ଚନ୍ଦ୍ରପୁର,୨୫।୪(ଡି.ଏନ୍.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ମଙ୍ଗଳ ବିଭାଗ ସେବାଶ୍ରମ ବିଦ୍ୟାଳୟ ପରିସରରେ ନବ ନିର୍ମିତ ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ରୂପେ ଚନ୍ଦ୍ରପୁର ବ୍ଲକର ଡବ୍ଲ୍ୟୁଇଓ ଲଓ୍ବୋର ଜେନା, ନିମନ୍ତ୍ରିତ ଅତିଥି ରୂପେ ବୁଡ଼ିବାଲି ସରପଞ୍ଚ ଭୀମ ଗଗେରଙ୍ଗା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶମ୍ଭୁ ଗଗେରଙ୍ଗା, ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାଢ଼ୀଙ୍କ ସମେତ ସ୍କୁଲର ସମସ୍ତ ଛାତ୍ର ଉପସ୍ଥିତ ଥିଲେ। ବହୁଭାଷୀ ଶିକ୍ଷଣ ପ୍ରକୋଷ୍ଠ କରିବା ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ଅଭିଭାବକ ସ୍ବାଗତ କରିଛନ୍ତି। ତେବେ ବିଦ୍ୟାଳୟରେ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ସରପଞ୍ଚ ଭୀମ ଗଗେରଙ୍ଗା ଜିଲା ମଙ୍ଗଳ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ବୁଡ଼ିବାଲି ପଞ୍ଚାୟତରେ ଦୀର୍ଘ ଦିନ ଧରି ବହୁ ଶିକ୍ଷକ ପଦ ଖାଲି ପଡ଼ିଛି। ଜଣେମାତ୍ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ ଏକାଧିକ ଦାୟିତ୍ୱରେ ରହିଛନ୍ତି। ପ୍ରଧାନ ଶିକ୍ଷକ ଦାୟିତ୍ୱ ସହ ହଷ୍ଟେଲ୍ ଦାୟିତ୍ୱରେ ରହିଛନ୍ତି। ତାଙ୍କ ବ୍ୟତୀତ ସ୍କୁଲରେ ଅନ୍ୟ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଫଳରେ ପ୍ରଧାନ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଇବାକୁ ସମୟ ପାଉନାହାନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଜିଲା ମଙ୍ଗଳ ଅଧିକାରୀ ସବୁ ଜାଣି ମଧ୍ୟ ଏଠାରେ ଶିକ୍ଷକ ନିଯୁକ୍ତି ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବା ସେମାନେ କହିଛନ୍ତି। ଏବେକାର ପ୍ରଧାନ ଶିକ୍ଷକ ପୂର୍ବରୁ ଏହି ସ୍କୁଲରେ ସହକାରୀ ଶିକ୍ଷକ ଥିଲେ। ତାଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ଦେବା ବଦଳରେ ଅନ୍ୟ ଜଣେ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପ୍ରକାଶଯୋଗ୍ୟ, ବୁଡ଼ିବାଲି ପଞ୍ଚାୟତରେ ମଙ୍ଗଳ ବିଭାଗ ଅଧୀନ ଏହି ଏକମାତ୍ର ବିଦ୍ୟାଳୟରେ ସମଗ୍ର ପଞ୍ଚାୟତର ଗରିବ ପରିବାରର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀଛାତ୍ର ପଢ଼ୁଛନ୍ତି। ସ୍କୁଲରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୩୮୦ ପିଲା ରହି ପଢ଼ୁଛନ୍ତି। ଛାତ୍ରୀ ହଷ୍ଟେଲରେ ଜଣେ ଶିକ୍ଷୟିତ୍ରୀ ରହିବା କଥା। କିନ୍ତୁ ଏଠାରେ ଥିବା ଶିକ୍ଷୟିତ୍ରୀଙ୍କୁ ମଙ୍ଗଳ ଅଧିକାରୀ ଡାଙ୍ଗସୋରଡ଼ା ସରକାରୀ ହାଇସ୍କୁଲକୁ ଡେପୁଟେସନରେ ପଠାଇ ଦେଇଛନ୍ତି। ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛିଦିନ ତଳେ ଗୁଡ଼ାରୀ ବ୍ଲକ ଅନ୍ତର୍ଗତ କର୍ଲାଘାଟି ସେବାଶ୍ରମ ବିଦ୍ୟାଳୟରେ ପୋକରା ଚାଉଳରୁ ପିଲାଙ୍କୁ ଖାଦ୍ୟ ଦିଆଯାଉଥିବାରୁ କେତେଜଣ ଛାତ୍ର ହଷ୍ଟେଲ ଛାଡ଼ି ଘରକୁ ପଳାଇ ଆସିଥିଲେ। ତେଣୁ ଜିଲାପାଳ ବିଭାଗୀୟ ସ୍କୁଲଗୁଡ଼ିକ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ
ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…
ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…
ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…
ବ୍ରିଜ୍ ଉପରେ ହଠାତ୍ ଫାଟିଲା ପାନୀଳ ଜଳ ପାଇପ୍, ଆଉ ତା’ ପରେ…
ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ଥିବା ପାନୀୟଜଳ ପାଇପ୍ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ
ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…
ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….
ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…
ବାଇକ୍ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ
ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…
ଫ୍ଲାଏ ଓଭର ବ୍ରିଜ ତଳେ ହୁତୁ ହୁତୁ ହୋଇ ଜଳୁଛି ନିଆଁ
ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଲାଇଫ ଲାଇନ ବୋଲାଉଥିବା ତଥା ୩୨୬ ନଂ ଜାତୀୟ ରାଜପଥରେ ରହିଥିବା ଏକ ମାତ୍ର ଫ୍ଲାଏ ଓଭର ବ୍ରିଜ ତଳେ…
ଅକାଳରେ ଚାଲିଗଲା ସିଆର୍ପିଏଫ୍ ଯବାନଙ୍କ ଜୀବନ: ରାୟଗଡ଼ା ଚତୁର୍ଥ ବାଟାଲିୟନରେ ଶୋକର ଛାୟା
ରାୟଗଡ଼ା, ୧୯।୩ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ମ୍ୟାଲେରିଆର ପ୍ରାଦୁର୍ଭାବ ଜଣେ କର୍ତ୍ତବ୍ୟରତ ସିଆରପିଏଫ (CRPF) ଯବାନଙ୍କ ଜୀବନ ନେଇଛି। ମୃତ ଯବାନ ଜଣକ ହେଉଛନ୍ତି…
Archives

