ଆବର୍ଜନାରେ ପୋତି ହେଉଛି ମୂଳ ଖରସ୍ରୋତା

ରସୁଲପୁର,୨ା୯(ଡି.ଏନ.ଏ.): ରସୁଲପୁର ବ୍ଲକ୍‌ ଅଞ୍ଚଳର ଉତ୍ତର ସୀମାରେ ପ୍ରବାହିତ ମୂଳ ଖରସ୍ରୋତା ନଦୀ ଏବେ ଆବର୍ଜନାରେ ପୋତି ହେଉଛି। ଏହି ନଦୀର ତଳମୁଣ୍ଡ ଖଣ୍ଡିତରଠାରେ ନିର୍ମିତ ସ୍ଲୁଇସ୍‌ଗେଟ୍‌ ବନ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି। ଫଳରେ ନଦୀରେ ଆସିଥିବା ପ୍ରଥମ ବନ୍ୟାଜଳରେ ନଦୀ ଅବବାହିକାରେ ଥିବା ୪ଟି ପଞ୍ଚାୟତ ଯଥା; ଭୋଟକା, ଗନ୍ଧଣ, ଟିକରପଡ଼ା, ରସୁଲପୁର ଆଦିର ୧,୦୦୦ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଜମି ଜଳମଗ୍ନ ହୋଇ ଖରିଫ ଚାଷ ପ୍ରଭାବିତ ହୋଇଛି।
୩ ଦଶନ୍ଧି ତଳେ ଖରସ୍ରୋତା ନଦୀରେ ବନ୍ୟା ଆସିବା ଫଳରେ ବ୍ଲକର ଟିକରପଡ଼ାଠାରେ ଘାଇ ହୋଇଥିଲା। ଏହି ଘାଇ ଏକ ପାଟଦେଇ ପ୍ରବାହିତ ହୋଇ ଖଣ୍ଡିତରଠାରେ ପୁଣି ଖରସ୍ରୋତା ନଦୀରେ ବିଲୀନ ହୋଇଥିଲା। ନଦୀର ସେହି ଅଂଶକୁ ପାଟିଆ ବୋଲି କୁହାଯାଉଛି। ହେଲେ ମୂଳ ଖରସ୍ରୋତା ନଦୀର ଘାଇ ସୃଷ୍ଟି ହୋଇଥିବା ସ୍ଥାନରୁ ବ୍ଲକର ଟିକରପଡ଼ା, ଶ୍ରୀବନ୍ତପୁର, ନଠୁଆବର, ବଡ଼କଇଞ୍ଚତ୍, ଗନ୍ଧଣ, ଭୋଟକା, ରାହାମ୍ବା, ରସୁଲପୁର ଆଦି ପଞ୍ଚାୟତ ଦେଇ(୧୩ କି.ମି. ଦୀର୍ଘ) ପ୍ରବାହିତ ହୋଇଥିଲା। ଖରସ୍ରୋତାରେ ବନ୍ୟା ଆସିଲେ ଏହି ପଞ୍ଚାୟତର ଲୋକେ ପ୍ରବାହିତ ହୁଅନ୍ତି। ମୂଳ ଖରସ୍ରୋତା ଓ ଘାଇ ଉପତ୍ତ୍ତି ସ୍ଥଳରୁ ଖରସ୍ରୋତାର ଅଧିକ ବନ୍ୟାଜଳ ପାଟିଆ ଦେଇ ପ୍ରବାହିତ ହୁଏ। କାଳକ୍ରମେ ମୂଳ ଖରସ୍ରୋତାର ଉପରମୁଣ୍ଡ ପୋତି ହୋଇ ଯାଇଥିଲେ ମଧ୍ୟ ନଦୀକୂଳିଆ ବନ୍ୟାଦାଉରୁ ରକ୍ଷା ପାଇପାରୁ ନ ଥିଲେ। ଉପରମୁଣ୍ଡରୁ ବନ୍ୟାଜଳ ବିଳମ୍ବରେ ନଦୀରେ ପ୍ରବାହିତ ହେଉଥିଲେ ବି ତଳମୁଣ୍ଡ ଦେଇ ବନ୍ୟାଜଳ ମୂଳ ଖରସ୍ରୋତାରେ ପ୍ରବେଶ କରୁଥିବାରୁ ତଟବାସୀ ପ୍ରଭାବିତ ହେଉଥିଲେ। ଏହି ଧାରାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ମୂଳ ଖରସ୍ରୋତାକୁ ମାରି ଦେବାର ଅପଚେଷ୍ଟା କରାଯାଇଛି। ୨୦୦୨ ଅର୍ଥାତ୍‌ ୨୦ବର୍ଷ ତଳେ ନଦୀ ଉପରମୁଣ୍ଡକୁ ପୋତିଦେବା ଯୋଗୁ ନଦୀକୂଳିଆଙ୍କୁ ଅନେକ ଦୁଃଖ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି। ମୂଳ ଖରସ୍ରୋତାର ଉପରମୁଣ୍ଡରେ ବନ୍ଧ ବନ୍ଧାଯାଇ ଜଳ ପ୍ରବାହିତ ଧାରାକୁ ବନ୍ଦ କରି ଦିଆଯାଇଥିଲା। ତଳମୁଣ୍ଡ (ଖଣ୍ଡିତରଠାରେ) ନଦୀରେ ବନ୍ୟାଜଳ ପ୍ରବେଶ ନ କରିବା ପାଇଁ ଏକ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଗଲା। ବନ୍ୟା ସମୟରେ ଏହି ଗେଟ୍‌ ବନ୍ଦ ରହୁଛି। ଏହି ନଦୀଅଂଶ ସହ ବିଭିନ୍ନ ପଞ୍ଚାୟତର ପାଟନାଳୀରୁ ବହି ଆସୁଥିବା ଆବର୍ଜନା ଜଳ ସ୍ଲୁଇସ ଗେଟ୍‌ ଦେଇ ଖରସ୍ରୋତା ଗର୍ଭକୁ ବହିଯିବ। ମାତ୍ର ସ୍ଲୁଇସ୍‌ଗେଟରେ ରହିଥିବା ତ୍ରୁଟି ଯୋଗୁ ଏହିଭଳି ପ୍ରୟାସ ବିଫଳ ହେଲା, ଯାହାର ପରିଣାମ ମୂଳ ଖରସ୍ରୋତା ନଦୀକୂଳିଆବାସୀଙ୍କୁ ଭୋଗିବାକୁ ପଡୁଛି। ତେଣୁ ଏହି ନଦୀକୁ ଚିରସ୍ରୋତା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ଖରସ୍ରୋତା ପୁନରୁଦ୍ଧାର ସମିତି ନଦୀକୁ ବଞ୍ଚାଇବା ପାଇଁ ଆନ୍ଦୋଳନ ଜାରି ରଖିଛି। ସଂଗଠନ ପକ୍ଷରୁ ନଦୀର ଉପରମୁଣ୍ଡରେ ଏକ ସ୍ଲୁଇସ୍‌ ଗେଟ ନିର୍ମାଣ କରି ବନ୍ୟା ନିୟନ୍ତ୍ରଣ କରାଯିବା ସହ ବର୍ଷସାରା ନଦୀରେ ଜଳ ପ୍ରବାହିତ ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ତଳମୁଣ୍ଡ ସ୍ଲୁଇସ୍‌ ଗେଟରେ ପରିଲକ୍ଷିତ ହୋଇଥିବା ତ୍ରୁଟିବିଚ୍ୟୁତିରେ ସୁଧାର ଆଣିବା ପାଇଁ ବିଭିନ୍ନ ପଞ୍ଚାୟତରେ ପଦଯାତ୍ରା କରାଯାଉଛି। ଆଗକୁ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କୁହାଯାଉଛି। ଏହି ନଦୀ ଗର୍ଭରୁ ଅଳିଆଅବର୍ଜନାକୁ ତୁରନ୍ତ ସଫା କରିବା ସହ ଉପରମୁଣ୍ଡରେ ସ୍ଲୁଇସ୍‌ ଗେଟ ନିର୍ମାଣକୁ ନେଇ ଜାରକା ଜଳ ସମ୍ପଦ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ ବୋଲି ଦାବି ହେଉଛି। ଏ ନେଇ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ସୁବାସ ସାହୁ କହିଛନ୍ତି, ତଳମୁଣ୍ଡରେ ନିର୍ମିତ ସ୍ଲୁଇସ୍‌ ଗେଟ୍‌ରେ ଫାଟ ସୃଷ୍ଟି ହେବାରୁ ୨୦୨୦ ବନ୍ୟାରେ ସ୍ଲୁଇସ୍‌ ଗେଟ ସ୍ଥାନରେ ଏକ ଘାଇ ହୋଇଥିଲା। ଏହି ଘାଇ ଦ୍ୱାରା ସ୍ଲୁଇସ୍‌ ଗେଟ ପ୍ରବାହିତ ହୋଇଥିଲା। ପରେ ଏହି ଗେଟ୍‌କୁ ମରାମତି କରିଦିଆଯାଇଛି। ତେବେ କାହିଁକି ବନ୍ୟା ଜଳ ନିୟନ୍ତ୍ରଣ ହୋଇପାରୁ ନାହିଁ, ତାହାକୁ ସେ ଅନୁଧ୍ୟାନ କରି ଦେଖିବେ। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ବନ୍ୟା ସମୟରେ ଗେଟ୍‌ ଖୋଲି ଦେଉଥିବାରୁ ଏଭଳି ସ୍ଥିତି ଉପୁଜୁଥାଇ ପାରେ ବୋଲି ସେ ଅନୁମାନ କରୁଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri