ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡକୁ ଯିବନି ବସ୍‌

ଢେଙ୍କାନାଳ ଅଫିସ,୩୦।୬: ପ୍ରାୟ ସାଢ଼େ ୮କୋଟି ଟଙ୍କାରେ ପ୍ରସ୍ତାବିତ ଢେଙ୍କାନାଳ ସହରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡ ଉନ୍ନତୀକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଏଠାକୁ କିଛିଦିନ ବସ୍‌ ଚଳାଚଳ ବନ୍ଦ ରହିବ। ପୁରୁଣା ବସଷ୍ଟାଣ୍ଡ୍‌ କାମ ଶେଷ ହେବା ପର୍ଯ୍ୟନ୍ତ ମହିଷାପାଟସ୍ଥିତ ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡରେ ବସ୍‌ ରହଣି ଲାଗି ଓଏସ୍‌ଆରଟିସି ପକ୍ଷରୁ ପ୍ରଶାସନକୁ ପତ୍ର ଲେଖାଯାଇଥିଲା। ତେବେ ଏକାଧିକ ସମସ୍ୟା ଦୃଷ୍ଟିରୁ ଏହି ନିଷ୍ପତ୍ତିରେ ରାଜି ହୋଇନାହିଁ ବସ୍‌ ମାଲିକ ସଂଘ। ଏ ସମ୍ପର୍କରେ ସଂଘ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଛି ା
ବସ୍‌ ମାଲିକ ସଂଘର କହିବା କଥା, ପୁରୁଣା ବସଷ୍ଟାଣ୍ଡ୍‌ ଉନ୍ନତୀକରଣ କାମ ଶେଷ ହେବା ପର୍ଯ୍ୟନ୍ତ ବସ୍‌ଗୁଡିକ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖ ଓଏସ୍‌ଆରଟିସିର ପୁରୁଣା ବସ୍‌ ଗ୍ୟାରେଜ କିମ୍ବା ତହସିଲ କାର୍ଯ୍ୟାଳୟ ସମ୍ମୁଖ ସରକାରୀ ପଡ଼ିଆରେ ରହଣି କରିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ମହିଷାପାଟସ୍ଥିତ ପ୍ରସ୍ତାବିତ ନୂତନ ବସ୍‌ଷ୍ଟାଣ୍ଡକୁ ବସ୍‌ ଗଲେ ଯାତ୍ରୀମାନେ ସମସ୍ୟାରେ ପଡ଼ିବେ। ଜନଗହଳି ରାସ୍ତା ହୋଇଥିବାରୁ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବ। ସହରଠାରୁ ଦୂର ହୋଇଥିବାରୁ ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହୋଇ ଅଟୋରିକ୍ସା କରି ଯିବାକୁ ପଡ଼ିବ। ତେଣୁ ଓଏସ୍‌ଆର୍‌ଟିସିର ପୁରୁଣା ବସ ଗ୍ୟାରେଜ୍‌ କିମ୍ବା ତହସିଲ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ସାମୟିକ ଭାବେ ବସ୍‌ ରହଣି ନିମନ୍ତେ ବ୍ୟବସ୍ଥା କରିବାକୁ ସଂଘ ସଭାପତି ପ୍ରଭାକର ବେହେରା, ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ତ୍ରିପାଠୀ, ଆଇନ ଉପଦେଷ୍ଟା ପ୍ରଦୀପ୍ତ ନାଥ, ପ୍ରକାଶ ଦାସ ପ୍ରମୁଖ ପ୍ରଶାସନ ସହ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ଦେଇ ୧୪୦ ଛୋଟବଡ଼ ଗାଡ଼ି ଚାଲୁଥିବାବେଳେ ଏବେ ଏହା ୧୦୦କୁ ଖସିଆସିଛି। ତନ୍ମଧ୍ୟରୁ ୬୦ଟି ବସ୍‌ ଢେଙ୍କାନାଳ ଦେଇ କଟକ, ଅନୁଗୋଳ, ତାଳଚେରକୁ ଚଳାଚଳ କରୁଛି। ସେହିପରି ଆନ୍ତଃ ଜିଲା ଯାତ୍ରୀ ପରିବହନରେ ୪୦ ବସ୍‌ ନିୟୋଜିତ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ…

୧୫୩ ବର୍ଷରେ ଯୋରନ୍ଦା ମେଳା: ଜୀବଜଗତର ମଙ୍ଗଳ ପାଇଁ ଆଜି ଘୃତାହୁତି କରିବେ…

ଢେଙ୍କାନାଳ,୩୧ା୧(ରତନ ନାୟାର): ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ମହିମାଗାଦି ଯୋରନ୍ଦାରେ ପ୍ରସିଦ୍ଧ ମାଘମେଳା ଶନିବାର ଆରମ୍ଭ ହୋଇଛି। ଚଳିତ ବର୍ଷ ମେଳା ୧୫୩ ବର୍ଷରେ ପହଞ୍ଚିଛି। ସେହିପରି ଚଳିତ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଆଜିଠୁ ବିଶ୍ୱପ୍ରସିଦ୍ଧ ମାଘମେଳା: ସନ୍ଧ୍ୟା ୫ଟାରେ ଜଳିବ ଝାଡ଼ଦୀପ

ଢେଙ୍କାନାଳ,୩୧ା୧(ରତନ ନାୟାର):ବିଶ୍ୱପ୍ରସିଦ୍ଧ ମହିମା ଧର୍ମର ପୀଠ ଢେଙ୍କାନାଳ ଜିଲାର ଯୋରନ୍ଦାଠାରେ ପ୍ରସିଦ୍ଧ ମାଘମେଳା ଶନିବାରଠାରୁ ଆରମ୍ଭ ହେଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri