ଏକମାଣିଆ ମଇଁଷି ମୃତ୍ୟୁ: ମିଳିବ କ୍ଷତି ପୂରଣ

କେନ୍ଦ୍ରାପଡ଼ା,୧୯।୮: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଏକମାଣିଆ ମଇଁଷି ମୃତ୍ୟୁ ଘଟଣାରେ ମିଳିବ କ୍ଷତିପୂରଣ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ପଟ୍ଟନାୟକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି।

ଗ୍ରାମର ୩ ଗୋପାଳକଙ୍କ ୭୩ ମଇଁଷିଙ୍କ ବ୍ରାହ୍ମଣୀ ନଦୀ ଶାଖା ଦକ୍ଷିଣଡିହା ଗଳିଆ ପାଣି ନାଳିରେ ମୃତ୍ୟୁ ଘଟିବା ଏବେବି ସନ୍ଦେହ ଘେରରେ ରହିଛି। କୁମ୍ଭୀର ଆକ୍ରମଣ ନା ଚିଙ୍ଗୁଡ଼ିଘେରିର ରାସାୟନିକ ପାଣି ଯୋଗୁ ବିଷକ୍ରିୟାରେ ମଇଁଷିଙ୍କ ମୃତ୍ୟୁ ଘଟିଛି ତାହାକୁ ନେଇ ଅଞ୍ଚଳବାସୀ ଆଲୋଚନା କରୁଛନ୍ତି।

ସୂଚନା ଯୋଗ୍ୟ, ରବିବାର ସକାଳ ପ୍ରାୟ ୮ଟାରେ ଏକମାଣିଆ ଗାଁର ଗଣେଶ ଦାସ, ଜଗନ୍ନାଥ ଦାସ ଓ ପରମାନନ୍ଦ ବିଶ୍ୱାଳଙ୍କ ୮୮ ମଇଁଷି ଗଳିଆ ନାଳି ପାଖରେ ବନ୍ଧା ହୋଇଥିଲେ। ମଇଁଷିମାନଙ୍କୁ ଖାଇବାକୁ ଦିଆଯିବା ସହ କ୍ଷୀରଦୁହାଁ ଯିବା ପରେ ଚରିବା ପାଇଁ ପଘା ଖୋଲା ଯାଇଥିଲା। ଗଳିଆ ନାଳି ପାର ହୋଇ ଚରି ଚରି ଆଗକୁ ମଇଁଷି ସବୁ ଯାଉଥିଲେ। ନାଳିଟି ଗହୀରିଆ ଓ ଅଣଓସାରିଆ ଥିବାରୁ କୁମ୍ଭୀର ଆକ୍ରମଣ ନା ବିଷକ୍ରିୟା ଯୋଗୁ ମଇଁଷିମାନେ ଛନ୍ଦାଛନ୍ଦି ହୋଇ ପାଣିରେ ବୁଡ଼ି ଯାଇଥିଲେ। ଗୋପାଳକ ଏହା ଦେଖି ଗ୍ରାମବାସୀଙ୍କୁ ଖବର ଦେବା ପରେ ୨ଟି ଡଙ୍ଗା ନେଇ ନାଳି ମଧ୍ୟରେ ଖୋଜାଖୋଜି କରି ୭୩ ମଇଁଷିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ଗଣେଶ ଦାସଙ୍କ ୪୦, ଜଗନ୍ନାଥ ଦାସଙ୍କ ୧୭ ଓ ପରମାନନ୍ଦ ବିଶ୍ୱାଳଙ୍କ ୧୬ ମଇଁଷିଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଅପରପକ୍ଷେ ଜଗନ୍ନାଥଙ୍କ ୩ଟି ଓ ପରମାନନ୍ଦଙ୍କର ୧୨ ମଇଁଷି ସୌଭାଗ୍ୟବଶତଃ ବଞ୍ଚତ୍ ଯାଇଛନ୍ତି।

ଅନ୍ୟପକ୍ଷରେ ମଇଁଷି ନଦୀରେ ପହଁରି ଯାତାୟାତ କରିବା ସହ ଦୀର୍ଘ ସମୟ ପାଣିରେ ପଡ଼ି ରହିଥାନ୍ତି। କିନ୍ତୁ ଯେଉଁ ନାଳି ଦେଇ ସବୁଦିନ ମଇଁଷିମାନେ ଯାତାୟାତ କରନ୍ତି, ସେହି ନାଳିରେ ବୁଡ଼ି ମରିବା ଘଟଣା ଗୋପାଳକଙ୍କୁ ଆଶ୍ଚର୍ଯ୍ୟ କରିଛି। ମଇଁଷି ରଖି ପରିବାରର ଗୁଜୁରାଣ ମେଣ୍ଟାଉଥିବା ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri