Posted inଫୁରସତ

୨୨୫ କିଲୋ ଓଜନ ସତ୍ତ୍ୱେ ଆହୁରି ମୋଟା ହେବାକୁ ଚାହାନ୍ତି ଏହି ବ୍ୟକ୍ତି, ଦୈନିକ ଡାଏଟ୍‌ ଶୁଣିଲେ ଉଡିବ ହୋସ୍‌

ବର୍ତ୍ତମାନ ଯୁବପିଢ଼ୀ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅତିବାହିତ କରୁଛନ୍ତି। ବିଶେଷକରି ଫଲୋଅର୍ସ ବଢ଼ାଇବାକୁ ନେଇ ଚାଲିଛି ଏକ ପ୍ରତିଯୋଗିତା। ଏଥିପାଇଁ ଲୋକମାନେ ଭଳିକି ଭଳି ଉପାୟ ଅବଲମ୍ବନ କରୁଛନ୍ତି। ସେଭଳି ଏକ ଘଟଣା ଫ୍ଲୋରିଡାରେ ଦେଖିବାକୁ ମିଳିଛି। ଅନ୍‌ଲାଇନ୍‌ ଫଲୋଅର୍ସ ବଢ଼ାଇବା ପାଇଁ ୪୪ ବର୍ଷୀୟ ବ୍ରାୟନ୍‌ ଅଜବ ଉପାୟ ଅବଲମ୍ବନ କରୁଛନ୍ତି। ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ବ୍ରାୟନଙ୍କୁ ଲୋକେ ଗେନର ବୁଲ୍‌ ଭାବେ ଜାଣନ୍ତି। ତାଙ୍କ ଓଜନ ୨୨୫ କିଲୋଗ୍ରାମ ରହିଛି। ହେଲେ ଅଧିକ ଓଜନକୁ ନେଇ ସେ ଚିନ୍ତିତ ନୁହନ୍ତି। ବରଂ ସେ ସବୁଦିନ ୧୦ହଜାର କ୍ୟାଲୋରୀ ବିଶିଷ୍ଟ ଖାଦ୍ୟ ଖାଆନ୍ତି। ୨୦ ବର୍ଷ ପୂର୍ବେ ସେ ନିଜର ଓଜନ ବଢ଼ାଇବାକୁ ଚିନ୍ତା କରିଥିଲେ।

ଫ୍ଲୋରିଡାରେ ରହୁଥିବା ବ୍ରାୟନ୍‌ଙ୍କୁ ପିଲାଦିନେ ବେଶ୍‌ ପତଳାଥିଲେ। ଛଅ ବର୍ଷର ହୋଇଥିବା ବେଳେ ସେ ଅଜବ ଦେଖାଯାଉଥିଲେ। ଏହାକୁ ନେଇ ସାଙ୍ଗସାଥୀମାନେ ତାଙ୍କୁ ଚିଡାଉଥିଲେ। ପରେ ୨୦ ବର୍ଷ ହେବା ପରେ ସେ ଓଜନ ବଢ଼ାଇବାକୁ ଚେଷ୍ଟା କରିଥିଲେ। ଏବେ ସେ ଦୈନିକ ୧୦ହଜାର କ୍ୟାଲୋରୀଯୁକ୍ତ ଖାଦ୍ୟ ଗ୍ରହଣ କରୁଛନ୍ତି। ଯାହା ସାଧାରଣ ମଣିଷ ଖାଉଥିବା ଖାଦ୍ୟଠାରୁ ଚାରିଗୁଣା ଅଧିକ।

ତେବେ କଥା ଏତିକିରେ ସରୁନାହିଁ। ବ୍ରାଏନ୍‌ ନିଜର ଜୀବନଶୈଳୀ ଏବଂ ଖାଦ୍ୟପେୟ ବିଷୟରେ କହିବା ପାଇଁ ଆକାଉଣ୍ଟ ଖୋଲିଛନ୍ତି। ତାଙ୍କର ଏକ ଇନ୍‌ଷ୍ଟ୍ରାଗ୍ରାମ ଆକାଉଣ୍ଟ ଅଛି। ଏଥିରେ ସେ ବିଭିନ୍ନ ଭିଡିଓ ଶେୟାର କରନ୍ତି। ଏହାକୁ ଦେଖିବା ପାଇଁ ଗ୍ରାହକ ମାସକୁ ୨୦ ଡଲାର ଦେଇଥାନ୍ତି। ହେଲେ ଓଜନ ବଢ଼ିବା ସାଙ୍ଗକୁ ବିଭିନ୍ନ ଅସୁବିଧା ଉପୁଜୁଥିବା ସେ କୁହନ୍ତି।

 

View this post on Instagram

 

Just a few more snacks before bed #gainerbull

A post shared by Gainerbull (@gainer_bull) on


Enter your email to get our daily news in your inbox.

All Right Reserved By Dharitri.Com

ଫସଲ ବୀମା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି ଦାବି, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ହିତ ପାଇଁ ୮ ଦଫା ଦାବି ନେଇ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ…

ଭାରତୀୟ ଏମପିଙ୍କ ଠୁ ଏତେ ଅଧିକ ଦରମା ପାଆନ୍ତି ପାକିସ୍ତାନୀ ଏମପି? ଜାଣନ୍ତୁ ସାଲାରୀ-ଭତ୍ତା ସବୁକିଛି…

ନୂଆଦିଲ୍ଲୀ,୩୦।୭: ଆଇନପ୍ରଣେତା ବା ସାଂସଦମାନଙ୍କ ସୁବିଧା ସୁଯୋଗକୁ ତୁଳନା କଲେ ଜଣାପଡ଼େ ଯେ, ପାକିସ୍ତାନୀ ଏବଂ ଭାରତୀୟ ସାଂସଦମାନେ ପ୍ରାୟ ସମାନ ମୂଳ ଦରମା ପାଇଥାନ୍ତି, କିନ୍ତୁ…

‘ଆପଣଙ୍କ ମୁହଁ ଖୋଲୁନାହିଁ, କିଏ ସିଲ୍ କରିଦେଇଛି…’, ଶାହାଙ୍କୁ ଖାର୍ଗେଙ୍କ କଡ଼ା ଟାର୍ଗେଟ

ନୂଆଦିଲ୍ଲୀ,୩୦।୭: ରାଜ୍ୟ ସଭାରେ ପେପର ଲିକ୍ ପ୍ରସଙ୍ଗକୁ ନେଇ ଆଲୋଚନା ସମୟରେ ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାର ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା…

ଭଞ୍ଜନଗରରେ ଖୁବ୍‌ଶୀଘ୍ର ‘ଘୁମୁସର ରେଡିଓ’, ୪୦ କିଲୋମିଟର ପରିଧିରେ ହେବ ପ୍ରସାରଣ

ଭଞ୍ଜନଗର,୩୦ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରବାସୀଙ୍କ ପାଇଁ ଖୁସି ଖବର। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସ୍ବର, ସମସ୍ୟା ଓ ସଂସ୍କୃତିକୁ ନେଇ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି…

ସରକାରୀ ଦେଶୀ ମଦଭାଟି ବନ୍ଦ ଦାବି ଜୋର୍‌ ଧରିଲା, ଜିଲାପାଳ-ଅବକାରୀ ଅଧୀକ୍ଷକଙ୍କୁ ଭେଟି…

ଛତ୍ରପୁର,୩୦ା୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଅବକାରୀ ଅଧୀନରେ ଥିବା ନୋଳିଆ ନୂଆଗାଁ ସରକାରୀ ଦେଶୀ ମଦଭାଟି ବନ୍ଦ କରିବା ଦାବି ନେଇ ଗୁରୁବାର ଛତ୍ରପୁର ବ୍ଲକ ଅଧ୍ୟକ୍ଷା…

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

Shukra Gochar: ୪ ରାଶିଙ୍କ ଅଯଥା ହେବ ଧନ ହାନୀ! ହଠାତ୍ ଚାକିରିରୁ ହେବେ ବିଦା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜି, ଶୁକ୍ର ଗ୍ରହ ଉତ୍ତରାଫାଲଗୁନି ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ସକାଳ ୪:୫୬ ସମୟରେ ହୋଇଥିବା ଶୁକ୍ରଙ୍କ ଏହି ଗୋଚର ଶୁଭ, କିନ୍ତୁ ଏପରି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri