ବଜେଟ ୨୦୨୪

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିଛନ୍ତି। ଏହା ତାଙ୍କର ସପ୍ତମ ବଜେଟ। ଏହି ବଜେଟରେ କୃଷି, ଶିଳ୍ପ ଓ ରୋଜଗାର ଦକ୍ଷତା ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା ଅର୍ଥମନ୍ତ୍ରୀ ସୀତାରାମନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହଛନ୍ତି ଯେ, ଏହି ବଜେଟ ବିକାଶକୁ ନୂତନ ସ୍ତରକୁ ନେଇଯିବ। ଯୁବକମାନେ ଅନେକ ସୁଯୋଗ ପାଇବେ। ଦେଖିବାକୁ ଗଲେ ୨୦୨୪-୨୫ ବଜେଟ ମୋଦିଙ୍କର ଏକାଦଶ ବଜେଟ। ଅବଶ୍ୟ ଏହା ପୂର୍ବର ୧୦ଟି ବଜେଟ ଥିଲା ମୋଦିଙ୍କ ନେତୃତ୍ୱାଧୀନ କେବଳ ଭାଜପାର ନିଜସ୍ବ ବଜେଟ। ଏକ ଦଶନ୍ଧି ବ୍ୟାପୀ ଜଣେ ବ୍ୟକ୍ତିଙ୍କ ମନଇଚ୍ଛାରେ ଅର୍ଥନୀତି ଚାଲିବା ପରେ ଯେଉଁ ବିଫଳତା ୨୦୨୪ ନିର୍ବାଚନରେ ଭୋଗିବାକୁ ପଡ଼ିଲା, ତାହା ଭାଜପାର ବୁଦ୍ଧି ହଜାଇ ଦେଇଥିବା ଭଳି ମନେହେଉଛି। ଯାହାଫଳରେ ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ଏହି ୨୦୨୪ ବଜେଟ ସ୍ପଷ୍ଟ ଜଣାଇଦେଉଛି ଯେ, ଏଥର ମୋଦିଙ୍କ ପରିବର୍ତ୍ତେ ଏକ ମିଳିତ ସରକାରର ବଜେଟ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ପରିବର୍ତ୍ତେ ଏହି ବଜେଟରେ ଆନ୍ଧ୍ରର ଚନ୍ଦ୍ରବାବୁ ନାଇଡୁ ଏବଂ ବିହାରର ନୀତୀଶ କୁମାରଙ୍କ ରାଜନୈତିକ ଇଚ୍ଛାର ପ୍ରତିଫଳନ ଘଟିଛି। ବଜେଟ ପଠନର ପ୍ରଥମ ପ୍ରାୟ ୨୫ ମିନିଟ୍‌ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ସୀତାରାମନ କେବଳ ଆନ୍ଧ୍ର ଏବଂ ବିହାର ସମ୍ପର୍କରେ କହିଚାଲିଲେ। ଏହା ଉଲ୍ଲେଖ କରିବା ଅନିବାର୍ଯ୍ୟ ଯେ ସିଧାସଳଖ ଏହି ଦୁଇ ରାଜ୍ୟକୁ ଯଚାଯାଇଥିବା ଅନେକ ଲକ୍ଷ କୋଟି ସାହାଯ୍ୟ ବ୍ୟତୀତ ଲୁକ୍କାୟିତ ଭାବେ ମଧ୍ୟ ବିପୁଳ ଅର୍ଥ ଖର୍ଚ୍ଚ କରାଯିବାର ବ୍ୟବସ୍ଥା କରାଯାଇଛି। ଉଦାହରଣ ସ୍ବରୂପ, ଆନ୍ଧ୍ର ଏବଂ ଓଡ଼ିଶା ସୀମାନ୍ତରେ ଥିବା ପୋଲାଭରମ୍‌ ଜଳସେଚନ ପ୍ରକଳ୍ପକୁ ପୁନର୍ଜୀବିତ କରିବାର ପ୍ରତିଶ୍ରୁତି ଦିଆଯାଇଛି। ଏଥିପାଇଁ ପୂର୍ବରୁ ଚନ୍ଦ୍ରବାବୁ ନାଇଡୁ ସ୍ପଷ୍ଟ ଭାବେ ୧୨,୦୦୦ କୋଟି ଟଙ୍କା ମାଗିଥିଲେ। ସେହି ଅଙ୍କକୁ ଉଲ୍ଲେଖ କରି ସମ୍ପୂର୍ଣ୍ଣ ପ୍ରକଳ୍ପକୁ ପୁନର୍ଜୀବିତ କରିବା ଅର୍ଥ ହେଉଛି ସେଥିରେ ଦାବି କରାଯାଇଥିବା ଅର୍ଥଠାରୁ ଯଥେଷ୍ଟ ଅଧିକ ଖର୍ଚ୍ଚ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଉଭୟ ରାଜ୍ୟ ଆନ୍ଧ୍ର ଓ ବିହାରର ଜନସଂଖ୍ୟାକୁ ମିଶାଇଲେ ଦେଶର ପ୍ରାୟ ୧୫ ପ୍ରତିଶତ ହେବ। କିନ୍ତୁ ତାଙ୍କୁ ଦିଆଯାଇଥିବା ବଜେଟ ପ୍ରସ୍ତାବରେ ଅର୍ଥ ସମ୍ପୂର୍ଣ୍ଣ ଭାବେ ଏକ ଭିନ୍ନ ଚିତ୍ର ଦର୍ଶାଉଛି। ସେଥିରୁ ବୁଝାପଡ଼ୁଛି ଯେ ଏହା ଏକ ରାଜନୈତିକ ବଜେଟ, ଯାହାର ଉଦ୍ଦେଶ୍ୟ ସୀମିତ ହେଉଛି କେବଳ ମୋଦି ସରକାରକୁ ବଞ୍ଚାଇ ରଖିବା।
ନିର୍ବାଚନ ଫଳାଫଳ ଭାଜପାକୁ ଦର୍ଶାଇଲା ଭଳି ମନେହେଉଛି ଯେ, ଭାରତର ଯୁବପିଢ଼ି ସରକାରର ନୀତି ସହିତ ସନ୍ତୁଷ୍ଟ ନୁହେଁ। ବେକାରି ପରିସ୍ଥିତି ଭୟାବହ ହୋଇ ପଡ଼ିଥିବାରୁ ଯୁବପିଢ଼ି ସମ୍ପୂର୍ଣ୍ଣ ଭାବେ ଭାଜପାଠାରୁ ଦୂରେଇଯାଇଛି। ସେଥିପାଇଁ କୌଣସି ଧାର୍ମିକ ଧ୍ୱନି ନିର୍ବାଚନରେ ସଫଳତା ଦେଇପାରିଲା ନାହିଁ। ତେଣୁ ସରକାରୀ ସ୍ତରରେ ଘୋଷଣା କରାଯାଇଛି ଯେ ଲକ୍ଷାଧିକ ସଂଖ୍ୟାରେ ଯୁବପିଢ଼ିଙ୍କୁ ଆସନ୍ତା ୫ ବର୍ଷ ମଧ୍ୟରେ ବିଭିନ୍ନ ଘରୋଇ କମ୍ପାନୀ ଦ୍ୱାରା ପ୍ରଶିକ୍ଷିତ କରାଯିବ। ସେଥିପାଇଁ ଭବିଷ୍ୟନିଧି ଅର୍ଥକୁ ପ୍ରାରମ୍ଭିକ ସ୍ତରରେ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି। ଏଭଳି ଅର୍ଥ କେଉଁ ଭାବେ ଯୁବକମାନଙ୍କ ପାଖରେ ପହଞ୍ଚତ୍ବ ତାହା ଅସ୍ପଷ୍ଟ ରହିଛି। ଏହା ବ୍ୟତୀତ ସ୍ଥାୟୀ ଚାକିରି ପାଇବା ପୂର୍ବରୁ ଭବିଷ୍ୟନିଧି କାହିଁକି ଦିଆଯିବ ମଧ୍ୟ ଅଜଣା। ଏହା ଅନ୍ୟ ରୂପରେ ଅଗ୍ନିବୀର ଭଳି ବିଫଳ କାର୍ଯ୍ୟକ୍ରମ ଭାବେ ପ୍ରତିଫଳିତ ହୋଇପାରେ। ଅନ୍ୟପଟେ ସରକାରୀ ସମର୍ଥନ ବିନା ଘରୋଇ କମ୍ପାନୀଗୁଡ଼ିକ କେତେ ଯୁବକଙ୍କୁ କୁଶଳୀ କରିପାରିବେ ତାହା ମଧ୍ୟ କୌଣସି ଜାଗାରେ ସ୍ପଷ୍ଟ କରାଯାଇନାହିଁ।
ଗ୍ରାମାଞ୍ଚଳରେ ହେଉଥିବା ମନରେଗା କାର୍ଯ୍ୟକ୍ରମ ସମ୍ପର୍କରେ ଅର୍ଥମନ୍ତ୍ରୀ ସୀତାରାମନ ତାଙ୍କ ଭାଷଣରେ ଆଦୌ ଉଲ୍ଲେଖ କରିନାହାନ୍ତି। କୃଷି ପାଇଁ ମଧ୍ୟ କୌଣସି ଉଲ୍ଲେଖନୀୟ ଯୋଜନାର ଘୋଷଣା କରାଯାଇନାହିଁ। ଏହିସବୁ ପ୍ରତିଶ୍ରୁତି ଏବଂ ସଂଖ୍ୟା ମଧ୍ୟରେ ଓଡ଼ିଶାର ସ୍ଥାନ ଜଣାପଡ଼ିନାହିଁ। କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ଉନ୍ନତି ସହ ଓଡ଼ିଶାର ଭିତ୍ତିଭୂମି ପ୍ରଗତି ପାଇଁ ୨୦୨୪ ବଜେଟରେ କୌଣସି ବିଶେଷ ଉଲ୍ଲେଖ ନାହିଁ। ଆସନ୍ତା ୫ ବର୍ଷ ଯଦି ଏହିଭଳି ପରିସ୍ଥିତି ଲାଗିରହେ, ତେବେ ବିପୁଳ ସମର୍ଥନ ଦେଇ ଭାଜପାକୁ ଜିତାଇଥିବା ଓଡ଼ିଆ ଭୋଟର ନିରାଶ ହେବାର ସମ୍ଭାବନା ଏବେ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

ଘରେ ପଶି ମହିଳାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ ଏମିତି ରାୟ ଶୁଣାଇଲେ….

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନ କୋର୍ଟରେ ଏକ ମାମଲାର ଚୂଡାନ୍ତ ଶୁଣାଣି ହୋଇଛି। ଗତ ୨ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri