ରାଜଧାନୀରେ ବଡ଼ ର଼୍ୟାକେଟ: ବିଲ୍ଡରଙ୍କୁ ହନିଟ୍ରାପ୍‌ରେ ଫସାଇ କାର୍‌, ଟଙ୍କା ଲୁଟ୍‌

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀରେ ହନିଟ୍ରାପ୍‌ ର଼୍ୟାକେଟ ସକ୍ରିୟ ହୋଇଉଠିଛି। ଲୁଟେରାମାନେ ସୁନ୍ଦରୀ ଝିଅଙ୍କ ସହ ମଉଜମସ୍ତି କରିବା ଲୋଭ ଦେଖାଇ ଧନୀ ଲୋକଙ୍କୁ ଫସାଇ ସର୍ବସ୍ବ ଲୁଟୁଛନ୍ତି। ଏଭଳି ଏକ ର଼୍ୟାକେଟରେ ଫସିଛନ୍ତି ତାଳଚେରର ଜଣେ ବିଲ୍ଡର ରଥି ଅଳଙ୍କାର ସିଂ। ଲୁଟେରାମାନେ ତାଙ୍କଠାରୁ ଏକ ଦାମୀ କାର, ୨ଟି ମୋବାଇଲ୍‌ ଫୋନ୍‌ ଓ ୧୧ହଜାର ଟଙ୍କା ଲୁଟି ନେଇଥିଲେ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଉକ୍ତ ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ଆସିକାର ଅମର ସେନାପତି ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ମନୋଜ ଗୌଡ଼। ପୋଲିସ ସେମାନଙ୍କ ନିକଟରୁ ଲୁଟ୍‌ କାର୍‌ ଓ ୨ଟି ମୋବାଇଲ ଫୋନ୍‌ ଜବତ କରିଛି। ଏଥିସହ ମାମଲା ନଂ.୪୯୧ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଚଢ଼ାଉ ଆରମ୍ଭ କରିଛି।
ପୋଲିସ ସୂଚନାନୁଯାୟୀ, ଗତ ୧୩ ତାରିଖରେ ବିଲ୍ଡର ରଥି ଅଳଙ୍କାର ସିଂ ତାଙ୍କ ଡ୍ରାଇଭର ଓ ଜଣେ ସାଙ୍ଗଙ୍କ ସହ ତାଳଚେରରୁ କାର୍‌ରେ ଭୁବନେଶ୍ୱର ଆସିଥିଲେ। ଏଠାରେ ପହଞ୍ଚତ୍ବାପରେ ଜଣେ ଲୁଟେରା ବନ୍ଧୁ ବୋଲି ପରିଚୟ ଦେଇ ରଥିଙ୍କ ସହ କଥା ହୋଇଥିଲେ। ଏହା ଭିତରେ ସୁନ୍ଦରୀ ତରୁଣୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଇଥିଲେ। ରଥି ରାଜି ହେବା ପରେ ଲୁଟେରା ଜଣକ ଯୁବତୀ ଚୟନ ପାଇଁ ତାଙ୍କୁ ଭରତପୁର ଛକକୁ ଡାକିଥିଲେ। ସେଠାରେ ରଥିଙ୍କୁ ଦୁଇଜଣ ଲୁଟେରା ଯୁବତୀଙ୍କ ଫଟୋ ଦେଖାଇ ଚନ୍ଦ୍ରଶେଖରପୁର ଅଞ୍ଚଳକୁ ଯିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଡ୍ରାଇଭର ଓ ସାଙ୍ଗଙ୍କୁ ନ ନେଇ ରଥି ଏକୁଟିଆ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚତ୍ଥିଲେ। ଲୁଟେରାମାନେ ତାଙ୍କୁ ଯୁବତୀଙ୍କ ପାଖରେ ଛାଡ଼ିବାକୁ କହି ଏକ ଘର ଭିତରେ ପୂରାଇ କବାଟ ବନ୍ଦ କରି ନିସ୍ତୁକ ମାଡ଼ ମାରିଥିଲେ। ଏଥିସହ ତାଙ୍କଠାରୁ ୧୧ହଜାର ଟଙ୍କା, ୨ଟି ମୋବାଇଲ୍‌ ଫୋନ୍‌ ଓ କାରକୁ ଲୁଟି ନେଇ ଫେରାର ହୋଇଯାଇଥିଲେ। ଲୋକ ଲଜ୍ଜାରେ ରଥି ଥାନାକୁ ଅଭିଯୋଗ କରିବାକୁ ନ ଯାଇ ସିଧା ତାଳଚେର ପଳାଇଥିଲେ। ପରିବାର ଲୋକେ କାର୍‌ କ’ଣ ହେଲା ବୋଲି ପଚାରିବାରୁ ରଥି ସବୁକଥା କହିଥିଲେ। ପରେ ସେ ପରିବାର ଲୋକଙ୍କ ସହ ଆସି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ରଥିଙ୍କୁ କଲ୍‌ କରିଥିବା ଲୁଟେରାଙ୍କ ଏକାଧିକ ଫୋନ୍‌ ନମ୍ବରକୁ ଯାଞ୍ଚପରେ ଉକ୍ତ ର଼୍ୟାକେଟର ସୁରାକ ମିଳିଥିଲା। ହେଲେ ସେମାନେ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିବାରୁ ସମସ୍ୟା ହୋଇଥିଲା। ଶେଷରେ ବୁଧବାର ରାତିରେ ଦୁଇଜଣ ଲୁଟେରା ମନୋଜ ଓ ଅମର ଖଣ୍ଡଗିରି ଅଞ୍ଚଳକୁ ଆସିଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ପୂର୍ବରୁ ଏହି ଗ୍ୟାଙ୍ଗ ଏୟାରଫିଲ୍ଡ ଥାନା ଅଞ୍ଚଳରୁ ଏହିପରି ଭାବେ ଫସାଇ ଲୁଟ୍‌ କରିଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ୱତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ୱତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri