ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ସାମ୍ନାକୁ ଆସିବ। ଆମେରିକା ରାଜନୀତିରେ ଯାହା ଘଟୁଛି ତାହା ଗତ ୧୦୦ ବର୍ଷ ଧରି ବିଶ୍ୱକୁ ପ୍ରଭାବିତ କରିଛି, କିନ୍ତୁ ଟ୍ରମ୍ପଙ୍କ ପରି ଆମେରିକାର ରାଷ୍ଟ୍ରପତି ନାହାନ୍ତି। ଏପରିକି ଅଧିକାଂଶ ଆମେରିକୀୟ ରାଷ୍ଟ୍ରପତି ପରିବର୍ତ୍ତନ ଆଣିବା ଉପରେ ପ୍ରଚାର କରିଥିଲେ ମଧ୍ୟ ସେମାନେ ପ୍ରକୃତରେ ସ୍ଥିତି ଜାରି ରଖିବାକୁ ପସନ୍ଦ କରିଛନ୍ତି। ଏପରିକି ବାରାକ୍‌ ଓବାମାଙ୍କ ପରି ସଫଳ ବ୍ୟକ୍ତିତ୍ୱ ମଧ୍ୟ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ନୀତି ଉପରେ ପରିବର୍ତ୍ତନ ଆଣିବାରେ ଅଧିକ କିଛି କରିପାରି ନ ଥିଲେ ଏବଂ ଗତ ୪ଦଶନ୍ଧି ମଧ୍ୟରେ ରିପବ୍ଲିକାନ୍‌ ରାଷ୍ଟ୍ରପତିଙ୍କ ଆର୍ଥିକ ନୀତିରୁ ଡେମୋକ୍ରାଟ୍‌ମାନେ ଦୂରେଇରହିବା ସହଜ ହୋଇନାହିଁ। ଉଦାହରଣ ସ୍ବରୂପ ଟ୍ରମ୍ପ୍‌ ଚାଇନା ଉପରେ ଲାଗୁ କରିଥିବା ଆମଦାନୀ ଶୁଳ୍କ ଜୋ ବାଇଡେନ୍‌ ଜାରି ରଖିଛନ୍ତି। ଟ୍ରମ୍ପଙ୍କୁ ଜଣେ ଅସଫଳ ବ୍ୟକ୍ତି ଭାବେ ଗଣାଯିବ ନାହିଁ, କାରଣ ସେ ତାଙ୍କ ଉତ୍ତରାଧିକାରୀଙ୍କୁ ରିପବ୍ଲିକାନ୍ସର ମୁଖ୍ୟ ଭାବରେ ପସନ୍ଦ କରିବାର ସମ୍ଭାବନା ଅଛି। ଏକ ରାଜନୈତିକ ଦଳର ନେତୃତ୍ୱ ନେଉଥିବାରୁ ତାଙ୍କୁ ଜଣେ ରକ୍ଷଣଶୀଳବାଦର ପ୍ରତିିନିଧି ଭାବେ ଦେଖାଯାଉଥିଲେ ମଧ୍ୟ ସେ ସ୍ବଭାବରେ ରକ୍ଷଣଶୀଳ ନୁହନ୍ତି, ବରଂ ଜଣେ ଚରମ ସୁଧାରବାଦୀ। ଏହି ସମସ୍ତ କାରଣରୁ ଆମେ ଆଗକୁ ଏକ ବଡ଼ ପରିବର୍ତ୍ତନକୁ ଅପେକ୍ଷା କରିବା ଉଚିତ, ଯାହା ଚାଇନା କ୍ଷେତ୍ରରେ ଘଟିବ। ୯ ବର୍ଷ ପୂର୍ବେ ଟ୍ରମ୍ପ୍‌ ତାଙ୍କ ପ୍ରାରମ୍ଭିକ ନିର୍ବାଚନୀ ଅଭିଭାଷଣରେ ୨୩ ଥର ଚାଇନା ନାମ ନେଇଥିଲେ। ରାଷ୍ଟ୍ରପତି ଭାବେ ପ୍ରଥମ କାର୍ଯ୍ୟକାଳ ୨୦୧୬-୨୦ ମଧ୍ୟରେ ନିର୍ଦ୍ଧାରିତ ଆମଦାନୀ ଶୁଳ୍କ ଏବେ ମଧ୍ୟ ରହିଛି। ହେଲେ ଟ୍ରମ୍ପଙ୍କର ପ୍ରସିଦ୍ଧ ଭାଷଣ ପରଠାରୁ ଚାଇନାର ୫୦% ଅଭିବୃଦ୍ଧି ଘଟିଛି। ଚାଇନାର ଅଭିବୃଦ୍ଧିକୁ ରୋକିବା ଆମେରିକା ପାଇଁ ସମ୍ଭବ ହୋଇନାହିଁ। ଏବେ ଚାଇନା ଆହୁରି ମଜଭୁତ ହୋଇଛି। ଏହିସବୁ କାରଣରୁ ଟ୍ରମ୍ପ୍‌ ଆଗକୁ ବଢ଼ିବେ ନା ଛାଡ଼ିଦେବେ ତାହା ସ୍ଥିର କରିବାକୁ ପଡ଼ିବ। ହେଲେ ଛାଡ଼ିବାର କୌଣସି ସମ୍ଭାବନା ଦେଖାଯାଉନାହିଁ। ସେ ଏ କ୍ଷେତ୍ରରେ ଆଗକୁ ବଢ଼ିବେ ବୋଲି ତାଙ୍କ ନିର୍ବାଚନୀ ପ୍ରଚାରରେ ଦେଖିବାକୁ ମିଳିଥିଲା। ଏହା ବିଶ୍ୱକୁ ପ୍ରଭାବିତ କରିବ ଏବଂ ଆମ ଉପରେ ମଧ୍ୟ ପ୍ରଭାବ ପକାଇବ।
ଚାଇନା ଛାଡ଼ିଥିବା କମ୍ପାନୀଗୁଡ଼ିକରୁ ଭାରତ ଲାଭ ପାଇବାର ‘ଚାଇନା ପ୍ଲସ୍‌ ଓ୍ବାନ୍‌’ ରଣନୀତି ବିଷୟରେ ଲୋକମାନେ ଆଲୋଚନା କରୁଛନ୍ତି। କିନ୍ତୁ ପ୍ରକୃତ କଥା ହେଉଛି ଗତ ୨୫ ବର୍ଷ ମଧ୍ୟରେ ମୁକ୍ତ ବିଶ୍ୱ ବାଣିଜ୍ୟ ଭାରତ ପାଇଁ ଲାଭଦାୟକ ରହି ଆସିଛିି ଏବଂ ଏହା ବନ୍ଦ ହେଲେ କ୍ଷତି ହେଉଛି। ବିଶ୍ୱ ବାଣିଜ୍ୟ ବୃଦ୍ଧି ଘଟିଲେ ଆମର ରପ୍ତାନି ବଢ଼େ। ବିଶ୍ୱର ବାଣିଜ୍ୟ ସ୍ଥିର କିମ୍ବା ହ୍ରାସ ହେଲେ ତାହା ସ୍ଥିର କିମ୍ବା ତଳକୁ ଖସେ। ତେଣୁ ଆମେ ଅନୁମାନ କରିବା ଉଚିତ ନୁହେଁ ଯେ, ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ବଢ଼ିଲେ ତାହା ଆମକୁ ସହାୟକ ହେବ, ଏହା ସମସ୍ତଙ୍କର କ୍ଷତି କରିବ। ଅନ୍ୟ ଏକ ପ୍ରସଙ୍ଗ ହେଉଛି ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ବିଶ୍ୱ ନକାରାମତ୍କ ଭାବେ ପ୍ରଭାବିତ ହେବ। ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ପ୍ୟାରିସ୍‌ ଚୁକ୍ତିରୁ ଓହରିଯାଇଥିଲେ ଏବଂ ଏବେ ବାଇଡେନ୍‌ ସବୁଜ ଶକ୍ତି ଉପରେ ଯେଉଁ ଗୁରୁତ୍ୱ ଦେଇଛନ୍ତି (ମୁଦ୍ରାସ୍ଫୀତି ହ୍ରାସ ଆଇନ ମାଧ୍ୟମରେ ବିଦ୍ୟୁତୀକରଣ ପାଇଁ ଅଧିକ ସବ୍‌ସିଡି ଦେଇଥିଲେ) ତାହାକୁ ପରିବର୍ତ୍ତନକରି ଅଧିକ ତୈଳ ଉତ୍ତେଳନ ଏବଂ ପ୍ରାକୃତିକ ଗ୍ୟାସ୍‌ ପ୍ରତି ଦୃଷ୍ଟିଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପକ୍ଷରେ ବୈଦ୍ୟୁତିକ ଏବଂ ଉଭୟ ବିଦ୍ୟୁତ୍‌ ଓ ଜୀବାଶ୍ମ ଇନ୍ଧନଚାଳିତ କାର୍‌ ଉତ୍ପାଦନ ଉପରେ ଚାଇନା ତାହାର ସ୍ଥିତି ଦୃଢ଼ କରିଛି।
ଗାଜାରେ ଇସ୍ରାଏଲର ନରସଂହାର କିମ୍ବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଅନ୍ତ ଘଟାଇବା ପାଇଁ ଟ୍ରମ୍ପ୍‌ କ’ଣ କରିପାରିବେ ତାହା ଅସ୍ପଷ୍ଟ ରହିଛି। ତାଙ୍କର ସାଧାରଣ ମତ ହେଉଛି ଯୁଦ୍ଧରୁ ଆମେରିକା ଦୂରେଇରହିବା ଉଚିତ। କିନ୍ତୁ ସେ ଯେଉଁ ଟିମ୍‌ ବାଛିଛନ୍ତି ସେଥିରେ ଆଗକୁ ୨୦୨୫ ରେ କ’ଣ ଘଟିବ ତାହା ଉପରେ ଅଧିକ କିଛି କହିହେବ ନାହିଁ। ମିଶିଗାନ ପରି ରାଜ୍ୟରେ ଟ୍ରମ୍ପ ଆରବ-ଆମେରିକୀୟଙ୍କ ଭୋଟରେ ଜିତିଛନ୍ତି, କାରଣ ସେମାନେ ବାଇଡେନ୍‌ଙ୍କ ଉପରେ କ୍ରୋଧିତ ଥିଲେ। ଆଶା କରାଯାଉଛି , ଇସ୍ରାଏଲକୁ ପିଲାମାନଙ୍କୁ ହତ୍ୟା କରିବାରେ ବ୍ୟବହୃତ ହେଉଥିବା ବୋମା ଯୋଗାଣ ଆମେରିକା ବନ୍ଦ କରିପାରେ। ଇସ୍ରାଏଲର ଦଖଲକୁ ଦ୍ୱିପାକ୍ଷିକ ସମର୍ଥନ ଦେଇପାରେ, କିନ୍ତୁ ଗଣହତ୍ୟା ଶେଷ କିମ୍ବା ହ୍ରାସ କରୁଥିବା ଯେକୌଣସି ପଦକ୍ଷେପ ସ୍ବାଗତଯୋଗ୍ୟ।
ଆମେରିକାର ଯେକୌଣସି ପୂର୍ବତନ ରାଷ୍ଟ୍ରପତିଙ୍କ ତୁଳନାରେ ଟ୍ରମ୍ପ ନାଟୋକୁ ଅଧିକ ପସନ୍ଦ କରନ୍ତି ନାହିଁ ଏବଂ ଏହାକୁ ଏକ ରଣନୀତିକ ସହଯୋଗ ଅପେକ୍ଷା କ୍ଷତିର କେନ୍ଦ୍ର ଭାବରେ ଦେଖନ୍ତିି। ସେ ଚାହାନ୍ତି, ନାଟୋ ଆମେରିକା ପାଇଁ ନୁହେଁ, ବରଂ ରୁଷିଆର ସମ୍ଭାବ୍ୟ ବିପଦ ବିରୋଧରେ ୟୁରୋପୀୟ ସୁରକ୍ଷା ପାଇଁ ଦେୟ ଦିଅନ୍ତୁ। ତେବେ ଚାଇନା ଉପରେ ଶୁଳ୍କ ଲଗାଇବା ଭଳି ଏହି ଦୃଷ୍ଟିକୋଣକୁ ଯଦି ତାଙ୍କର ଉତ୍ତରାଧିକାରୀ ଭଲ ବୋଲି ବିବେଚନା କରିବେ ତେବେ କିଛି ପରିବର୍ତ୍ତନ ହେବ। ଟ୍ରମ୍ପ ୟୁରୋପ,ମେକ୍ସିକୋ ଏବଂ କାନାଡାକୁ ଦୃଢ଼ ସହଯୋଗୀ ଭାବରେ ନୁହେଁ, ବରଂ ବାଣିଜ୍ୟ ତଥା ସୁରକ୍ଷା ବିଷୟରେ ଅଧୀନ ଦେଶ ଭାବରେ ଦେଖନ୍ତି। ଏହିସବୁ କ୍ଷେତ୍ରରେ ସେମାନେ ଚାଇନା ସହ ବାଣିଜ୍ୟ ଏବଂ ସମ୍ଭବତଃ ମୁଦ୍ରା ଭଳି ଅନ୍ୟାନ୍ୟ ବିଷୟରେ ଜଡ଼ିତ ରହିବାର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠିବ। ବହୁ ସମୟରେ ଭବିଷ୍ୟତକୁ ନେଇ ବଡ଼ ପରିବର୍ତ୍ତନର ପ୍ରତିଶ୍ରୁତି ଦେବା ଦେଖାଯାଏ, କିନ୍ତୁ ସମ୍ପୂର୍ଣ୍ଣ ଭାବେ ତାହା ପାଳନ ବା ପୂରଣ କରାଯାଏ ନାହିଁ। ୨୦୨୫ ଏବଂ ଟ୍ରମ୍ପଙ୍କ ୪ବର୍ଷର କାର୍ଯ୍ୟକାଳରେ ଏହି ସାଧାରଣ ନିୟମ ପାଳନହେବା ସମ୍ଭବ ନୁହେଁ। ଅନେକ ବିଷୟ ଯଥା କୃତ୍ରିମ ବୁଦ୍ଧମତ୍ତା, ଜଳବାୟୁ ପରିବର୍ତ୍ତନ, ମହାକାଶ, ଅସମାନତା,ଏକଚ୍ଛତ୍ରବାଦ ଆକଳନଠାରୁ ଅଧିକ ତୀବ୍ର ହେଉଛି। ଏପରିକି ଏହା ଉପରେ ପ୍ରାୟତଃ ନିୟନ୍ତ୍ରଣ ନାହିଁ। ଏହା ଏକ ରୋମାଞ୍ଚକର ୨୦୨୫ ହେବ, ଯଦିଓ ଉତ୍ସାହ ସୃଷ୍ଟି କରୁଥିବା ବିଷୟଗୁଡ଼ିକ ଘଟିବ କି ନାହିଁ ତାହାକୁ ନେଇ ସନ୍ଦେହ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?