ବ୍ରାଉନସୁଗାର କାରବାର ବେଲଗାମ

ନୟାଗଡ ଅଫିସ,୨୧।୧୨: ବ୍ରାଉନସୁଗାର କାରବାର ଉପରେ ଲଗାମ ନ ଥିବାରୁ ଏହାର ବ୍ୟବସାୟ ନୟାଗଡ଼ ଜିଲାରେ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ବଜାର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି ହେଉଛି। କାରବାରକୁ ବଢ଼ାଇବା ପାଇଁ ବେକାର ଯୁବକ, ଗରିବ ଲୋକଙ୍କୁ ନିୟୋଜିତ କରାଯାଉଛି। ପୁଣି ପ୍ରଥମେ ବେକାର ଯୁବକଙ୍କୁ ପ୍ରାୟ ୧ ସପ୍ତାହଠାରୁ ଆରମ୍ଭ କରି ମାସେ ପର୍ଯ୍ୟନ୍ତ ମାଗଣାରେ ବ୍ରାଉନସୁଗାର ଖାଇବାକୁ ବି ଦିଆଯାଉଛି। ଗଣ୍ଡଗୋଳକୁ ଏଡାଇବାକୁ ସ୍ଥାନୀୟ ଲୋକଙ୍କୁ ହାତ ଖର୍ଚ୍ଚ ଦେଇ ନିଜ ପକ୍ଷରେ ରଖୁଛନ୍ତି। ପୁଣି ଗଁାର ଉନ୍ନୟନ କାର୍ଯ୍ୟ ପାଇଁ ମୁକ୍ତ ହସ୍ତରେ ସହଯୋଗ କରାଯାଉଛି। ବ୍ରାଉନସୁଗାର କାରବାର ଜିଲାର ସବୁ ଅଞ୍ଚଳରେ ମାଡି ଚାଲିଥିବାରୁ ଚୋରି, ଲୁଟ୍‌ ବଢ଼ିବାରେ ଲାଗିଛି।
ନୟାଗଡ ଜିଲା ସଦର ମହକୁମା, ଇଟାମାଟି, ଗୋଡିପଡା, ଖଣ୍ଡପଡା, ଶରଣକୁଳ ଓ ଗଣିଆ ଅଞ୍ଚଳରେ ବ୍ରାଉନସୁଗାର କାରବାର ବଢ଼ି ଚାଲିଛି। ଜିଲାର ଇଟାମାଟି ବ୍ୟବସାୟିକ ଅଞ୍ଚଳ ହୋଇଥିବାବେଳେ ଏଠାରେ ବ୍ରାଉନସୁଗାର ଭଲ କାରବାର ଚାଲିଛି। ପୋଲିସ ଓ ଅବକାରୀ ବିଭାଗର ଚଢ଼ାଉ ଏହାକୁ ରୋକି ପାରୁନାହିଁ। ମଝିରେ ମଝିରେ ଯେଉଁ ଲୋକଦେଖାଣିଆ ଚଢ଼ାଉ ହେଉଛି ତାହାର ସୁଫଳ ମିଳୁନି। କାରଣ ଚଢ଼ାଉ ପୂର୍ବରୁ କୁଆଡେ ଆଗୁଆ ସୂଚନା ଦିଆଯାଉଛି। ଏଣୁ ବ୍ୟବସାୟୀମାନେ ଧରା ପଡୁନାହାନ୍ତି। କାରବାର ବନ୍ଦ କରି ଫେରାର ହୋଇଯାଉଛନ୍ତି। ଅନ୍ୟପକ୍ଷେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ରାଉନସୁଗାର କାରବାର କରାଯାଉନି। ବ୍ୟବସାୟୀମାନେ ବାରମ୍ବାର ସ୍ଥାନ ବଦଳାଉଛନ୍ତି। ପୁଣି ଟଙ୍କା ନ ଥିଲେ ବନ୍ଧକ ରଖି ବି ବ୍ରାଉନସୁଗାର ମିଳୁଛି। ୨ଦିନ ତଳେ ଗିରଫ ହୋଇଥିବା ଜଣେ ବ୍ୟକ୍ତି ମୋବାଇଲ ବନ୍ଧକ ରଖି ବ୍ରାଉନସୁଗାର କାରବାର କରୁଛନ୍ତି ବୋଲି ଜଣାପଡିଛି। ଏ ନେଇ ଜଣେ ବ୍ୟବସାୟୀ କୁହନ୍ତି, ନୟାଗଡ ଜିଲାରେ ବ୍ରାଉନସୁଗାର କାରବାର ଭଲ ଚାଲିଛି। ଏଠାରେ ଧରପଗଡ଼ ନାହିଁ କହିଲେ ଚଳେ। ଏଠାରେ ଖର୍ଚ୍ଚ କମ, ଲାଭ ଅଧିକ। ତେବେ ବ୍ୟବସାୟ ବଢ଼ାଇବା ଓ ସୁରକ୍ଷା ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ପୋଲିସ, ଅବକାରୀ ବିଭାଗର ଭୟ ନାହିଁ। କାରଣ ମାସକୁ ମାସ ଚାନ୍ଦା ଓ ଉପହାର ପହଞ୍ଚି ଯାଉଛି। ପୁଣି ସାଧାରଣରେ କାରବାର ପ୍ରତି ଅଭିଯୋଗ ରହୁନି। ନୟାଗଡ ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି ଓ ଶରଣକୁଳ ଆଇଆଇସି ବିମଳ ମଲ୍ଲିକ କୁହନ୍ତି, ବ୍ରାଡୁନସୁଗାରରେ ଲଗାମ ଦେବାକୁ ଚେଷ୍ଟା ଜାରି ରହିଛି। ଖବର ପାଇଲେ ବିଭିନ୍ନ ସମୟରେ ଧରପଗଡ କରୁଛୁ। ଅବକାରୀ ମୋବାଇଲ ସ୍କ୍ବାଡର ସବ୍‌ଇନ୍ସପେକ୍ଟର ଧନଞ୍ଜୟ ପାତ୍ର କୁହନ୍ତି, ସିନ୍ଦୁରିଆର ବ୍ୟାଙ୍କ ଛକ ଉପରେ ଧରପଗଡ କରାଯାଇ ୧୮ତାରିଖରେ ୧୫ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଆଗକୁ ଚଢ଼ାଉ ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri