ଉଦ୍ୟୋଗୀମାନେ ନୈତିକତା ବଜାୟ ରଖିବା ଜରୁରୀ

ଅତ୍ୟାଧୁନିକ ପ୍ରଣାଳୀରେ କାଜୁ ପ୍ରକ୍ରିୟାକରଣ କରି ବଜାରରେ ଉପଲବ୍ଧ କରାଇବାରେ ବିନାୟକ କ୍ୟାସ୍ୟୁଜ୍‌ ବେଶ୍‌ ପରିଚିତ। ଓଡ଼ିଶା କାଜୁକୁ ସାରା ଭାରତରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଢେଙ୍କାନାଳସ୍ଥିତ ଏହି କମ୍ପାନୀ ୨୦୨୨ରେ ପ୍ରତିଷ୍ଠିତ ହୋଇଥିଲା। ବହୁତ କମ୍‌ ସମୟ ମଧ୍ୟରେ ସବୁଠାରୁ ବିଶ୍ୱସ୍ତ ବ୍ରାଣ୍ଡ୍‌ ମଧ୍ୟରୁ ଗୋଟିଏ ହୋଇସାରିଛି। ଉଦ୍ୟୋଗୀ ନେହା ଅଗ୍ରୱାଲାଙ୍କ ସୁଦକ୍ଷ ପରିଚାଳନାରେ ଏହି କମ୍ପାନୀ ସଫଳତାର ପାହାଚ ଚଢ଼ିବାରେ ଲାଗିଛି। ନେହାଙ୍କ ଔଦ୍ୟୋଗିକ ଯାତ୍ରା ସମ୍ପର୍କରେ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର- କାଜୁ ବ୍ୟବସାୟ କିପରି ଆରମ୍ଭ କଲେ?
ଉ- ବ୍ୟବସାୟଭିତ୍ତିକ ପରିବାରରେ ମୋର ଜନ୍ମ। ତେଣୁ ବ୍ୟବସାୟ କରିବା ସହ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ମୋର ସବୁବେଳେ ଉଦ୍ଦେଶ୍ୟ ଥିଲା। ଗବେଷଣା କରି ଜାଣିଲି କାଜୁ ଶିଳ୍ପ ସ୍ଥାନୀୟ ଉତ୍ପାଦକୁ ବ୍ୟବହାର କରି ସମଗ୍ର ଭାରତରେ ନିଜର ଉପସ୍ଥିତି ସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ। ଏହା ସ୍ଥାନୀୟ ଯୁବପିଢ଼ିଙ୍କୁ ବିଶେଷକରି ଗ୍ରାମୀଣ ମହିଳାମାନଙ୍କୁ ସାମିଲ କରିପାରିବ। ତେଣୁ ଏହି କ୍ଷେତ୍ରରେ ଆଗକୁ ବଢ଼ିଥିଲି।

ପ୍ର- ପ୍ରତିଯୋଗିତାମୂଳକ ବଜାରରେ ଆପଣଙ୍କ ଉତ୍ପାଦର କ’ଣ ସ୍ବତନ୍ତ୍ରତା ରହିଛି?
ଉ- ସମଗ୍ର ଭାରତରେ କାଜୁର ଏକ ବଜାର ଅଛି ଏବଂ ଏହାର ରପ୍ତାନି ସୁଯୋଗ ମଧ୍ୟ ଅଛି। ଭାରତରେ ଖାଦ୍ୟସାମଗ୍ରୀର ଚାହିଦା ସର୍ବଦା ରହିଥାଏ। ଲୋକଙ୍କ ଆୟର ବୃଦ୍ଧି ସହିତ କାଜୁର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଆମେ ବିଶ୍ୱର ବିଭିନ୍ନ ସ୍ଥାନରୁ ସର୍ବୋତ୍ତମ ଯନ୍ତ୍ର ସହିତ ଏକ ଆଧୁନିକ ସ୍ବୟଂଚାଳିତ ଉତ୍ପାଦନ କେନ୍ଦ୍ର ପ୍ରସ୍ତୁତ କରିଛୁ। ଏହା ଆମକୁ ସ୍ବଳ୍ପ ପ୍ରକ୍ରିୟାକରଣ ଖର୍ଚ୍ଚରେ କ୍ରମାଗତ ଭାବରେ ଅଧିକ ଉତ୍ପାଦନର ସୁବିଧା ଦେଇଥାଏ । ଗ୍ରାହକଙ୍କ ଚାହିଦା ପୂରଣ କରିବା ପାଇଁ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ପ୍ରିମିୟମ୍‌ ଉତ୍ପାଦ ପ୍ରସ୍ତୁତ କରାଯାଉଛି।

ପ୍ର-ବଜାରରେ ମିଳୁଥିବା ପ୍ରକ୍ରିୟାକୃତ କାଜୁରେ ଅନେକ ଅପମିଶ୍ରଣ ଭଳି ଅଭିଯୋଗ ଆସିଥାଏ। ଆପଣ ଆପଣଙ୍କ ଉତ୍ପାଦର ଗୁଣବତ୍ତା ବଜାୟ ରଖିବା ପାଇଁ କି ପଦକ୍ଷେପ ନେଇଥା’ନ୍ତି?
ଉ- କେତେକ ଅସାଧୁ ବ୍ୟବସାୟୀ ପ୍ରକ୍ରିୟାକୃତ କାଜୁରେ ଅପମିଶ୍ରଣ କରିଥା’ନ୍ତି। ସେମାନଙ୍କର ଏପରି କାର୍ଯ୍ୟକଳାପ ସମଗ୍ର ଇଣ୍ଡଷ୍ଟ୍ରୀକୁ ବଦନାମ କରିଥାଏ। ମାତ୍ର ଆମ ଉତ୍ପାଦର ମାନ ପରୀକ୍ଷଣ ଆମ ପାଇଁ ଆମର ଇନ୍‌ସପେକ୍ସନ୍‌ ସେକ୍ସନ ରହିଛି। ଚ୍ୟାନେଲ ପାର୍ଟନରଙ୍କୁ କାଜୁ ହସ୍ତାନ୍ତର ପୂର୍ବରୁ ଏସବୁର ଭଲଭାବେ ଯାଞ୍ଚ କରାଯାଇଥାଏ। ଆମେ ସିଲ୍‌ ହୋଇଥିବା କଣ୍ଟେନର ଏବଂ ପ୍ରିପ୍ରିଣ୍ଟେଡ୍‌ ରିଟେଲ ପ୍ୟାକ୍‌ରେ ଆମ ଉତ୍ପାଦ ବିକିଥାଉ।

ପ୍ର- ବ୍ୟବସାୟ ସମ୍ପ୍ରସାରଣ ଦିଗରେ ଆଗକୁ କ’ଣ ଯୋଜନା ରହିଛି?
ଉ- ମାତ୍ର ୨ବର୍ଷର ବ୍ୟବସାୟିକ ଯାତ୍ରାରେ ଆମେ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ। ଉତ୍ତମମାନର କାଜୁ ଯୋଗାଣ କ୍ଷେତ୍ରରେ ଆମେ ନିଜର ସ୍ଥିତି ସୁଦୃଢ଼ କରିପାରିଛୁ। ବର୍ତ୍ତମାନ ଆମେ ଦୈନିକ ୧୦ ଏମ୍‌ଟି କାଜୁର ପ୍ରକ୍ରିୟାକରଣ କରିପାରୁଥିବାବେଳେ ଆଗକୁ ଏହି କ୍ଷମତା ୩୦ ଏମ୍‌ଟିକୁ ବୃଦ୍ଧି କରିବାକୁ ଯୋଜନା ରଖିଛୁ।

ପ୍ର- ନବାଗତଙ୍କ ପାଇଁ ସଫଳତାର କିଛି ମନ୍ତ୍ର?
ଉ- ଯେକୌଣି କ୍ଷେତ୍ର ହେଉନା କାହିଁକି, ଉଦ୍ୟୋଗୀମାନେ ନୈତିକତା ବଜାୟ ରଖିବା ଜରୁରୀ। ଉପତ୍ାଦର ମାନ ସର୍ବୋତ୍କୃଷ୍ଟ ରଖି ଗ୍ରାହକଙ୍କୁ ସନ୍ତୋଷଜନ ସେବା ପ୍ରଦାନ କଲେ ସଫଳତା ନିଶ୍ଚୟ ମିଳିଥାଏ। ଆରମ୍ଭରେ ହୁଏତ କିଛି ସମସ୍ୟା ହୋଇପାରେ ମାତ୍ର ଏହି ଅଭ୍ୟାସ ଜାରି ରଖିଲେ ଦୀର୍ଘକାଳୀନ ସଫଳତା ପାଇଁ ପଥ ପରିଷ୍କାର କରିଥାଏ।

-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri