଉଚ ପାଣିର ବ୍ୟବହାର ସାଧାରଣ ଲୋକଙ୍କର ସ୍ବାସ୍ଥ୍ୟ ପ୍ରତି ଚିନ୍ତା ବଢ଼ାଇଛି। ଏଣୁ ପାଣି ପାଇଁ ଲୋକେ ପାଣି ଭଳି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଜନସାଧାରଣ ନା ସରକାର ନଦୀଜଳ, ଜଳଉତ୍ସ ସବୁକୁ ସଫା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ଏହା ହେଲେ ସମସ୍ତଙ୍କୁ ଶୁଦ୍ଧ ପାନୀୟଜଳ ମିଳିପାରନ୍ତା। ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ଗୋଟିଏ କଥା ସତ୍ୟ ଯେ ମାଠିଆ ବା ସୁରେଇର ପାଣିଠାରୁ ବୋତଲ ପାଣି ଉତ୍କୃଷ୍ଟ ନୁହେଁ। ବୋତଲ ପାଣିର ଆବଶ୍ୟକତା ଶୁଦ୍ଧତା ଏବଂ ସ୍ବଚ୍ଛତା ପରିବର୍ତ୍ତେ ଫେଶନ୍‌ ଏବଂ ଷ୍ଟାଟସ୍‌ର ସିମ୍ବଲରେ ପରିଣତ ହେବାରେ ଲାଗିଲାଣି। ପ୍ରତିଦିନ ଲକ୍ଷାଧିକ ବୋତଲ ପାଣି ବ୍ୟବହାର ପରେ ଫିଙ୍ଗି ଦିଆଯାଉଛି, ଯାହା ପରିବେଶ ପାଇଁ ସଙ୍କଟ ସୃଷ୍ଟି କରୁଛି। କିନ୍ତୁ ଆମ ସରକାର ଏ ଦିଗରେ ଆଖି ବୁଜି ଦେଇଛନ୍ତି। ବୋତଲ ପାଣିର ବିକ୍ରି ବନ୍ଦ କରାଗଲେ ପ୍ଲାଷ୍ଟିକ୍‌ ଆବର୍ଜନା ମଧ୍ୟ କମିଯାଆନ୍ତା। କେନ୍ଦ୍ର ଓ ରାଜ୍ୟ ସରକାର ଚାହିଁଲେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ପାରନ୍ତେ।
ପ୍ରକାଶଥାଉ କି ଲୋକେ ବୋତଲ ପାଣି କିଣିବା ପୂର୍ବରୁ ତାହାର ଶୁଦ୍ଧତା ବାବଦରେ ଜାଣିବାକୁ ଚାହଁୁନାହାନ୍ତି। ପ୍ରକୃତରେ କ’ଣ ବୋତଲ ପାଣି ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ। ଏହା କ’ଣ ଶତ ପ୍ରତିଶତ ଶୁଦ୍ଧ ବୋଲି କେନ୍ଦ୍ରାପଡ଼ା ଫୁଡ୍‌ ଇନ୍ସପେକ୍ଟର ମିଥୁନ ଶାହାଙ୍କୁ ପଚାରିବାରେ ଆମେ ଯାଞ୍ଚ ଜାରି ରଖିଛୁ। ପାଣିର ନମୁନା ନେଇ ଯାଞ୍ଚ କରାଯାଉଛି। ତିଳେମାତ୍ର ତ୍ରୁଟି ଆସିଲେ ଉକ୍ତ କମ୍ପାନୀ ନାମରେ ମକଦ୍ଦମା କରୁଛୁ। ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରେ ବେଆଇନ ପାଣି କାରବାର ଉପରେ ପ୍ରଶାସନିକ ଯାଞ୍ଚ ହେବ ବୋଲି କହିଛନ୍ତି। ପୌର ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ପାଣି ପାଉଚ୍‌ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିଥିଲୁ। ୟା’ ଭିତରେ ଯଦି ପୁଣି ପାଣି ପାଉଚ୍‌ ବିକ୍ରି ଚାଲିଛି, ତେବେ ଏକ ସ୍ବତନ୍ତ୍ର ଅଭିଯାନ କରି ବେଆଇନ ପାଣି ପାଉଚ୍‌ ବିକ୍ରିକୁ ବନ୍ଦ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri