ବଜେଟ ପ୍ରତିକ୍ରିୟା: ଏହା ଦେଶ ପାଇଁ ଐତିହାସିକ ବିପତ୍ତି ଆଣିଦେବ

ସବୁ ବର୍ଗର ଲୋକ ଉପକୃତ ହେବେ
ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକ ବିଶେଷ ଉପକୃତ ହୋଇପାରିବେ। ବଜେଟରେ କ୍ରୟ ଏବଂ ଖର୍ଚ୍ଚର ପୁନରୁଦ୍ଧାର ସହ ପୁଞ୍ଜିନିବେଶ, ନିର୍ମାଣକୁ ଗତିଦେବା, ଭିତ୍ତିଭୂମିକୁ ସୁଦୃଢ଼ କରିବା, ଏମ୍‌ଏସ୍‌ଏମ୍‌ଇକୁ ଅଗ୍ରାଧିକାର ଦେବା, ନୂଆ ସୁଯୋଗ ସୃଷ୍ଟି କରିବା ସହ ରୋଜଗାର ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି। ପୁଣିଥରେ କୋଟିଏରୁ ଅଧିକ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ଯୋଗାଇଦେବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି। ଆତ୍ମନିର୍ଭର ଭାରତ ସ୍ବାସ୍ଥ୍ୟ ଯୋଜନା ସହ ପିଇବା ପାଣି, ସହରାଞ୍ଚଳରେ ଘର ନିର୍ମାଣ ଓ ପୋଷଣ ଅଭିଯାନ ନାଗରିକଙ୍କ ସ୍ବାସ୍ଥ୍ୟ ସହ ଜଡ଼ିତ। ଓଡ଼ିଶାରେ ପୋଷଣ ଅଭିଯାନରେ ଆମ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲା ପ୍ରାଥମିକତା ପାଇବ। ଅପରପକ୍ଷରେ ବଜେଟରେ ଢାଞ୍ଚାଗତ କ୍ଷେତ୍ର ତଥା ସଡ଼କପଥ, ରେଳପଥ, ଅର୍ଥନୈତିକ କୋରିଡର ତଥା ମାନବ ସମ୍ବଳର ବିକାଶ ପାଇଁ ପ୍ରାଧାନ୍ୟ ଦିଆଯାଇଛି। ଓଡ଼ିଶାର ଇସ୍ପାତ, ଖଣି କ୍ଷେତ୍ର ତଥା ମାନବପୁଞ୍ଜିର ଅନେକ ସମ୍ଭାବନା ଆଣିଛି। ଭଦ୍ରକରେ ଆଇଓସିଏଲ୍‌ ଦ୍ୱାରା ସୂତା କାରଖାନା ପ୍ରତିଷ୍ଠା କରାଯାଉଛି। ଏହି ଦୃଷ୍ଟିରୁ ଓଡ଼ିଶାରେ ଦେଶର ଓ ବିଶ୍ୱର ଆବଶ୍ୟକତାକୁ ଦେଖି ଟେକ୍ସଟାଇଲ କ୍ଲଷ୍ଟର ନିର୍ମାଣ ହୋଇପାରିବ। ପାରାଦୀପ ଠାରେ ବୃହତ୍‌ ସମନ୍ବିତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠାର ଯୋଜନା ରଖାଯାଇଛି।
– ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ
ଆର୍ଥତ୍କ ପ୍ରଗତିକୁ ଆଗେଇନେବା ଭଳି ବଜେଟ
ଦେଶର ଆର୍ଥତ୍କ ପ୍ରଗତିକୁ ଆଗେଇନେବା ଭଳି କ୍ରାନ୍ତିକାରୀ ବଜେଟ ଆସିଛି। ଏହା ସବୁ ବର୍ଗକୁ ସୁହାଇଲା ଭଳି ହୋଇଛି। ନୂଆ ଭାରତର ପରିକଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏହା ସଫଳ ହେବ। ଚାଷଠାରୁ ଆରମ୍ଭକରି ମହାକାଶ ଗବେଷଣା ପର୍ଯ୍ୟନ୍ତ ଦେଶର ବିକାଶ ଓ ପ୍ରଗତି ଦିଗରେ ଗୁରୁତ୍ୱ ବହନ କରୁଥିବା ସମସ୍ତ କ୍ଷେତ୍ର ପ୍ରତି ଧ୍ୟାନ ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ, ସ୍ବଚ୍ଛତା, ପୁଷ୍ଟିକର ଖାଦ୍ୟ, ବିଶୁଦ୍ଧ ଜଳ ଓ ସୁଯୋଗର ସମାନତା ଉପରେ ସାଧାରଣ ପୁରୁଷ ଓ ମହିଳା ଉପକୃତ ହେବେ। ଏହି ବଜେଟ ବ୍ୟକ୍ତିବିଶେଷ, ନିବେଶକ, ଶିଳ୍ପ ଏବଂ ଭିତ୍ତିଭୂମି କ୍ଷେତ୍ର ପାଇଁ ସକାରାତ୍ମକ ପରିବର୍ତ୍ତନ ଆଣିବ। ଦେଶର ଯୁବବର୍ଗଙ୍କ ସ୍ବପ୍ନ ସାକାର କରିବା ଦିଗରେ ବଡ଼ ଭୂମିକା ନେବ। ଏଥିରେ ଚାଷୀଙ୍କୁ ସହଜରେ ଋଣ ପ୍ରଦାନ କରିବା ଓ ମଣ୍ଡିଗୁଡିକର ଭିତ୍ତିଭୂମି ବିକାଶିତ କରାଯିବା ନେଇ ବ୍ୟବସ୍ଥା ରହିଛି। ଚାଷୀଙ୍କୁ ଦେଢ଼ଗୁଣା ଏମ୍‌ଏସ୍‌ପି ସୁନିଶ୍ଚିତ କରି ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରାଯିବ। ପ୍ରଥମ ପାଳି ଥିଲା ଆବଶ୍ୟକତାର ୫ ବର୍ଷ। ଏବେ ଦ୍ୱିତୀୟ ପାଳିର ୫ ବର୍ଷ ହେଉଛି ଆକାଂକ୍ଷାର ବର୍ଷ। ଦେଶର ସବୁ ବର୍ଗର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ ଏ ସରକାର କାମ କରିବ।
– ସମୀର ମହାନ୍ତି, ଭାଜପା ରାଜ୍ୟ ସଭାପତି
ଦୀର୍ଘ ମିଆଦୀ ଯୋଜନାରେ ବିପୁଳ ଅର୍ଥ ଯୋଗାଯାଇଛି
କୋଭିଡ୍‌ ମୁକାବିଲା ଭିତରେ ମଧ୍ୟ ଯେପରି ବଜେଟ ଆସିଛି ତାହା ସମ୍ପୂର୍ଣ୍ଣ ଲୋକାଭିମୁଖୀ ଏବଂ ଜନହିତକାରୀ ହେବ। ଭବିଷ୍ୟତରେ ଦେଶକୁ ଅଧିକ ବିକାଶ ଦିଗରେ ନେବା ପାଇଁ ଦୀର୍ଘ ମିଆଦୀ ଯୋଜନାରେ ବିପୁଳ ଟଙ୍କା ପଶିଛି। ଚାଷୀଙ୍କ ଲାଗି ସବୁଠାରୁ ଅଧିକ ପଦକ୍ଷେପ ନିଆଯାଇଛି। ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଯେପରି ଦେଢ଼ଗୁଣା ଅଧିକ ମିଳିବ ସେଦିଗରେ ପଦକ୍ଷେପ ନିଆଯାଇଛି। ଏହାସହ ସେମାନଙ୍କ ପାଇଁ ଅଧିକ ଟଙ୍କାର ଋଣ ବ୍ୟବସ୍ଥା ମଧ୍ୟ ହୋଇଛି। ବଜେଟର ରୂପରେଖ ଯେପରି ହୋଇଛି ସେଥିଯୋଗୁ ଦେଶର ଜିଡିପି ମଧ୍ୟ ଦୁଇଗୁଣା ବୃଦ୍ଧି ପାଇବ। ଦେଶରେ ବହୁ ବଡ଼ ବଡ଼ ରେଳପଥକୁ ଇଲେକ୍ଟ୍ରିଫିକେଶନ କରିବାର ବ୍ୟବସ୍ଥା ହୋଇଛି। ସବୁ ଜାଗାରେ ପାଇପ ଯୋଗେ ପିଇବା ପାଣିର ବ୍ୟବସ୍ଥା ହୋଇଛି। କୌଣସି କ୍ଷେତ୍ରକୁ ସରକାର ଅଣଦେଖା କରାଯାଇନାହିଁ। ଏହା ଏକ ଯୁଗାନ୍ତକାରୀ ବଜେଟ।
– ପ୍ରଦୀପ୍ତ କୁମାର ନାଏକ, ବିରୋଧୀ ଦଳ ନେତା
ଏହା ଦେଶ ପାଇଁ ଐତିହାସିକ ବିପତ୍ତି ଆଣିଦେବ
କୋଭିଡ୍‌ ପରେ ପରେ ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଛି। ଏପରିକି ଆମ ଆର୍ଥିକ ସ୍ଥିତି ବାଂଲାଦେଶଠାରୁ ମଧ୍ୟ ଖରାପ ଅବସ୍ଥାରେ ରହିଛି। ଏକ ବୃହତମ ଦେଶରେ ଯେପରି ବଜେଟ ହେବା କଥା ହୋଇନାହିଁ। ଏହା ଦେଶ ପାଇଁ ଏକ ଏତିହାସିକ ବିପତ୍ତି। ଦେଶର ବିକାଶ ପ୍ରକ୍ରିୟା ବୃଦ୍ଧି ଘଟିବା ବର୍ତ୍ତମାନ ସମୟରେ ଜରୁରୀ। ବଜେଟ ଦେଖିଲେ ଜଣାପଡୁଛି ଗରିବ ଲୋକମାନଙ୍କ ଉପାର୍ଜନ ବଢ଼ିବା ସମ୍ଭାବନା ନାହିଁ। ଗ୍ରାମୀଣ ଲୋକଙ୍କ ଉପାର୍ଜନ ବଢ଼ିବନାହିଁ। ଦେଶରେ ୧ ପ୍ରତିଶତ ଲୋକଙ୍କ ସମ୍ପତ୍ତି ୩୫ ପ୍ରତିଶତ ବଢ଼ିଯାଇଛି, ଏଭଳି ସ୍ଥିତିରେ ଦେଶର କିପରି ବିତରଣ ବ୍ୟବସ୍ଥା ଠିକ୍‌ କରି ସମସ୍ତଙ୍କ ମଧ୍ୟରେ ସମାନତା କିପରି ରହିବ ସେଥିପ୍ରତି କାହାର ଧ୍ୟାନ ନାହିଁ। ଏହା ଏକ ନୈରାଶ୍ୟଜନକ ବଜେଟ। କେବଳ ନିର୍ଦ୍ଦିଷ୍ଟ ଗୋଟିଏ ସେକ୍ଟରକୁ ଫୋକସ କରି ଏହି ବଜେଟ ପ୍ରସ୍ତୁତ ହୋଇଛି।
– ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri