ବିଶୃଙ୍ଖଳିତ ଶିକ୍ଷକଙ୍କ ବଦଳି ଦାବି

ରଘୁନାଥପୁର,୨୦ା୪(ଡି.ଏନ୍‌.ଏ.): ରଘୁନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୃଙ୍ଖଳିତ ତଥା କର୍ତ୍ତବ୍ୟନିଷ୍ଟ ପ୍ରଧାନ ଶିକ୍ଷକ ରାଜକିଶୋର ଓଝାଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରାଯାଇ ତାଙ୍କୁ ପୁଣି ଅବସ୍ଥାପିତ କରିବାକୁ ଦାବି ହୋଇଛି। ଉକ୍ତ ବିଦ୍ୟାଳୟରେ ଦୀର୍ଘଦିନ ଧରି ରହିଥିବା ବିଶୃଙ୍ଖଳିତ ଶିକ୍ଷକଙ୍କ ବଦଳି ଦାବିକରି ଗ୍ରାମବାସୀ ବୁଧବାର ବିଇଓଙ୍କୁ (ବ୍ଲକ ଶିକ୍ଷାଧିକାରୀ) ଘେରାଉ କରିଛନ୍ତି। ତୁରନ୍ତ ଦାବି ସମ୍ପର୍କରେ ବିଚାର କରା ନ ଗଲେ ୨ଶହ ବର୍ଷର ଶିକ୍ଷାନୁଷ୍ଠାନର ମର୍ଯ୍ୟାଦା ଓ ପ୍ରଧାନ ଶିକ୍ଷକଙ୍କୁ ନ୍ୟାୟ ଦେବାକୁ ବାଧ୍ୟହୋଇ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବିଇଓ ବିଜୟ କୁମାର ସ୍ବାଇଁଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ମାର୍ଚ୍ଚ ୨୪ ତାରିଖରେ ବିଇଓ ସ୍ବାଇଁ ଉକ୍ତ ବିଦ୍ୟାଳୟକୁ ଯାଇଥିବା ବେଳେ ମଧ୍ୟାହ୍ନଭୋଜନ ପାଇଁ ଧାର୍ଯ୍ୟ ପରିମାଣଠାରୁ ୫ କୁଇଣ୍ଟାଲ ୪୦ କେଜି ଅଧିକ ଚାଉଳ ଗଚ୍ଛିତ ଥିବା ସମ୍ପର୍କରେ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ପ୍ରଧାନ ଶିକ୍ଷକ ଓଝାଙ୍କୁ ଶୋ କଜ୍‌ ନୋଟିସ ମାଗିଥିଲେ। ଏପ୍ରିଲ ୪ରେ ପ୍ରଧାନ ଶିକ୍ଷକ ଓଝା ଏହାର ଉତ୍ତର ରଖିଥିଲେ। ଏସ୍‌ଏମ୍‌ସି(ସ୍କୁଲ ପରିଚାଳନା କମିଟି ସଦସ୍ୟ) ଓ ଅଭିଭାବକଙ୍କ ପରାମର୍ଶକ୍ରମେ ଛାତ୍ରୀଛାତ୍ରଙ୍କୁ ରୁଚିକର ଖାଦ୍ୟ ଦେବାକୁ ଯାଇ ସେ ମଧ୍ୟାହ୍ନଭୋଜନରେ ଅରୁଆ ଚାଉଳ କିଣି ଖାଇବାକୁ ଦେଇଥିବା ପ୍ରଧାନ ଶିକ୍ଷକ ଓଝା ପ୍ରକାଶ କରିଥିଲେ। ଫଳରେ ଜିଲା ଶିକ୍ଷାଧିକାରୀଙ୍କ ପରାମର୍ଶକ୍ରମେ ବିଇଓ ସ୍ବାଇଁ ତାଙ୍କୁ ଏପ୍ରିଲ ୧୭ତାରିଖରେ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଜଣେ ଆଦର୍ଶ ଓ ଶୃଙ୍ଖଳିତ ପ୍ରଧାନ ଶିକ୍ଷକଙ୍କ ପ୍ରତି ହୋଇଥିବା ଅବିଚାରକୁ ସହଜରେ ଗ୍ରାମବାସୀ ହଜମ କରିପାରି ନ ଥିଲେ। ବିଶୃଙ୍ଖଳିତ ଅନ୍ୟ ୨ ଶିକ୍ଷକଙ୍କ ଚକ୍ରାନ୍ତରେ ପ୍ରଧାନ ଶିକ୍ଷକ ଓଝା ବଳିପଡ଼ିଲେ ବୋଲି ଏସ୍‌ଏମ୍‌ସି ସଭାପତି ପ୍ରଶାନ୍ତ କୁମାର ରାଉତ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ସମସ୍ତ କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ନିର୍ବାହ କରୁଥିବା ଓ ପ୍ରଥମେ ଆସି ପିଲାମାନେ ବିଦ୍ୟାଳୟରୁ ଗଲାପରେ ଘରକୁ ପ୍ରତ୍ୟାବର୍ତ୍ତନ କରୁଥିବା ପ୍ରଧାନ ଶିକ୍ଷକ ଓଝାଙ୍କ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନ ଅମାନବୀୟ। ଏଥିରେ ଉକ୍ତ ବିଦ୍ୟାଳୟର ଦୀର୍ଘଦିନ ଧରି ଅବସ୍ଥାପିତ ଶିକ୍ଷକଙ୍କ ହାତ ଥିବା ଓ ଷଡ଼ଯନ୍ତ୍ର କରାଯାଇଛି ବୋଲି ଏସ୍‌ଏମ୍‌ସି ସଦସ୍ୟ ସୁବାସ ଚନ୍ଦ୍ର ସାହୁ, ସୁଦର୍ଶନ ସେଠୀ, ଅନୁପମା ସାହୁ, ଲିଲି ସେଠୀ, ପ୍ରଭାତୀ ସୁନାସିଙ୍ଗ, ବାସନ୍ତୀ ସାହୁ ଓ ରବିନାରାୟଣ ପଣ୍ଡା ବିଇଓଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସେହିପରି ସରପଞ୍ଚଙ୍କ ପ୍ରତିନିଧି ଚନ୍ଦ୍ରକାନ୍ତ ପଣ୍ଡା ଓ ନାଏବ ସରପଞ୍ଚ ଶ୍ରୀନିବାସ ପଣ୍ଡା ଉକ୍ତ ପ୍ରଧାନ ଶିକ୍ଷକଙ୍କ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ନିନ୍ଦନୀୟ ଓ ଅମାନବିକତାର ପରିଚୟ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏସ୍‌ଏମ୍‌ସି ଓ ଅଭିଭାବକଙ୍କ ପରାମର୍ଶକ୍ରମେ ମଧ୍ୟାହ୍ନ ଭୋଜନ ପାଇଁ ଅରୁଆ ଚାଉଳ ହାତରୁ କିଣି ଦେଇଥିବା ଏବଂ ସରକାରୀ ଚାଉଳ ଏଥିପାଇଁ ଗଚ୍ଛିତ ରହିଥିବା ପ୍ରଧାନ ଶିକ୍ଷକ ଓଝା ପ୍ରକାଶ କରିଛନ୍ତି। ଏଥିପାଇଁ ସେ କାହାକୁ ଦୋଷ ନ ଦେଇ ବିଚାର ଭଗବାନଙ୍କ ଉପରେ ନ୍ୟସ୍ତ କରିଛନ୍ତି। ଅନ୍ୟପକ୍ଷେ କାର୍ଯ୍ୟରେ ଅବହେଳା କରୁଥିବା ୨ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଇଓ ସ୍ବାଇଁଙ୍କୁ ପଚାରିବାରେ ପ୍ରଧାନ ଶିକ୍ଷକ ଓଝା ରଖିଥିବା ଶୋ କଜ୍‌ ନୋଟିସ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ କୌଣସି ଷଡ଼ଯନ୍ତ୍ର କରାଯାଇନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଗ୍ରାମବାସୀଙ୍କ ଅଭିଯୋଗ ସମ୍ପର୍କରେ ଅବଗତ କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେତୁ ଆପ୍ରୋଚ ରାସ୍ତା ନ କରି ଖୋଲିଦେଲେ: ସ୍କୁଲ କଲେଜ ଯିବା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ଛାତ୍ରୀଛାତ୍ର

ରାଜନଗର, ୧ା୧୦(ଭାସ୍କର ରାଉତରାୟ): ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ଓ ସେତୁ ନିର୍ମାଣ କରାଯାଉଛି। ସେତୁ ତିଆରି ଓ ସେତୁ ଆପ୍ରୋଜ ରୋଡ କାମ ନ ସାରି…

କ୍ୟାପଟେନ ସ୍ମିତ ମଚ୍ଛରଙ୍କ ପରିବାର ସହ କଥା ହେଲେ ମୋଦି, ବଡ଼ ଘୋଷଣା କରି….

ନୂଆଦିଲ୍ଲୀ,୧।୧୦ : ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇ FZ1073 ବିମାନରେ ଘଟିଥିବା ଘଟଣାରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର

ଭୁବନେଶ୍ବର,୧।୧୦: ରାଜଧାନୀରେ ଲଜ୍ଜା । ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?