ଜଳୁଛି ଜଙ୍ଗଲ, ଅସୁରକ୍ଷିତ ବନ୍ୟଜନ୍ତୁ

କାଳିଆପାଣି,୨୧ା୪(ଡି.ଏନ.ଏ.): ଯାଜପୁର ଜିଲାର ଜଙ୍ଗଲ ଉପତ୍ୟକାରେ ଚାରିଆଡ଼େ ନିଆଁଲାଗିଛି। ଫଳରେ ଜଙ୍ଗଲର ବହୁ ମୂଲ୍ୟବାନ ଗଛ ସହିତ ଔଷଧୀୟ ଗୁଳ୍ମ, ସରୀସୃପ ଓ କୀଟ, ପତଙ୍ଗ ପୋଡ଼ି ପାଉଁଶ ହୋଇଯାଉଛନ୍ତି। ମାତ୍ର ଏହା ଜନ୍ତୁ ଶିକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ସେହିପରି କାଠ ବେପାରୀ ଦିନ ଦ୍ବିପ୍ରହରରେ ଜଙ୍ଗଲ ଲୁଟ୍‌ କରୁଥିବାବେଳେ ବନ ବିଭାଗର ନିଷ୍କ୍ରିୟତା ସେମାନଙ୍କୁ ବରଦାନ ସଦୃଶ ହୋଇଛି। ବନ ବିଭାଗ ଏହାକୁ ରୋକିବା ତ ଦୂରର କଥା ସମର୍ଥନ ଦେଉ ନ ଥିଲେ ବି ଅସମର୍ଥ ହୋଇ ହାତ ଟେକି ଦେଇଥିବା ଅଞ୍ଚଳରେ ଆଲୋଚନା ହେଉଛି। ଏହାର କାରଣ ପାଲଟିଛି ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବାର ଠିକାଦାରି ବ୍ୟବସ୍ଥା। କେତେଜଣ ବନ କର୍ମଚାରୀ କିଛି ବର୍ଷ ହେଲା ଠିକାଦାରିରେ ବୁଡ଼ି ରହିଛନ୍ତି। ଜିଲାର ଯଖପୁରା, କାଳିଆପାଣି, ନିମପଲ୍ଲୀ, ଡୁବୁରୀ ଓ ଟମକା ଆଦି ସ୍ଥାନରେ ଆନୁମାନିକ ୧୦୦ କୋଟି ଟଙ୍କା ଅର୍ଥ ବିନିମୟରେ ପାର୍କ ନିର୍ମାଣ କାର୍ଯ୍ୟ ଚାଲିଛି। ଏହା କଟକ ବନ ଖଣ୍ଡ(ଡିଏଫଓ)ଙ୍କ ନିର୍ଦ୍ଦେଶରେ ଓ ବନାଞ୍ଚଳ ଅଧିକାରୀଙ୍କ ତତ୍ତ୍ୱବଧାନରେ ଚାଲୁ ରହିଛି। ତା’ ସହ ଟେଣ୍ଡର ପ୍ରକ୍ରିୟାରେ ମଧ୍ୟ ଅନେକ କାର୍ଯ୍ୟ ଚାଲୁ ରହିଛି। ଏହି କାର୍ଯ୍ୟ ପ୍ରକ୍ରିୟାକୁ ସମ୍ପାଦନ ପାଇଁ ସ୍ବତନ୍ତ୍ର ଭାବେ ନିର୍ମାଣ ବିଭାଗ ରହିଥିବାବେଳେ ବିନା ଅଭିଜ୍ଞତାରେ ନିଜେ ବନ ବିଭାଗ କାମକୁ ଆବୋରି ନିଜମୂଳ କାର୍ଯ୍ୟରୁ ଦୂରେଇ ଠିକାଦାରିରେ ମାତିଥିବାରୁ ବନାଞ୍ଚଳ ଛାରଖାର ହେବାରେ ଲାଗିଛି। ଏଥିପାଇଁ ପରିବେଶବିତ୍‌ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଜିଲାର ବିଭିନ୍ନ ଅଞ୍ଚଳ ପାଇଁ ବହୁ ପ୍ରକଳ୍ପ ଆସୁଛି। ଏସବୁ ନିର୍ମାଣ କରିବାକୁ ସରକାରୀ ଜମି ମିଳୁ ନ ଥିବାରୁ ଜଙ୍ଗଲ ଜମିରେ ପ୍ରକଳ୍ପଗୁଡ଼ିକ କରାଯାଉଛି। ତେଣୁ ବନ ବିଭାଗ କର୍ମଚାରୀ ଭଲ ଦି ପଇସା କମେଇବାର ଏହା ଏକ ରାସ୍ତା ପାଲଟିଛି। ବନ୍ୟଜନ୍ତୁମାନେ ବିଚରଣ କରୁଥିବା ବନାଞ୍ଚଳରେ ଶିକାରୀମାନେ ନିଆଁ ଲଗାଇ ସେମାନଙ୍କୁ ଶିକାର କରୁଥିବାବେଳେ କାଠ ଚୋରି ଆଶାତୀତ ଭାବେ ବୃଦ୍ଧି ପାଉଛି। ସାନରୁ ବଡ଼ କୌଣସି ବନ କର୍ମଚାରୀଙ୍କ ଜଙ୍ଗଲରେ ଦେଖା ମିଳୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବନ କର୍ମଚାରୀ ସଂଖ୍ୟା କମ୍‌ ଥିବା ଅଧିକାରୀମାନେ ସଫେଇ ଦେଇ ନିଜ ମୂଳଲକ୍ଷ୍ୟରୁ ବିଚ୍ୟୁତ ହେଉଛନ୍ତି। ଏବେ ପୁଣି ପ୍ରତି ପଞ୍ଚାୟତରେ ପାର୍କ ନିର୍ମାଣ ନେଇ ଅନୁଦାନ ମଞ୍ଜୁରୀ ଲାଭ କରିବା ସହ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଚାଲିଛି। ଏପରି ବହୁ ଉଦାହରଣ ରହିଛି ରାଁସୋଳ ଫରେଷ୍ଟ ରେଞ୍ଜ ଅଧୀନରେ। ଏଠାରେ ଏକ ଜଙ୍ଗଲରେ ଜଣେ ଲୋକ ରାତିରେ ଜେସିବି ମେଶିନ ଲଗାଇ ବହୁ ଗଛ କାଟି ସମତଳ କରିଛନ୍ତି। ଏନେଇ ବନ ସୁରକ୍ଷା ସମିତି ଓ ମହିଳାମାନେ ଅଭିଯୋଗ କରିବା ପରେ ବି ଫରେଷ୍ଟର ବିଭିନ୍ନ କାମର ବାହାନା କରି ସଂପୃକ୍ତ ସ୍ଥାନକୁ ଯାଇନାହାନ୍ତି। ସେହିପରି କୋଳିପଶୀ ଜଙ୍ଗଲରେ ପ୍ରତିଦିନ କୌଣସି ନା କୌଣସି ବନ୍ୟଜନ୍ତୁଙ୍କୁ ଶିକାର କରି ଶିକାରୀ ବେଧଡ଼କ ଭାବେ ବିକ୍ରି କରୁଛନ୍ତି। ତେଣୁ ବନ ବିଭାଗ ନିଜ ବିଭାଗ ଦାୟିତ୍ୱ ପ୍ରତି କେବେ ଆନ୍ତରିକତା ଦେଖାଦେଉଛି ତାହା ଦେଖିବାକୁ ବାକି ରହିଛି ବୋଲି ପରିବେଶବିତ୍‌ମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ରିସିଭ୍‌ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri