ଯୋଡ଼ାରେ ନିର୍ମାଣ ହେଉଛି ସର୍ବବୃହତ ଫ୍ଲାଏ ଓଭର

ଯୋଡ଼ା,୧୭ା୩(ଡି.ଏନ.ଏ): ରାଜ୍ୟ ସରକାର କେନ୍ଦୁଝର ଜିଲା ଖଣିଜ ପାଣ୍ଠି ଅନୁଦାନରେ ଯୋଡ଼ା ଖଣି ଅଞ୍ଚଳରେ ଟ୍ରାଫିକ ଓ ପ୍ରଦୂଷଣ ଜନିତ ସମସ୍ୟାରୁ ମୁକ୍ତି ପାଇଁ ସର୍ବ ବୃହତ ଓଭର ବ୍ରିଜ୍‌ ନିର୍ମାଣ କରୁଛନ୍ତି। ୨୦୨୦ରୁ ଯୋଡ଼ା ସହରରେ ଏହାର ନିର୍ମାଣ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆଉ ୬ ମାସ ପରେ ଯୋଡ଼ା ସହର ଓ ଖଣି ଅଞ୍ଚଳବାସୀ ନୂତନ ଫ୍ଲାଏ ଓଭରରେ ଗମନାଗମନ ସୁବିଧା ପାଇ ପାରିବେ। ଅଞ୍ଚଳର ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଫ୍ଲାଏ ଓଭର ରାଜ୍ୟର ଊଦ୍ଧର୍‌ବ ଗାମୀ ପୋଲ ଭାବେ ପରିଗଣିତ ହେବ ବୋଲି ସେତୁ ନିର୍ମାଣ ନିଗମ (ଓବିସିସି) ପ୍ରକାଶ କରିଛି।
ସୂଚନା ଅନୁଯାୟୀ, ଡିଏମ୍‌ଏଫ ଫଣ୍ଡରୁ ନିର୍ମିତ ବ୍ରିଜ୍‌ ଅଟକଳ ପ୍ରାୟ ୨୦୬ କୋଟି ଟଙ୍କା ରହିଛି। ଏହା ୫୨୦ ନଂ. ଜାତୀୟ ରାଜପଥର ରଣାସାଳଠାରୁ କମାର ଯୋଡ଼ା ପର୍ଯ୍ୟନ୍ତ ପ୍ରାୟ ୪.୪୮୭ କି.ମି. ନିର୍ମାଣ ହେଉଛି। ଏଥିରେ ୨.୯୮୦ କି.ମି ପ୍ଲାଏ ଓଭର ରହିଥିବା ବେଳେ ଏହା ରାଜ୍ୟର ସର୍ବ ବୃହତ ଫ୍ଲାଏ ଓଭର ବୋଲି ଜଣାପଡ଼ିଛି। ରାଜ୍ୟର କୌଣସି ଫ୍ଲାଏ ଓଭର ଏତେ ଦୂର ପର୍ଯ୍ୟନ୍ତ କ୍ରମାଗତ ଭାବେ ନିର୍ମିତ ହୋଇନାହିଁ। ଫ୍ଲାଏ ଓଭରର ନିର୍ମାଣ କାର୍ଯ୍ୟ ଚଳିତ ଡିସେମ୍ବର ୩୧ ସୁଦ୍ଧା ଶେଷ କରିବା ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ମାତ୍ର କେତେକ ସ୍ଥାନରେ ସମସ୍ୟା ରହିଥିବାରୁ ବିଳମ୍ବ ହୋଇ ପାରେ ବୋଲି ଫ୍ଲାଏ ଓଭର ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ଭାଗିରଥି ପଣ୍ଡା ସୂଚନା ଦେଇଛନ୍ତି। ଫ୍ଲାଏ ଓଭରର ୪୦୦ ମେଟ୍ରିକ ଟନ କ୍ଷମତା ରହିଛି। ସହର ମଧ୍ୟରେ ନିର୍ମାଣ କରାଯାଉଥିବା ସର୍ଭିସ ରୋଡ ପେଭମେଣ୍ଟ କ୍ୱାଲିଟୀ କଂକ୍ରିଟ (ପିକ୍ୟୁସି) ମାଧ୍ୟମରେ କରାଯାଉଛି। ଏହା ପ୍ରାୟ ୨୦ବର୍ଷରୁ ଅଧିକ ପର୍ଯ୍ୟନ୍ତ ସ୍ଥାୟୀ ହୋଇ ରହିବ। ଏହାର ସୌନ୍ଦର୍ଯ୍ୟ କରଣ ପାଇଁ ରାସ୍ତା କଡ଼ରେ ସୁନ୍ଦର ଫୁଲ ଗଛ ରୋପଣ କରାଯିବ। ଆଲୋକୀକରଣ ପାଇଁ ଉନ୍ନତମାନର ବିଦ୍ୟୁତ୍‌ ଲାଇଟ ଲଗାଯିବ। ଫ୍ଲାଏ ଓଭର ସମ୍ପୂର୍ଣ ହେବା ପରେ ଯୋଡ଼ା ସହରବାସୀ ଟ୍ରାଫିକ ସମସ୍ୟା ଓ ଧୂଳିଧୂଆଁରୁ ମୁକ୍ତି ପାଇବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଯୋଡ଼ା ଟ୍ରକ ମାଲିକ ସଂଘର ସମ୍ପାଦକ ସୁଶାନ୍ତ ବାରିକ କହିଛନ୍ତି, ଦୀର୍ଘ ଦିନରୁ ଟ୍ରାଫିକ ସମସ୍ୟା ପାଇଁ ଛାତ୍ରୀଛାତ୍ର, ଅବିଭାବକ ଦାବି କରି ଆସୁଥିଲେ। ବ୍ୟବସାୟୀକ ଦୃଷ୍ଟି କୋଣରୁ ଫ୍ଲାଏ ଓଭର ନ ଥିବାରୁ ରାଜ୍ୟ ସରକାରଙ୍କ ଅନୁମୋଦିତ ଖଣିଜ ପରିବହନ ହୋଇ ପାରୁ ନ ଥିଲା। ଏହା ଦ୍ୱାରା ଟ୍ରକ୍‌ ମାଲିକମାନେ ଆଶ୍ବସ୍ତ ହେବେ। ଭିତ୍ତିଭୂମିର ଅଭାବ ହେତୁ ଦିନରେ ଖଣିଜ ପରିବହନ ହୋଇ ପାରୁ ନ ଥିଲା। ଏଣିକି ଅନବରତ ଟ୍ରକ ଚଳାଚଳ କରି ପାରିବ। ଏଥିରେ ଆର୍ଥିକ ଅଭିବୃଦ୍ଧିର ବିକାଶ ଘଟିବ। ଯୋଡ଼ା ବିକାଶ ପରିଷଦ ସଭାପତି ନିରଞ୍ଜନ ବହିଦାର କହିଛନ୍ତି, ଯୋଡ଼ାବାସୀଙ୍କ ଦୁର୍ଦ୍ଦଶା, ଛାତ୍ରୀଛାତ୍ରଙ୍କ ଅସୁବିଧା ଦୂର ହେବ, ଜନସାଧାରଣ ପ୍ରଦୂଷଣରୁ ରକ୍ଷା ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri