ଉଦ୍ୟୋଗୀମାନେ ନୈତିକତା ବଜାୟ ରଖିବା ଜରୁରୀ

ଅତ୍ୟାଧୁନିକ ପ୍ରଣାଳୀରେ କାଜୁ ପ୍ରକ୍ରିୟାକରଣ କରି ବଜାରରେ ଉପଲବ୍ଧ କରାଇବାରେ ବିନାୟକ କ୍ୟାସ୍ୟୁଜ୍‌ ବେଶ୍‌ ପରିଚିତ। ଓଡ଼ିଶା କାଜୁକୁ ସାରା ଭାରତରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଢେଙ୍କାନାଳସ୍ଥିତ ଏହି କମ୍ପାନୀ ୨୦୨୨ରେ ପ୍ରତିଷ୍ଠିତ ହୋଇଥିଲା। ବହୁତ କମ୍‌ ସମୟ ମଧ୍ୟରେ ସବୁଠାରୁ ବିଶ୍ୱସ୍ତ ବ୍ରାଣ୍ଡ୍‌ ମଧ୍ୟରୁ ଗୋଟିଏ ହୋଇସାରିଛି। ଉଦ୍ୟୋଗୀ ନେହା ଅଗ୍ରୱାଲାଙ୍କ ସୁଦକ୍ଷ ପରିଚାଳନାରେ ଏହି କମ୍ପାନୀ ସଫଳତାର ପାହାଚ ଚଢ଼ିବାରେ ଲାଗିଛି। ନେହାଙ୍କ ଔଦ୍ୟୋଗିକ ଯାତ୍ରା ସମ୍ପର୍କରେ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର- କାଜୁ ବ୍ୟବସାୟ କିପରି ଆରମ୍ଭ କଲେ?
ଉ- ବ୍ୟବସାୟଭିତ୍ତିକ ପରିବାରରେ ମୋର ଜନ୍ମ। ତେଣୁ ବ୍ୟବସାୟ କରିବା ସହ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ମୋର ସବୁବେଳେ ଉଦ୍ଦେଶ୍ୟ ଥିଲା। ଗବେଷଣା କରି ଜାଣିଲି କାଜୁ ଶିଳ୍ପ ସ୍ଥାନୀୟ ଉତ୍ପାଦକୁ ବ୍ୟବହାର କରି ସମଗ୍ର ଭାରତରେ ନିଜର ଉପସ୍ଥିତି ସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ। ଏହା ସ୍ଥାନୀୟ ଯୁବପିଢ଼ିଙ୍କୁ ବିଶେଷକରି ଗ୍ରାମୀଣ ମହିଳାମାନଙ୍କୁ ସାମିଲ କରିପାରିବ। ତେଣୁ ଏହି କ୍ଷେତ୍ରରେ ଆଗକୁ ବଢ଼ିଥିଲି।

ପ୍ର- ପ୍ରତିଯୋଗିତାମୂଳକ ବଜାରରେ ଆପଣଙ୍କ ଉତ୍ପାଦର କ’ଣ ସ୍ବତନ୍ତ୍ରତା ରହିଛି?
ଉ- ସମଗ୍ର ଭାରତରେ କାଜୁର ଏକ ବଜାର ଅଛି ଏବଂ ଏହାର ରପ୍ତାନି ସୁଯୋଗ ମଧ୍ୟ ଅଛି। ଭାରତରେ ଖାଦ୍ୟସାମଗ୍ରୀର ଚାହିଦା ସର୍ବଦା ରହିଥାଏ। ଲୋକଙ୍କ ଆୟର ବୃଦ୍ଧି ସହିତ କାଜୁର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆମେ ବିଶ୍ୱର ବିଭିନ୍ନ ସ୍ଥାନରୁ ସର୍ବୋତ୍ତମ ଯନ୍ତ୍ର ସହିତ ଏକ ଆଧୁନିକ ସ୍ବୟଂଚାଳିତ ଉତ୍ପାଦନ କେନ୍ଦ୍ର ପ୍ରସ୍ତୁତ କରିଛୁ। ଏହା ଆମକୁ ସ୍ବଳ୍ପ ପ୍ରକ୍ରିୟାକରଣ ଖର୍ଚ୍ଚରେ କ୍ରମାଗତ ଭାବରେ ଅଧିକ ଉତ୍ପାଦନର ସୁବିଧା ଦେଇଥାଏ । ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରିମିୟମ୍‌ ଉତ୍ପାଦ ପ୍ରସ୍ତୁତ କରାଯାଉଛି।

ପ୍ର-ବଜାରରେ ମିଳୁଥିବା ପ୍ରକ୍ରିୟାକୃତ କାଜୁରେ ଅନେକ ଅପମିଶ୍ରଣ ଭଳି ଅଭିଯୋଗ ଆସିଥାଏ। ଆପଣ ଆପଣଙ୍କ ଉତ୍ପାଦର ଗୁଣବତ୍ତା ବଜାୟ ରଖିବା ପାଇଁ କି ପଦକ୍ଷେପ ନେଇଥା’ନ୍ତି?
ଉ- କେତେକ ଅସାଧୁ ବ୍ୟବସାୟୀ ପ୍ରକ୍ରିୟାକୃତ କାଜୁରେ ଅପମିଶ୍ରଣ କରିଥା’ନ୍ତି। ସେମାନଙ୍କର ଏପରି କାର୍ଯ୍ୟକଳାପ ସମଗ୍ର ଇଣ୍ଡଷ୍ଟ୍ରୀକୁ ବଦନାମ କରିଥାଏ। ମାତ୍ର ଆମ ଉତ୍ପାଦର ମାନ ପରୀକ୍ଷଣ ଆମ ପାଇଁ ଆମର ଇନ୍‌ସପେକ୍ସନ୍‌ ସେକ୍ସନ ରହିଛି। ଚ୍ୟାନେଲ ପାର୍ଟନରଙ୍କୁ କାଜୁ ହସ୍ତାନ୍ତର ପୂର୍ବରୁ ଏସବୁର ଭଲଭାବେ ଯାଞ୍ଚ କରାଯାଇଥାଏ। ଆମେ ସିଲ୍‌ ହୋଇଥିବା କଣ୍ଟେନର ଏବଂ ପ୍ରିପ୍ରିଣ୍ଟେଡ୍‌ ରିଟେଲ ପ୍ୟାକ୍‌ରେ ଆମ ଉତ୍ପାଦ ବିକିଥାଉ।

ପ୍ର- ବ୍ୟବସାୟ ସମ୍ପ୍ରସାରଣ ଦିଗରେ ଆଗକୁ କ’ଣ ଯୋଜନା ରହିଛି?
ଉ- ମାତ୍ର ୨ବର୍ଷର ବ୍ୟବସାୟିକ ଯାତ୍ରାରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ। ଉତ୍ତମମାନର କାଜୁ ଯୋଗାଣ କ୍ଷେତ୍ରରେ ଆମେ ନିଜର ସ୍ଥିତି ସୁଦୃଢ଼ କରିପାରିଛୁ। ବର୍ତ୍ତମାନ ଆମେ ଦୈନିକ ୧୦ ଏମ୍‌ଟି କାଜୁର ପ୍ରକ୍ରିୟାକରଣ କରିପାରୁଥିବାବେଳେ ଆଗକୁ ଏହି କ୍ଷମତା ୩୦ ଏମ୍‌ଟିକୁ ବୃଦ୍ଧି କରିବାକୁ ଯୋଜନା ରଖିଛୁ।

ପ୍ର- ନବାଗତଙ୍କ ପାଇଁ ସଫଳତାର କିଛି ମନ୍ତ୍ର?
ଉ- ଯେକୌଣି କ୍ଷେତ୍ର ହେଉନା କାହିଁକି, ଉଦ୍ୟୋଗୀମାନେ ନୈତିକତା ବଜାୟ ରଖିବା ଜରୁରୀ। ଉପତ୍ାଦର ମାନ ସର୍ବୋତ୍କୃଷ୍ଟ ରଖି ଗ୍ରାହକଙ୍କୁ ସନ୍ତୋଷଜନ ସେବା ପ୍ରଦାନ କଲେ ସଫଳତା ନିଶ୍ଚୟ ମିଳିଥାଏ। ଆରମ୍ଭରେ ହୁଏତ କିଛି ସମସ୍ୟା ହୋଇପାରେ ମାତ୍ର ଏହି ଅଭ୍ୟାସ ଜାରି ରଖିଲେ ଦୀର୍ଘକାଳୀନ ସଫଳତା ପାଇଁ ପଥ ପରିଷ୍କାର କରିଥାଏ।

-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri