ମାଛ ବେପାର ଆଳରେ ବ୍ରାଉନସୁଗାର ଚାଲାଣ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ରେ କଡ଼ା ଯାଞ୍ଚ ସତ୍ତ୍ୱେ ରାଜ୍ୟରେ ଚାଲୁଛି ନିଶା କାରବାର। କଟକଣା ଗାଇଡ୍‌ଲାଇନ୍‌ରୁ ଫାଇଦା ଉଠାଇ ମାଛ ବେପାର ନାଁରେ ମାଫିଆମାନେ ବ୍ରାଉନସୁଗାରବେପାର ଚଳାଇଛନ୍ତି। ଖୋଦ୍‌ ରାଜଧାନୀ ଦେଇ ବ୍ରାଉନସୁଗାର ଚାଲାଣ କରୁଛନ୍ତି। ବାଲେଶ୍ୱରରୁ ଏକ ପିକ୍‌ଅପ ଭ୍ୟାନ୍‌ରେ ପିପିଲିକୁ ବ୍ରାଉନ୍‌ସୁଗାର ନେଇ ଯାଉଥିବାବେଳେ କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଓ ମଞ୍ଚେଶ୍ୱର ଥାନା ପୋଲିସ ହାଇଟେକ୍‌ ଛକରୁ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱରର ମଦନ କୁମାର ବେହେରା(୨୭) ଓ ସେକ୍‌ ମଙ୍ଗଲୁ(୨୭)। ସେମାନଙ୍କ ନିକଟରୁ ୫୧୮ ଗ୍ରାମ୍‌ ବ୍ରାଉନ୍‌ସୁଗାର, ଏକ ପିକ୍‌ଅପ ଭ୍ୟାନ୍‌, ଦୁଇଟି ମୋବାଇଲ ଫୋନ ସହ ନଗଦ ୧୯୦୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ବଜାର ମୂଲ୍ୟ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ପୋଲିସ ଏନେଇ ମାମଲା ରୁଜୁ କରିବା ସହ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଅଧିକ ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ମଦନ ଓ ମଙ୍ଗଲୁ ଜଳେଶ୍ୱର ଅଞ୍ଚଳରେ ମାଛ ବେପାର କରନ୍ତି। ସେମାନେ ପ୍ରତିଦିନ ପିପିଲି ଅଞ୍ଚଳକୁ ମାଛ ନେବାକୁ ଆସୁଥିଲେ। ତେବେ ମାଛ ବେପାର ଆଳରେ ସେମାନେ ବ୍ରାଉନସୁଗାର ଚୋରା ବେପାର କରୁଥିଲେ। ଜଳେଶ୍ୱରରୁ ବ୍ରାଉନ୍‌ସୁଗାର ଆଣି ଭୁବନେଶ୍ୱର ସମେତ ପିପିଲି ଓ ବାଟରେ ବିଭିନ୍ନ ଅଞ୍ଚଳକୁ ଯୋଗାଇଥାନ୍ତି। ଯିବାବେଳେ ପିପିଲିରୁ ମାଛ ନେଇ ଜଳେଶ୍ୱର ଅଞ୍ଚଳରେ ବିକ୍ରି କରିଥାନ୍ତି। ସେମାନେ ମାଛ ବେପାର କରୁଥିବା ସମସ୍ତେ ଜାଣିଥିଲେ ମଧ୍ୟ ମୁଖ୍ୟ ବେପାର ଥିଲା ବ୍ରାଉନସୁଗାର। ସେମାନେ ମୁଖ୍ୟତଃ ଭୁବନେଶ୍ୱରରକୁ ବ୍ରାଉନ୍‌ସୁଗାର ବ୍ୟବସାୟର ପେଣ୍ଠସ୍ଥଳ କରିଥିଲେ। ଏନେଇ କ୍ୟୁଏଟି ସୂଚନା ପାଇବା ପରେ ସେମାନଙ୍କ ଉପରେ ନଜର ରଖିଥିଲା। ରବିବାର ରାତିରେ ସେମାନେ ଜଳେଶ୍ୱରରୁ ପିକ୍‌ଅପ ଭ୍ୟାନରେ ବ୍ରାଉନସୁଗାର ନେଇ ଆସୁଥିବା ସୂଚନା ମିଳିଥିଲା। ମିଳିତ ଟିମ୍‌ ଭୁବନେଶ୍ୱର ହାଇଟେକ୍‌ ଛକ ନିକଟରେ ଜଗି ରହିଥିଲେ। ସୋମବାର ଭୋର୍‌ ସମୟରେ ଅଭିଯୁକ୍ତ ଦ୍ୱୟ ପହଞ୍ଚତ୍ବାମାତ୍ରେ ପ୍ରସ୍ତୁତ ରହିଥିବା ପୋଲିସ ଗାଡିକୁ ଅଟକାଇ ଘେରିଯାଇଥିଲା। ଯାଞ୍ଚ ପରେ ଦୁଇ ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନସୁଗାର ବାହାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri