ଟ୍ରକ୍‌କୁ ପିଟି ଜଳିଗଲା ବସ୍‌: ୩୮ ଜଣଙ୍କ ଜୀବନ ଗଲା, ୯ ଗୁରୁତର

ବ୍ରାସିଲିଆ,୨୨ା୧୨: ଏକ ଯାତ୍ରୀବାହୀ ବସ୍‌ ଟ୍ରକ୍‌କୁ ଧକ୍କା ଦେବା ପରେ ହୁତୁହୁତ ହୋଇ ରାସ୍ତାରେ ଜଳିଯାଇଛି। ଫଳରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୯ ଜଣ ଗୁରୁତର ହୋଇଛନ୍ତି। ବ୍ରାଜିଲର ମିନାସ ଜେରାଇସ ରାଜ୍ୟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। ଅଧିକାରୀଙ୍କ କହିବାନୁସାରେ, ଦୁର୍ଘଟଣା ପରେ ଅନ୍ୟ ୧୩ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବସ୍‌ଟି ସାଓ ପାଉଲୋରୁ ଯାଉଥିଲା ଓ ଏଥିରେ ୪୫ ଜଣ ଯାତ୍ରୀ ଥିବା କୁହାଯାଉଛି।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍‌ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଛି। ଅଧିକାରୀଙ୍କ ସୂଚନାନୁଯାୟୀ, ଯେ ବସ୍‌ର ଚକା ଫାଟିଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ, ଫଳରେ ବସ୍‌ଟି ଯାଇ ଟ୍ରକ୍‌ ସହିତ ଧକ୍କା ହୋଇଥିଲା। କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବସ୍‌ରେ ଗ୍ରାନାଇଟ ଖଣ୍ଡ ମାଡ଼ ହେବାରୁ ବସ୍‌ଟି ନିୟନ୍ତ୍ରଣ ହରାଇ ଟ୍ରକ୍‌ ସହ ପିିଟି ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri