ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ୫୨ ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୨।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ନାମକ ଜଣେ ୭୦ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇବାଣୀଙ୍କ ଗଳିତ ମୃତଦେହକୁ ରବିବାର ସକାଳେ ଗାଁଠାରୁ ପ୍ରାୟ ୩ କିମି ଦୂର ଦୁର୍ଗମ ଜଙ୍ଗଲର ମାଟି ତଳୁ ପୋଲିସ ପକ୍ଷରୁ ଉଦ୍ଧାର ହୋଇଛି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ଗାଁର କିଛି ପୁରୁଷ ଓ ମହିଳା ବିଭିନ୍ନ ରୋଗରେ ସଂକ୍ରମିତ ହୋଇ ମୃତ୍ୟୁ ଘଟିଥିବାରୁ ସାଇବାଣୀଙ୍କୁ ଲୋକେ ଡାହାଣୀ ସନ୍ଦେହ କରିଥିଲେ। ଅବିବାହିତା ସାଇବାଣୀ ଘରେ ସଦା ସର୍ବଦା ଦେବୀ ପୂଜା କରୁଥିବାରୁ ସେ ଜଣେ ଗୁଣିଆ ବୋଲି କିଛି ଗ୍ରାମବାସୀଙ୍କ ମନରେ ସନ୍ଦେହ ଆସିିଥିଲା। ଅକ୍ଟୋବର ୮ ତାରିଖରେ କିଛି ବ୍ୟକ୍ତି ପୂର୍ବ ଯୋଜନା ପ୍ରକାରେ ସାଇବାଣୀଙ୍କୁ ତାଙ୍କ ଘର ବାରି ପଟେ ତଣ୍ଟି ଚିପି ହତ୍ୟା କରିବାପରେ ଦୁର୍ଗମ ଜଙ୍ଗଲରେ ପୋତି ଦେଇଥିଲେ। ସାଇବାଣୀ ଗାଁରୁ ନିଖୋଜ ଥିବା ଶୁଣିୟ ଅକ୍ଟୋବର ୧୦ ତାରିଖରେ ପାଖ ଗାଁ ନୁଆବନ୍ଧ ପଲ୍ଲୀରେ ରହୁଥିବା ଝିଆରୀ ହେମଲତା ମଲ୍ଲିକ ଗାଁରେ ପହଞ୍ଚି ବହୁ ଖୋଜା ଖୋଜି କଲାପରେ ମଧ୍ୟ ତାଙ୍କ ସନ୍ଧାନ ନ ମିଳିବାରୁ ଏ ନେଇ ସେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲାକୁ ଭିତ୍ତିକରି ନିଖୋଜ ମାମଲା ଏମ୍‌ ଏମ୍‌ ସି ନଂ.୨୩/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରିବାସହ ତଦନ୍ତ ଚଳାଇଥିଲେ। ସାଇବାଣୀଙ୍କୁ ଗୁଣିଆ ସନ୍ଦେହରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପୋଲିସକୁ ପକ୍କା ଖବର ମିଳିବା ସହ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଭୁବନେଶ୍ୱରର ସାଲିଆ ସାହି ଶ୍ରମିକ ବସ୍ତିରେ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା। ଛଦ୍ମ ବେଶରେ ଭୁବନେଶ୍ୱରର ଉକ୍ତ ଶ୍ରମିକ ବସ୍ତିରେ ଚଢ଼ାଉ କରିଥିଲେ ମଧ୍ୟ ଅଭିଯୁକ୍ତ ଜଣକ ପୋଲିସକୁ ଚକମା ଦେଖାଇ ଖସି ଯାଇଥିଲେ। କିଛିଦିନ ବ୍ୟବଧାନର ଶନିବାର ସାରେ ପୋଲିସ କୌଶଳ କ୍ରମେ ଅଭିଯୁକ୍ତଙ୍କୁ କାବୁ କରିବା ପରେ ସେ ସମସ୍ତ ତଥ୍ୟ ଜଣାଇଥିଲେ। ମୁଖ୍ୟ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri