ପୁଣି ବଢିଲା ଯାତ୍ରୀବାହୀ ବସ୍‌ ଭଡ଼ା

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା ଯାତ୍ରୀବାହୀ ବସ୍‌ ଭଡ଼ା। ଅଟୋମେଟିକ ମେକାନିଜିମ୍‌ ଆଧାରରେ ବସ୍‌ ଭଡ଼ା ବଢିଛି। ତେବେ ବସ୍‌ ଭଡ଼ା ବୃଦ୍ଧି ନେଇ ବସ୍‌ ମାଲିକ ସଂଘ ସାଧାରଣ ସଂପାଦକ ସୂଚନା ଦେଇଛନ୍ତି। ସାଧାରଣ ଓ ଏକ୍ସପ୍ରେସ ବସ୍‌ ଭଡ଼ା ୨ ପଇସା ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୪ ପଇସା ବଢିଥିବା ବେଳେ ସୁପର ପ୍ରମିୟମ ଭଡ଼ା କିମି ପିଛା ୬ ପଇସା ବଢିଛି।