ମହଙ୍ଗା ହେବ ବସ ଯାତ୍ରା, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୨।୧୧: ଏଣିକି ମହଙ୍ଗା ହେବ ବସ ଯାତ୍ରା। ଗୁରୁବାର ରାଜ୍ୟ ସରକାର ବସ ଭଡ଼ା ବୃଦ୍ଧି କରିଛନ୍ତି। ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡ଼ା କିମି ପିଛା ୪ ଟଙ୍କା ୬୧ ପଇସା ବଢିଥିବା ବେଳେ ଅର୍ଡିନାରୀ ବସ ଭଡ଼ା କିମି ପିଛା ୧ ଟଙ୍କା ୧୮ ପଇସା ବୃଦ୍ଧି ପାଇଛି। ଅନ୍ୟପଟେ ଏକ୍ସପ୍ରେସ ବସ ଭଡ଼ା କିମି ପିଛା ୧ ଟଙ୍କା ୨୪ ପଇସା ଓ ସେମି ଡିଲକ୍ସ ଭଡା ୧ ଟଙ୍କା ୩୦ ପଇସା ବୃଦ୍ଧି ଘଟିଛି। ସେହିପରି ଡିଲକ୍ସ ବସରେ କିଲୋମିଟର ପିଛା ଭଡ଼ା ୧ ଟଙ୍କା ୪୧ ପଇସା ବଢିଛି।  ଏସି ଡିଲକ୍ସ ୧ ଟଙ୍କା ୯୯ ପଇସା, ସୁପର ପ୍ରିମିୟମ ୩ ଟଙ୍କା ୨୧ ପଇସା ବୃଦ୍ଧି କରାଯାଇଛି।

Dharitri – Odisha’s No.1, Most Trusted Odia Daily

Share