Posted inଖେଳ

ବିଶ୍ୱର ୭ମ ବୋଲର ଭାବେ ୫୦୦ ଉଇକେଟ୍‌ ନେଲେ ବ୍ରଡ୍‌

ମାଞ୍ଚେଷ୍ଟର, ୨୮।୭: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ ଇତିହାସରେ ବିଶ୍ୱର ୭ମ ବୋଲର ଭାବେ ବ୍ରଡ୍‌ ୫୦୦ ଉଇକେଟ୍‌ ହାସଲ କରିବାରେ ସଫଳ ହୋଇଛନ୍ତି। ମଙ୍ଗଳବାର ମ୍ୟାଚ୍‌ର ଅନ୍ତିମ ତଥା ୫ମ ଦିବସରେ ଓ୍ବେଷ୍ଟଇଣ୍ଡିଜ ଓପନର୍‌ କ୍ରେଗ୍‌ ବାର୍ଥଓ୍ବେଟ୍‌ (୧୯ ରନ)ଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ୩୪ ବର୍ଷୀୟ ବ୍ରଡ୍‌ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଦ୍ୱିତୀୟ ଇଂଲଣ୍ଡ ବୋଲର ଭାବେ ସେ ୫୦୦ ଉଇକେଟ୍‌ ନେଇଛନ୍ତି। ବ୍ରଡ୍‌ଙ୍କ ପୂର୍ବରୁ ଜେମ୍ସ ଆଣ୍ଡରସନ (୫୮୯ ଉଇକେଟ୍‌) ପ୍ରଥମ ଇଂଲଣ୍ଡ ବୋଲର ଭାବେ ଟେଷ୍ଟ କ୍ରିକେଟ୍‌ରେ ଏହି ସଫଳତା ପାଇଥିଲେ। ତେବେ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲର ତାଲିକାରେ ଶ୍ରୀଲଙ୍କାର ମୁଥିୟା ମୁରଲୀଥରନ (୮୦୦ ଉଇକେଟ୍‌) ସର୍ବାଗ୍ରେ ରହିଛନ୍ତି। ଅଷ୍ଟ୍ରେଲିଆର ଶେନ ଓ୍ବର୍ନ (୭୦୮), ଭାରତର ଅନିଲ କୁମ୍ବଲେ (୬୧୯), ଆଣ୍ଡରସନ (୫୮୯), ଗ୍ଲେନ ମ୍ୟକ୍‌ଗ୍ରା (୫୬୩), କର୍ଟନୀ ଓ୍ବାଲ୍ସ (୫୧୯) ଓ ଷ୍ଟୁଆର୍ଟ ବ୍ରଡ୍‌ ଯଥାକ୍ରମେ ତାଲିକାର ୨ୟରୁ ୭ମ ସ୍ଥାନ ମଧ୍ୟରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲା ଓ୍ବେଷ୍ଟଇଣ୍ଡିଜ୍‌

ଢାକା,୭।୨: ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ଇତିହାସ ସୃଷ୍ଟି କରିଛି। ପ୍ରଥମ ଟେଷ୍ଟ ମ୍ୟାଚରେ ଆୟୋଜକ ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୩୯୫ ରନ୍‌ର ଲକ୍ଷ୍ୟ ହାସଲ କରି...

ଏଫଆଇଏଚ ହକି ପ୍ରୋ ଲିଗ୍‌: ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୧୯।୨- ଚଳିତ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତର ଆଗାମୀ ପ୍ରତିଦ୍ୱନ୍ଦ୍ୱୀ ହେଉଛି ବିଶ୍ୱର ୨ ନମ୍ବର ଦଳ ଅଷ୍ଟ୍ରେଲିଆ। ଚଳିତ ମାସ ୨୧...

ଅବସର ନିଷ୍ପତ୍ତି

ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍‌ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ...

ପୁଣି ନିର୍ବାଚିତ ହେଲେ ଜିଆନି ଇନ୍‌ଫାଣ୍ଟିନୋ

କିଗାଲି,ର୍ବାଣ୍ଡା,୧୬ା୩: ଜିଆନି ଇନ୍‌ଫାଣ୍ଟିନୋ ଫିଫାର ସଭାପତି ଭାବେ ପୁଣି ନିର୍ବାଚିତ ହୋଇଛନ୍ତି । ଗୁରୁବାର ସେ ଦ୍ୱିତୀୟ ଥର ପାଇଁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବା...

କିମ୍ବଦନ୍ତୀ ପ୍ରଥମଶ୍ରେଣୀ ସ୍ପିନର ରାଜିନ୍ଦର ଗୋଏଲଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୨୨ା୬ (ପି.ଟି.)-କିମ୍ବଦନ୍ତୀ ପ୍ରଥମଶ୍ରେଣୀ ସ୍ପିନର ରାଜିନ୍ଦର ଗୋଏଲଙ୍କର ରବିବାର ପରାଲୋକ ଘଟିଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ରାଜିନ୍ଦରଙ୍କୁ ୭୭ ବର୍ଷ ହୋଇଥିଲା।...

୫୦ ଲକ୍ଷ ଟଙ୍କାର ଚାଉଳ ଦାନ କଲେ ଗାଙ୍ଗୁଲି

କୋଲକାତା, ୨୬।୩ (ପି.ଟି.)- ମହାମାରୀ ରୂପ ନେଇ ସାରିଥିବା ପ୍ରାଣଘାତୀ କରୋନା ଭାଇରସ୍‌ର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ପୁରା ଭାରତକୁ ୨୧ ଦିନ ପାଇଁ ଲକ୍‌...

ନୂଆ ନିଯୁକ୍ତି ପାଇଲେ ରେସ୍‌ଲର ବବିତା

ଚଣ୍ଡିଗଡ଼, ୩୦ା୭ (ପି.ଟି.)-ହରିୟାଣା ସରକାର ରେସ୍‌ଲର ବବିତା ଫୋଗତ୍‌ ଓ କବାଡ଼ି ଖେଳାଳି କବିତା ଦେବୀଙ୍କୁ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ଉପ...

ଫେସବୁକ୍‌ରେ ବକ୍ସରଙ୍କୁ ପ୍ରେମ ନିବେଦନ କରିଥିଲେ ଶିଖର ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି, ତାଙ୍କ ପ୍ରେମ କାହାଣୀକୁ ନେଇ ସେତିକି...

Advertisement
Archives

Model This Week