ଋଣ ନେଣଦେଣରେ ଦଲାଲ ସକ୍ରିୟ

ପୁରୀ ଅଫିସ,୧।୯: ଋଣରେ ଇକ୍ୟୁଏଟେଡ୍‌ ମନ୍ଥ୍‌ଲି ଇନ୍‌ଷ୍ଟଲମେଣ୍ଟ୍‌ (ଇଏମ୍‌ଆଇ) ବ୍ୟବସ୍ଥା ଲାଗୁ ହେବା ପରେ ବଜାରରେ ଅର୍ଥନୈତିକ ଉତ୍ସାହ ପରିଲକ୍ଷିତ ହୋଇଛି। ଲୋକେ ସୁଧ ସହ ଋଣ ଶୁଝିବାର ସହଜ ରାସ୍ତା ପାଇଛନ୍ତି। ଫଳରେ ବ୍ୟାଙ୍କିଂ ବ୍ୟବସ୍ଥା ଲାଭବାନ ହେବା ସହ ଗ୍ରାହକଙ୍କ କ୍ରୟ କ୍ଷମତା ବଢ଼ିଛି। ଏଭଳି ପରିବର୍ତ୍ତନ ଅର୍ଥନୀତି ବଜାର ପାଇଁ ଉତ୍ତମ ଖବର। ମାତ୍ର ଏହାକୁ ଆଳ କରି ଦଲାଲମାନେ ଟଙ୍କା ଲୁଟିବାରେ ସକ୍ଷମ ହେଉଛନ୍ତି। ଗ୍ରାହକମାନଙ୍କୁ ଏନେଇ କୌଣସି ସୂଚନା ମିଳୁନାହିଁ।

କ୍ରେଡିଟ୍‌ ଇନ୍‌ଫର୍ମେଶନ୍‌ ବ୍ୟୁରୋ ଇଣ୍ଡିଆ ଲିମିଟେଡ୍‌ (ସିବିଲ୍‌) ପକ୍ଷରୁ ସ୍କୋର ଠିକ୍‌ କରିବା ଆଳରେ ଅଧିକାଂଶ ଗ୍ରାହକଙ୍କଠାରୁ ମୋଟା ଅଙ୍କର ଟଙ୍କା ନିଆଯାଉଛି। ସାଧାରଣତଃ ଋଣ ପାଇଁ ସିବିଲ୍‌ ସ୍କୋରକୁ ପ୍ରମୁଖ ମାପଦଣ୍ଡ ଭାବେ ବିଚାର କରାଯାଇ ଥାଏ। ଅର୍ଥାତ୍‌ ଯାହାର ସିବିଲ୍‌ ସ୍କୋର ଅଧିକ ରହିଥାଏ, ସମ୍ପୃୃକ୍ତ ବ୍ୟକ୍ତିଙ୍କୁ ଋଣ ମିଳିବା ସହଜ ହୋଇଯାଏ। ୭୫୦ ସିବିଲ ସ୍କୋରକୁ ଆଦର୍ଶ ବୋଲି ଗ୍ରହଣ କରାଯାଉଥିବାବେଳେ ଏହାଠାରୁ ୩୦-୫୦ ସ୍କୋର କମ୍‌ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଋଣ ମିଳିଥାଏ। ସ୍କୋରକୁ ଧ୍ୟାନରେ ରଖି ଋଣର ମାତ୍ରା କମ୍‌-ବହୁତ ହୁଏ। ଅନେକ ଏଜେନ୍ସି ବ୍ୟାଙ୍କ ଓ ଗ୍ରାହକଙ୍କ ମଧ୍ୟରେ ଯୋଗସୂତ୍ର ଭାବେ କାର୍ଯ୍ୟ କରୁଛନ୍ତି। ସମ୍ପୃକ୍ତ ଏଜେନ୍ସିମାନେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଦ୍ୱାରା ଅନୁମୋଦିତ ହୋଇଥିବାରୁ ବ୍ୟାଙ୍କ ଏମାନଙ୍କ ସହ ଅର୍ଥନୈତିକ କାର୍ଯ୍ୟକଳାପ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ତେବେ ଏହି ଏଜେନ୍ସିମାନଙ୍କ ଏଜେଣ୍ଟ ମାନେ ହିଁ ଦଲାଲ ସାଜି ଲୋକଙ୍କଠାରୁ ଟଙ୍କା ଲୁଟୁଛନ୍ତି। ଯେଉଁମାନଙ୍କର ସିବିଲ୍‌ ଖରାପ ସେମାନଙ୍କୁ ଋଣ ଯୋଗାଇବାରେ ସହାୟତା କରୁଛନ୍ତି ଓ ପ୍ରତିବଦଳରେ ମୋଟା ଅଙ୍କର ଅର୍ଥ ନେଉଛନ୍ତି। ଋଣ ମିଳିସାରିବା ପରେ ଏଜେଣ୍ଟମାନେ ଋଣର ୫ ପ୍ରତିଶତ ନଗଦ ରାଶି ଦାବି କରୁଛନ୍ତି। ବାରମ୍ବାର ଆବେଦନ କରି ବିଫଳ ହୋଇଥିବା ବ୍ୟକ୍ତି ଋଣ ପାଇବା ଲୋଭରେ ଏଜେଣ୍ଟମାନଙ୍କୁ ଟଙ୍କା ଦେଉଛନ୍ତି। ପୁରୀ ସହରରେ ଏଭଳି ଏଜେଣ୍ଟମାନେ କ୍ରମାଗତ ଭାବେ ସକ୍ରିୟ ହେଉଥିବା ଦେଖିବାକୁ ମିଳୁଛି। ଲୋକଙ୍କୁ ଋଣ ନେବା ପାଇଁ କଲ୍‌ କରୁଥିବା ବ୍ୟକ୍ତି କୌଣସି ସରକାରୀ କିମ୍ବା ଘରୋଇ ବ୍ୟାଙ୍କର କର୍ମଚାରୀ ନୁହଁନ୍ତି ବୋଲି ଜଣାପଡ଼ୁଛି। ସମ୍ପୃକ୍ତ ଏଜେଣ୍ଟ ଋଣ କରାଇଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ଜଣେ ବ୍ୟକ୍ତିଙ୍କର ସିବିଲ୍‌ ଯେତେ ଖରାପ ଥିଲେ ମଧ୍ୟ ତାହାକୁ ଠିକ୍‌ ସ୍କୋରକୁ ଅଣାଯାଇପାରିବ ବୋଲି ସେ ଦାବି କରୁଛନ୍ତି। ପ୍ରତିବଦଳରେ ଅତିକମ୍‌ରେ ଋଣର ୫ ପ୍ରତିଶତ ଦେବା ପାଇଁ କହୁଛନ୍ତି। ସଂପୃକ୍ତ ଟଙ୍କା ବଦଳରେ କୌଣସି ରସିଦ ମିଳିବ ନାହିଁ ବୋଲି ମଧ୍ୟ କୁହାଯାଉଛି। ଏଭଳି ଘଟଣା ବଢ଼ିବାରେ ଲାଗିଛି। ଋଣ ଚାହୁଁଥିବା ଲୋକେ ଏନେଇ ବିରୋଧ କରୁନାହାନ୍ତି, ଓଲଟା ଟଙ୍କା ଦେଇ ଋଣ ଉଠାଇ ଆଣୁଛନ୍ତି ବୋଲି ଏକ ବ୍ୟାଙ୍କର ଗ୍ରାହକ ଚିରଞ୍ଜୀବୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ଜଣେ ବ୍ୟକ୍ତି ଯଦି ଋଣ ନେବା ପାଇଁ ଯୋଗ୍ୟ ନୁହେଁ, ତେବେ ତାଙ୍କୁ ଋଣ ନ ମିଳିବା ଉଚିତ ନଚେତ ସ୍ବଳ୍ପ ଋଣ ଦିଆଯିବା ଦରକାର। ମାତ୍ର ସଂପୃକ୍ତ ଅର୍ଥନୈତିକ ପରାମର୍ଶଦାତା ଏଜେନ୍ସିମାନେ ନିଜ କ୍ଷମତାର ଦୂରୁପଯୋଗ କରୁଛନ୍ତି। ଅନୈତିକ ଉପାୟରେ ଲୋକଙ୍କୁ ଋଣ ଦେଇ ନିଜେ ଲାଭବାନ ହେଉଛନ୍ତି। ସେହିଭଳି ଏକ ଘରୋଇ ବ୍ୟାଙ୍କର ମ୍ୟାନେଜର ନିଜ ନାମ ଗୋପନ ରଖି କହିଛନ୍ତି, ସରକାରୀ ବ୍ୟାଙ୍କରେ ଏଭଳି କାର୍ଯ୍ୟକଳାପ ହେଉଥାଇପାରେ। ମାତ୍ର ଘରୋଇ ବ୍ୟାଙ୍କରେ ଏହା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ଅର୍ଥନୈତିକ ବିଶେଷଜ୍ଞ ପ୍ରିୟମ୍ବଦା ପ୍ରିୟଦର୍ଶିନୀ କହିଛନ୍ତି, ସିବିଲ ସ୍କୋରକୁ ଅଚାନକ ଭାବେ ବଢାଯାଇପାରିବ ନାହିଁ। ଯଦି ଋଣ ପଇଠରେ ଅନିୟମିତତା ହୋଇଛି, ତେବେ ଏହାକୁ ଧିରେ ଧିରେ ନିର୍ଦ୍ଦିଷ୍ଟ ପଦ୍ଧତିରେ ଠିକ୍‌ କରାଯାଇପାରିବ। ସିବିଲ୍‌ ସୁଧାରିବା ପାଇଁ ଅନେକ ଏଜେନ୍ସି ମଧ୍ୟ ରହିଛନ୍ତି। ସେମାନେ ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି। ମାତ୍ର ଯେଉଁ ଅଭିଯୋଗ ସମ୍ପର୍କରେ ଏଠାରେ ଉଲ୍ଲେଖ କରାଯାଉଛି ତାହା ସମ୍ପୂର୍ଣ୍ଣ ରୂପେ ଅନୈତିକ। ଅକସ୍ମାତ୍‌ ସିବିଲ୍‌ ଠିକ୍‌ କରି ଋଣ ଦେବା ଦ୍ୱାରା ଅନେକ ପ୍ରମୁଖ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ମୁଖ୍ୟତଃ ଋଣ ନେବାର କ୍ଷମତା ନ ଥିବା ଲୋକଙ୍କୁ ମାତ୍ରାଧିକ ଋଣ ଦେବା ଫଳରେ ଏନ୍‌ପିଏ (ନନ୍‌ ପର୍‌ଫର୍ମିଂ ଆସେଟ୍‌) ବଢ଼ୁଛି। ସେହିଭଳି ଦଲାଲମାନେ ଟଙ୍କା ଲୁଟୁଥିବାରୁ ବଜାରରେ କଳାଧନ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri