ବଜେଟ୍‌ ୨୦୨୪: ପଡୋଶୀକୁ ସବୁ ଦେଲେ, ଓଡ଼ିଶା ଭାଗକୁ ନାହିଁ!

ଭୁବନେଶ୍ୱର,୨୩।୭: ମୋଦି ସରକାର ତୃତୀୟ ପାଳି ପୂର୍ଣ୍ଣାଙ୍ଗ ବଜେଟ୍‌ର ସିଂହ ଭାଗ ବିହାର ଓ ଆନ୍ଧ୍ର ପ୍ରଦେଶକୁ ଓଜାଡି ଦେଇଛନ୍ତି। ଏହି ଦୁଇ ରାଜ୍ୟରେ ସ୍ବତନ୍ତ୍ର ପ୍ୟାକେଜ ସହ ଏକାଧିକ ବିକାଶ କାର୍ଯ୍ୟ ନେଇ ଘୋଷଣା କରାଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି। କେନ୍ଦ୍ର ବଜେଟ ୨୦୨୪-୨୫ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ବିହାର ଓ ଆନ୍ଧ୍ର ପ୍ରଦେଶ ପାଇଁ ଟଙ୍କା ବର୍ଷା କରିଛନ୍ତି। ଏହି ଦୁଇ ରାଜ୍ୟରେ ଭାଜପାର ମେଣ୍ଟ ସରକାର ରହିଛି। କାଳେ ଏମାନେ ବିଦ୍ରୋହ କରି ବିରୋଧୀଙ୍କୁ ବଳ ଦେବେ ତେଣୁ ଦୁଇ ଗେହ୍ଲାପୁଅଙ୍କୁ ଭାଗବାଣ୍ଟି ବଜେଟ୍‌ର ସିଂହଭାଗ ବାଣ୍ଟି ଦେଇଛନ୍ତି।

ଦଳର ୧୬ ଓ ୧୨ ଏମପି ନିଜ ହାତରେ ରଖିବା ପାଇଁ ମୋଦି ସରକାର ତୁଷ୍ଟିକରଣ ଉପାୟରେ ଏହି ଦୁଇ ରାଜ୍ୟକୁ ଅଗ୍ରାଧିକାର ଦେଇଛନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ଓଡ଼ିଶାରେ ଭାଜପାର ଏକଚାଟିଆ ଭାବେ ସରକାର ଗଠନ କରିଥିଲେ ବି ରାଜ୍ୟ ପାଇଁ ସେ ଭଳି କିଛି ଆଖିଦୃଶିଆ ଘୋଷଣା କରାଯାଇ ନାହିଁ ବୋଲି ଚର୍ଚ୍ଚା ହେଉଛି।
ବଜେଟ ଉପସ୍ଥାପନବେଳେ ସୀତା ରମଣ ଆନ୍ଧ୍ର ଓ ବିହାର ପାଇଁ ଏକାଧିକ ଆର୍ଥିକ ସହାୟତା ଓ ବିକାଶମୂଳକ ପ୍ରୋଜେକ୍ଟ ଘୋଷଣା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ଆନ୍ଧ୍ର ପ୍ରଦେଶର ବିକାଶ ପାଇଁ ୧୫ ହଜାର କୋଟି ଟଙ୍କା ଆବଣ୍ଟିତ କରାଯାଇଛି। କେବଳ ସେତିକି ନୁହେଁ ଆଗାମୀ ବର୍ଷରେ ଆହୁରି ଅର୍ଥ ମଞ୍ଜୁରି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଆନ୍ଧ୍ରପ୍ରଦେଶ ପୁନପୁର୍ଗଠନ ଆଇନ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁୁତ୍ୱାରୋପ କରି ଏହି ରାଶି ଆବଣ୍ଟିତ କରାଯାଇଛି ବୋଲି ସୀତା ରମଣ କହିଛନ୍ତି। ପୋଲାଭରମ ପ୍ରୋଜେକ୍ଟ ଓ ରାଜ୍ୟର ପଛୁଆ ଅଞ୍ଚଳର ବିକାଶ ପାଇଁ ଅନୁଦାନ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ସେହିପରି ବିହାର ପାଇଁ ନୂଆ ବିମାନବନ୍ଦର, ମେଡିକାଲ କଲେଜ, କ୍ରୀଡ଼ା ଭିତ୍ତିଭୂମି ଆଦିର ଗଠନ ହେବ। ଏଥିସହ, ବିହାରର ପାଟନା -ପୂର୍ର୍ଣ୍ଣିିୟା , ବକ୍ସର-ଭାଗଲପୁର, ଇତ୍ୟାଦି ଏକ୍ସପ୍ରେସୱେ ସମେତ ବିହାରର ନ୍ୟାଶନାଲ ହାଇୱେ ପାଇଁ ୨୬,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେହିପରି ଗୟା ପାଇଁ ୨,୪୦୦ ମେଗା ୱାଟର ପାୱାର ପ୍ଲାଣ୍ଟ ଓ ଇଣ୍ଡଷ୍ଟ୍ରିଆଲ କରିଡର ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ବଜେଟରେ ବିହାର ଓ ଆନ୍ଧ୍ର ପାଇଁ ଅର୍ଥ ବର୍ଷା ହୋଇଥିବାବେଳେ ଓଡ଼ିଶା ପାଇଁ ହାତଜାକି ଦେଇଛନ୍ତି ସରକାର। ଅର୍ଥମନ୍ତ୍ରୀ କହିଛନ୍ତି ପୂର୍ବୋଦୟ ବିକାଶକୁ ଗୁରୁତ୍ୱ ଦିଆଯାଇଛି।ଏହି ଯୋଜନାରେ ବିହାର, ଆନ୍ଧ୍ର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ରହିଛି। ହେଲେ ବିହାର ଓ ଆନ୍ଧ୍ର ପାଇଁ ଯେପରି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି ସେପରି କିଛି ଓଡ଼ିଶା ପାଇଁ ନାହିଁ। ଆଉ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଅନେକ ଦିନ ଧରି ଦାବି କରାଯାଉଥିଲେ ମଧ୍ୟ ଏଥିରେ କୌଣସି ଲାଭ ମିଳିନାହିଁ। ଯେଉଁ କାରଣରୁ ରାଜ୍ୟ ସଭାରେ ଆଜି କକ୍ଷତ୍ୟାଗ କରିଛି ବିଜେଡି। ଏମପି ସସ୍ମିତ ପାତ୍ର କହିଛନ୍ତି, ଆନ୍ଧ୍ର ଓ ବିହାରକୁ ସ୍ବତନ୍ତ୍ର ଅନୁଦାନ ମିଳିଥିବା ବେଳେ ଓଡ଼ିଶାକୁ ବିଚାରକୁ ନିଆଯାଇନି। ଓଡ଼ିଶାରୁ ୨୧ରୁ ୨୦ ଏମପି ଜିତିଛି ଭାଜପା। ହେଲେ ୨୧ରୁ ୨୦ ଏମପି ଜିତିବା ଓଡ଼ିଶା ପାଇଁ ଦଣ୍ଡ ସଦୃଶ୍ୟ। ଭାଜପା ମେଣ୍ଟ ଥିବା ଦୁଇ ରାଜ୍ୟକୁ ପୁରସ୍କାର ମିଳିଛି । ହେଲେ ଓଡ଼ିଶାକୁ ଦଣ୍ଡ ଦିଆଯାଇଛି।

ସେହିପରି ବଜେଟ୍‌ ଦେଖି ଅସନ୍ତୋଷ ଝାଡିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ । ଭାଜପା ନିଜ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନବେଳେ ଭାଜପା ନେତା ବହୁ ବଡ଼ ବଡ଼ କଥା କହିଥିଲେ। କିନ୍ତୁ କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ କିଛି ନାହିଁ କହିଲେ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାର ର୍ନିବାଚନୀ ଇସ୍ତାହାରରେ ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ପ୍ରତିଶ୍ରୁତି ଦେଇଥିଲା, ହେଲେ ତାହା ପୂରଣ କଲାନାହିଁ ।

ଆନ୍ଧ୍ର ଓ ବିହାର ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଲେ। ହେଲେ ପ୍ରତିଶ୍ରୁତି ଦେଇ ବି ଓଡ଼ିଶା କଥା ବିଚାର କଲେନି। ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି। ସ୍ବତନ୍ତ୍ର ଅନୁଦାନ ପାଇଁ ରାଜ୍ୟ ବାରମ୍ବାର ଅନୁରୋଧ କରିଆସୁଛି। ଅନ୍ୟ ରାଜ୍ୟ କଥା ଶୁଣିଲେ, ଓଡ଼ିଶା କଥା ଶୁଣିଲେନି। ରାଜ୍ୟ ସରକାର ବାରମ୍ବାର କୋଇଲା ରୟାଲିଟି ସଂଶୋଧନ ପାଇଁ ଦାବି କରୁଥିବା ବେଳେ ବଜେଟରେ ଏନେଇ କେନ୍ଦ୍ର ସରକାର କିଛି ସମାଧାନ କରିନାହାଁନ୍ତି । କୋଇଲା ରୟାଲିଟି କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ବ ହରାଉଥିବା କଥା ନବୀନ ପଟ୍ଟନାୟକ କହିଛନ୍ତି

ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କହିଛନ୍ତି, ଓଡ଼ିଶା ଏବେ ବି ପଛୁଆ ତଥା ଗରିବ ରାଜ୍ୟ । ହେଲେ କେନ୍ଦ୍ର ପୂର୍ବୋଦୟ ବିକାଶ କହିଥିବା ବେଳେ ଓଡ଼ିଶାକୁ ଅନୁଦାନ ନ ଦେବା ଦୁଃଖର ବିଷୟ । ଆଉ ଜବାବ ଦେଇ ଭାଜପା ବିଧାୟକ ସନତ ଗଡ଼ତିଆ କହିଛନ୍ତି, ପୋଲାଭରମ ପାଇଁ ଅର୍ଥ ଦିଆଯାଇଛି । ହେଲେ ଓଡ଼ିଶା ପାଇଁ କ୍ଷତିକାରକ ହେଲେ ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରିବେ ।

କହିରଖୁଛୁ କି, ଓଡ଼ିଶା ପାଇଁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଥିଲା ତତ୍କାଳୀନ ସରକାର । ହେଲେ କେନ୍ଦ୍ର ଆଗ୍ରହ ଦେଖାଉନଥିଲେ। ସେପଟେ ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ ଦ୍ବାରା ମାଲାକାନଗିରିର ଶତାଧିକ ଗାଁ ବୁଡିଯିବା ଅଭିଯୋଗ ହୋଇଆସୁଛି। ୨୦୨୪ ଲୋକସଭା ନିର୍ବାଚନରେ ଭାଜପା ଆନ୍ଧ୍ରପ୍ରଦେଶର ଟିଡିପି ସହ ମିଶି ସରକାର ଗଠନ କରିଥିଲାଥି । ସେହିପରି ବିହାରରେ ଭାଜପା ମେଣ୍ଟ ନୀତିଶଙ୍କ ଜେଡିୟୁକୁ ଅଧିକ ଆସନ ମିଳିଛି। ତେଣୁ ଏହି ଦୁଇ ରାଜ୍ୟକୁ ନିଜ ହାତରେ ନ ରଖିଲେ କେନ୍ଦ୍ରରେ ମୋଦି ସରକାର କ୍ଷମତାଚ୍ୟୁତ ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

ଧାନ କିଣାବିକାରେ ଅଚଳାବସ୍ଥା: ତାତିଲେ ଚାଷୀ, କଲେ ଏମିତି…

ବରଗଡ଼,୭ା୧୨(ପ୍ରେମାନନ୍ଦ ଖମାରୀ.): ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ରବିବାର ୧୦ଦିନରେ ପହଞ୍ଚିଛି। ହେଲେ...

ବାରବାଟୀରେ ହେବ ଜୋର୍‌ଦାର ଲଢ଼େଇ: ଭୁବନେଶ୍ୱରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିମାନେ। ଆସନ୍ତା ୯ ତାରିଖ ଅର୍ଥାତ୍‌ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଉଭୟ ଦେଶର ଖେଳାଳିଙ୍କ...

ଭାରତର ଟପ୍‌ ୭ଟିି ସରକାରୀ ଚାକିରି, IAS ଭଳି ଦରମା, କମ୍‌ ପରିଶ୍ରମରେ…

ନୂଆଦିଲ୍ଲୀ,୭।୧୨: ସରକାରୀ ଚାକିରି ପାଇବା ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ସ୍ୱପ୍ନ। ତଥାପି, ଅଧିକାଂଶ ଲୋକ କେବଳ କିଛି ହାଇ-ପ୍ରୋଫାଇଲ ପଦବୀ ବିଷୟରେ ଜାଣନ୍ତି –...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri