ବିଏସ୍‌ଏଫ ରାଇଜିଂ ଡେରେ ରକ୍ତଦାନ କଲେ ଯବାନ

କୋରାପୁଟ,୧।୧୦(ଅମିତାଭ ବେହେରା): କୋରାପୁଟ ଓଏମ୍‌ପିଠାରେ ଥିବା ବିଏସ୍‌ଏଫ ମୁଖ୍ୟାଳୟ ପରିସରରେ ବିଏସ୍‌ଏଫର ରାଇଜିଂ ଡେ ଉପଲକ୍ଷେ ବୁଧବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଏସ୍‌ଏଫ ଡିଆଇଜି ସତ୍ୟବାନ ଖାଞ୍ଚି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଉଦ୍‌ଘାଟନ କରିଥିଲେ। ରକ୍ତ ଦାନ ଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ବିଏସ୍‌ଏଫ ଡିଆଇଜି ମତ ପ୍ରକାଶ କରିଥିଲେ।

ବିଏସ୍‌ଏଫ ୧୮୦ ବାଟାଲିୟନର କମାଣ୍ଡାଣ୍ଟ ସଞ୍ଜୟ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୭ଜଣ ଅଧିକାରୀ, ୧୩ଜଣ ଏସ୍‌ଓଏସ୍‌ ଏବଂ ୨୦ ଓଆରଏସ ଏପରିକି ସର୍ବମୋଟ ୪୦ଜର ଯୋଗଦେଇ ୪୦ ୟୁନିଟ ରକ୍ତ ଦାନ କରିଥିଲେ। ଯବାନ କେବଳ ଦେଶ ମାତୃକାର ରକ୍ଷା କରୁ ନାହାନ୍ତି ସେମାନେ ନିଜର ବହୁ ମୂଲ୍ୟ ରକ୍ତ ଦେଇ ଅନ୍ୟମାନଙ୍କ ଜୀବନ ରକ୍ଷା ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଚାଲିଗଲେ ‘ଗଛର ମଣିଷ’ ବିଶୁ ଭାଇ: କଥା ହେଉ ହେଉ ଟଳିପଡ଼ିଲେ, ଗଞ୍ଜାମ ସହରରେ ଶୋକର ଛାୟା

ଗଞ୍ଜାମ (ବିଦ୍ୟାଧର ସାହୁ): ଏମିତି ବି ଆସେ ମୃତ୍ୟୁ! ନିଜ ଦାଣ୍ଡ ପିଣ୍ଡାରେ ବସି ଗଛ ଲଗାଇବା ଓ ଅଞ୍ଚଳର ଉନ୍ନତି ପାଇଁ ଚର୍ଚ୍ଚା କରୁଥିବା ବେଳେ…

ବ୍ରାହ୍ମଣୀଗାଁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର; ଯୋଗଦେଲେ ୨୫୦ଜଣ, ଚି଼ହ୍ନଟ ହେଲେ ୧୮୫

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୧୮।୩(ଅରୁଣ ସାହୁ/ମନୋରଞ୍ଜନ ରଣା ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ୨୦୨୫/୨୬ଆର୍ଥିକ ବର୍ଷର ଦ୍ଵିତୀୟ ପର୍ଯ୍ୟାୟ ଭୀମଭୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri