ପ୍ରୟାଗରାଜ ଯାଉଥିବା ବସ୍‌ ଦୁର୍ଘଟଣା: ୨୫ ଆହତ, ୩ ଗୁରୁତର

ଭୋଗରାଇ,୧୩ା୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ଦେବାଲାଗି ଯାଉଥିବା ଶ୍ରୀରାମଜୀ ବସ୍‌ ବିହାର ୟୁପି ସୀମାନ୍ତ ମଥାନୀଠାରେ ଗତ ବୁଧବାର ରାତି ୧୨ଟା ୫୦ମିନିଟ୍‌ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ବସ୍‌ର ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ସେଠାରେ ଅଟକିଥିବା ଏକ ବାଲିବୋଝେଇ ଡମ୍ପରକୁ ପଛପଟରୁ ଧକ୍କାଦେବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଗାଡ଼ିରେ ଥିବା ଜଗନ୍ନାଥପୁର ପଞ୍ଚାୟତର ଓ୍ବାର୍ଡମେମ୍ବର କାର୍ତ୍ତିକ ସାହୁ ଜଣାଇଛନ୍ତି l ଏହି ବସ୍‌ରେ ଥିବା ୭୦ଜଣ ମହିଳା, ପୁରୁଷ ସହ ୧୦ ଜଣ ଯାତ୍ରୀ ଉଣାଅଧିକେ ଆହତ ହୋଇ ସେଠାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୩ ଜଣ ଯୁବକ ଗୁରୁତର ହୋଇ ଡାକ୍ତରଖାନା ଆଇସିୟୁରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସେମାନେ ହେଲେ ଭୋଗରାଇ ବ୍ଲକ କୁମାର ସରିସା ଗ୍ରାମର ସୁବାସ ବେହେରା( ୪୨), ଫୁଲବଣୀ ଗ୍ରାମର ବାପି ସାସମଲ (୩୫)ଓ ନଗୁଆଁ ଗ୍ରାମର ରାଜକିଶୋର ସାହୁ( ୫୦) । ଦୁର୍ଘଟଣା ଘଟାଇଥିବା ବସ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବାବେଳେ ଗୁରୁବାର ଖବର ଲେଖା ହେଲାବେଳକୁ ସେଠାରେ ୧୦ଜଣ କିଶୋରୀ ଓ କିଶୋର ପରିବାର ସହିତ ବିଚ୍ଛିନ୍ନ ହୋଇଥିବାର ଦୁଃଖଦ ଖବର ମିଳିଛି। ଏହି ଘଟଣାରେ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟସରକାର ସମସ୍ତ ତୀର୍ଥ ଯାତ୍ରୀଙ୍କ ଉଦ୍ଧାର ଓ ଉଚ୍ଚମାନର ଡାକ୍ତରୀ ଚିକତ୍ସା ଓ ସେଠାରୁ ସମସ୍ତଙ୍କୁ ଘରକୁ ଫେରାଇ ଆଣିବାକୁ ଭୋଗରାଇବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ବାଲେଶ୍ୱର ଜିଲାପାଳଙ୍କୁ ନିବେଦନ କରାଯାଇଛି l ଅପରପକ୍ଷରେ ଗୁରୁତର ଓ ଆହତ ହୋଇଥିବା ଯାତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତେ ବିଚଳିତ, ଚିନ୍ତାଗ୍ରସ୍ତ ଓ କାନ୍ଦବୋବାଳିରେ ସମଗ୍ର ଅଞ୍ଚଳ ଦୁଃଖରେ ଭାଙ୍ଗିପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri