ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ବୀଭତ୍ସ ହତ୍ୟା

କରାଚି, ୩୧ା୧୨: ପାକିସ୍ତାନର ସିଦ୍ଧ ପ୍ରଦେଶରେ ୪୪ ବର୍ଷୀୟା ହିନ୍ଦୁ ମହିଳା ଦୟା ଭେଲଙ୍କୁ ବୀଭତ୍ସ ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ପ୍ରଦେଶରେ ରହୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ସମ୍ପ୍ରଦାୟକଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି। ଦୟାଙ୍କୁ ନ୍ୟାୟ ଦାବିରେ ସାଂଘର ଜିଲାରେ ଶୁକ୍ରବାର ଲୋକେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ବିଲକୁ କାମ କରିବାକୁ ଯାଇଥିବା ଦୟା ସୋମବାର ଘରକୁ ଆଉ ଫେରି ନ ଥିଲେ। ତାଙ୍କ ପିଲାମାନେ ଦୟାଙ୍କୁ ବହୁ ଖୋଜାଖୋଜି କରିବା ପରେ ସୋରିଷ କ୍ଷେତରୁ ତାଙ୍କ ମୃତଦେହ ମିଳିଥିବା ତାଙ୍କ ପୁଅ ସୂମାର କହିଛନ୍ତି। ହତ୍ୟାକରୀମାନେ ଦୟାଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରିଦେଇଥିଲେ। ଏଥିସହ ତାଙ୍କ ସ୍ତନକୁ ଖଣ୍ଡ ଖଣ୍ଡ କରି କାଟି ଶରୀରର ଚମଡ଼ା ଉତାରି ଦେଇଥିଲେ। ଦେଶରେ ରହୁଥିବା ଅଳ୍ପସଂଖ୍ୟାକ ହିନ୍ଦୁମାନଙ୍କ ସୁରକ୍ଷା ଦାୟିତ୍ୱ ସରକାରଙ୍କର, ଯାହାକୁ ସେ ଗୁରୁତର ସହ ବହନ କରିବା ଆବଶ୍ୟକ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗ୍‌ଚୀ କହିଛନ୍ତି।
ଦୟା ହତ୍ୟାକାଣ୍ଡର ସୂଚନା ପ୍ରଥମେ ପାକିସ୍ତାନର ହିନ୍ଦୁ ସିନେଟର କ୍ରିଷ୍ଣା କୁମାରୀ ଟୁଇଟର ପୋଷ୍ଟ ଶେୟାର କରି ଦେଇଥିଲେ। ସିଦ୍ଧରେ ରହୁଥିବା ଭୀଲ ଆଦିବାସୀ ସମ୍ପ୍ରଦାୟ ଥିଲେ ଦୟା। ସେ ମୂଲଲାଗି ନିଜ ୪ ପିଲାଙ୍କ ଲାଳନପାଳନ ସାଙ୍ଗକୁ ଘର ଚଳାଉଥିଲେ। ପାକିସ୍ତାନରେ ମୋଟ ୭୫ଲକ୍ଷ ହିନ୍ଦୁ ବାସ କରୁଥିବାବେଳେ ଅନ୍ୟ ପ୍ରଦେଶ ତୁଳନାରେ ସିନ୍ଧରେ ଅଧିକମାତ୍ରରେ ହିନ୍ଦୁ ବସବାସ କରନ୍ତି। ସେମାନେ ଇସଲାମୀୟ ସଂସ୍କୃତି, ରୀତିନୀତି ଏବଂ ଭାଷାକୁ ଆପଣାଇ ସେଠାରେ ରହୁଛନ୍ତି। ସିଦ୍ଧ ପ୍ରଦେଶ ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ହସ୍ପିଟାଲରେ ଲୋକଙ୍କ କରୁଣ ଚିତ୍କାର…

ବେଜିଂ,୨୯।୧୨ : ଚାଇନାରେ କରୋନା ସଂକ୍ରମଣ ପରିସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ହସ୍ପିଟାଲ ଏବଂ ଶ୍ମଶାନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ...

ଇସ୍ରୋକୁ ପାକ୍‌ ମହାକାଶଚାରୀଙ୍କ ଅଭିନନ୍ଦନ

କରାଚୀ,୧୦ା୯(ପି.ଟି.)-କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ-ପାକ୍‌ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିରହିଥିବାବେଳେ ଚନ୍ଦ୍ରୟାନ-୨ ମିଶନ ପାଇଁ ପାକିସ୍ତାନର ପ୍ରଥମ ମହିଳା ମହାକାଶଚାରୀ ନମିରା ସଲିମ୍‌ ଭାରତ ଓ ଇସ୍ରୋକୁ...

ସାଉଦି ସହ ସମ୍ପର୍କର ପୁନର୍ବିଚାର କରିବେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୩।୧୦: ସାଉଦି ଆରବ ସହ ଆମେରିକାର ସମ୍ପର୍କ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ବାଇଡେନ୍‌ ସରକାର ଦୁଇ ଦେଶର ସମ୍ପର୍କକୁ ନେଇ...

କୋଭିଡ୍‌ ମୃତ୍ୟୁ ଦେଢ଼ କୋଟି

ଜେନେଭା,୬ା୫:କୋଭିଡ୍‌ ମହାମାରୀରେ ୨୦୨୦ ଏବଂ ୨୦୨୧ରେ ଦେଢ଼ କୋଟିରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି। ବିଭିନ୍ନ ଦେଶ ଦେଇଥିବା ତଥ୍ୟ ଠାରୁ ଏହି ସଂଖ୍ୟା ପ୍ରାୟ...

ଖ୍ରୀଷ୍ଟମାସ ଅବସରରେ ଆଶ୍ରୟ ସ୍ଥଳ ପହଞ୍ଚି ଲୋକଙ୍କୁ ଖାଦ୍ୟ ପରସିଲେ ଋଷି ସୁନକ

ଲଣ୍ଡନ,୨୫ ।୧୨: ସାରା ବିଶ୍ୱରେ ଚଳିତ ବର୍ଷ ଖ୍ରୀଷ୍ଟମାସ ବଡ ଧୁମଧାମରେ ପାଳନ କରାଯାଉଛି । ଏଥର ମୂଳ ଭାରତୀୟ ବାସିନ୍ଦା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି...

ଆମେରିକାରେ ହୃଦୟ ବିଦାରକ ଦୃଶ୍ୟ: କାର୍‌-ଆମ୍ବୁଲାନ୍ସ-ଘର-ରାସ୍ତାକଡ଼ରେ ପଡ଼ି ରହିଛି ମୃତଦେହ

ଓ୍ବାଶିଂଟନ,୨୦।୪: କରୋନା ସଂକ୍ରମଣ ନେଇ ଆମେରିକା ଏବେ ହଟ୍‌ସ୍ପଟ୍‌ ପାଲଟିଛି। ଏଠାରେ ପ୍ରତିଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସରକାରୀ ରିପୋର୍ଟ ପାଇଁ...

ଶୋଇବା ପାଇଁ ଏଠାରେ ଲୋକେ ଭଡାରେ ନିଅନ୍ତି କାର୍‌

ଟୋକିଓ,୧୧।୭: ଅନେକ ଦେଶରେ ଲୋକେ ଯାତ୍ରା କରିବା ପାଇଁ କାର୍‌ ଭଡାରେ ନେଇଥାଆନ୍ତି। ହେଲେ ଜାପାନରେ ଅଧିକାଂଶ ଲୋକେ କାର୍‌ ଭଡାରେ ନେଇ ରାସ୍ତା କଡରେ...

ଆମେରିକାର ରାଷ୍ଟ୍ରପତିଙ୍କ ଘରେ ଏଫ୍‌ବିଆଇ ଟିମ୍‌

ଓ୍ବାଶିଂଟନ୍‌,୧।୨: ଆମେରିକାର ଗୁପ୍ତଚର ଏଜେନ୍ସି ଏଫ୍‌ବିଆଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବାସଭବନରେ ଯାଞ୍ଚ୍‌ ପାଇଁ ପହଞ୍ଚିଛି। ବୁଧବାର ଡେଲାୱେରର ରେହବୋଥ ବିଚରେ ଥିବା ବାଇଡେନଙ୍କ ବାସଭବନରେ...

Advertisement
Archives

Model This Week