ପରିଚୟ ହଜାଇଛି ବୃନ୍ଦାବନ ପ୍ୟାଲେସ

ପାରଳାଖେମୁଣ୍ଡି, ୨୮ା୧୨ (ଗିରିଧାରୀ ପରିଛା)ଗଜପତି ଜିଲାରେ ରାଜବଂଶର କୀର୍ତ୍ତି ବହନ କରୁଥିବା ବୃନ୍ଦାବନ ପ୍ୟାଲେସ ବା ବସନ୍ତ ନିବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ରହିଛି ମହାରାଜା ଗୌରଚନ୍ଦ୍ର ଗଜପତି ଓ ତାଙ୍କ ପୁତ୍ର କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମ୍ଳାନକାରୀ ‘ବୃନ୍ଦାବନ ପ୍ୟାଲେସ’। ମହେନ୍ଦ୍ରତନୟା ନଦୀ କୂଳରେ ୧୭ ଏକର ପରିମିତ ଜମିରେ ଏହି ରାଜ ପ୍ରାସାଦ ନିର୍ମାଣ ହୋଇଥିଲା ।
ଗବେଷକଙ୍କ ମତରେ, ୧୮୯୦ରୁ ୧୯୦୫ ମଧ୍ୟରେ ଏହି ସୌଧ ନିର୍ମାଣ ହୋଇଥିଲା। ଏହାର ନକ୍ସା ପ୍ରସ୍ତୁତ କରିଥିଲେ ଇଟାଲୀୟମାନେ। ଏହି ପ୍ୟାଲେସ ନିକଟ ଦେଇ ଯାଇଥିବା ମହେନ୍ଦ୍ରତନୟା ନଦୀ ସାଙ୍ଗକୁ ସବୁଜିମା ଘେରା ସୁନ୍ଦର ମନଲୋଭା ସ୍ଥଳ ଅଟେ। ଏହି ପ୍ରାସାଦ ଗଜପତି ଜିଲାର ଐତିହାସିକ ସ୍ଥାନ ଭାବେ ବେଶ ଖ୍ୟାତି ଅର୍ଜନ କରିଛି। ପାରଳାଖେମୁଣ୍ଡି ସହରର ମାତ୍ର ୩ କି.ମି. ଦୂରରେ ଥିବା ଏହି ପ୍ୟାଲେସ୍‌ରେ ମହାରାଜା ନିଜ ପରିବାର ସହ ଗ୍ରୀଷ୍ମ ଅବକାଶ କଟାଉଥିଲେ । ତେଣୁ ଏହାକୁ ବସନ୍ତ ନିବାସ ମଧ୍ୟ କୁହାଯାଏ। ଉକ୍ତ ଐତିହାସିକ ସ୍ମାରକୀ ଏବଂ ଗଠନ ଶୈଳୀ ପ୍ରାକୃତିକ ପରିବେଶକୁ ଉପଲବ୍ଧି କରିବା ପାଇଁ ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ବିଶେଷ କରି ପିକନିକ ଋତୁରେ ଅଧିକ ପର୍ଯ୍ୟଟକ ଆସିଥାନ୍ତି । ହେଲେ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ଏହା ଅସ୍ତିତ୍ୱ ହରାଇବାକୁ ବସିଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର ପୁନରୁଉଦ୍ଧାର କରାଯାଉ ନଥିବା ବେଳେ ଆବଶ୍ୟକ ମରାମତି ଅଭାବରୁ ନଷ୍ଟ ହୋଇଯାଇଛି। କିଛି ବର୍ଷ ପୂର୍ବେ ଏହାର ବିକାଶ ପାଇଁ ବ୍ୟୟବରାଦ କରାଯାଇଥିଲା। ହେଲେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏ ସବୁ ଏବେ ନଷ୍ଟ ହୋଇଯାଇଛି । କାମ ନାମରେ ବୃନ୍ଦାବନ ପ୍ୟାଲେସର ପୁରାତନ କଳାକୃତି ମୂର୍ତ୍ତିଗୁଡିକୁ କେହି ଦୁର୍ବୃତ୍ତ ନେଇଯାଇଥିବା ବେଳେ ରାଣୀକୁଣ୍ଡ ସମ୍ପୂଣ୍ଣ ଭାଙ୍ଗି ଦିଆଯାଇ ମାଟିରେ ମିଶାଇଦେଇଥିଲେ। ପର୍ଯ୍ୟଟକଙ୍କ ଲାଗି ଫେବର ବ୍ଲକରେ ନିର୍ମିତ ଚଲାପଥ, ବସିବାସ୍ଥଳ, ପିକନିକ ପାଇଁ ସ୍ଥଳ ଆଦି ନିର୍ମାଣ ହୋଇଥିଲା । ତେବେ ଏଗୁଡିକ ଏବେ ନଷ୍ଟ ହେବାରେ ଲାଗିଛି । ଜିଲ୍ଲା ପର୍ଯ୍ୟଟନ ବିଭାଗ ଏଥିପ୍ରତି ଆଦୌ ଦୃଷ୍ଟି ନିକ୍ଷେପ କରୁନଥିବାରୁ ଅବ୍ୟବସ୍ଥା ମଧ୍ୟରେ ରହିଅଛି । ସୌଧଟିର ବିଭିନ୍ନ ସ୍ଥାନରେ ଫାଟ ଦେଇଥିବା ବେଳେ ଅନାବନା ବୃକ୍ଷଲତା ଉଠିଯାଇଛି । ଏହି ପ୍ରାସାଦଟିର ବହୁ ଅଂଶ ଭଗ୍ନ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳୁଛି । ସେହିପରି ତୃତୀୟ ମହଲାର ଗୋଟିଏ ପାଶର୍‌ବରେ ଛାତ ଦବିବାରେ ଲାଗିଛି । ଏହାର ବିରାଟକାୟ ପାଚେରିଗୁଡିକରେ ଫାଟ ଦେଖାଦେଉଛି। ରାଜ୍ୟ ଓ ରାଜ୍ୟ ବାହାରର ବିଶେଷ କରି ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରୁ ବହୁ ପର୍ଯ୍ୟଟକ ଆସୁଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମଧ୍ୟ ଲୋକେ ଏଠାକୁ ଆସିଥାନ୍ତି । ବର୍ତ୍ତମାନ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ବୃନ୍ଦାବନ ପ୍ୟାଲେସ। ବର୍ତ୍ତମାନ ଏଠାରେ ଜଣେ ଅସ୍ଥାୟୀ ଭାବେ ଜଗୁଆଳୀ ରହିଥିଲେ ହେଁ ତାଙ୍କୁ କୌଣସି ବିଦ୍ଧିବଦ୍ଧ ଭାବେ ଅବସ୍ଥାପିତ କରାଯାଇନାହିଁ। ତାଙ୍କୁ ବିଭାଗ ପକ୍ଷରୁ କୌଣସି ମାସିକ ଭତ୍ତା କିମ୍ବା ଦୈନିକ ମଜୁରି ମଧ୍ୟ ଦିଆଯାଉ ନାହିଁ। ପର୍ଯ୍ୟଟକମାନେ ଯାହା ଅର୍ଥ ଦେଉଛନ୍ତି ତାକୁ ନେଇ ସେ ରହିଥିବାର ଜଣାପଡିଛି। ଏପରି ଏକ ଗୁରୁତ୍ୱ ବହନ କରୁଥିବା ଜିଲ୍ଲାର ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଜିଲ୍ଲା ସଦର ମହକୁମାରେ ରହିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନିକ କିମ୍ବା ବିଭାଗୀୟ ଦୃଷ୍ଟି ନିକ୍ଷେପ ନଥିବାକୁ ନେଇ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri