ବିଭିନ୍ନ ଦାବି ନେଇ ଆର୍‌ଟିଓଙ୍କୁ ଭେଟିଲେ ବସ୍‌ ମାଲିକ

ଛତ୍ରପୁର,୧୫ା୧(ଦିଲ୍ଲୀପ ସାମଲ): ଆମେ କେମିତି ବଞ୍ଚିବୁ? ଆମେ କେମିତି ଇନସୁରାନ୍ସ, ପରମିଟ ଓ ଫାଇନାନ୍ସ ପାଇବୁ? । ଆମ କୁ ହଇରାଣ କରାଯାଉଛ। ଆମକୁ ଚଳିବାକୁ ଦିଅନ୍ତୁ। ଏପରି ହୋ-ହଲ୍ଲା କରି ଗଞ୍ଜାମ ଜିଲା ଘରୋଇ ବସ୍‌ର ବହୁ ମାଲିକ ଗୁରୁବାର ଗଞ୍ଜାମ ଆର୍‌ଟିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆରଟିଓ ଇଂ ଦେବାଶିଷ ସ୍ବାଇଁଙ୍କୁ ଭେଟି ଘରୋଇ ବସ୍‌ ଚଳାଚଳର ସୁବ୍ୟବସ୍ଥା କରିବା ସମେତ ଅନ୍ୟାନ୍ୟ ଦାବି ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି l ଏହାସହ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତ। ଜିଲାରେ ୩୦ରୁ ୪୦ ବର୍ଷ ଧରି ସମସ୍ତ ରୁଟ୍‌ରେ ଘରୋଇ ବସ୍‌ସେବା ଯୋଗାଇ ଦେଇ ଆସୁଛୁ। ବିଗତ କିଛି ଦିନ ହେଲା ସରକାରଙ୍କ ଦାରା ମୁଖ୍ୟମନ୍ତ୍ରୀ ବସ୍‌ସେବା ଏବଂ ଆମ ବସ୍‌ ବେନିୟମ ଭାବେ ଚଳାଚଳ କରୁଥିବାରୁ ସମସ୍ତ ଘରୋଇ ବସ୍‌ ମାଲିକ ଆର୍ଥିକ ଓ ମାନସିକ ସ୍ତରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛ। ବର୍ତ୍ତମାନ ଦେଖାଯାଉଛି ଯେ, ସମସ୍ତ ରୁଟ୍‌ ଯଥା ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ପୁରୁଷୋତ୍ତମପୁର, ଚିକିଟି, ପାତ୍ରପୁର, ଦିଗପହଣ୍ଡି, ହିଞ୍ଜିଳିକାଟୁ, ଶେରଗଡ଼, ଖଲ୍ଲିକୋଟ, ପୋଲସରା, କୋଦଳା ଇତ୍ୟାଦି ରୁଟ୍‌ରେ ସେମାନଙ୍କୁ ମିଳିଥିବା ପରମିଟ ରୁଟ୍‌ରେ ମୁଖ୍ୟମନ୍ତ୍ରୀ ବସ୍‌ସେବା ଏବଂ ଆମ ବସ୍‌ ବେନିୟମ ଭାବେ ଚଳାଚଳ କରୁଛନ୍ତି। ଯାହାଦ୍ୱାରା ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସରକାର ତାଙ୍କର ପେଟ ପାଟଣା ଚଳିବା ନିମନ୍ତେ ଜିଲାରେ ଘରୋଇ ବସ୍‌ ଚଳାଚଳର ସୁବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ବସ୍‌ସେବା ଓ ଆମ ବସ୍‌ ବେନିୟମ ଚଳାଚଳକୁ ତୁରନ୍ତ ବନ୍ଦ କରାଯାଉ।
ଏହାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘରୋଇ ବସ୍‌ମାଲିକମାନେ ଦାବି କରିଛନ୍ତ। ନଚେତ୍‌ ଆଗାମୀ ଦିନରେ ସମସ୍ତ ଘରୋଇ ବସ୍‌କୁ ବନ୍ଦ କରି ଗାଡ଼ିମାଲିକ ଓ ଗାଡ଼ି କର୍ମଚାରୀମାନେ ଜିଲାପାଳ ଓ ଆରଟିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ

ନୂଆଦିଲ୍ଲୀ,୫ା୯: ଅନ୍‌ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ…

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri