ପାନୀୟ ଜଳର ଶୁଦ୍ଧତା ନାମରେ ବ୍ୟବସାୟ

ପଟ୍ଟାମୁଣ୍ଡାଇ,୨୦ା୪(ସ୍ବ.ପ୍ର.): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏଥିରୁ ନିସ୍ତାର ମିଳିପାରିନାହିଁ। ଉପକୂଳ ଓଡ଼ିଶାରେ ଆଜିବି ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିଛି। ଅସହ୍ୟ ଗରମ ଯୋଗୁ ଲୋକେ ଯେତେ କାମ ଥିଲେ ବି ଅପରାହ୍ନରୁ ବାହାରକୁ ବାହାରିବାକୁ ପସନ୍ଦ କରୁନାହାନ୍ତି। ଏପରିସ୍ଥଳେ ଯେଉଁମାନେ ବିଭିନ୍ନ କାର୍ଯ୍ୟରେ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଶୋଷ ହେଲେ ପ୍ରାୟତଃ ଥଣ୍ଡା ପାଉଚ ଓ ବୋତଲ ପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି। ପାଉଚ ଓ ବୋତଲ ପାନୀୟ ଜଳର ଶୁଦ୍ଧତା ନାମରେ କୋଟି କୋଟି ଟଙ୍କାର ବ୍ୟବସାୟ ଚାଲିଛି। ଏ ବାବଦରେ କେହି ଅସନ୍ତୋଷ ପ୍ରକାଶ କରୁନାହାନ୍ତି। ଆମେ ଯେଉଁ ପାଉଚ ପାଣି ପିଉଛୁ, ତାହାର ଶୁଦ୍ଧତା ଓ ଗୁଣବତ୍ତା ଜାଣିବାକୁ ଲୋକଙ୍କ ପକ୍ଷେ କିମ୍ବା ପ୍ରଶାସନର ସମୟ ନାହିଁ। କେବେ ମଧ୍ୟ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଯାଞ୍ଚ କରାଯାଉନାହିଁ। ଏହାର ଫାଇଦା ନେଇ ବେପାରୀମାନେ ଖୋଲାଖୋଲି ବେଆଇନ ଭାବେ ପିଇବା ପାଣି ବିକ୍ରି କରୁଛନ୍ତି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ ପିଇବା ପାଣି କାରବାର ବିପୁଳ ମାତ୍ରାରେ ବଢ଼ିବାରେ ଲାଗିଛି। ଲାଇସେନ୍ସ ନ ନେଇ ଲକ୍ଷାଧିକ ଟଙ୍କାର ପିଇବା ପାଣିର କାରବାର ଚାଲିଛି। ବିଲ୍‌ ମାଗିଲେ ବି ଲୋକଙ୍କୁ ଦିଆଯାଉନି। ପିଇବା ପାଣି ନଁାରେ ଲୋକଙ୍କୁ ଏଠି ଠକେଇ ଚାଲିଛି। ନାମୀଦାମୀ କମ୍ପାନୀ ନଁାରେ ନକଲି ପାଣି ବୋତଲ ବି ବଜାରରେ ଯାହାକୁ ଯେତେ ମିଳୁଛି। କେବେ ଓ କେଉଁ କମ୍ପାନୀର ପାଣି ବୋତଲ ବଜାରକୁ ଆସୁଛି, ତାହାର କିଛି ସୂଚନା ଲେଖା ଯାଉ ନ ଥିବା ଦେଖିବାକୁ ମିଳୁଛି। ଶୁଦ୍ଧ ପାନୀୟ ଜଳ (ବୋତଲରେ ବିକ୍ରି ହେଉଥିବା ପାଣି)ର ବ୍ୟବସାୟ କରୁଥିବା ଲୋକେ ଭୂତଳ ଜଳକୁ ଛାଣି ବା ଫିଲ୍‌ଟର କରି ବୋତଲ ଏବଂ ଜାର୍‌ରେ ଭର୍ତ୍ତି କରି ଦେଉଛନ୍ତି। ଫିଲ୍‌ଟର କରାଯାଉଥିବା ଏହି ପାଣିକୁ ହାଲୁକା ନୀଳ ରଙ୍ଗ କରିବାକୁ ସେଥିରେ କେମିକାଲ୍‌ ମିଶାଯାଉଛି। କମ୍ପାନୀଗୁଡ଼ିକ ଏହି ପାଣିର ବେପାର ଚଳାଇଛନ୍ତି। ଆଜି ଫ୍ରେଶ ନାମରେ ତ କାଲି ରିଫ୍ରେଶ ନାମରେ ବୋତଲ ଓ ଜରି ପ୍ୟାକେଟ୍‌ରେ ପାଣି ମଧ୍ୟ ବିକ୍ରି କରାଯାଉଛି। ଏହି ବୋତଲ ଓ ପାଉଚ୍‌ ପାଣି କମ୍ପାନୀର ସଂଖ୍ୟା କେତେ ସେ ବାବଦରେ କୌଣସି ସୂଚନା ପ୍ରଶାସନ ବା ସରକାରଙ୍କ ପାଖରେ ନାହିଁ।
ଅଧ୍ୟାପକ କ୍ଷିତୀଶ କୁମାର ସିଂ କହିଛନ୍ତି, କୀଟାଣୁନାଶକ ବା ଅନ୍ୟ ଅର୍ଥରେ ଶୁଦ୍ଧ ବୋଲି କହି ବୋତଲ ପାଣିର ବିକ୍ରି ଚାଲିଛି। ବୋତଲ ବା ପାଉଚରେ ବିକ୍ରି ହେଉଥିବା ପାଣି ସ୍ବାସ୍ଥ୍ୟ ପାଇଁ ହିତକର ବୋଲି କୁହାଯାଉଥିଲେ ମଧ୍ୟ ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ଶୁଦ୍ଧ ବୋଲି କୁହାଯାଇ ବିକ୍ରି ହେଉଥିବା ବୋତଲ ପାଣିର ଶୁଦ୍ଧତାର ମାତ୍ରା କମ୍‌। ନାଚୁରାଲ୍‌ ରିସୋର୍ସେସ୍‌ ଡିଫେନ୍ସ କାଉନ୍‌ସିଲ୍‌ର ଅଧ୍ୟୟନରୁ ଜଣାପଡିଛି ଯେ, ବୋତଲ ପାଣି ଓ ସାଧାରଣ ପାଣି ପ୍ରାୟତଃ ସମାନ। ମିନେରାଲ୍‌ ୱାଟର ନାମରେ ବିକ୍ରି ହେଉଥିବା ବୋତଲ ପାଣି ପାଇଁ ବ୍ୟବହୃତ ହେଉଥିବା ବୋତଲର ପ୍ରସ୍ତୁତି ବେଳେ ଏକ ବିଶେଷ ରସାୟନ ପେଥଲେଟସ୍‌ର ବ୍ୟବହାର କରାଯାଏ। ଏହି ରସାୟନ ବୋତଲକୁ ମୁଲାୟମ ରଖିବାରେ ସାହାଯ୍ୟ କରିଥାଏ। ଏହି ରସାୟନ ସୌନ୍ଦର୍ଯ୍ୟ ପ୍ରସାଧନ ଏବଂ ଖେଳଣା ନିର୍ମାଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ସାଧାରଣ ତାପମାତ୍ରାଠାରୁ ଅଧିକ ତାପମାତ୍ରାରେ ଏହି ରସାୟନ ପାଣିରେ ମିଶିଯାଏ ଓ ଆମ ଶରୀରକୁ ଗଲେ ଅନେକ ପ୍ରକାର କୁପ୍ରଭାବ ଦେଖାଇଥାଏ। ଆଣ୍ଟିମନି ନାମକ ରସାୟନରୁ ପ୍ରସ୍ତୁତ ବୋତଲରେ ପାଣି ରଖାଗଲେ ପାଣି ଯେତିକି ପୁରୁଣା ହେବ ଆଣ୍ଟିମନିର ମାତ୍ରା ସେତିକି ବଢ଼ିବ। ଏଣୁ ଏହାର ବ୍ୟବହାର ଶରୀର ପାଇଁ କ୍ଷତିକାରକ। ସାମାଜିକ କର୍ମୀ ମନୋଜ ଦାସ କହିଛନ୍ତି, ବୋତଲ ଓ ପାଉଚ ପାଣିର ବ୍ୟବହାର ସାଧାରଣ ଲୋକଙ୍କର ସ୍ବାସ୍ଥ୍ୟ ପ୍ରତି ଚିନ୍ତା ବଢ଼ାଇଛି। ଏଣୁ ପାଣି ପାଇଁ ଲୋକେ ପାଣି ଭଳି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ଜନସାଧାରଣ ନା ସରକାର ନଦୀଜଳ, ଜଳଉତ୍ସ ସବୁକୁ ସଫା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ଏହା ହେଲେ ସମସ୍ତଙ୍କୁ ଶୁଦ୍ଧ ପାନୀୟଜଳ ମିଳିପାରନ୍ତା। ବୁଦ୍ଧିଜୀବୀ ପ୍ରଫୁଲ୍ଲ ଦାଶ କହିଛନ୍ତି, ଗୋଟିଏ କଥା ସତ୍ୟ ଯେ ମାଠିଆ ବା ସୁରେଇର ପାଣିଠାରୁ ବୋତଲ ପାଣି ଉତ୍କୃଷ୍ଟ ନୁହେଁ। ବୋତଲ ପାଣିର ଆବଶ୍ୟକତା ଶୁଦ୍ଧତା ଏବଂ ସ୍ବଚ୍ଛତା ପରିବର୍ତ୍ତେ ଫେଶନ୍‌ ଏବଂ ଷ୍ଟାଟସ୍‌ର ସିମ୍ବଲରେ ପରିଣତ ହେବାରେ ଲାଗିଲାଣି। ପ୍ରତିଦିନ ଲକ୍ଷାଧିକ ବୋତଲ ପାଣି ବ୍ୟବହାର ପରେ ଫିଙ୍ଗି ଦିଆଯାଉଛି, ଯାହା ପରିବେଶ ପାଇଁ ସଙ୍କଟ ସୃଷ୍ଟି କରୁଛି। କିନ୍ତୁ ଆମ ସରକାର ଏ ଦିଗରେ ଆଖି ବୁଜି ଦେଇଛନ୍ତି। ବୋତଲ ପାଣିର ବିକ୍ରି ବନ୍ଦ କରାଗଲେ ପ୍ଲାଷ୍ଟିକ୍‌ ଆବର୍ଜନା ମଧ୍ୟ କମିଯାଆନ୍ତା। କେନ୍ଦ୍ର ଓ ରାଜ୍ୟ ସରକାର ଚାହିଁଲେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ପାରନ୍ତେ।
ପ୍ରକାଶଥାଉ କି ଲୋକେ ବୋତଲ ପାଣି କିଣିବା ପୂର୍ବରୁ ତାହାର ଶୁଦ୍ଧତା ବାବଦରେ ଜାଣିବାକୁ ଚାହଁୁନାହାନ୍ତି। ପ୍ରକୃତରେ କ’ଣ ବୋତଲ ପାଣି ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ। ଏହା କ’ଣ ଶତ ପ୍ରତିଶତ ଶୁଦ୍ଧ ବୋଲି କେନ୍ଦ୍ରାପଡ଼ା ଫୁଡ୍‌ ଇନ୍ସପେକ୍ଟର ମିଥୁନ ଶାହାଙ୍କୁ ପଚାରିବାରେ ଆମେ ଯାଞ୍ଚ ଜାରି ରଖିଛୁ। ପାଣିର ନମୁନା ନେଇ ଯାଞ୍ଚ କରାଯାଉଛି। ତିଳେମାତ୍ର ତ୍ରୁଟି ଆସିଲେ ଉକ୍ତ କମ୍ପାନୀ ନାମରେ ମକଦ୍ଦମା କରୁଛୁ। ତହସିଲଦାର ଦିଲୀପ କୁମାର ସେଠୀଙ୍କୁ ପଚାରିବାରେ ବେଆଇନ ପାଣି କାରବାର ଉପରେ ପ୍ରଶାସନିକ ଯାଞ୍ଚ ହେବ ବୋଲି କହିଛନ୍ତି। ପୌର ନିର୍ବାହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁଙ୍କୁ ପଚାରିବାରେ ପାଣି ପାଉଚ୍‌ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିଥିଲୁ। ୟା’ ଭିତରେ ଯଦି ପୁଣି ପାଣି ପାଉଚ୍‌ ବିକ୍ରି ଚାଲିଛି, ତେବେ ଏକ ସ୍ବତନ୍ତ୍ର ଅଭିଯାନ କରି ବେଆଇନ ପାଣି ପାଉଚ୍‌ ବିକ୍ରିକୁ ବନ୍ଦ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri