ଥାନା ସମ୍ମୁଖରେ ଭଉଣୀଙ୍କୁ ହତ୍ୟା କଲେ କକାପୁଅ ଭାଇ

ନାକଟିଦେଉଳ,୨୦ା୧(ଡି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ସମ୍ମୁଖରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ କକାପୁଅ ଭାଇ ଭଉଣୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ମୃତକ ହେଲେ କିସିଣ୍ଡା ଥାନା ଲୋଇସିଂ ଗ୍ରାମ ଚମାରପଡ଼ାର ଦେବାନନ୍ଦ ମେହେରଙ୍କ ସ୍ତ୍ରୀ କୁମାରୀ ମେହେର(୪୦)।

ସୂଚନା ଅନୁସାରେ ଲୋଇସିଂ ଗ୍ରାମର ନିତ୍ୟାନନ୍ଦ ରୋହିଦାସଙ୍କ ଝିଅ କୁମାରୀ ବରପାଲି ଥାନା ଭଟିଗାଁର ଦେବାନନ୍ଦ ମେହେରଙ୍କୁ ବିବାହ କରିଥିଲେ। ଦୀର୍ଘବର୍ଷ ହେଲା ଉଭୟ ସ୍ବାମୀ ସ୍ତ୍ରୀ ଗ୍ରାମରେ ପିଲାଛୁଆ ଧରି ରହିଆସୁଛନ୍ତି। ବୁଧବାର ଅପରାହ୍ନରେ କୁମାରୀଙ୍କ କକାପୁଅ ଭାଇ କ୍ଷୀରୋଦ ରୋହିଦାସ ଗ୍ରାମର ଗାଈ ଚରାଳି ବାସନ୍ତୀ ମାଝିଙ୍କୁ କୌଣସି କାରଣରୁ ଗାଳିଗୁଲଜ କରିଥିଲେ। ଏହି ସମୟରେ କୁମାରୀ ସେଠାରେ ପହଞ୍ଚତ୍ ମୋ ଘର ସାମ୍‌ନାରେ କାହଁିକି ଅସଭ୍ୟ ଭାଷାରେ ପାଟିତୁଣ୍ଡ କରୁଛୁ କହି ପ୍ରତିବାଦ କରିଥିଲେ। ଏହାକୁ ନେଇ କିଛିସମୟ ଯୁକ୍ତିତର୍କ ହେବା ପରେ କ୍ଷୀରୋଦ ଧରିଥିବା ବାଡ଼ିରେ କୁମାରୀଙ୍କୁ ପିଟିଥିଲେ। ପରେ କୁମାରୀ ତୋ ନାମରେ କେସ୍‌ କରିବି କହି ସାଇକେଲରେ ଥାନାକୁ ଆସି ପୁରୁଣା ଫାଟକ ଆଗରେ ଓହ୍ଲାଇଥିଲେ। କ୍ଷୀରୋଦ ମଧ୍ୟ ଏକ ସାଇକେଲରେ ସେଠାରେ ପହଞ୍ଚତ୍ଥିଲେ। ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ କ୍ଷୀରୋଦ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ କୁମାରୀଙ୍କ ବେକକୁ ଚୋଟ ମାରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ କ୍ଷୀରୋଦ ସେଠାରୁ ଫେରାର ହୋଇଯାଇଥିଲେ। ପୋଲିସ ମୃତଦେହ ଜବତ କରିବା ସହ ଏକ ହତ୍ୟା ମାମଲା (ନଂ୫/୨୦୨୨) ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ୧ରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ମନା

ପୁରୀ ଅଫିସ,୧୫।୧୨: ଆସନ୍ତା ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ବାରଣ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ନୀତି...

ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା କାମଚଳା :ଖାଲି ପଡ଼ିଛି ୨୧୦ ଡାକ୍ତର ପଦବୀ

ଛତ୍ରପୁର,୨୪୮(ଡି.ଏନ.ଏ)-ଗଞ୍ଜାମ ଜିଲାରେ ସ୍ବାସ୍ଥ୍ୟସେବା ଏବେ କାମଚଳାରେ ଚାଲିଛି। ଡାକ୍ତର ଅଭାବଠାରୁ ଆରମ୍ଭ କରି ବିଭିନ୍ନ ଷ୍ଟାଫ୍‌ ପଦବୀ ଖାଲି ପଡିଛି ା ସେହିପରି ଭିତ୍ତିଭୂମି ଅଭାବ...

କଲେଜ ବସ ଧକ୍କାରେ ଯୁବକଙ୍କ ଜୀବନଗଲା

କୋରାପୁଟ,୧।୮(ସ୍ବ.ପ୍ର.) : କୋରାପୁଟ – ଜୟପୁର ରାସ୍ତାର ଆଇଆରବି ବାଟାଲିୟନ ନିକଟରେ ଗୁରୁବାର ମଧ୍ୟାହ୍ନରେ ଏକ ବସ ଜଣେ ଯୁବକଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର...

ଦୂରଗାମୀ ଆଇଟିସିଏମ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ: ୧୦୦୦ କିମି ରହିଛି ଲକ୍ଷ୍ୟଭେଦ ଦୂରତା

ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୧୫ମିନିଟରେ ଦୂରଗାମୀ କ୍ଷେପଣାସ୍ତ୍ର ଆଇଟିସିଏମ୍‌ର...

ଅଭିଯୁକ୍ତଙ୍କୁ ଖୋଜି ବୁଲୁଛି ପୋଲିସ

ପୁରୀ/କଟକ ଅଫିସ,୨୫।୧: ପୁରୀର ୫ବର୍ଷୀୟା ଶିଶୁକନ୍ୟା ବଳାତ୍କାର ମାମଲାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତ ମହେଶ୍ୱର ମହାନ୍ତିଙ୍କୁ ପୋଲିସ ଗିରଫ କରିପାରିନାହିଁ। ଅଭିଯୁକ୍ତ ଫେରାର...

କାନ୍ଥ ପଡ଼ି ମହିଳା ମୃତ

ରାସଗୋବିନ୍ଦପୁର,୨୫ା୧୦(ଡି.ଏନ୍‌.ଏ.)- ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାସଗୋବିନ୍ଦପୁର ବ୍ଲକ ଅଧୀନ ଖୁଣ୍ଟାପାଳ ଗ୍ରାମରେ ଶୁକ୍ରବାର ସକାଳେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

କରୋନା ପାଇଁ ସୀମାନ୍ତ ସିଲ୍‌ କଲା ପ୍ରଶାସନ

ସିନାପାଲି,୨୮।୩ (ଡି.ଏନ.ଏ): କରୋନା ସଂକ୍ରମଣ ରୋକିବା ପାଇଁ ସିନାପାଲି ବ୍ଲକ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ଛତିଶଗଡ ସୀମାକୁ ସିଲ୍‌ କରିବା...

ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ

ପାଟଣା,୧୧ା୩(ସ୍ବ.ପ୍ର.): ଗରିବଙ୍କ କଲ୍ୟାଣ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ଯୋଜନା କରିଥିବା ବେଳେ ସ୍ଥଳ ବିଶେଷରେ ଯୋଗ୍ୟ...

Advertisement
Archives

Model This Week