ଯାଜପୁରରେ ଚହଳ ପକାଇଥିଲା ବୁଖାରୀଙ୍କ ପ୍ରେମ କାହାଣୀ,   ତଥାପି ଆତଙ୍କବାଦୀ ବୋଲି ଜାଣିପାରିଲାନି ପୋଲିସ

ଧର୍ମଶାଳା,୧୯।୧୨(ବଟକୃଷ୍ଣ ପରିଡ଼ା): କଶ୍ମୀର ପୋଲିସର ମୋଷ୍ଟ ଓ୍ବାଣ୍ଟେଣ୍ଡ ଅଭିଯୁକ୍ତ ସୟଦ ଇଶାନ ବୁଖାରୀ(୩୭) ଗିରଫ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ସୋମବାର  ବୁଖାରୀଙ୍କ ସ୍ତ୍ରୀ  ସେହେନାଜ୍‌ ପରଓ୍ବିନ୍‌ଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା। ତେବେ ମଙ୍ଗଳବାର ଏହି ଘଟଣା ଆଉ ଏକ ମୋଡ ନେଇଛି। ପୂର୍ବରୁ ୨୦୧୮ରେ ବୁଖାରୀଙ୍କ ଗତିବିଧିକୁ ଦେଖି ନେଉଳପୁର ଅଞ୍ଚଳର ଜଣେ ଖବରଦାତା ଦିଲ୍‌ଦାର ଚାନ୍ଦ ଧର୍ମଶାଳା ଧାନାରେ ବୁଖାରୀଙ୍କ  ନାମରେ ଅଭିଯୋଗ କରିଥିଲେ।
ଉକ୍ତ ଖବରଦାତାଙ୍କ  ୩ ମାସ ତଳେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନେ ଅଭିଯୋଗ କରି କହିଛନ୍ତି ଯଦି ଧର୍ମଶଳା ପୋଲିସ ପୂର୍ବରୁ ଏହି ଘଟଣାକୁ ଗୁରତର  ସହିତ  ନେଇଥାନ୍ତା ତେବେ ବୁଖାରୀଙ୍କ ଭଳି ଜଣେ ଆତଙ୍କବାଦୀ ଦୀର୍ଘ ୫ ବର୍ଷ ଧରି ନେଉଳପୁରରେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିପାରି ନ ଥାନ୍ତେ।
ସୂଚନାଯୋଗ୍ୟ, ଖବରଦାଦା ଦିଲ୍‌ଦାରଙ୍କ ଜଣେ ବନ୍ଧୁଙ୍କ ଭଉଣୀ ହେଉଛନ୍ତି ବୁଖାରୀଙ୍କ ସ୍ତ୍ରୀ ପରଓ୍ବିନ୍‌।  ପରଓ୍ବିନ୍‌ ପୂର୍ବରୁ ବିବାହ କରିଥିଲେ। ମାତ୍ର କୌଣସି କାରଣ
ପାଇଁ ସେ ଶାଶୁ ଘର ଛାଡ଼ି ବାପ ଘରେ ରହୁଥିଲେ। ଏହି ସମୟରେ ସେ ବୁଖାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ମୋବାଇଲ୍‌ ଚାଟ୍‌ରୁ ତାଙ୍କ ସମ୍ପର୍କ  ହୋଇଥିଲା । ପରେ ଏହା ଶାରୀରକ ସମ୍ପର୍କରେ ପରିଣତ ହୋଇଥିଲା। ବୁଖାରୀ ନିଜକୁ ଡାକ୍ତର ପରିଚୟ ଦେଇ ପରଓ୍ବିନ୍‌ଙ୍କୁ ପ୍ରେମ  ଜାଲରେ ଫସାଇଥିଲେ। ୧୯ /୧୨ ୨୦୧୮ରେ ଖବରଦାତା ତାଙ୍କ ନାମରେ ଅଭିଯୋଗ କରିବାପରେ ପରଓ୍ବିନ୍‌ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହି ଘଟଣାରେ ବୁଖାରୀଙ୍କୁ ଅଟକ ରଖାଯାଇଥିଲା ପରେ ପରଓ୍ବିନ୍‌ ସ୍ବାମୀଙ୍କ ପକ୍ଷ ନେଇ ଖବରଦାତାଙ୍କ ବିରୋଧରେ କହିଥିଲେ। ପୋଲିସ ବୁଖାରୀଙ୍କୁ ଛାଡ଼ି ଖବରଦାତାଙ୍କୁ ଅଟକ ରଖିଥିଲା। ଏହି ଘଟଣାରେ ଅନ୍ୟଜଣେ ଖବର ଦାତା ସୁରେଶ ବିଶ୍ୱାଳ ହସ୍ତକ୍ଷପ କରି ତାଙ୍କୁ ଆଣିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ ଜୋରଦାର ହେବ…

ଭୁବନେଶ୍ୱର,୩୧।୧: ଡ଼ିଶାରେ ପାନ ମସଲାକୁ ବ୍ୟାନ କରିଥିଲେ ରାଜ୍ୟ ସରକାର । ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri