ପୁରୀରେ ବ୍ରଙ୍କୋସ୍କୋପି ଚିକିତ୍ସା ସୁବିଧା

ପୁରୀ ଅଫିସ,୨୬ା୧୨: ପୁରୀସ୍ଥିତ ଯକ୍ଷ୍ମା ଓ ସଂକ୍ରାମକ (ଟିବି ଆଣ୍ଡ୍‌ ଆଇଡିଏଚ୍‌) ରୋଗ ଚିକିତ୍ସାଳୟରେ ବ୍ରଙ୍କୋସ୍କୋପି ଚିକିତ୍ସା ସୁବିଧା ଉପଲବ୍ଧ ହୋଇଛି। ଏହାପୂର୍ବରୁ କୌଣସି ଜିଲାସ୍ତରୀୟ ଡାକ୍ତରଖାନାରେ ଏହି ଚିକିତ୍ସା ସୁବିଧା ନ ଥିଲା। ରାଜ୍ୟରେ ପୁରୀ ପ୍ରଥମ ଜିଲା ଭାବେ ଏଭଳି ସୁବିଧା ପାଇପାରିଛି। ବ୍ରଙ୍କୋସ୍କୋପି ଦ୍ୱାରା ଫୁସଫୁସ୍‌ ସମ୍ବନ୍ଧିତ ସମସ୍ତ ରୋଗର ଡାଇଗ୍ନୋସିସ୍‌ କରାଯାଇପାରିବ। କୋଭିଡ୍‌-୧୯, ଯକ୍ଷ୍ମା, କ୍ୟାନ୍‌ସର ଭଳି ରୋଗକୁ ଚିହ୍ନଟ କରିବାରେ ଏହି ଯନ୍ତ୍ର ବିଶେଷ ଭାବେ ସହାୟକ ହେବ। ଏହାଦ୍ୱାରା ଫୁସଫୁସ୍‌ଜନିତ ବିଭିନ୍ନ ଅସ୍ତ୍ରୋପଚାର ମଧ୍ୟ ହୋଇପାରିବ। ଛାତିରୁ କଫ, ପୂଯ ଭଳି ଜମି ରହିଥିବା ତରଳ ପଦାର୍ଥକୁ ନିଷ୍କାସନ କରିବାରେ ଏହି ଯନ୍ତ୍ର ସହାୟକ ହେବ। ଏଥିସହ ଫୁସଫୁସରେ ଜମା ହୋଇଥିବା ବାୟୁକୁ ମଧ୍ୟ ନିଷ୍କାସନ କରାଯାଇପାରିବ। ସେହିଭଳି ଯକ୍ଷ୍ମା, କ୍ୟାନ୍‌ସର ଓ ଫୁସ୍‌ଫୁସ୍‌ରେ ହେଉଥିବା ଅନ୍ୟ ସଂକ୍ରମିତ ରୋଗକୁ ମୁକାବିଲା କରିବା ପାଇଁ ବ୍ରଙ୍କୋସ୍କୋପି ସହାୟକ ହେବ।

ଉଲ୍ଲେଖଯୋଗ୍ୟ, ପୁରୀରେ ଏହି ସୁବିଧା ଉପଲବ୍ଧ ହେବା ପରେ ଗୁରୁବାର ଯକ୍ଷ୍ମାରେ ପୀଡ଼ିତ ଜଣେ ମହିଳାଙ୍କର ସଫଳ ଅସ୍ତ୍ରୋପଚାର ହୋଇଛି। ତାଙ୍କ ଫୁସଫୁସରେ ପୂଯ ଜମାହୋଇ ସଂକ୍ରମଣ ବ୍ୟାପୁଥିବାରୁ ଏହି ଅସ୍ତ୍ରୋପଚାର କରାଯାଇଛି। ସେହିଭଳି ବ୍ରଙ୍କୋସ୍କୋପି ସୁବିଧା ପୁରୀରେ ଉପଲବ୍ଧ ହେବା ପରେ ଜନସାଧାରଣ ଖୁସିବ୍ୟକ୍ତ କରିଛନ୍ତି। ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ, ଜିଲାସ୍ତରରେ ଏଭଳି ଚିକିତ୍ସା ସୁବିଧା ଯୋଗାଇବାରେ ପୁରୀ ପ୍ରଥମ ଜିଲା ଭାବେ ଗଣାଯିବ। ଏପରି କି ଭୁବନେଶ୍ୱରସ୍ଥ କ୍ୟାପିଟାଲ୍‌ ହସ୍ପିଟାଲରେ ମଧ୍ୟ ଏହି ସୁବିଧା ଉପଲବ୍ଧ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଠପଢ଼ା ପାଇଁ ଡିବିରି ଆଲୁଅ ଭରସା

ମହାକାଳପଡ଼ା,୨୨।୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତର ରାମଚଣ୍ଡୀ ପଡା ୧ ନଂ. ଓ୍ବାର୍ଡର ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାରକୁ ମିଳୁନି ବିଦ୍ୟୁତ୍‌ ସେବା। ଫଳରେ...

ଦିବ୍ୟାଙ୍ଗଙ୍କ ନିକଟରେ ଭତ୍ତା ପହଞ୍ଚାଇଲା ଡ୍ରୋନ୍‌

ନୂଆପଡ଼ା ଅଫିସ,୧୮ା୨: ନୂଆପଡ଼ା ସଦର ବ୍ଲକ ଭାଲେଶ୍ୱର ପଞ୍ଚାୟତରେ ଡ୍ରୋନ୍‌ ସାହାଯ୍ୟରେ ଦିବ୍ୟାଙ୍ଗଙ୍କ ନିକଟରେ ପହଞ୍ଚିଛି ଭତ୍ତା ଟଙ୍କା। ଜିଲାରେ ପ୍ରଥମ କରି ଡ୍ରୋନ୍‌ ଯୋଗେ...

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ବିରୋଧରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର,୨୯ା୩(ସ୍ବ.ପ୍ର): ମୋଦି ଆଦାନୀ ମହା ଦୁର୍ନୀତିର ପର୍ଦ୍ଦାଫାଶ କରିଥିବା ରାହୁଲ ଗାନ୍ଧୀଙ୍କର ସଦସ୍ୟତା ରଦ୍ଦ ବିରୋଧରେ ବୁଧବାର କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ...

ବ୍ରହ୍ମ ତାଳଧ୍ୱଜ

ଶ୍ରୀକ୍ଷେତ୍ର ତୁଲ୍ୟ ତୁଳସୀ କ୍ଷେତ୍ରରେ ବାରମାସରେ ତେରଯାତ ପାଳିତ ହୋଇଥାଏ। ତନ୍ମଧ୍ୟରୁ ରଥଯାତ୍ରା ମୁଖ୍ୟ। ତୁଳସୀ କ୍ଷେତ୍ରାଧିପତି ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥର ନାମ ବ୍ରହ୍ମ...

କମ୍ପାନୀ ବସ୍‌ -ହାଇଓ୍ବା ଧକ୍କା: ମୃତ୍ୟ ସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡ଼ା ଅଫିସ୍‌,୧୭।୯: ଝାରସୁଗୁଡ଼ା ଜିଲା ସଦର ଥାନା ବାଇପାସ୍‌ ପାଓ୍ବାର ହାଉସ୍‌ ନିଖିଳଢାବା ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସମ୍ବଲପୁର...

ଖାଦ୍ୟ ଅନ୍ବେଷଣରେ ଗାଁରେ ଦନ୍ତା

ଖଇରା, ୨୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବର୍ତ୍ତନା ଅଞ୍ଚଳକୁ ଖାଦ୍ୟ ଅନ୍ବେଷଣରେ ଏକ ଦନ୍ତା ପଶି ଆସିଥିବା ବେଳେ ବନବିଭାଗ ଉଦ୍ୟମରେ ତାକୁ ପ୍ରଥମେ...

ଜିପିସିଙ୍କୁ ପାଉଣା ମିଳୁନି

ଯାଜପୁର ଅଫିସ,୧।୨: ଜଳ ଜୀବନ ମିଶନ (ଗ୍ରାମ୍ୟ) ଯୋଜନାରେ ନିୟୋଜିତ ବେସରକାରୀ ସଂସ୍ଥା ସିଇଡି (ସେଣ୍ଟର ଫର୍‌ ଏନ୍‌ଭାଇରନମେଣ୍ଟ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ) ପକ୍ଷରୁ ପାଉଣା ଦିଆଯାଉ ନ...

ଏସ୍‌ଆଇ, ଏଏସ୍‌ଆଇ ସ୍ତରରେ ଅଦଳବଦଳ

ଢେଙ୍କାନାଳ ଅଫିସ୍‌, ୧୨।୪: ଢେଙ୍କାନାଳ ଜିଲା ପୋଲିସର ଏସ୍‌ଆଇ ଏବଂ ଏଏସ୍‌ଆଇସ୍ତରରେ ମଙ୍ଗଳବାର ବଡ଼ ଧରଣର ଅଦଳବଦଳ ହୋଇଛି। ମହାବିରୋଡ ଥାନାରେ କାର୍ଯ୍ୟରତ ଏସ୍‌ଆଇ ପ୍ରଦୀପ...

Advertisement
Archives

Model This Week