୨୭ରୁ ବସ୍‌ ଚଳାଚଳ ବନ୍ଦ

ମାଲକାନଗିରି,୨୫ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଘରୋଇ ବସ୍‌ ମାଲିକ ସଂଘ ରବିବାର ଏକ ଖବରଦାତା ସମ୍ମିଳନୀରେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଆସନ୍ତା ୨୭ ତାରିଖରୁ ଜିଲାର ସମସ୍ତ ଘରୋଇ ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଡାକରା ଦେଇଛି। ସେମାନଙ୍କ ଦାବି ପୂରଣ ନ ହେଲେ ଜିଲାରୁ କୌଣସି ବସ୍‌ ଅନ୍ୟ ସ୍ଥାନକୁ ଯିବ ନାହିଁ କିମ୍ବା ଅନ୍ୟ ଜିଲାରୁ କୌଣସି ଘରୋଇ ବସ୍‌ ମାଲକାନଗିରି ଜିଲାକୁ ଆସିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ଜିଲା ଘରୋଇ ବସ୍‌ ମାଲିକ ସଂଘ ସଭାପତି ରାଜେଶ୍ୱରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ତତ୍କାଳୀନ ରାଜ୍ୟ ସରକାରଙ୍କ ଦ୍ୱାରା ଲକ୍ଷ୍ମୀ ବସ୍‌ ଯୋଜନା ଚାଲିଥିବା ବେଳେ ଏଥିରେ ପ୍ରଥମ ଶ୍ରେଣୀ ବସ୍‌ଗୁଡିକ ପଞ୍ଚାୟତଠାରୁ ବ୍ଲକ୍‌କୁ ଚଳାଚଳ କରୁଥିବା ବେଳେ ଶ୍ରେଣୀ-୨ ଏସି ବସ୍‌ଗୁଡିକ ବ୍ଲକଠାରୁ ଜିଲା ସଦର ମହକୁମାକୁ ଚଳାଚଳ ହେଉଥିଲା। ତେବେ ଶ୍ରେଣୀ ୨ ଏସି ବସ୍‌କୁ ରାଜ୍ୟର ସମସ୍ତ ଘରୋଇ ବସ୍‌ ମାଲିକ ସଂଘ ଓ ରାଜ୍ୟ ଫେଡେରେଶନ ପ୍ରତିବାଦ କରିଥିବା ବେଳେ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦକରି ଧର୍ମଘଟ କରିଥିଲୁ। ତେବେ ଗତ ଜୁଲାଇରେ ମୁଖ୍ୟମନ୍ତ୍ରୀ ଓ ମାଲକାନଗିରି ପରିବହନ ଅଧିକାରୀଙ୍କୁ ଅଭିଯୋଗ କରିଥିଲୁ। ଫଳରେ ଗତ ଅଗଷ୍ଟ ୧ ତାରିଖରେ ଏସି ବସ୍‌ର ପର୍‌ମିଟ୍‌କୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ଅଗଷ୍ଟ ୨୧ରୁ ପୁନର୍ବାର ଏହି ଏସି ବସ୍‌ଗୁଡ଼ିକ ଚଳାଚଳା ଆରମ୍ଭ ହୋଇଛି।

ଏ ସମ୍ପର୍କରେ ମାଲକାନଗିରି ଜିଲାପାଳଙ୍କୁ ସାକ୍ଷାତକରି ଅଭିଯୋଗ କରିବାରୁ ଏହା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହୋଇଥିବାରୁ ଏ ଦିଗରେ କୌଣସି ସହଯୋଗ କରିପାରିବେ ନାହିଁ ବୋଲି କହିଥିଲେ। ଫଳରେ ଘରୋଇ ବସ୍‌ ମାଲିକମାନଙ୍କୁ ଏସି ବସ୍‌ ଚଳାଚଳ ଯୋଗୁ କ୍ଷତି ସହିବାକୁ ପଡୁଛି। ଲକ୍ଷ୍ମୀ ବସ୍‌ ଦ୍ୱାରା ବାହାର ରାଜ୍ୟର କମ୍ପାନୀଗୁଡିକ ଲାଭବାନ ହେଉଛନ୍ତି। ବାହାର ରାଜ୍ୟର ଏହି କମ୍ପାନୀକୁ ଓଡ଼ିଶା ସରକାର ଅର୍ଥ ପ୍ରଦାନ କରୁଛନ୍ତି। ସିଟ୍‌ ପିଛା ୧୩୦ ଟଙ୍କା ରାଜ୍ୟ ସରକାର ବହନ କରିବା ଦ୍ୱାରା ବାହାର ରାଜ୍ୟ କମ୍ପାନୀ ଲାଭବାନ ହେଉଛନ୍ତି। ଘରୋଇ ବସ୍‌ ମାଲିକ ସଂଘକୁ ଏହି ଦାୟିତ୍ୱ ଦିଆଗଲେ ଅନେକ ମାଲିକ ଏବଂ ବେକାର ଶିକ୍ଷିତ ଯୁବକ ଉପକୃତ ହୋଇପାରନ୍ତେ। ଏହି ଦାବି ତୁରନ୍ତ ପୂରଣ କରିବା ନିମନ୍ତେ ସଂଘ ଦାବି କରିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୭ ତାରିଖଠାରୁ ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ଜିଲା ଘରୋଇ ବସ୍‌ ମାଲିକ ସଂଘ ଜିଲା ଓ ବାହାରର ସମସ୍ତ ଘରୋଇ ବସ୍‌ ଚଳାଚଳ ବନ୍ଦ ଡାକରା ଦେଇଛି।

ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଟି. ଭେଙ୍କଟ ରାଓ, ଉପଦେଷ୍ଟା ସିଏଚ୍‌ ସୁବାରାଓ ପାତ୍ର, ଉପସଭାପତି ସପନ ଦତ୍ତ, କୋଷାଧ୍ୟକ୍ଷ ସିଏଚ୍‌. ରାଜେଶ ପାତ୍ର, ସୟଦ୍‌ ଦିଲୀପ କୁମାର ହିଣ୍ଡିଆ, କେଦାରନାଥ ଦାସ, ଜି. ସୀତାରାମାୟା, ସୀମାଞ୍ଚଳ ଦାସ, ରବି ଖାନ, ଛବି ଦାସ, ବୁଲୁ ସ୍ବାଇଁ ଓ ଅଭି ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କାକୁଡ଼ି, ବଢ଼ିବ…

କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍‌ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri