ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯।୩: ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୧୧୦ ଜଣ ଅଧ୍ୟକ୍ଷଙ୍କ ସମେତ ମୋଟ ୧୩୪୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଅଧୀନରେ ଥିବା ଆଦର୍ଶ ବିଦ୍ୟାଳୟଗୁଡିକରେ ୧୧୦ଟି ଅଧ୍ୟକ୍ଷ ପଦ ସହିତ ପିଜିଟି ପଦାର୍ଥ ବିଜ୍ଞାନ ପାଇଁ ୨୫ଟି ପଦ ରହିଥିବା ବେଳେ ପିଜିଟି ଗଣିତରେ ୩୫, ପିଜିଟି ରସାୟନ ବିଜ୍ଞାନରେ ୨୫, ପିଜିଟି ବାୟୋଲୋଜିରେ ୨୨, ପିଜିଟି କମର୍ସରେ ୧୭, ପିଜିଟି କମ୍ପ୍ୟୁଟର ସାଇନ୍ସରେ ୧୫୬, ଟିଜିଟି ଇଂରାଜୀରେ ୨୫୫, ଟିଜିଟି ଗଣିତରେ ୧୬୯, ଟିଜିଟି ବିଜ୍ଞାନରେ ୯୨ ଓ ଟିଜିଟି ସୋସିଆଲ ଷ୍ଟଡିଜ୍‌ରେ ୧୦୪ ଟି ପଦ ପୂରଣ ହେବ। ସେହିପରି ୧୬୦ ଜଣ ଆର୍ଟ ଶିକ୍ଷକ, ୮୯ ଜଣ ପିଇଟି ଓ ୮୩ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।
ଏଥିପାଇଁ ଅନ୍‌ଲାଇନ ଆବେଦନ ପ୍ରକ୍ରିୟା ଏପ୍ରିଲ ୧ ତାରିଖରୁ ଆରମ୍ଭ ହେବ। ଏହା ୩୦ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ। ଆଶାୟୀମାନେ https://www.oav.edu.in କୁ ଯାଇ ଅନ୍‌ଲାଇନରେ ଆବେଦନ କରିପାରିବେ। ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଚୟନ ପ୍ରକ୍ରିୟା ଓ ଅନ୍ୟାନ୍ୟ ବିଷୟରେ ଜାଣିବା ପାଇଁ ଓ ଆଦର୍ଶ ବିଦ୍ୟାଳୟ ସଂଗଠନର ୱେବ୍‌ସାଇଇଟ oav.edu.in କୁ ଯାଇ Announcements ସେକ୍ସନରେ ଦେଖନ୍ତୁ। ଉପରୋକ୍ତ ପଦବୀ ଗୁଡିକରେ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ମିଳିବ ଲାପ୍‌ଟପ୍; ଏତିକି କୋଟି ଟଙ୍କା ବ୍ୟୟବରାଦର କଲେ ସରକାର

ଭୁବନେଶ୍ୱର,୨୫।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାର ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୩୫ ହଜାର ୫ ଶହ ୩୬ କୋଟି ଟଙ୍କାର...

ଘୁଞ୍ଚିଲା ଓଟିଇଟି ପରୀକ୍ଷା, ଜାଣନ୍ତୁ କେବେ ହେବ…

କଟକ,୨୪।୭: ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରୀକ୍ଷା। ଅଗଷ୍ଟ ୯ ବଦଳରେ ୧୭ ତାରିଖରେ ପରୀକ୍ଷା ହେବ। ଉକ୍ତ ଦିନ ମାଟ୍ରିକ ସପ୍ଲିମେଣ୍ଟାରୀ...

ବଦଳିବ କି NCERT ବହି ? ସ୍ପଷ୍ଟିକରଣ ଦେଲେ ସରକାର

ନୂଆଦିଲ୍ଲୀ,୧୦।୭: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଏବଂ ଟ୍ରେନିଂ(ଏନସିଇଆରଟି) ପାଠ୍ୟକ୍ରମରେ ପରିବର୍ତ୍ତନ ଏବଂ ବହି ବଦଳିବା ନେଇ ଖବର ପ୍ରକାଶ ପାଇବା ପରେ ସ୍ପଷ୍ଟୀକରଣ...

ପିଏମଶ୍ରୀ ସ୍କୁଲ୍ ଅଧୀନରେ ସାମିଲ ହେବ ରାଜ୍ୟର ୮ଶହ ବିଦ୍ୟାଳୟ

ଭୁବନେଶ୍ୱର,୧୦।୭: ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଏବଂ ଶୈକ୍ଷିକ ଗୁଣବତ୍ତା ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟରେ ପିଏମ୍‍ଶ୍ରୀ ସ୍କୁଲ୍‍ ଯୋଜନା ଲାଗୁ କରାଯାଇଛି । ଏହି ଯୋଜନା ଦ୍ୱାରା...

ଘୋଷଣା ହେଲା ତାରିଖ: ଏହିଦିନ ଅନୁଷ୍ଠିତ ହେବ NEET PG ପରୀକ୍ଷା

ନୂଆଦିଲ୍ଲୀ,୫।୭: ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ NEET-PG ପରୀକ୍ଷା ପାଇଁ ମେଡିକାଲ ସାଇନ୍ସ ଜାତୀୟ ପରୀକ୍ଷା ବୋର୍ଡ ତାରିଖ ଘୋଷଣା କରିଛି। ଅଗଷ୍ଟ...

ଇଗ୍ନୋରେ ନାମଲେଖା ଅବଧି ୧୫ ତାରିଖକୁ ବୃଦ୍ଧି

ଭୁବନେଶ୍ୱର,୩।୭: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ-ଇଗ୍ନୋର ନାମଲେଖା ଅବଧି ଆସନ୍ତା ୧୫ ତାରିଖକୁ ବୃଦ୍ଧି କରାଯାଇଛି । ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡୁଥିବା...

ଏନ୍‍ଟିଏ’ରେ ସଂସ୍କାର ପାଇଁ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କ ଠାରୁ ମତାମତ ଲୋଡ଼ିଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୮।୬: ଜାତୀୟ ପରୀକ୍ଷଣ ସଂସ୍ଥା-ଏନ୍‍ଟିଏରେ ସଂସ୍କାର ଆଣିବା ପାଇଁ ସୁପାରିଶ କରିବାକୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କ ଠାରୁ...

SSC CGL 2024: ପୂରଣ ହେବ ୧୭୭୨୭ ପଦବୀ, ଜାଣନ୍ତୁ ଆବେଦନ କରିବାର ଶେଷ ତାରିଖ କେବେ

ନୂଆଦିଲ୍ଲୀ,୨୬।୬: କର୍ମଚାରୀ ଚୟନ ଆୟୋଗ ସିଜିଏଲ ପରୀକ୍ଷା ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଏବଂ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଛି। ଯେଉଁ ପ୍ରାର୍ଥୀମାନେ ଏହି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri