ଯୋଡ଼ାରେ ନିର୍ମାଣ ହେଉଛି ସର୍ବବୃହତ ଫ୍ଲାଏ ଓଭର

ଯୋଡ଼ା,୧୭ା୩(ଡି.ଏନ.ଏ): ରାଜ୍ୟ ସରକାର କେନ୍ଦୁଝର ଜିଲା ଖଣିଜ ପାଣ୍ଠି ଅନୁଦାନରେ ଯୋଡ଼ା ଖଣି ଅଞ୍ଚଳରେ ଟ୍ରାଫିକ ଓ ପ୍ରଦୂଷଣ ଜନିତ ସମସ୍ୟାରୁ ମୁକ୍ତି ପାଇଁ ସର୍ବ ବୃହତ ଓଭର ବ୍ରିଜ୍‌ ନିର୍ମାଣ କରୁଛନ୍ତି। ୨୦୨୦ରୁ ଯୋଡ଼ା ସହରରେ ଏହାର ନିର୍ମାଣ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆଉ ୬ ମାସ ପରେ ଯୋଡ଼ା ସହର ଓ ଖଣି ଅଞ୍ଚଳବାସୀ ନୂତନ ଫ୍ଲାଏ ଓଭରରେ ଗମନାଗମନ ସୁବିଧା ପାଇ ପାରିବେ। ଅଞ୍ଚଳର ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଫ୍ଲାଏ ଓଭର ରାଜ୍ୟର ଊଦ୍ଧର୍‌ବ ଗାମୀ ପୋଲ ଭାବେ ପରିଗଣିତ ହେବ ବୋଲି ସେତୁ ନିର୍ମାଣ ନିଗମ (ଓବିସିସି) ପ୍ରକାଶ କରିଛି।
ସୂଚନା ଅନୁଯାୟୀ, ଡିଏମ୍‌ଏଫ ଫଣ୍ଡରୁ ନିର୍ମିତ ବ୍ରିଜ୍‌ ଅଟକଳ ପ୍ରାୟ ୨୦୬ କୋଟି ଟଙ୍କା ରହିଛି। ଏହା ୫୨୦ ନଂ. ଜାତୀୟ ରାଜପଥର ରଣାସାଳଠାରୁ କମାର ଯୋଡ଼ା ପର୍ଯ୍ୟନ୍ତ ପ୍ରାୟ ୪.୪୮୭ କି.ମି. ନିର୍ମାଣ ହେଉଛି। ଏଥିରେ ୨.୯୮୦ କି.ମି ପ୍ଲାଏ ଓଭର ରହିଥିବା ବେଳେ ଏହା ରାଜ୍ୟର ସର୍ବ ବୃହତ ଫ୍ଲାଏ ଓଭର ବୋଲି ଜଣାପଡ଼ିଛି। ରାଜ୍ୟର କୌଣସି ଫ୍ଲାଏ ଓଭର ଏତେ ଦୂର ପର୍ଯ୍ୟନ୍ତ କ୍ରମାଗତ ଭାବେ ନିର୍ମିତ ହୋଇନାହିଁ। ଫ୍ଲାଏ ଓଭରର ନିର୍ମାଣ କାର୍ଯ୍ୟ ଚଳିତ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ମାତ୍ର କେତେକ ସ୍ଥାନରେ ସମସ୍ୟା ରହିଥିବାରୁ ବିଳମ୍ବ ହୋଇ ପାରେ ବୋଲି ଫ୍ଲାଏ ଓଭର ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା ସୂଚନା ଦେଇଛନ୍ତି। ଫ୍ଲାଏ ଓଭରର ୪୦୦ ମେଟ୍ରିକ ଟନ କ୍ଷମତା ରହିଛି। ସହର ମଧ୍ୟରେ ନିର୍ମାଣ କରାଯାଉଥିବା ସର୍ଭିସ ରୋଡ ପେଭମେଣ୍ଟ କ୍ୱାଲିଟୀ କଂକ୍ରିଟ (ପିକ୍ୟୁସି) ମାଧ୍ୟମରେ କରାଯାଉଛି। ଏହା ପ୍ରାୟ ୨୦ବର୍ଷରୁ ଅଧିକ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହିବ। ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ରାସ୍ତା କଡ଼ରେ ସୁନ୍ଦର ଫୁଲ ଗଛ ରୋପଣ କରାଯିବ। ଆଲୋକୀକରଣ ପାଇଁ ଉନ୍ନତମାନର ବିଦ୍ୟୁତ୍‌ ଲାଇଟ ଲଗାଯିବ। ଫ୍ଲାଏ ଓଭର ସମ୍ପୂର୍ଣ ହେବା ପରେ ଯୋଡ଼ା ସହରବାସୀ ଟ୍ରାଫିକ ସମସ୍ୟା ଓ ଧୂଳିଧୂଆଁରୁ ମୁକ୍ତି ପାଇବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଯୋଡ଼ା ଟ୍ରକ ମାଲିକ ସଂଘର ସମ୍ପାଦକ ସୁଶାନ୍ତ ବାରିକ କହିଛନ୍ତି, ଦୀର୍ଘ ଦିନରୁ ଟ୍ରାଫିକ ସମସ୍ୟା ପାଇଁ ଛାତ୍ରୀଛାତ୍ର, ଅବିଭାବକ ଦାବି କରି ଆସୁଥିଲେ। ବ୍ୟବସାୟୀକ ଦୃଷ୍ଟି କୋଣରୁ ଫ୍ଲାଏ ଓଭର ନ ଥିବାରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ଖଣିଜ ପରିବହନ ହୋଇ ପାରୁ ନ ଥିଲା। ଏହା ଦ୍ୱାରା ଟ୍ରକ୍‌ ମାଲିକମାନେ ଆଶ୍ବସ୍ତ ହେବେ। ଭିତ୍ତିଭୂମିର ଅଭାବ ହେତୁ ଦିନରେ ଖଣିଜ ପରିବହନ ହୋଇ ପାରୁ ନ ଥିଲା। ଏଣିକି ଅନବରତ ଟ୍ରକ ଚଳାଚଳ କରି ପାରିବ। ଏଥିରେ ଆର୍ଥିକ ଅଭିବୃଦ୍ଧିର ବିକାଶ ଘଟିବ। ଯୋଡ଼ା ବିକାଶ ପରିଷଦ ସଭାପତି ନିରଞ୍ଜନ ବହିଦାର କହିଛନ୍ତି, ଯୋଡ଼ାବାସୀଙ୍କ ଦୁର୍ଦ୍ଦଶା, ଛାତ୍ରୀଛାତ୍ରଙ୍କ ଅସୁବିଧା ଦୂର ହେବ, ଜନସାଧାରଣ ପ୍ରଦୂଷଣରୁ ରକ୍ଷା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri