ବୁରାଙ୍ଗିଆ-ବୁଡ଼ାଗୁଡା ରାସ୍ତା କର୍ଦ୍ଧମାକ୍ତ: ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଗ୍ରାମବାସୀ

ଦାରିଙ୍ଗବାଡି,୩୦।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ଅଞ୍ଚକଭାବେ ଜଣାଶୁଣା କିରିକୁଟି ପଞ୍ଚାୟତର ବୁରାଙ୍ଗିଆ-ବୁଡ଼ାଗୁଡା ରାସ୍ତା କର୍ଦ୍ଧମାକ୍ତ ଯୋଗୁ ଯାତାୟତରେ ବାଧାପ୍ରାପ୍ତ ଦେଖାଯାଇଛି। ପ୍ରକାଶ ଯେ, ଅଞ୍ଚଳରେ ଦୈନିକ ବର୍ଷା ଲାଗିରହିଥିବା ବେଳେ ଗତ କିଛି ଦିନ ହେଲା ଲଘୁଚାପଜନିତ ବର୍ଷା ଲାଗି ରହିଛି ଫଳରେ ଅର୍ଦ୍ଧନିର୍ମିତ ରାସ୍ତା ଏବେ କାଦୁଅ ପଚପଚ ହୋଇ ରହିଛି। ବାଇକ, ଅଟୋ ଓ ଚାରିଚକିଆ ଯାନ ଯାତାୟାତରେ ସମସ୍ୟା ଦେଖାଯାଇଛି। ବୁରାଙ୍ଗିଆବାସୀଙ୍କ ସମେତ ଏକାଧିକ ଲୋକ ସାଧାରଣ ବଣ୍ଟନ ସାମଗ୍ରୀ ପାଇଁ ଯିବା ସମ୍ଭବ ହେଉ ନ ଥିବା ବେଳେ ସେଥିପାଇଁ ସଂଘର୍ଷ କରିବାକୁ ପଡୁଛି। ରାସ୍ତାରେ ପାଦରେ ଚାଲିକି ଯାତାୟାତ ମଧ୍ୟ ସମ୍ଭବ ହେଉନାହିଁ। ସେହିପରି ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ମଧ୍ୟ ଗାଁକୁ ପହଞ୍ଚିବା କଷ୍ଟ ହୋଇପଡିଛି। ବୁଡ଼ାଗୁଡାଠାରୁ ବୁରାଙ୍ଗିଆ ଦେଇ ୫୯ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବାବେଳେ ତାହା ଅସମ୍ପୂର୍ଣ୍ଣ ରହିଛି। ଫଳରେ ଦୀର୍ଘ ଦିନ ହେଲା ଅଞ୍ଚଳବାସୀ ବହୁ ହଇରାଣ ଭୋଗୁଥିବା ବୁରାଙ୍ଗିଆ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ରାସ୍ତା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଟ୍ରମ୍ପଙ୍କୁ କେମିତି ଅସ୍ତ୍ରବିରତି ବୃଦ୍ଧି କରିବାକୁ ବାଧ୍ୟ କରିଥିଲେ ଶେହବାଜ-ମୁନିର, ମନା କରିବା ସତ୍ତ୍ୱେ କିପରି ବଦଳିଲା ମନୋଭାବ, ଜାଣନ୍ତୁ…

ଓ୍ବାଶିଂଟନ୍‌, ୨୨।୪: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଅବଧି ଶେଷ ହେବା ପୂର୍ବରୁ ବୃଦ୍ଧି କରିଛନ୍ତି। ସେ ବୁଧବାର ସକାଳେ ଘୋଷଣା…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

୨୫ ଯାଏ କଳବଳ କରିବ ତାତି

ଭୁବନେଶ୍ୱର,୨୨।୪ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ସକାଳ ୯ଟା ବେଳକୁ ଖରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ତେବେ ଆସନ୍ତା ୪ଦିନ ଅର୍ଥାତ୍‌ ୨୫…

୮୫% ଇଥାନଲ ମିଶା ଇନ୍ଧନରେ ଚାଲିବ କାର୍‌

ନୂଆଦିଲ୍ଲୀ,୨୨ା୪: ଅଶୋଧିତ ତୈଳ ଆମଦାନୀ ହ୍ରାସ କରିବା ସହ ପ୍ରଦୂଷଣ କମାଇବା ପାଇଁ ଗତ ଏପ୍ରିଲ ୧ରୁ ଭାରତରେ ଇ୨୦ ପେଟ୍ରୋଲ (୨୦ ପ୍ରତିଶତ ଇଥାନଲ ଓ…

ସବୁଠୁ ଉତ୍ତପ୍ତ ୨୦ ସହର ମଧ୍ୟରୁ ୧୯ ଭାରତରେ

ନୂଆଦିଲ୍ଲୀ,୨୨ା୪: ଭାରତ ଏବେ ବିଶ୍ୱ ଉତ୍ତାପ ବୃଦ୍ଧିର କେନ୍ଦ୍ରସ୍ଥଳ ପାଲଟିଛି। ବିଶ୍ୱର ୨୦ଟି ସବୁଠୁ ଉତ୍ତପ୍ତ ସହର ମଧ୍ୟରୁ ୧୯ଟି ଭାରତରେ ରହିଥିବା ଏକ୍ୟୁଆଇ ପକ୍ଷରୁ ଜାରି…

୨୩% ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୨ା୪: ଆଗାମୀ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ପ୍ରତିଶତଙ୍କ…

ପଦ୍ମପୁରକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବ୍ୟାହତ: ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ବିଫଳ

ପଦ୍ମପୁର,୨୨ା୪(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ସହରବାସୀଙ୍କୁ ପାନୀୟ ଜଳ ଯୋଗାଣର ସୁଧାର ଆଣିବା ଲକ୍ଷ୍ୟରେ ଅଙ୍ଗନଦୀର ଦର୍ବେ କେଲାଠାରେ ନିର୍ମାଣ ହୋଇଥିବା ବ୍ୟାରେଜ ବିଫଳ ହୋଇଛି। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri