ରୋଗୀ କଲବଲ, ଲୁଟୁଛନ୍ତି ଦଲାଲ

ଭୁବନ, ୧୧।୮(ଡି.ଏନ୍‌.ଏ.) – କରୋନା ମହାମାରୀ ସମୟରେ ବଢ଼ିଛି ସ୍ବାସ୍ଥ୍ୟସେବାର ଗୁରୁତ୍ୱ। କେବଳ କୋଭିଡ୍‌ ନୁହେଁ, ଅନ୍ୟ ରୋଗୀମାନଙ୍କ ଚିକିତ୍ସାରେ ଯେପରି କୌଣସି ଅବହେଳା ନ ହୁଏ; ସେଥିଲାଗି ଗୁରୁତ୍ୱ ଦେବାଲାଗି ସରକାର ଜୋର୍‌ ଦେଉଛନ୍ତି। ହେଲେ ଗ୍ରାମାଞ୍ଚଳର ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର, କର୍ମଚାରୀ ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ ସ୍ବାସ୍ଥ୍ୟସେବାକୁ ଦୋହଲାଇ ଦେଇଛି, ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲାର ବହୁ ପୁରାତନ ଭୁବନ ଡାକ୍ତରଖାନାରେ। ୩ମାସ ହେଲା ଟେକ୍ନିସିଆନ ପଦବୀରେ କେହି ନ ଥିବାରୁ ସ୍ବାସ୍ଥ୍ୟକେନ୍ଦ୍ରରେ ନମୁନା ପରୀକ୍ଷଣ ବନ୍ଦ ରହିଛି। ଏହାର ସୁଯୋଗରେ ଦଲାଲ ଏବଂ ପାଥୋଲାବଗୁଡ଼ିକ ରୋଗୀଙ୍କୁ ଶୋଷଣ କରୁଛନ୍ତି।
ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକ ଅଧୀନ ୧୮ ପଞ୍ଚାୟତ ମଧ୍ୟରୁ ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ, ଏନ୍‌ଏସିର ୧୫ ଓ୍ବାର୍ଡ, ଗଁଦିଆ ବ୍ଲକ ସମେତ ସୀମାନ୍ତ ଯାଜପୁର ଏବଂ କେନ୍ଦୁଝର ଜିଲାର ଅଞ୍ଚଳବାସୀ ନିର୍ଭରଶୀଳ। ତେବେ ଦୀର୍ଘଦିନ ହେଲା ଭେଷଜ ବିଶେଷଜ୍ଞ, ଅସ୍ତ୍ରୋପଚାର, ଶିଶୁ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ଫାର୍ମାସିଷ୍ଟ, ୨ ଆଟେଣ୍ଡାଣ୍ଟ ଭଳି ସହାୟକ ପଦବୀରେ କେହିନାହାନ୍ତି। ନମୁନା ପରୀକ୍ଷଣ ଲାଗି ମୋଟ ୨ ଟେକ୍ନିସିଆନ ପଦବୀ ଥିବାବେଳେ ଜଣକରେ କାମ ଚାଲୁ ରହିଥିଲା। ଏଠାରେ ନିୟୋଜିତ ଏକମାତ୍ର ଟେକ୍ନିସିଆନଙ୍କୁ ୩ମାସ ହେଲା ଡେପୁଟେଶନରେ ଢେଙ୍କାନାଳ ପଠାଇ ଦିଆଯାଇଥିବାବେଳେ ଏବେ ଏହି ବିଭାଗରେ ତାଲା ଝୁଲୁଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ୧୦୦ରୁ ଅଧିକ ନମୁନା ପରୀକ୍ଷଣ ବିନାଦେୟରେ କରାଯାଉଥିଲା। ଏବେ ଦୂରଦୂରାନ୍ତରୁ ଆସୁଥିବା ଗରିବ ରୋଗୀମାନେ ପରୀକ୍ଷଣ ଲାଗି ବାହାର ପାଥୋଲାବ୍‌ ଉପରେ ନିର୍ଭର କରୁଛନ୍ତି। ଏଥିରେ ବହୁ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଅନେକ ସମୟରେ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଆସୁଥିବା ଅଭିଯୋଗ ମଧ୍ୟ ହେଉଛି। ବାରମ୍ବାର ଦାବି ସତ୍ତ୍ୱେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖାଲି ପଡ଼ିଥିବା ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ରୋଗୀମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତୁରନ୍ତ ଏହାର ପ୍ରତିକାର କରିବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସକ ଡା. ରମେଶ ଚନ୍ଦ୍ର ସାହୁ କୁହନ୍ତି, କର୍ମଚାରୀ ଅଭାବରୁ ସେବା ପ୍ରଭାବିତ ହେଉଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଗରିବ ରୋଗୀ ଖର୍ଚ୍ଚାନ୍ତ ହେଉଛନ୍ତି
ଦେହ ଅସୁସ୍ଥ ଥିବାରୁ ଡାକ୍ତରଖାନା ଆସିଥିଲି। ଟେକ୍ନିସିଆନ ନ ଥିବାରୁ ରକ୍ତ ପରୀକ୍ଷା ହୋଇପାରିଲାନାହିଁ। ବିନାଦେୟରେ ହେଉଥିବା ରକ୍ତ ପରୀକ୍ଷା କରିବା ଲାଗି ବାହାରେ ୪୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା। ଆବଶ୍ୟକ କର୍ମଚାରୀ ନ ଥିବାରୁ ଗରିବ ରୋଗୀ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଏଥିପ୍ରତି ଜିଲା ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟିଦେବା ଜରୁରୀ ହୋଇପଡ଼ିଛି।
-ଗଣେଶ୍ୱର ବେହେରା, ଜୟପୁର
ସ୍ବାସ୍ଥ୍ୟ ବିଭାଗର ଆନ୍ତରିକତା ଅଭାବ
ଭୁବନ ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବ ସମସ୍ୟା ଦୂର କରିବାରେ ସ୍ବାସ୍ଥ୍ୟ ବିଭାଗର ଆନ୍ତରିକତାର ଅଭାବ ଥିବା ଜଳଜଳ ହୋଇ ଦେଖାଯାଉଛି। ଜନପ୍ରତିନିଧିମାନେ ମଧ୍ୟ ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଜିଲା ପ୍ରଶାସନ ନିକଟରେ ଉପସ୍ଥାପନ କରୁନାହାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଟେକ୍ନିସିଆନ ନ ଥିବାରୁ ପାଥୋଲାବ୍‌ଗୁଡ଼ିକ ରୋଗୀଙ୍କୁ ଶୋଷଣ କରୁଛନ୍ତି।
-ଚନ୍ଦନ କୁମାର ପ୍ରଧାନ ଅସୁରବନ୍ଧ


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri