ରୋଗୀ କଲବଲ, ଲୁଟୁଛନ୍ତି ଦଲାଲ

ଭୁବନ, ୧୧।୮(ଡି.ଏନ୍‌.ଏ.) – କରୋନା ମହାମାରୀ ସମୟରେ ବଢ଼ିଛି ସ୍ବାସ୍ଥ୍ୟସେବାର ଗୁରୁତ୍ୱ। କେବଳ କୋଭିଡ୍‌ ନୁହେଁ, ଅନ୍ୟ ରୋଗୀମାନଙ୍କ ଚିକିତ୍ସାରେ ଯେପରି କୌଣସି ଅବହେଳା ନ ହୁଏ; ସେଥିଲାଗି ଗୁରୁତ୍ୱ ଦେବାଲାଗି ସରକାର ଜୋର୍‌ ଦେଉଛନ୍ତି। ହେଲେ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର, କର୍ମଚାରୀ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ ସ୍ବାସ୍ଥ୍ୟସେବାକୁ ଦୋହଲାଇ ଦେଇଛି, ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲାର ବହୁ ପୁରାତନ ଭୁବନ ଡାକ୍ତରଖାନାରେ। ୩ମାସ ହେଲା ଟେକ୍ନିସିଆନ ପଦବୀରେ କେହି ନ ଥିବାରୁ ସ୍ବାସ୍ଥ୍ୟକେନ୍ଦ୍ରରେ ନମୁନା ପରୀକ୍ଷଣ ବନ୍ଦ ରହିଛି। ଏହାର ସୁଯୋଗରେ ଦଲାଲ ଏବଂ ପାଥୋଲାବଗୁଡ଼ିକ ରୋଗୀଙ୍କୁ ଶୋଷଣ କରୁଛନ୍ତି।
ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକ ଅଧୀନ ୧୮ ପଞ୍ଚାୟତ ମଧ୍ୟରୁ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ, ଏନ୍‌ଏସିର ୧୫ ଓ୍ବାର୍ଡ, ଗଁଦିଆ ବ୍ଲକ ସମେତ ସୀମାନ୍ତ ଯାଜପୁର ଏବଂ କେନ୍ଦୁଝର ଜିଲାର ଅଞ୍ଚଳବାସୀ ନିର୍ଭରଶୀଳ। ତେବେ ଦୀର୍ଘଦିନ ହେଲା ଭେଷଜ ବିଶେଷଜ୍ଞ, ଅସ୍ତ୍ରୋପଚାର, ଶିଶୁ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ଫାର୍ମାସିଷ୍ଟ, ୨ ଆଟେଣ୍ଡାଣ୍ଟ ଭଳି ସହାୟକ ପଦବୀରେ କେହିନାହାନ୍ତି। ନମୁନା ପରୀକ୍ଷଣ ଲାଗି ମୋଟ ୨ ଟେକ୍ନିସିଆନ ପଦବୀ ଥିବାବେଳେ ଜଣକରେ କାମ ଚାଲୁ ରହିଥିଲା। ଏଠାରେ ନିୟୋଜିତ ଏକମାତ୍ର ଟେକ୍ନିସିଆନଙ୍କୁ ୩ମାସ ହେଲା ଡେପୁଟେଶନରେ ଢେଙ୍କାନାଳ ପଠାଇ ଦିଆଯାଇଥିବାବେଳେ ଏବେ ଏହି ବିଭାଗରେ ତାଲା ଝୁଲୁଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ୧୦୦ରୁ ଅଧିକ ନମୁନା ପରୀକ୍ଷଣ ବିନାଦେୟରେ କରାଯାଉଥିଲା। ଏବେ ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀମାନେ ପରୀକ୍ଷଣ ଲାଗି ବାହାର ପାଥୋଲାବ୍‌ ଉପରେ ନିର୍ଭର କରୁଛନ୍ତି। ଏଥିରେ ବହୁ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଅନେକ ସମୟରେ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଆସୁଥିବା ଅଭିଯୋଗ ମଧ୍ୟ ହେଉଛି। ବାରମ୍ବାର ଦାବି ସତ୍ତ୍ୱେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖାଲି ପଡ଼ିଥିବା ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ରୋଗୀମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ଏହାର ପ୍ରତିକାର କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସକ ଡା. ରମେଶ ଚନ୍ଦ୍ର ସାହୁ କୁହନ୍ତି, କର୍ମଚାରୀ ଅଭାବରୁ ସେବା ପ୍ରଭାବିତ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଗରିବ ରୋଗୀ ଖର୍ଚ୍ଚାନ୍ତ ହେଉଛନ୍ତି
ଦେହ ଅସୁସ୍ଥ ଥିବାରୁ ଡାକ୍ତରଖାନା ଆସିଥିଲି। ଟେକ୍ନିସିଆନ ନ ଥିବାରୁ ରକ୍ତ ପରୀକ୍ଷା ହୋଇପାରିଲାନାହିଁ। ବିନାଦେୟରେ ହେଉଥିବା ରକ୍ତ ପରୀକ୍ଷା କରିବା ଲାଗି ବାହାରେ ୪୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା। ଆବଶ୍ୟକ କର୍ମଚାରୀ ନ ଥିବାରୁ ଗରିବ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଏଥିପ୍ରତି ଜିଲା ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟିଦେବା ଜରୁରୀ ହୋଇପଡ଼ିଛି।
-ଗଣେଶ୍ୱର ବେହେରା, ଜୟପୁର
ସ୍ବାସ୍ଥ୍ୟ ବିଭାଗର ଆନ୍ତରିକତା ଅଭାବ
ଭୁବନ ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବ ସମସ୍ୟା ଦୂର କରିବାରେ ସ୍ବାସ୍ଥ୍ୟ ବିଭାଗର ଆନ୍ତରିକତାର ଅଭାବ ଥିବା ଜଳଜଳ ହୋଇ ଦେଖାଯାଉଛି। ଜନପ୍ରତିନିଧିମାନେ ମଧ୍ୟ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଜିଲା ପ୍ରଶାସନ ନିକଟରେ ଉପସ୍ଥାପନ କରୁନାହାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଟେକ୍ନିସିଆନ ନ ଥିବାରୁ ପାଥୋଲାବ୍‌ଗୁଡ଼ିକ ରୋଗୀଙ୍କୁ ଶୋଷଣ କରୁଛନ୍ତି।
-ଚନ୍ଦନ କୁମାର ପ୍ରଧାନ ଅସୁରବନ୍ଧ


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ବିଧାନସଭାରେ ବିଜେଡି ଆଗୁଆ

ବ୍ରହ୍ମପୁର ଅଫିସ,୨୩ା୫ : ପ୍ରଥମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଦୀପ କୁମାର ପାଣିଗ୍ରାହୀ ଆଗୁଆ ଅଛନ୍ତି। ପ୍ରଦୀପଙ୍କୁ ୨୩୮୩...

ରକ୍ତ ହେଲା ପର: ପ୍ରତିଶୋଧରୁ ଗୁଳିମାଡ

ଖୋର୍ଦ୍ଧା ଅଫିସ, ୨ା୭:ଖୋର୍ଦ୍ଧା ଜିଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଗୁରୁବାର ଗୁଳି ଫୁଟିଛି। ସାନଭାଇ ଗୁଳିମାଡ଼ରେ ବଡଭାଇ ଗୁରତର ଆହତ ହୋଇଛନ୍ତି। ଗୁରୁତର...

ଅଧରାତିରେ ଅଟକୁଛି ଆମ୍ବୁଲାନ୍ସ

ଅନୁଗୋଳ ଅଫିସ, ୨୩ା୧୨: କେତେବେଳେ ଢେଙ୍କାନାଳରୁ ତ ପୁଣି କେବେ ଦେବଗଡ଼ ଜିଲାରୁ ଗୁରୁତର ରୋଗୀ ଆସୁଛନ୍ତି ଅନୁଗୋଳକୁ। ହେଲେ ଆମ୍ବୁଲାନ୍ସରେ ରାତି ଅଧରେ ଆସୁଥିବା...

ନାବାଳିକା ସହ ପ୍ରେମ ମହଙ୍ଗା ପଡିଲା, ଜେଲଗଲେ ବିବାହିତ ପ୍ରେମିକ

ତରଭା, ୨୬ା୫(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ପ୍ରେମ କରି ଜଣେ ବିବାହିତ ପ୍ରେମିକ ଗୁରୁବାର ଜେଲ ଯାଇଛନ୍ତି। ସମ୍ପୃକ୍ତ ଯୁବକ...

ସଜେଇ ହେଉଛି ମଣ୍ଡାସରୁ ଇକୋ ଟୁରିଜମ୍‌

ରାଇକିଆ,୨୯ା୧୦(ଡିଏନଏ): ଶୀତ ଋତୁରେ ପର୍ଯ୍ୟଟନ କଥା କହିଲେ ସାଧାରଣଃ କନ୍ଧମାଳ ଜିଲା କଥା ମନକୁ ଆସିଥାଏ। ସହରର ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଶାନ୍ତ,...

ପିଡିଏସ୍‌ ବଣ୍ଟନରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ

ସମ୍ବଲପୁର,୧।୪ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ ଡାଉନ ଜାରି ରହିଛି । ଏହି ପରିପେକ୍ଷୀରେ ରାଜ୍ୟ ସରକାର ଭତ୍ତା ଓ...

ଜିଲା ସଭାପତି ଗିରଫ, ସଂଖ୍ୟା ୩୨କୁ ବୃଦ୍ଧି

ସମ୍ବଲପୁର,୧୬ା୧୨(ବ୍ୟୁରୋ):ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଆନ୍ଦୋଳନ ସମୟରେ ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା, ବିଚାରପତିଙ୍କୁ କୋର୍ଟରୁ...

କାଠଯୋଡ଼ିରୁ ଅଚିହ୍ନା ମୃତଦେହ ଉଦ୍ଧାର: ହୋଲିରେ ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ

କଟକ ଅଫିସ,୧୩।୩: ସହରର ସୁଭାଷ ସେତୁ ନିକଟସ୍ଥ କାଠଯୋଡ଼ି ନଦୀରୁ ଶୁକ୍ରବାର ମଧ୍ୟାହ୍ନରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏ ଅଗ୍ନିଶମ ବିଭାଗ...

Advertisement
Archives

Model This Week