୩ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍‌

ଯାଜପୁର ଟାଉନ,୧୬ା୭(ଡି.ଏନ.ଏ.): ଯାଜପୁର ସହରର ମୁଖ୍ୟ ରାସ୍ତା କୁସୁମା ରୋଡ୍‌ରେ ଥିବା ଏକ ୩ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନକୁ ଟ୍ରେଡ୍‌ ଲାଇସେନ୍ସ ଓ ବ୍ୟବସାୟିକ ଘର ପାଇଁ ପ୍ଲାନିଂ ଅନୁମତି ନ ଥିବାରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁକ୍ରବାର ସିଲ୍‌ କରିଛନ୍ତି। ଏହି ଘରେ ବ୍ୟବସାୟ ଚାଲିଥିବାରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ୪ ତାରିଖ ଦିନ ଏକ ନୋଟିସ୍‌ ଜାରି କରି ୭ ଦିନ ମଧ୍ୟରେ ବ୍ୟବସାୟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ବ୍ୟବସାୟ ଅନୁଷ୍ଠାନ ବନ୍ଦ ନ ହେବାରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ପୋଲିସ ସହାୟତାରେ ଏହାକୁ ସିଲ୍‌ କରିଛନ୍ତି। କୋରେଶା ବିବି ନାମକ ଜଣେ ମହିଳା ଉକ୍ତ ୩ ମହଲା ଘର କରି ୨୦୧୫ରୁ ବିଭିନ୍ନ ଲୋକଙ୍କୁ ଭଡା ଦେଇ ବ୍ୟବସାୟିକ ଅନୁଷ୍ଠାନ ଚଳାଉଥିଲା। କୁସୁମା ପାର୍କ ଯାଜପୁରର ଏକ ଜଣାଶୁଣା ପର୍ଯ୍ୟଟନସ୍ଥଳୀ। ଯେଉଁଠିକି ପ୍ରାୟ ପ୍ରତ୍ୟେକ ଦିନ ହଜାରହଜାର ପର୍ଯ୍ୟଟକ ଆସିଥାନ୍ତି। ତେବେ ଏହି ବ୍ୟବସାୟିକ କୋଠାଟି ବିନା ଅନୁମତିରେ ନିର୍ମାଣ କରାଯାଇଥିବାରୁ ବିଭିନ୍ନ ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ।
ଜିଲାପାଳ ଏହି ବ୍ୟବସାୟିକ ଅନୁଷ୍ଠାନକୁ ବନ୍ଦ କରିବା ପାଇଁ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ଦେଇଥିଲେ। ପରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ କୋରେଶାଙ୍କୁ ନୋଟିସ କରିଥିଲେ। ହେଲେ ବନ୍ଦ କରାଯାଇ ନ ଥିବାରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏହାକୁ ଅନିର୍ଦ୍ଦିଷ୍ଟ କାଳପାଇଁ ସିଲ୍‌ କରିଦେଇଥିବା ଜଣାପଡ଼ିଛି। ଏନେଇ ଘର ମାଲିକାଣୀ କୋରେଶା କହିଛନ୍ତି, ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ବେଆଇନ ଭାବେ ଘରକୁ ସିଲ୍‌ କରିଛନ୍ତି। ୨୦୦୪ ଓ ୨୦୧୫ରେ ୨ ମହଲା ପାଇଁ ସ୍ପେଶାଲ ପ୍ଲାନିଂ ଅଥରିଟିଙ୍କଠାରୁ ଅନୁମତି ଅଣାଯାଇଛି। ମାତ୍ର ଏହା ସତ୍ତ୍ୱେ କୌଣସି କଥାକୁ ନ ଶୁଣି ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଘର ସିଲ୍‌ କରିଦେବା ବେଆଇନ ବୋଲି ସେ କହିଛନ୍ତି। ଅପରପକ୍ଷରେ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଜୋଷୀ କହିଛନ୍ତି, ବିନା ମ୍ୟୁନିସିପାଲିଟି ଟ୍ରେଡ୍‌ଲାଇସେନ୍ସ ଓ ୩ ମହଲା ଘର ବ୍ୟବସାୟିକ ଅନୁମତି ନ ଥିବାରୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ନିୟମ ଅନୁସାରେ ଉକ୍ତ ଘରକୁ ସିଲ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri