ବସ୍ତାନି ବୋଝ

ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଛାତ୍ର ଓଜନିଆ ସ୍କୁଲ ବ୍ୟାଗ ଧରିବା ଉଚିତ ନୁହେଁ ବୋଲି ଦୀର୍ଘଦିନରୁ ଚର୍ଚ୍ଚା ହୋଇଆସୁଅଛି। ମଝିରେ ଏ ସଂକ୍ରାନ୍ତରେ ମାଡ୍ରାସ ହାଇକୋର୍ଟ ୨୯ ମେ’ ୨୦୧୮ରେ ଏମ. ପୁରୁଷୋତ୍ତମ ଏବଂ କେନ୍ଦ୍ର ସରକାରଙ୍କ ଏକ ମାମଲାର ଶୁଣାଣି କରିବାକୁ ଯାଇ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସବୁ ପିଲାମାନଙ୍କର ବସ୍ତାନିର ବୋଝ କମାଇବା ନିମିତ୍ତ ବିଦ୍ୟାଳୟ ବସ୍ତାନି ସମ୍ପର୍କିତ ନୀତି ନିର୍ଦ୍ଧାରଣ କରନ୍ତୁ ବୋଲି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହାକୁ ପାଳନ କରିବାକୁ ଯାଇ କେନ୍ଦ୍ର ସରକାର ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଚିଠି ସଂଖ୍ୟା ଏମ୍‌ଏଚ୍‌ଆର୍‌ଡି ଡି.ଓ. ନଂ ୧-୪/୨୦୧୮ ଜାରି କରିଛନ୍ତି। ଓଡ଼ିଶାରେ ମଧ୍ୟ ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗାଇଡ୍‌ଲାଇନ ଜାରି କରିଛି। ବାଧ୍ୟ ବାଧକତାରେ ହେଉ କି ଯାହା ହେଉ ସରକାର ବସ୍ତାନିର ବୋଝ କଥା ହୃଦୟଙ୍ଗମ କରିଛନ୍ତି ତାହା ଏକ ଖୁସିର ବିଷୟ।
ବସ୍ତାନି କହିଲେ ସାଧାରଣତଃ ପିଲାଙ୍କର ପାଠ୍ୟ ପୁସ୍ତକ, ଗାଇଡ୍‌ ବହି, ଖାତା, ପାଣିବୋତଲ, ଜଳଖିଆ ବାକ୍ସ ଇତ୍ୟାଦି ରହୁଥିବା ବ୍ୟାଗ୍‌ ଯାହାକୁ ଧରି ସେମାନେ ବିଦ୍ୟାଳୟକୁ ଯାଇଥାନ୍ତି ତାକୁ ବୁଝାଇଥାଏ। ପାଠ ପଢ଼ିବା ନିମିତ୍ତ ବସ୍ତାନିର ଆବଶ୍ୟକତାକୁ କେହି ଅସ୍ବୀକାର କରିପାରିବେ ନାହିଁ। କିନ୍ତୁ ପିଲାମାନଙ୍କୁ ନେଇ ମା’ବାପାଙ୍କ ଅହେତୁକ ଆଶା, ଅଭିଭାବକଙ୍କ ମନକୁ ନେଇ ବିଦ୍ୟାଳୟର ପ୍ରସ୍ତୁତି କାରଣରୁ ଦିନକୁ ଦିନ ଏହି ବସ୍ତାନିର ଓଜନ ବଢୁଛି। ବିଶେଷ କରି ବେସରକାରୀ ବିଦ୍ୟାଳୟ ସମ୍ପୂର୍ଣ୍ଣରୂପେ ପିଲାଙ୍କ ଫି’ ଉପରେ ନିର୍ଭରଶୀଳ ରହିବା କାରଣରୁ ଅଭିଭାବକଙ୍କ ଚାପ କାରଣରୁ ପ୍ରଥମ ଶ୍ରେଣୀରୁ ଓଡ଼ିଆ, ଇଂଲିଶ, ହିନ୍ଦୀ, ସଂସ୍କୃତ ଇତ୍ୟାଦି ଭାଷା ଶିକ୍ଷା ଭିନ୍ନ ଗଣିତ ତଥା ଅନ୍ୟାନ୍ୟ ବିଷୟ ପାଠ୍ୟ ଖସଡ଼ାରେ ସାମିଲ କରିବା କାରଣରୁ ଏ ବୋଝ ବଢିଛି। ଉପର ଶ୍ରେଣୀମାନଙ୍କରେ ମଧ୍ୟ ଘରକାମ ନାଁ ଅନେକ ଖାତା, ପ୍ରକଳ୍ପ ସକାଶେ ପ୍ରାୟ ପ୍ରତିଦିନ ବିଭିନ୍ନ ସାମଗ୍ରୀ ବସ୍ତାନି ଭିତରେ ସାମିଲ ହେଉଥିବାରୁ ଏହାର ଓଜନ ବଢୁଛି। କିନ୍ତୁ ମା’ବାପା, ଅଭିଭାବକ ତଥା ବିଦ୍ୟାଳୟ କର୍ତ୍ତୃପକ୍ଷ ଥରୁଟିଏ ମଧ୍ୟ ଭାବି ପାରନ୍ତିନି ଯେ ଏହି ବସ୍ତାନିର ବୋଝ ଶିଶୁମାନଙ୍କ ମାନସିକ, ଶାରୀରିକ ସ୍ତରରେ କି ପ୍ରଭାବ ପକାଇବ। ଦୀର୍ଘଦିନ ଧରି ବସ୍ତାନିର ବୋଝକୁ ନେଇ ସମଗ୍ର ବିଶ୍ୱରେ ଅନେକ ତର୍କବିତର୍କ ଲାଗିବା କାରଣରୁ ଏହାକୁ ନେଇ ମଝିରେ ଅନେକ ଅନୁଧ୍ୟାନ ମଧ୍ୟ ହୋଇଛି, ଯେଉଁଥିରୁ ଜଣାପଡିଛି ଯେ ଅଧିକ ଓଜନର ବସ୍ତାନି ବୋହିବା କାରଣରୁ ଛାତ୍ରୀଛାତ୍ର ବିଭିନ୍ନ ପ୍ରକାର ଅସୁବିଧା ଯଥା- ପିଠି ଯନ୍ତ୍ରଣା, ଗଣ୍ଠି ଦରଜ, ମାଂସପେଶୀ ଦରଜ, ମେରୁଦଣ୍ଡ ସମସ୍ୟା, ବେକ ଯନ୍ତ୍ରଣା, କ୍ଳାନ୍ତି, ମାନସିକ ଅବସାଦ ତଥା ଅନ୍ୟାନ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସମ୍ପ୍ରତି ବସ୍ତାନିର ବୋଝକୁ ନେଇ ଗାଇଡ୍‌ଲାଇନ ପ୍ରସ୍ତୁତ ହେଲାପରେ ଓଡ଼ିଶା ସରକାରଙ୍କ ସାଧାରଣ ଗାଇଡଲାଇନ୍‌ ଅନୁଯାୟୀ ଏଣିକି ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ପିଲାମାନେ ଏସ୍‌ସିଇଆର୍‌ଟି ଏବଂ ନବମ ଓ ଦଶମ ଶ୍ରେଣୀର ପିଲାମାନେ ବିଏସ୍‌ଇ ଦ୍ୱାରା ପ୍ରଣୀତ ପାଠ୍ୟ ପୁସ୍ତକ ହିଁ ବ୍ୟାଗରେ ଧରିବେ ଏବଂ କୌଣସି ପରିସ୍ଥିତିରେ ବହି ନିର୍ଦ୍ଧାରିତ ମାତ୍ରାରୁ ବେଶି ହେବ ନାହିଁ। ବହି ନିମିତ୍ତ ସରକାର ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ସକାଶେ ମାତୃଭାଷା, ଇଂଲିଶ ଏବଂ ଗଣିତ, ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ମାତୃଭାଷା, ଇଂଲିଶ, ଗଣିତ ଏବଂ ପରିବେଶ ଶିକ୍ଷା ଧାର୍ଯ୍ୟ କରିଥିବା ଜଣାଯାଏ। ଠିକ୍‌ ସେହିଭଳି ପ୍ରଥମ, ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ଘରକାମ ଦିଆଯିବାକୁ ବାରଣ କରାଯାଇଅଛି। ନିର୍ଦ୍ଦିଷ୍ଟ ବିଷୟ ସରିଲା ପରେ ପାଠ ଶେଷରେ ଥିବା ପ୍ରଶ୍ନୋତ୍ତର ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଶ୍ରେଣୀ ମଧ୍ୟରେ କରାଯିବା କଥା କୁହାଯାଇଛି। ଏଥିପାଇଁ ସ୍ବତନ୍ତ୍ର ପିରିୟଡ ରଖାଯିବାକୁ କୁହାଯାଇଛି। ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କୁ ସପ୍ତାହର କିଛି ନିର୍ଦ୍ଦିଷ୍ଟ ଦିନ ହିଁ କେବଳ ହୋମ ଓ୍ବାର୍କ ଦିଆ ଯାଇ ପାରିବ ବୋଲି କୁହାଯାଇଛି। ଯଦିଓ ତାହା ସ୍ବତନ୍ତ୍ର ଭାବରେ ଖାତା ବ୍ୟବହାରକୁ ଯେତେଦୂର ସମ୍ଭବ ବାରଣ କରିବା ନିମିତ୍ତ ବହି ଭିତରେ ଉତ୍ତର ଲେଖିବାର ବ୍ୟବସ୍ଥା ମଧ୍ୟ ହୋଇଛି। ଗାଇଡ୍‌ ବହିକୁ ବସ୍ତାନିରୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ପାଣିବୋତଲକୁ ମଧ୍ୟ ବ୍ୟାଗରେ ସ୍ଥାନ ଦିଆ ଯାଇନାହିଁ। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ମଧ୍ୟରେ ପଢୁଥିବା ପିଲାମାନଙ୍କ ବ୍ୟାଗର ଓଜନ ନିଜ ଶରୀର ଓଜନର ଦଶ ପ୍ରତିଶତରୁ ଅଧିକ ହେବ ନାହିଁ। ବିଦ୍ୟାଳୟକୁ ପୁସ୍ତକ ନେବା ସକାଶେ ଶିକ୍ଷକ ପିଲାଙ୍କୁ ବାଧ୍ୟ କରିବେ ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ସ୍ତରରେ ଏକ ଗାଇଡ୍‌ଲାଇନ ଜାରିକରି ତାକୁ ବିଦ୍ୟାଳୟ ନୋଟିସ ବୋର୍ଡରେ ଲଗାଇବେ। ପ୍ରତିଦିନ ଯେଉଁ ବିଷୟର ପିରିୟଡ ରହିଥିବ କେବଳ ସେହି ବିଷୟର ପୁସ୍ତକ ଆଣିବେ। ପିଲାମାନେ କେଉଁ ସବୁ ବହି ଏବଂ ଖାତା ଧରିି ଆସିବେ ଶିକ୍ଷକ ପୂର୍ବଦିନ ପିଲାଙ୍କୁ ସେ ବିଷୟରେ କହିବେ। ବସ୍ତାନି ଓଜନ ଯେମିତି କି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ପାଇଁ ୧.୫ କି.ଗ୍ରା.,ତୃତୀୟରୁ ପଞ୍ଚମ ଯାଏ ୨ରୁ ୩ କି.ଗ୍ରା., ୬ଷ୍ଠରୁ ୮ମ ପାଇଁ ୪ କି.ଗ୍ରା. ମଧ୍ୟରେ, ୮ମ ଏବଂ ୯ମ ପାଇଁ ୪.୫ କି.ଗ୍ରା. ହୋଇଥିବାବେଳେ ଦଶମ ପାଇଁ ଏହା ୫କି.ଗ୍ରା.ରୁ କମ୍‌ ଧାର୍ଯ୍ୟ ହୋଇଛି। ଅଦରକାରୀ ଜିନିଷ ବ୍ୟାଗରେ ଧରିବାକୁ ବାରଣ କରିବା ନିମିତ୍ତ ମଝିରେ ମଝିରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କ ବ୍ୟାଗ ସବୁକୁ ଯାଞ୍ଚ କରିବେ।
କିନ୍ତୁ ସରକାରଙ୍କ ଆନ୍ତରିକତାର ଅଭାବରୁ କେବଳ ଧର୍ମକୁ ଆଖିଠାର ନାଁରେ ସରକାର ଗାଇଡ୍‌ଲାଇନ ଜାରି କରିଦେଲେ ସିନା କିନ୍ତୁ ନିର୍ଦ୍ଦିଷ୍ଟ ସମୟାନ୍ତରରେ ବିଦ୍ୟାଳୟ ପରିଦର୍ଶନ କରି ଯେଉଁ ବସ୍ତାନି ଯାଞ୍ଚ ପ୍ରକ୍ରିୟା ହେବା କଥା ତାହା ଆଉ ହେଲା ନାହଁି କି ଏଥି ନିମିତ୍ତ ଗଢାଯାଇଥିବା କମିଟି କାର୍ଯ୍ୟକ୍ଷମ ହେଲା ନାହିଁ, ଏ ସଂକ୍ରାନ୍ତରେ ସମୀକ୍ଷା କରି ପରବର୍ତ୍ତୀ ସମୟରେ ବୋଝ ଆହୁରି କମାଇବା ନିମିତ୍ତ ପରାମର୍ଶ ଦେବା ତ ଦୂରର କଥା। ତେଣୁ ଆଜି ମଧ୍ୟ ସ୍କୁଲ ଯାଉଥିବା ପିଲାଙ୍କୁ ଦେଖିଲେ ସ୍ବତଃ ମନେହୁଏ ସେମାନେ ଶରୀର ଅନୁଯାୟୀ ଢେର ଅଧିକ ଓଜନର ବସ୍ତାନି ବୋହୁଛନ୍ତି।

– ରାଜୀବ କୁମାର ନାୟକ
ପଦରପଡା, ଜି.ବୌଦ୍ଧ
ମୋ-୯୪୩୭୫୭୧୮୩୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri