ପ୍ରୟାଗରାଜ ଯାଉଥିବା ବସ୍‌ ଦୁର୍ଘଟଣା: ୨୫ ଆହତ, ୩ ଗୁରୁତର

ଭୋଗରାଇ,୧୩ା୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱରରୁ ପ୍ରୟାଗରାଜ ମହାକୁମ୍ଭକୁ ବୁଡ଼ ଦେବାଲାଗି ଯାଉଥିବା ଶ୍ରୀରାମଜୀ ବସ୍‌ ବିହାର ୟୁପି ସୀମାନ୍ତ ମଥାନୀଠାରେ ଗତ ବୁଧବାର ରାତି ୧୨ଟା ୫୦ମିନିଟ୍‌ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ସୂଚନା ମିଳିଛି। ବସ୍‌ର ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ସେଠାରେ ଅଟକିଥିବା ଏକ ବାଲିବୋଝେଇ ଡମ୍ପରକୁ ପଛପଟରୁ ଧକ୍କାଦେବାରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଗାଡ଼ିରେ ଥିବା ଜଗନ୍ନାଥପୁର ପଞ୍ଚାୟତର ଓ୍ବାର୍ଡମେମ୍ବର କାର୍ତ୍ତିକ ସାହୁ ଜଣାଇଛନ୍ତି l ଏହି ବସ୍‌ରେ ଥିବା ୭୦ଜଣ ମହିଳା, ପୁରୁଷ ସହ ୧୦ ଜଣ ଯାତ୍ରୀ ଉଣାଅଧିକେ ଆହତ ହୋଇ ସେଠାରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ୩ ଜଣ ଯୁବକ ଗୁରୁତର ହୋଇ ଡାକ୍ତରଖାନା ଆଇସିୟୁରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। ସେମାନେ ହେଲେ ଭୋଗରାଇ ବ୍ଲକ କୁମାର ସରିସା ଗ୍ରାମର ସୁବାସ ବେହେରା( ୪୨), ଫୁଲବଣୀ ଗ୍ରାମର ବାପି ସାସମଲ (୩୫)ଓ ନଗୁଆଁ ଗ୍ରାମର ରାଜକିଶୋର ସାହୁ( ୫୦) । ଦୁର୍ଘଟଣା ଘଟାଇଥିବା ବସ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବାବେଳେ ଗୁରୁବାର ଖବର ଲେଖା ହେଲାବେଳକୁ ସେଠାରେ ୧୦ଜଣ କିଶୋରୀ ଓ କିଶୋର ପରିବାର ସହିତ ବିଚ୍ଛିନ୍ନ ହୋଇଥିବାର ଦୁଃଖଦ ଖବର ମିଳିଛି। ଏହି ଘଟଣାରେ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟସରକାର ସମସ୍ତ ତୀର୍ଥ ଯାତ୍ରୀଙ୍କ ଉଦ୍ଧାର ଓ ଉଚ୍ଚମାନର ଡାକ୍ତରୀ ଚିକତ୍ସା ଓ ସେଠାରୁ ସମସ୍ତଙ୍କୁ ଘରକୁ ଫେରାଇ ଆଣିବାକୁ ଭୋଗରାଇବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ବାଲେଶ୍ୱର ଜିଲାପାଳଙ୍କୁ ନିବେଦନ କରାଯାଇଛି l ଅପରପକ୍ଷରେ ଗୁରୁତର ଓ ଆହତ ହୋଇଥିବା ଯାତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତେ ବିଚଳିତ, ଚିନ୍ତାଗ୍ରସ୍ତ ଓ କାନ୍ଦବୋବାଳିରେ ସମଗ୍ର ଅଞ୍ଚଳ ଦୁଃଖରେ ଭାଙ୍ଗିପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri