ମାଛ ବେପାର ଆଳରେ ବ୍ରାଉନସୁଗାର ଚାଲାଣ

ଭୁବନେଶ୍ୱର,୧୮।୫(ବ୍ୟୁରୋ): ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ରେ କଡ଼ା ଯାଞ୍ଚ ସତ୍ତ୍ୱେ ରାଜ୍ୟରେ ଚାଲୁଛି ନିଶା କାରବାର। କଟକଣା ଗାଇଡ୍‌ଲାଇନ୍‌ରୁ ଫାଇଦା ଉଠାଇ ମାଛ ବେପାର ନାଁରେ ମାଫିଆମାନେ ବ୍ରାଉନସୁଗାରବେପାର ଚଳାଇଛନ୍ତି। ଖୋଦ୍‌ ରାଜଧାନୀ ଦେଇ ବ୍ରାଉନସୁଗାର ଚାଲାଣ କରୁଛନ୍ତି। ବାଲେଶ୍ୱରରୁ ଏକ ପିକ୍‌ଅପ ଭ୍ୟାନ୍‌ରେ ପିପିଲିକୁ ବ୍ରାଉନ୍‌ସୁଗାର ନେଇ ଯାଉଥିବାବେଳେ କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ (କ୍ୟୁଏଟି) ଓ ମଞ୍ଚେଶ୍ୱର ଥାନା ପୋଲିସ ହାଇଟେକ୍‌ ଛକରୁ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱରର ମଦନ କୁମାର ବେହେରା(୨୭) ଓ ସେକ୍‌ ମଙ୍ଗଲୁ(୨୭)। ସେମାନଙ୍କ ନିକଟରୁ ୫୧୮ ଗ୍ରାମ୍‌ ବ୍ରାଉନ୍‌ସୁଗାର, ଏକ ପିକ୍‌ଅପ ଭ୍ୟାନ୍‌, ଦୁଇଟି ମୋବାଇଲ ଫୋନ ସହ ନଗଦ ୧୯୦୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ଆନୁମାନିକ ବଜାର ମୂଲ୍ୟ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ପୋଲିସ ଏନେଇ ମାମଲା ରୁଜୁ କରିବା ସହ ର଼୍ୟାକେଟରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ଅଧିକ ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ମଦନ ଓ ମଙ୍ଗଲୁ ଜଳେଶ୍ୱର ଅଞ୍ଚଳରେ ମାଛ ବେପାର କରନ୍ତି। ସେମାନେ ପ୍ରତିଦିନ ପିପିଲି ଅଞ୍ଚଳକୁ ମାଛ ନେବାକୁ ଆସୁଥିଲେ। ତେବେ ମାଛ ବେପାର ଆଳରେ ସେମାନେ ବ୍ରାଉନସୁଗାର ଚୋରା ବେପାର କରୁଥିଲେ। ଜଳେଶ୍ୱରରୁ ବ୍ରାଉନ୍‌ସୁଗାର ଆଣି ଭୁବନେଶ୍ୱର ସମେତ ପିପିଲି ଓ ବାଟରେ ବିଭିନ୍ନ ଅଞ୍ଚଳକୁ ଯୋଗାଇଥାନ୍ତି। ଯିବାବେଳେ ପିପିଲିରୁ ମାଛ ନେଇ ଜଳେଶ୍ୱର ଅଞ୍ଚଳରେ ବିକ୍ରି କରିଥାନ୍ତି। ସେମାନେ ମାଛ ବେପାର କରୁଥିବା ସମସ୍ତେ ଜାଣିଥିଲେ ମଧ୍ୟ ମୁଖ୍ୟ ବେପାର ଥିଲା ବ୍ରାଉନସୁଗାର। ସେମାନେ ମୁଖ୍ୟତଃ ଭୁବନେଶ୍ୱରରକୁ ବ୍ରାଉନ୍‌ସୁଗାର ବ୍ୟବସାୟର ପେଣ୍ଠସ୍ଥଳ କରିଥିଲେ। ଏନେଇ କ୍ୟୁଏଟି ସୂଚନା ପାଇବା ପରେ ସେମାନଙ୍କ ଉପରେ ନଜର ରଖିଥିଲା। ରବିବାର ରାତିରେ ସେମାନେ ଜଳେଶ୍ୱରରୁ ପିକ୍‌ଅପ ଭ୍ୟାନରେ ବ୍ରାଉନସୁଗାର ନେଇ ଆସୁଥିବା ସୂଚନା ମିଳିଥିଲା। ମିଳିତ ଟିମ୍‌ ଭୁବନେଶ୍ୱର ହାଇଟେକ୍‌ ଛକ ନିକଟରେ ଜଗି ରହିଥିଲେ। ସୋମବାର ଭୋର୍‌ ସମୟରେ ଅଭିଯୁକ୍ତ ଦ୍ୱୟ ପହଞ୍ଚତ୍ବାମାତ୍ରେ ପ୍ରସ୍ତୁତ ରହିଥିବା ପୋଲିସ ଗାଡିକୁ ଅଟକାଇ ଘେରିଯାଇଥିଲା। ଯାଞ୍ଚ ପରେ ଦୁଇ ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନସୁଗାର ବାହାରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆଙ୍କୁ ବିଆର୍‌ପିଏଲ୍‌ର ନାପସନ୍ଦ

ଯାଜପୁର ଅଫିସ/କଳିଙ୍ଗନଗର,୧୨।୪(ଡି.ଏନ୍‌.ଏ.)କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ୍‌ ଲିମିଟେଡ୍‌ (ବିଆର୍‌ପିଏଲ୍‌) କମ୍ପାନୀରେ ପରିବହନ ବ୍ୟବସାୟରେ ଅଣଓଡ଼ିଆଙ୍କ ରାଜ୍‌ ଚାଲିଛି। ଯେଉଁ ସ୍ଥାନୀୟ ଲୋକମାନେ ଜମିବାଡ଼ି, ଘରଦ୍ୱାର ହରାଇବା...

‘ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବ ଓଡ଼ିଶା’

ଭୁବନେଶ୍ୱର,୪।୩(ବ୍ୟୁରୋ): ସାମୁଦ୍ରିକ ପଣ୍ୟ କାରବାରରେ ଓଡ଼ିଶାର ଅପାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକବିଂଶ ଶତାବ୍ଦୀରେ ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ...

୬ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୬ (ବ୍ୟୁରୋ): ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଉପରେ ଏକ ଟ୍ରପ ଲାଇନ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର...

ଝାରସୁଗୁଡ଼ା ଡାକ୍ତରଖାନାରେ ଚିକିତ୍ସା ଅବହେଳା ଅଭିଯୋଗ: ମୃତବ୍ୟକ୍ତିଙ୍କୁ ସାଲାଇନ୍‌, ଇଞ୍ଜେକ୍‌ଶନ

ଝାରସୁଗୁଡ଼ା ଅଫିସ/ଲଖନପୁର, ୧୨।୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିସତ୍। ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏପରି କି ଜଣେ...

ଜ୍ୱାଇଁ ମୋ’ ଝିଅକୁ ମାରିଦେଲେ

କବିସୂର୍ଯ୍ୟନଗର,୧୭ା୯(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଗୁଡିଆଳି ଗ୍ରାମର ଏସ.ମହେନ୍ଦ୍ର ରେଡ୍ଡୀଙ୍କ ସ୍ତ୍ରୀ ରଙ୍ଗବତୀ (୨୦)ଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ପୋଲିସ ଜବତ କରିଛି। ଝାଡ଼ବାଇ...

ସାଲେପୁର ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର, ୮।୭(ବ୍ୟୁରୋ): ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହ ତାଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ମଧ୍ୟ କରୋନା ଆକ୍ରାନ୍ତ...

ଦୟା କେନାଲକୁ ନେତା, ଅଫିସର ମାଡ଼ି ବସିଛନ୍ତି: ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଦୟା ଓ୍ବେଷ୍ଟ ଶାଖା କେନାଲ ଭୁବନେଶ୍ୱର ଓ ଜଟଣୀ ବ୍ଲକର ୨,୪୧୭ ହେକ୍ଟରକୁ ଜଳ ଯୋଗାଇ ଦେବା ଲାଗି ନିର୍ମାଣ କରାଯାଇଥିଲା। କିନ୍ତୁ ଇତି...

ସହରାଞ୍ଚଳରେ ସମସ୍ତ ଗରିବଙ୍କୁ ଘର ଯୋଗାଣ ଉପରେ ଗୁରୁତ୍ୱ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପ୍ରାୟ ୫ ଲକ୍ଷ ଗୃହର ଆବଶ୍ୟକତା ରହିଛି। ହେଲେ ପ୍ରଧାନମନ୍ତ୍ରୀ ଆବାସ...

Advertisement


Archives

Model This Week