ବିଶୃଙ୍ଖଳିତ ଶିକ୍ଷକଙ୍କ ବଦଳି ଦାବି

ରଘୁନାଥପୁର,୨୦ା୪(ଡି.ଏନ୍‌.ଏ.): ରଘୁନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୃଙ୍ଖଳିତ ତଥା କର୍ତ୍ତବ୍ୟନିଷ୍ଟ ପ୍ରଧାନ ଶିକ୍ଷକ ରାଜକିଶୋର ଓଝାଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରାଯାଇ ତାଙ୍କୁ ପୁଣି ଅବସ୍ଥାପିତ କରିବାକୁ ଦାବି ହୋଇଛି। ଉକ୍ତ ବିଦ୍ୟାଳୟରେ ଦୀର୍ଘଦିନ ଧରି ରହିଥିବା ବିଶୃଙ୍ଖଳିତ ଶିକ୍ଷକଙ୍କ ବଦଳି ଦାବିକରି ଗ୍ରାମବାସୀ ବୁଧବାର ବିଇଓଙ୍କୁ (ବ୍ଲକ ଶିକ୍ଷାଧିକାରୀ) ଘେରାଉ କରିଛନ୍ତି। ତୁରନ୍ତ ଦାବି ସମ୍ପର୍କରେ ବିଚାର କରା ନ ଗଲେ ୨ଶହ ବର୍ଷର ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ଓ ପ୍ରଧାନ ଶିକ୍ଷକଙ୍କୁ ନ୍ୟାୟ ଦେବାକୁ ବାଧ୍ୟହୋଇ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଇଓ ବିଜୟ କୁମାର ସ୍ବାଇଁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ମାର୍ଚ୍ଚ ୨୪ ତାରିଖରେ ବିଇଓ ସ୍ବାଇଁ ଉକ୍ତ ବିଦ୍ୟାଳୟକୁ ଯାଇଥିବା ବେଳେ ମଧ୍ୟାହ୍ନଭୋଜନ ପାଇଁ ଧାର୍ଯ୍ୟ ପରିମାଣଠାରୁ ୫ କୁଇଣ୍ଟାଲ ୪୦ କେଜି ଅଧିକ ଚାଉଳ ଗଚ୍ଛିତ ଥିବା ସମ୍ପର୍କରେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ପ୍ରଧାନ ଶିକ୍ଷକ ଓଝାଙ୍କୁ ଶୋ କଜ୍‌ ନୋଟିସ ମାଗିଥିଲେ। ଏପ୍ରିଲ ୪ରେ ପ୍ରଧାନ ଶିକ୍ଷକ ଓଝା ଏହାର ଉତ୍ତର ରଖିଥିଲେ। ଏସ୍‌ଏମ୍‌ସି(ସ୍କୁଲ ପରିଚାଳନା କମିଟି ସଦସ୍ୟ) ଓ ଅଭିଭାବକଙ୍କ ପରାମର୍ଶକ୍ରମେ ଛାତ୍ରୀଛାତ୍ରଙ୍କୁ ରୁଚିକର ଖାଦ୍ୟ ଦେବାକୁ ଯାଇ ସେ ମଧ୍ୟାହ୍ନଭୋଜନରେ ଅରୁଆ ଚାଉଳ କିଣି ଖାଇବାକୁ ଦେଇଥିବା ପ୍ରଧାନ ଶିକ୍ଷକ ଓଝା ପ୍ରକାଶ କରିଥିଲେ। ଫଳରେ ଜିଲା ଶିକ୍ଷାଧିକାରୀଙ୍କ ପରାମର୍ଶକ୍ରମେ ବିଇଓ ସ୍ବାଇଁ ତାଙ୍କୁ ଏପ୍ରିଲ ୧୭ତାରିଖରେ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଜଣେ ଆଦର୍ଶ ଓ ଶୃଙ୍ଖଳିତ ପ୍ରଧାନ ଶିକ୍ଷକଙ୍କ ପ୍ରତି ହୋଇଥିବା ଅବିଚାରକୁ ସହଜରେ ଗ୍ରାମବାସୀ ହଜମ କରିପାରି ନ ଥିଲେ। ବିଶୃଙ୍ଖଳିତ ଅନ୍ୟ ୨ ଶିକ୍ଷକଙ୍କ ଚକ୍ରାନ୍ତରେ ପ୍ରଧାନ ଶିକ୍ଷକ ଓଝା ବଳିପଡ଼ିଲେ ବୋଲି ଏସ୍‌ଏମ୍‌ସି ସଭାପତି ପ୍ରଶାନ୍ତ କୁମାର ରାଉତ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ନିର୍ବାହ କରୁଥିବା ଓ ପ୍ରଥମେ ଆସି ପିଲାମାନେ ବିଦ୍ୟାଳୟରୁ ଗଲାପରେ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରଧାନ ଶିକ୍ଷକ ଓଝାଙ୍କ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନ ଅମାନବୀୟ। ଏଥିରେ ଉକ୍ତ ବିଦ୍ୟାଳୟର ଦୀର୍ଘଦିନ ଧରି ଅବସ୍ଥାପିତ ଶିକ୍ଷକଙ୍କ ହାତ ଥିବା ଓ ଷଡ଼ଯନ୍ତ୍ର କରାଯାଇଛି ବୋଲି ଏସ୍‌ଏମ୍‌ସି ସଦସ୍ୟ ସୁବାସ ଚନ୍ଦ୍ର ସାହୁ, ସୁଦର୍ଶନ ସେଠୀ, ଅନୁପମା ସାହୁ, ଲିଲି ସେଠୀ, ପ୍ରଭାତୀ ସୁନାସିଙ୍ଗ, ବାସନ୍ତୀ ସାହୁ ଓ ରବିନାରାୟଣ ପଣ୍ଡା ବିଇଓଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେହିପରି ସରପଞ୍ଚଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ପଣ୍ଡା ଓ ନାଏବ ସରପଞ୍ଚ ଶ୍ରୀନିବାସ ପଣ୍ଡା ଉକ୍ତ ପ୍ରଧାନ ଶିକ୍ଷକଙ୍କ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ନିନ୍ଦନୀୟ ଓ ଅମାନବିକତାର ପରିଚୟ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏସ୍‌ଏମ୍‌ସି ଓ ଅଭିଭାବକଙ୍କ ପରାମର୍ଶକ୍ରମେ ମଧ୍ୟାହ୍ନ ଭୋଜନ ପାଇଁ ଅରୁଆ ଚାଉଳ ହାତରୁ କିଣି ଦେଇଥିବା ଏବଂ ସରକାରୀ ଚାଉଳ ଏଥିପାଇଁ ଗଚ୍ଛିତ ରହିଥିବା ପ୍ରଧାନ ଶିକ୍ଷକ ଓଝା ପ୍ରକାଶ କରିଛନ୍ତି। ଏଥିପାଇଁ ସେ କାହାକୁ ଦୋଷ ନ ଦେଇ ବିଚାର ଭଗବାନଙ୍କ ଉପରେ ନ୍ୟସ୍ତ କରିଛନ୍ତି। ଅନ୍ୟପକ୍ଷେ କାର୍ଯ୍ୟରେ ଅବହେଳା କରୁଥିବା ୨ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଇଓ ସ୍ବାଇଁଙ୍କୁ ପଚାରିବାରେ ପ୍ରଧାନ ଶିକ୍ଷକ ଓଝା ରଖିଥିବା ଶୋ କଜ୍‌ ନୋଟିସ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ କୌଣସି ଷଡ଼ଯନ୍ତ୍ର କରାଯାଇନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ଅବଗତ କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ଯୁବ କ୍ରିକେଟର ସୂର୍ଯ୍ୟକାନ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

ରଘୁନାଥପୁର,୨୫ା୪(ରାଜେନ୍ଦ୍ର ନାରାୟଣ ସିଂହ)କ୍ରିକେଟରେ ଅଲ୍‌ରାଉଣ୍ଡର ଭାବେ ପ୍ରଥମେ ରଘୁନାଥପୁର ବ୍ଲକରୁ ଜଗତ୍‌ସିଂହପୁର ଜିଲା ଏବଂ ଏବେ ରାଜ୍ୟସ୍ତରରେ ସିଲେକ୍ଟ ହୋଇ ରାଜ୍ୟ ପାଇଁ ସୂର୍ଯ୍ୟକାନ୍ତ ଦାସ...

ପ୍ରଶାନ୍ତଙ୍କ ପାଇଁ ଚିରଞ୍ଜୀବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଜଗତ୍‌ସିଂହପୁର, ୨୪ା୪(ପ୍ରମୋଦ କୁମାର ନାୟକ):କିଛି ଦିନ ହେଲା ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀ ରାଜନୀତି ଭିନ୍ନମୋଡ ନେଇଛି। ଏଥିମଧ୍ୟରେ ପାଖାପାଖି ୨୦ ଦିନ ହେବ ପ୍ରଶାନ୍ତ କୁମାର...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri