Posted inଫୁରସତ

୨୨୫ କିଲୋ ଓଜନ ସତ୍ତ୍ୱେ ଆହୁରି ମୋଟା ହେବାକୁ ଚାହାନ୍ତି ଏହି ବ୍ୟକ୍ତି, ଦୈନିକ ଡାଏଟ୍‌ ଶୁଣିଲେ ଉଡିବ ହୋସ୍‌

ବର୍ତ୍ତମାନ ଯୁବପିଢ଼ୀ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅତିବାହିତ କରୁଛନ୍ତି। ବିଶେଷକରି ଫଲୋଅର୍ସ ବଢ଼ାଇବାକୁ ନେଇ ଚାଲିଛି ଏକ ପ୍ରତିଯୋଗିତା। ଏଥିପାଇଁ ଲୋକମାନେ ଭଳିକି ଭଳି ଉପାୟ ଅବଲମ୍ବନ କରୁଛନ୍ତି। ସେଭଳି ଏକ ଘଟଣା ଫ୍ଲୋରିଡାରେ ଦେଖିବାକୁ ମିଳିଛି। ଅନ୍‌ଲାଇନ୍‌ ଫଲୋଅର୍ସ ବଢ଼ାଇବା ପାଇଁ ୪୪ ବର୍ଷୀୟ ବ୍ରାୟନ୍‌ ଅଜବ ଉପାୟ ଅବଲମ୍ବନ କରୁଛନ୍ତି। ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ବ୍ରାୟନଙ୍କୁ ଲୋକେ ଗେନର ବୁଲ୍‌ ଭାବେ ଜାଣନ୍ତି। ତାଙ୍କ ଓଜନ ୨୨୫ କିଲୋଗ୍ରାମ ରହିଛି। ହେଲେ ଅଧିକ ଓଜନକୁ ନେଇ ସେ ଚିନ୍ତିତ ନୁହନ୍ତି। ବରଂ ସେ ସବୁଦିନ ୧୦ହଜାର କ୍ୟାଲୋରୀ ବିଶିଷ୍ଟ ଖାଦ୍ୟ ଖାଆନ୍ତି। ୨୦ ବର୍ଷ ପୂର୍ବେ ସେ ନିଜର ଓଜନ ବଢ଼ାଇବାକୁ ଚିନ୍ତା କରିଥିଲେ।

ଫ୍ଲୋରିଡାରେ ରହୁଥିବା ବ୍ରାୟନ୍‌ଙ୍କୁ ପିଲାଦିନେ ବେଶ୍‌ ପତଳାଥିଲେ। ଛଅ ବର୍ଷର ହୋଇଥିବା ବେଳେ ସେ ଅଜବ ଦେଖାଯାଉଥିଲେ। ଏହାକୁ ନେଇ ସାଙ୍ଗସାଥୀମାନେ ତାଙ୍କୁ ଚିଡାଉଥିଲେ। ପରେ ୨୦ ବର୍ଷ ହେବା ପରେ ସେ ଓଜନ ବଢ଼ାଇବାକୁ ଚେଷ୍ଟା କରିଥିଲେ। ଏବେ ସେ ଦୈନିକ ୧୦ହଜାର କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରୁଛନ୍ତି। ଯାହା ସାଧାରଣ ମଣିଷ ଖାଉଥିବା ଖାଦ୍ୟଠାରୁ ଚାରିଗୁଣା ଅଧିକ।

ତେବେ କଥା ଏତିକିରେ ସରୁନାହିଁ। ବ୍ରାଏନ୍‌ ନିଜର ଜୀବନଶୈଳୀ ଏବଂ ଖାଦ୍ୟପେୟ ବିଷୟରେ କହିବା ପାଇଁ ଆକାଉଣ୍ଟ ଖୋଲିଛନ୍ତି। ତାଙ୍କର ଏକ ଇନ୍‌ଷ୍ଟ୍ରାଗ୍ରାମ ଆକାଉଣ୍ଟ ଅଛି। ଏଥିରେ ସେ ବିଭିନ୍ନ ଭିଡିଓ ଶେୟାର କରନ୍ତି। ଏହାକୁ ଦେଖିବା ପାଇଁ ଗ୍ରାହକ ମାସକୁ ୨୦ ଡଲାର ଦେଇଥାନ୍ତି। ହେଲେ ଓଜନ ବଢ଼ିବା ସାଙ୍ଗକୁ ବିଭିନ୍ନ ଅସୁବିଧା ଉପୁଜୁଥିବା ସେ କୁହନ୍ତି।

 

View this post on Instagram

 

Just a few more snacks before bed #gainerbull

A post shared by Gainerbull (@gainer_bull) on


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri