ବ୍ରାଉନସୁଗାର କାରବାର ବେଲଗାମ

ନୟାଗଡ ଅଫିସ,୨୧।୧୨: ବ୍ରାଉନସୁଗାର କାରବାର ଉପରେ ଲଗାମ ନ ଥିବାରୁ ଏହାର ବ୍ୟବସାୟ ନୟାଗଡ଼ ଜିଲାରେ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ବଜାର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି ହେଉଛି। କାରବାରକୁ ବଢ଼ାଇବା ପାଇଁ ବେକାର ଯୁବକ, ଗରିବ ଲୋକଙ୍କୁ ନିୟୋଜିତ କରାଯାଉଛି। ପୁଣି ପ୍ରଥମେ ବେକାର ଯୁବକଙ୍କୁ ପ୍ରାୟ ୧ ସପ୍ତାହଠାରୁ ଆରମ୍ଭ କରି ମାସେ ପର୍ଯ୍ୟନ୍ତ ମାଗଣାରେ ବ୍ରାଉନସୁଗାର ଖାଇବାକୁ ବି ଦିଆଯାଉଛି। ଗଣ୍ଡଗୋଳକୁ ଏଡାଇବାକୁ ସ୍ଥାନୀୟ ଲୋକଙ୍କୁ ହାତ ଖର୍ଚ୍ଚ ଦେଇ ନିଜ ପକ୍ଷରେ ରଖୁଛନ୍ତି। ପୁଣି ଗଁାର ଉନ୍ନୟନ କାର୍ଯ୍ୟ ପାଇଁ ମୁକ୍ତ ହସ୍ତରେ ସହଯୋଗ କରାଯାଉଛି। ବ୍ରାଉନସୁଗାର କାରବାର ଜିଲାର ସବୁ ଅଞ୍ଚଳରେ ମାଡି ଚାଲିଥିବାରୁ ଚୋରି, ଲୁଟ୍‌ ବଢ଼ିବାରେ ଲାଗିଛି।
ନୟାଗଡ ଜିଲା ସଦର ମହକୁମା, ଇଟାମାଟି, ଗୋଡିପଡା, ଖଣ୍ଡପଡା, ଶରଣକୁଳ ଓ ଗଣିଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ବଢ଼ି ଚାଲିଛି। ଜିଲାର ଇଟାମାଟି ବ୍ୟବସାୟିକ ଅଞ୍ଚଳ ହୋଇଥିବାବେଳେ ଏଠାରେ ବ୍ରାଉନସୁଗାର ଭଲ କାରବାର ଚାଲିଛି। ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ ଏହାକୁ ରୋକି ପାରୁନାହିଁ। ମଝିରେ ମଝିରେ ଯେଉଁ ଲୋକଦେଖାଣିଆ ଚଢ଼ାଉ ହେଉଛି ତାହାର ସୁଫଳ ମିଳୁନି। କାରଣ ଚଢ଼ାଉ ପୂର୍ବରୁ କୁଆଡେ ଆଗୁଆ ସୂଚନା ଦିଆଯାଉଛି। ଏଣୁ ବ୍ୟବସାୟୀମାନେ ଧରା ପଡୁନାହାନ୍ତି। କାରବାର ବନ୍ଦ କରି ଫେରାର ହୋଇଯାଉଛନ୍ତି। ଅନ୍ୟପକ୍ଷେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ରାଉନସୁଗାର କାରବାର କରାଯାଉନି। ବ୍ୟବସାୟୀମାନେ ବାରମ୍ବାର ସ୍ଥାନ ବଦଳାଉଛନ୍ତି। ପୁଣି ଟଙ୍କା ନ ଥିଲେ ବନ୍ଧକ ରଖି ବି ବ୍ରାଉନସୁଗାର ମିଳୁଛି। ୨ଦିନ ତଳେ ଗିରଫ ହୋଇଥିବା ଜଣେ ବ୍ୟକ୍ତି ମୋବାଇଲ ବନ୍ଧକ ରଖି ବ୍ରାଉନସୁଗାର କାରବାର କରୁଛନ୍ତି ବୋଲି ଜଣାପଡିଛି। ଏ ନେଇ ଜଣେ ବ୍ୟବସାୟୀ କୁହନ୍ତି, ନୟାଗଡ ଜିଲାରେ ବ୍ରାଉନସୁଗାର କାରବାର ଭଲ ଚାଲିଛି। ଏଠାରେ ଧରପଗଡ଼ ନାହିଁ କହିଲେ ଚଳେ। ଏଠାରେ ଖର୍ଚ୍ଚ କମ, ଲାଭ ଅଧିକ। ତେବେ ବ୍ୟବସାୟ ବଢ଼ାଇବା ଓ ସୁରକ୍ଷା ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ପୋଲିସ, ଅବକାରୀ ବିଭାଗର ଭୟ ନାହିଁ। କାରଣ ମାସକୁ ମାସ ଚାନ୍ଦା ଓ ଉପହାର ପହଞ୍ଚି ଯାଉଛି। ପୁଣି ସାଧାରଣରେ କାରବାର ପ୍ରତି ଅଭିଯୋଗ ରହୁନି। ନୟାଗଡ ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି ଓ ଶରଣକୁଳ ଆଇଆଇସି ବିମଳ ମଲ୍ଲିକ କୁହନ୍ତି, ବ୍ରାଡୁନସୁଗାରରେ ଲଗାମ ଦେବାକୁ ଚେଷ୍ଟା ଜାରି ରହିଛି। ଖବର ପାଇଲେ ବିଭିନ୍ନ ସମୟରେ ଧରପଗଡ କରୁଛୁ। ଅବକାରୀ ମୋବାଇଲ ସ୍କ୍ବାଡର ସବ୍‌ଇନ୍ସପେକ୍ଟର ଧନଞ୍ଜୟ ପାତ୍ର କୁହନ୍ତି, ସିନ୍ଦୁରିଆର ବ୍ୟାଙ୍କ ଛକ ଉପରେ ଧରପଗଡ କରାଯାଇ ୧୮ତାରିଖରେ ୧୫ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଆଗକୁ ଚଢ଼ାଉ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…

ଚୋରାରେ ଚାଲିଛି ଗ୍ୟାସ୍‌ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ

ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri