ବଜେଟ ପ୍ରତିକ୍ରିୟା: ଏହା ଦେଶ ପାଇଁ ଐତିହାସିକ ବିପତ୍ତି ଆଣିଦେବ

ସବୁ ବର୍ଗର ଲୋକ ଉପକୃତ ହେବେ
ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକ ବିଶେଷ ଉପକୃତ ହୋଇପାରିବେ। ବଜେଟରେ କ୍ରୟ ଏବଂ ଖର୍ଚ୍ଚର ପୁନରୁଦ୍ଧାର ସହ ପୁଞ୍ଜିନିବେଶ, ନିର୍ମାଣକୁ ଗତିଦେବା, ଭିତ୍ତିଭୂମିକୁ ସୁଦୃଢ଼ କରିବା, ଏମ୍‌ଏସ୍‌ଏମ୍‌ଇକୁ ଅଗ୍ରାଧିକାର ଦେବା, ନୂଆ ସୁଯୋଗ ସୃଷ୍ଟି କରିବା ସହ ରୋଜଗାର ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି। ପୁଣିଥରେ କୋଟିଏରୁ ଅଧିକ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ଯୋଗାଇଦେବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ଆତ୍ମନିର୍ଭର ଭାରତ ସ୍ବାସ୍ଥ୍ୟ ଯୋଜନା ସହ ପିଇବା ପାଣି, ସହରାଞ୍ଚଳରେ ଘର ନିର୍ମାଣ ଓ ପୋଷଣ ଅଭିଯାନ ନାଗରିକଙ୍କ ସ୍ବାସ୍ଥ୍ୟ ସହ ଜଡ଼ିତ। ଓଡ଼ିଶାରେ ପୋଷଣ ଅଭିଯାନରେ ଆମ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲା ପ୍ରାଥମିକତା ପାଇବ। ଅପରପକ୍ଷରେ ବଜେଟରେ ଢାଞ୍ଚାଗତ କ୍ଷେତ୍ର ତଥା ସଡ଼କପଥ, ରେଳପଥ, ଅର୍ଥନୈତିକ କୋରିଡର ତଥା ମାନବ ସମ୍ବଳର ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଇଛି। ଓଡ଼ିଶାର ଇସ୍ପାତ, ଖଣି କ୍ଷେତ୍ର ତଥା ମାନବପୁଞ୍ଜିର ଅନେକ ସମ୍ଭାବନା ଆଣିଛି। ଭଦ୍ରକରେ ଆଇଓସିଏଲ୍‌ ଦ୍ୱାରା ସୂତା କାରଖାନା ପ୍ରତିଷ୍ଠା କରାଯାଉଛି। ଏହି ଦୃଷ୍ଟିରୁ ଓଡ଼ିଶାରେ ଦେଶର ଓ ବିଶ୍ୱର ଆବଶ୍ୟକତାକୁ ଦେଖି ଟେକ୍ସଟାଇଲ କ୍ଲଷ୍ଟର ନିର୍ମାଣ ହୋଇପାରିବ। ପାରାଦୀପ ଠାରେ ବୃହତ୍‌ ସମନ୍ବିତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠାର ଯୋଜନା ରଖାଯାଇଛି।
– ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ
ଆର୍ଥତ୍କ ପ୍ରଗତିକୁ ଆଗେଇନେବା ଭଳି ବଜେଟ
ଦେଶର ଆର୍ଥତ୍କ ପ୍ରଗତିକୁ ଆଗେଇନେବା ଭଳି କ୍ରାନ୍ତିକାରୀ ବଜେଟ ଆସିଛି। ଏହା ସବୁ ବର୍ଗକୁ ସୁହାଇଲା ଭଳି ହୋଇଛି। ନୂଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହା ସଫଳ ହେବ। ଚାଷଠାରୁ ଆରମ୍ଭକରି ମହାକାଶ ଗବେଷଣା ପର୍ଯ୍ୟନ୍ତ ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ, ସ୍ବଚ୍ଛତା, ପୁଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଓ ସୁଯୋଗର ସମାନତା ଉପରେ ସାଧାରଣ ପୁରୁଷ ଓ ମହିଳା ଉପକୃତ ହେବେ। ଏହି ବଜେଟ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ସକାରାତ୍ମକ ପରିବର୍ତ୍ତନ ଆଣିବ। ଦେଶର ଯୁବବର୍ଗଙ୍କ ସ୍ବପ୍ନ ସାକାର କରିବା ଦିଗରେ ବଡ଼ ଭୂମିକା ନେବ। ଏଥିରେ ଚାଷୀଙ୍କୁ ସହଜରେ ଋଣ ପ୍ରଦାନ କରିବା ଓ ମଣ୍ଡିଗୁଡିକର ଭିତ୍ତିଭୂମି ବିକାଶିତ କରାଯିବା ନେଇ ବ୍ୟବସ୍ଥା ରହିଛି। ଚାଷୀଙ୍କୁ ଦେଢ଼ଗୁଣା ଏମ୍‌ଏସ୍‌ପି ସୁନିଶ୍ଚିତ କରି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରାଯିବ। ପ୍ରଥମ ପାଳି ଥିଲା ଆବଶ୍ୟକତାର ୫ ବର୍ଷ। ଏବେ ଦ୍ୱିତୀୟ ପାଳିର ୫ ବର୍ଷ ହେଉଛି ଆକାଂକ୍ଷାର ବର୍ଷ। ଦେଶର ସବୁ ବର୍ଗର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ ଏ ସରକାର କାମ କରିବ।
– ସମୀର ମହାନ୍ତି, ଭାଜପା ରାଜ୍ୟ ସଭାପତି
ଦୀର୍ଘ ମିଆଦୀ ଯୋଜନାରେ ବିପୁଳ ଅର୍ଥ ଯୋଗାଯାଇଛି
କୋଭିଡ୍‌ ମୁକାବିଲା ଭିତରେ ମଧ୍ୟ ଯେପରି ବଜେଟ ଆସିଛି ତାହା ସମ୍ପୂର୍ଣ୍ଣ ଲୋକାଭିମୁଖୀ ଏବଂ ଜନହିତକାରୀ ହେବ। ଭବିଷ୍ୟତରେ ଦେଶକୁ ଅଧିକ ବିକାଶ ଦିଗରେ ନେବା ପାଇଁ ଦୀର୍ଘ ମିଆଦୀ ଯୋଜନାରେ ବିପୁଳ ଟଙ୍କା ପଶିଛି। ଚାଷୀଙ୍କ ଲାଗି ସବୁଠାରୁ ଅଧିକ ପଦକ୍ଷେପ ନିଆଯାଇଛି। ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଯେପରି ଦେଢ଼ଗୁଣା ଅଧିକ ମିଳିବ ସେଦିଗରେ ପଦକ୍ଷେପ ନିଆଯାଇଛି। ଏହାସହ ସେମାନଙ୍କ ପାଇଁ ଅଧିକ ଟଙ୍କାର ଋଣ ବ୍ୟବସ୍ଥା ମଧ୍ୟ ହୋଇଛି। ବଜେଟର ରୂପରେଖ ଯେପରି ହୋଇଛି ସେଥିଯୋଗୁ ଦେଶର ଜିଡିପି ମଧ୍ୟ ଦୁଇଗୁଣା ବୃଦ୍ଧି ପାଇବ। ଦେଶରେ ବହୁ ବଡ଼ ବଡ଼ ରେଳପଥକୁ ଇଲେକ୍ଟ୍ରିଫିକେଶନ କରିବାର ବ୍ୟବସ୍ଥା ହୋଇଛି। ସବୁ ଜାଗାରେ ପାଇପ ଯୋଗେ ପିଇବା ପାଣିର ବ୍ୟବସ୍ଥା ହୋଇଛି। କୌଣସି କ୍ଷେତ୍ରକୁ ସରକାର ଅଣଦେଖା କରାଯାଇନାହିଁ। ଏହା ଏକ ଯୁଗାନ୍ତକାରୀ ବଜେଟ।
– ପ୍ରଦୀପ୍ତ କୁମାର ନାଏକ, ବିରୋଧୀ ଦଳ ନେତା
ଏହା ଦେଶ ପାଇଁ ଐତିହାସିକ ବିପତ୍ତି ଆଣିଦେବ
କୋଭିଡ୍‌ ପରେ ପରେ ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଛି। ଏପରିକି ଆମ ଆର୍ଥିକ ସ୍ଥିତି ବାଂଲାଦେଶଠାରୁ ମଧ୍ୟ ଖରାପ ଅବସ୍ଥାରେ ରହିଛି। ଏକ ବୃହତମ ଦେଶରେ ଯେପରି ବଜେଟ ହେବା କଥା ହୋଇନାହିଁ। ଏହା ଦେଶ ପାଇଁ ଏକ ଏତିହାସିକ ବିପତ୍ତି। ଦେଶର ବିକାଶ ପ୍ରକ୍ରିୟା ବୃଦ୍ଧି ଘଟିବା ବର୍ତ୍ତମାନ ସମୟରେ ଜରୁରୀ। ବଜେଟ ଦେଖିଲେ ଜଣାପଡୁଛି ଗରିବ ଲୋକମାନଙ୍କ ଉପାର୍ଜନ ବଢ଼ିବା ସମ୍ଭାବନା ନାହିଁ। ଗ୍ରାମୀଣ ଲୋକଙ୍କ ଉପାର୍ଜନ ବଢ଼ିବନାହିଁ। ଦେଶରେ ୧ ପ୍ରତିଶତ ଲୋକଙ୍କ ସମ୍ପତ୍ତି ୩୫ ପ୍ରତିଶତ ବଢ଼ିଯାଇଛି, ଏଭଳି ସ୍ଥିତିରେ ଦେଶର କିପରି ବିତରଣ ବ୍ୟବସ୍ଥା ଠିକ୍‌ କରି ସମସ୍ତଙ୍କ ମଧ୍ୟରେ ସମାନତା କିପରି ରହିବ ସେଥିପ୍ରତି କାହାର ଧ୍ୟାନ ନାହିଁ। ଏହା ଏକ ନୈରାଶ୍ୟଜନକ ବଜେଟ। କେବଳ ନିର୍ଦ୍ଦିଷ୍ଟ ଗୋଟିଏ ସେକ୍ଟରକୁ ଫୋକସ କରି ଏହି ବଜେଟ ପ୍ରସ୍ତୁତ ହୋଇଛି।
– ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri