ଜଳୁଛି ଜଙ୍ଗଲ, ଅସୁରକ୍ଷିତ ବନ୍ୟଜନ୍ତୁ

କାଳିଆପାଣି,୨୧ା୪(ଡି.ଏନ.ଏ.): ଯାଜପୁର ଜିଲାର ଜଙ୍ଗଲ ଉପତ୍ୟକାରେ ଚାରିଆଡ଼େ ନିଆଁଲାଗିଛି। ଫଳରେ ଜଙ୍ଗଲର ବହୁ ମୂଲ୍ୟବାନ ଗଛ ସହିତ ଔଷଧୀୟ ଗୁଳ୍ମ, ସରୀସୃପ ଓ କୀଟ, ପତଙ୍ଗ ପୋଡ଼ି ପାଉଁଶ ହୋଇଯାଉଛନ୍ତି। ମାତ୍ର ଏହା ଜନ୍ତୁ ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ସେହିପରି କାଠ ବେପାରୀ ଦିନ ଦ୍ବିପ୍ରହରରେ ଜଙ୍ଗଲ ଲୁଟ୍‌ କରୁଥିବାବେଳେ ବନ ବିଭାଗର ନିଷ୍କ୍ରିୟତା ସେମାନଙ୍କୁ ବରଦାନ ସଦୃଶ ହୋଇଛି। ବନ ବିଭାଗ ଏହାକୁ ରୋକିବା ତ ଦୂରର କଥା ସମର୍ଥନ ଦେଉ ନ ଥିଲେ ବି ଅସମର୍ଥ ହୋଇ ହାତ ଟେକି ଦେଇଥିବା ଅଞ୍ଚଳରେ ଆଲୋଚନା ହେଉଛି। ଏହାର କାରଣ ପାଲଟିଛି ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବାର ଠିକାଦାରି ବ୍ୟବସ୍ଥା। କେତେଜଣ ବନ କର୍ମଚାରୀ କିଛି ବର୍ଷ ହେଲା ଠିକାଦାରିରେ ବୁଡ଼ି ରହିଛନ୍ତି। ଜିଲାର ଯଖପୁରା, କାଳିଆପାଣି, ନିମପଲ୍ଲୀ, ଡୁବୁରୀ ଓ ଟମକା ଆଦି ସ୍ଥାନରେ ଆନୁମାନିକ ୧୦୦ କୋଟି ଟଙ୍କା ଅର୍ଥ ବିନିମୟରେ ପାର୍କ ନିର୍ମାଣ କାର୍ଯ୍ୟ ଚାଲିଛି। ଏହା କଟକ ବନ ଖଣ୍ଡ(ଡିଏଫଓ)ଙ୍କ ନିର୍ଦ୍ଦେଶରେ ଓ ବନାଞ୍ଚଳ ଅଧିକାରୀଙ୍କ ତତ୍ତ୍ୱବଧାନରେ ଚାଲୁ ରହିଛି। ତା’ ସହ ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ଅନେକ କାର୍ଯ୍ୟ ଚାଲୁ ରହିଛି। ଏହି କାର୍ଯ୍ୟ ପ୍ରକ୍ରିୟାକୁ ସମ୍ପାଦନ ପାଇଁ ସ୍ବତନ୍ତ୍ର ଭାବେ ନିର୍ମାଣ ବିଭାଗ ରହିଥିବାବେଳେ ବିନା ଅଭିଜ୍ଞତାରେ ନିଜେ ବନ ବିଭାଗ କାମକୁ ଆବୋରି ନିଜମୂଳ କାର୍ଯ୍ୟରୁ ଦୂରେଇ ଠିକାଦାରିରେ ମାତିଥିବାରୁ ବନାଞ୍ଚଳ ଛାରଖାର ହେବାରେ ଲାଗିଛି। ଏଥିପାଇଁ ପରିବେଶବିତ୍‌ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଜିଲାର ବିଭିନ୍ନ ଅଞ୍ଚଳ ପାଇଁ ବହୁ ପ୍ରକଳ୍ପ ଆସୁଛି। ଏସବୁ ନିର୍ମାଣ କରିବାକୁ ସରକାରୀ ଜମି ମିଳୁ ନ ଥିବାରୁ ଜଙ୍ଗଲ ଜମିରେ ପ୍ରକଳ୍ପଗୁଡ଼ିକ କରାଯାଉଛି। ତେଣୁ ବନ ବିଭାଗ କର୍ମଚାରୀ ଭଲ ଦି ପଇସା କମେଇବାର ଏହା ଏକ ରାସ୍ତା ପାଲଟିଛି। ବନ୍ୟଜନ୍ତୁମାନେ ବିଚରଣ କରୁଥିବା ବନାଞ୍ଚଳରେ ଶିକାରୀମାନେ ନିଆଁ ଲଗାଇ ସେମାନଙ୍କୁ ଶିକାର କରୁଥିବାବେଳେ କାଠ ଚୋରି ଆଶାତୀତ ଭାବେ ବୃଦ୍ଧି ପାଉଛି। ସାନରୁ ବଡ଼ କୌଣସି ବନ କର୍ମଚାରୀଙ୍କ ଜଙ୍ଗଲରେ ଦେଖା ମିଳୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବନ କର୍ମଚାରୀ ସଂଖ୍ୟା କମ୍‌ ଥିବା ଅଧିକାରୀମାନେ ସଫେଇ ଦେଇ ନିଜ ମୂଳଲକ୍ଷ୍ୟରୁ ବିଚ୍ୟୁତ ହେଉଛନ୍ତି। ଏବେ ପୁଣି ପ୍ରତି ପଞ୍ଚାୟତରେ ପାର୍କ ନିର୍ମାଣ ନେଇ ଅନୁଦାନ ମଞ୍ଜୁରୀ ଲାଭ କରିବା ସହ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଚାଲିଛି। ଏପରି ବହୁ ଉଦାହରଣ ରହିଛି ରାଁସୋଳ ଫରେଷ୍ଟ ରେଞ୍ଜ ଅଧୀନରେ। ଏଠାରେ ଏକ ଜଙ୍ଗଲରେ ଜଣେ ଲୋକ ରାତିରେ ଜେସିବି ମେଶିନ ଲଗାଇ ବହୁ ଗଛ କାଟି ସମତଳ କରିଛନ୍ତି। ଏନେଇ ବନ ସୁରକ୍ଷା ସମିତି ଓ ମହିଳାମାନେ ଅଭିଯୋଗ କରିବା ପରେ ବି ଫରେଷ୍ଟର ବିଭିନ୍ନ କାମର ବାହାନା କରି ସଂପୃକ୍ତ ସ୍ଥାନକୁ ଯାଇନାହାନ୍ତି। ସେହିପରି କୋଳିପଶୀ ଜଙ୍ଗଲରେ ପ୍ରତିଦିନ କୌଣସି ନା କୌଣସି ବନ୍ୟଜନ୍ତୁଙ୍କୁ ଶିକାର କରି ଶିକାରୀ ବେଧଡ଼କ ଭାବେ ବିକ୍ରି କରୁଛନ୍ତି। ତେଣୁ ବନ ବିଭାଗ ନିଜ ବିଭାଗ ଦାୟିତ୍ୱ ପ୍ରତି କେବେ ଆନ୍ତରିକତା ଦେଖାଦେଉଛି ତାହା ଦେଖିବାକୁ ବାକି ରହିଛି ବୋଲି ପରିବେଶବିତ୍‌ମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?