ଭୁବନେଶ୍ୱର,୨୩।୪: ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଗୁରୁବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ବିଜ୍ନେସ ଏମିନେସ୍ସ ଆଓ୍ବାଡର୍ସ-୨୦୨୬ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ଯୋଗ ଦେବାକୁ ଥିବା ସମସ୍ତ ବ୍ୟବସାୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଧରିତ୍ରୀ ତଥା ଓଡ଼ିଶା ପୋଷ୍ଟର କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀ । ଏଥର ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାକୁ ଥିବାବେଳେ ମୁଖ୍ୟବକ୍ତା ଭାବେ ଦକ୍ଷତା ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଯୋଗଦେବାକୁ କାର୍ଯ୍ୟକ୍ରମ ରହିଛି।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟବସାୟ ନେତା ଏବଂ ବୃତ୍ତିଗତଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିବ। ପ୍ରତିବର୍ଷ ଆୟୋଜିତ ହେଉଥିବା,ବିଜ୍ନେସ ଏମିନେସ୍ସ ପୁରସ୍କାରର ଲକ୍ଷ୍ୟ ହେଉଛି ବ୍ୟବସାୟ ଏବଂ ଉଦ୍ୟୋଗିତାରେ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରିବା, ଓଡ଼ିଶାରେ ନବସୃଜନ, ନେତୃତ୍ୱ ଏବଂ ପ୍ରଭାବର ଭାବନାକୁ ପାଳନ କରିବା।